ଏ ଖବର ପଢ଼ିଲେ ଧୈର୍ଯ୍ୟ ରହିବନି, ତିନି ବର୍ଷ ହନ୍ତସନ୍ତ ହେବା ପରେ ଶେଷରେ…..

ମୁଜାଫରପୁର: ଶାରୀରିକ ସମ୍ବନ୍ଧ ପାଇଁ ମନା କରିବାରୁ ଯୁବତୀଙ୍କୁ ଜାଳିଦେଲା ବର୍ବର ଯୁବକ। ବିହାରର ମୁଜାଫରପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମୁଜାଫରପୁରସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କୁ ପାଟଣାସ୍ଥିତ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏ ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଆତ୍ମସମର୍ପଣ କରିଥିଲେ ।

ପୋଲିସର କହିବା ମୁତାବକ, ଯୁବତୀ ଜଣଙ୍କୁ ଅଭିଯୁକ୍ତ ଯୁବକ ଏକ ପାଖିଆ ପ୍ରେମ କରୁଥିଲେ ଆଉ ଦୀର୍ଘ ଦିନ ଧରି ତାଙ୍କ ପଛରେ ପଡ଼ିଥିଲେ । ଏଇ କିଛି ଦିନ ତଳେ ସେ ତାଙ୍କୁ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରିଥିଲେ । ଯୁବତୀ  ଜଣକ ପ୍ରତିବାଦ କରିବାରୁ ଯୁବକ ଜଣଙ୍କ ତାଙ୍କ ଉପରେ କିରୋସିନ ଢ଼ାଳି  ନିଆଁ  ଲଗାଇଦେଇଥିଲା । ଏହାପରେ ଅଭିଯୁକ୍ତ ନିଜେ ଗୁରୁତର ଅବସ୍ଥାରେ ଯୁବତୀ ଜଣଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲା ।

ଗତ ୩ ବର୍ଷ ହେଲା ଯୁବତୀଙ୍କୁ ଅଭିଯୁକ୍ତ ଯୁବକ ହଇରାଣ କରୁଥିବା ପୀଡ଼ିତାଙ୍କ ମା’ କହିଛନ୍ତି । ଏହି ଘଟଣା ପ୍ରାୟ ଦଶ ଦିନ  ତଳର । ଦୀର୍ଘ ୯ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଯୁବତୀଙ୍କ ମୃତ୍ୟୁ ଘଟିଛି ।

ମୃତକଙ୍କୁ ଦେଖିବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଡକାଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି । ପରିବାର ଲୋକଙ୍କ କହିବା କଥା ହେଲା, ଯେତେବେଳେ ଯାଏଁ ମୁଖ୍ୟମନ୍ତ୍ରୀ ନ ଆସିବେ ମୃତକଙ୍କ ଅନ୍ତିମ ସଂସ୍କାର ହେବନାହିଁ । ପରିବାରଲୋକ ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି । ଅଭିଯୁକ୍ତମାନଙ୍କୁ ଫାଶୀ ଦିଆଯାଉବୋଲି ମୃତ୍ୟୁ ପୂର୍ବରୁ ପୀଡ଼ିତା କହିଥିବା ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି । ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକ ପାଟଣା ପୁରୁଣା ଜାତୀୟ ରାଜପଥକୁ ଅବରୋଧ କରିରଖିଛନ୍ତି । ମୁଜାଫରପୁର ପୋଲିସ ଉପରେ ସେମାନଙ୍କ ଭରସା ନାହିଁ ବୋଲି ଆନ୍ଦୋଳନାକାରୀ କହିଛନ୍ତି ।

Leave a Reply