ସତ ହେବ କି ଜ୍ୟୋତିଷଙ୍କ ଭବିଷ୍ୟବାଣୀ ? ତୃତୀୟ ବିଶ୍ୱଯୁଦ୍ଧକୁ ସାମ୍ନା କରିବ କି ବିଶ୍ୱ ?

1 min read

୨୦୨୦ ବିଶ୍ୱ ପାଇଁ ମଙ୍ଗଳକର ହେବନାହିଁ ବୋଲି ଅନେକ ଭବିଷ୍ୟବକ୍ତା ଆକଳନ କରିଥିଲେ । ବିଶ୍ୱରେ ହିଂସା ବଢ଼ିବା ସହ ଦେଶ ଦେଶ ମଧ୍ୟରେ ଅବିଶ୍ୱାସର ବାତାବରଣ ସୃଷ୍ଟି ହେବ । ମାନବ ସମାଜ ପାଇଁ ବିଧ୍ୱଂସକ ବର୍ଷ ହେବ । ୨୦୨୦ ପାଇଁ ଭବିଷ୍ୟବକ୍ତ।ଙ୍କ ଏହି ଆକଳନର ଆଭାସ ବର୍ଷ ଆରମ୍ଭରୁ ମିଳିଯାଇଛି । ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପରିପ୍ରେକ୍ଷୀରେ ଏହି ଆକଳନ ସତ ହେବ ବୋଲି ଅନେକ ବିଶ୍ୱାସ କରୁଛନ୍ତି । ଏଭଳି ଉତ୍ତେଜନାମୂଳକ ପରିସ୍ଥିତିରେ ତୃତୀୟ ବିଶ୍ୱଯୁଦ୍ଧ ଆସିଗଲା ବୋଲି ଅନେକ ଟ୍ୱିଟର ବ୍ୟବହାରକାରୀ ଆଶଙ୍କା ପ୍ରକାଶ କରିଛନ୍ତି । ଏନେଇ ସେମାନେ ନିଜର ମନୋଭାବ ବ୍ୟକ୍ତ କରିବାକୁ ଲାଗିଲେଣି । ବିଶ୍ୱଯୁଦ୍ଧ-୩ ଟ୍ୱିଟରରେ ଟ୍ରେଣ୍ଡ କରୁଛି ।

ଆମେରିକା-ଇରାନ୍ ମୁହାଁମୁହିଁ

ବାଗଦାଦ୍‌ ବିମାନବନ୍ଦର ଉପରେ ଆମେରିକାର ଅଚାନକ ଏୟାର ଷ୍ଟ୍ର।ଇକ୍‌ । ଏହି ଏୟାର ଷ୍ଟ୍ର।ଇକ୍‌ରେ ଇରାନ୍‌ର ସେନା ଜେନେରାଲ ସୁଲେମାନି ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି । ଜେନେରାଲଙ୍କ ମୃତ୍ୟୁ ପରେ ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ବାହାରକୁ ଫୁଟି ବାହାରିଛି । ଆକ୍ରମଣର ପ୍ରତିଶୋଧ ନେବାକୁ ଫଁ ଫଁ ହେଉଛି ଇରାନ୍‌ । ଇରାନର ସୁପ୍ରିମ୍ ନେତା ଆୟୋତୁଲ୍ଲା ଖମେନି ପ୍ରତିଶୋଧ ନେବାକୁ ଘୋଷଣା କରିସାରିଛନ୍ତି । ଏହି ଘଟଣା ପରେ ଆମେରିକା-ଇରାନ ମୁହାଁମୁହିଁ ହୋଇଥିବା ବେଳେ ମଧ୍ୟ-ପ୍ରାଚ୍ୟରେ ଭୟଙ୍କର ତୋଫାନର ଆଶଙ୍କା ସୃଷ୍ଟି ହୋଇଛି ।ସୁଲେମାନି କିଏ ?

ମୃତ ଜେନେରାଲ ସୁଲେମାନି କେବଳ ଇରାନରେ ନୁହେଁ, ସାରା ବିଶ୍ୱରେ ପରିଚିତ ଥିଲେ । ଏକ ଗରିବ ପରିବାରରେ ଜନ୍ମ ହୋଇଥିଲେ ହେଁ ପରେ ସେ ବହୁ ଉପରକୁ ଉଠିପାରିଥିଲେ । ମୃତ୍ୟୁ ବେଳକୁ ସେ ଇରାନର ଦ୍ୱିତୀୟ ଶକ୍ତିଶାଳୀ ବ୍ୟକ୍ତିର ମାନ୍ୟତା ପାଇଥିଲେ । ୧୯୯୮ରେ ସେ ଇରାନ ରିଭୋଲ୍ୟୁସନାରି ଗାର୍ଡସର ମୁଖ୍ୟ  ହୋଇଥିଲେ । ତାଙ୍କ ନେତୃତ୍ୱରେ ଇରାନ ରିଭୋଲ୍ୟୁସନାରି ଗାର୍ଡ ଖୁବ୍‌ ଶକ୍ତିଶାଳୀ ହୋଇ ଉଠିଥିଲା । ମୁଖ୍ୟ ସେନା ଠାରୁ ଏହି ଗାର୍ଡସ ଅଧିକ ଶକ୍ତିଶାଳୀ ବିବେଚିତ ହୋଇଥାଏ । ସିରିଆ ଓ ଇରାକ୍‌ ଯୁଦ୍ଧରେ ଥିଲା ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା । ଆମେରିକା ଓ ସାଉଦି ଆରବର ବିରୋଧକୁ ପ୍ରତିହତ କରି ମଧ୍ୟ ପ୍ରାଚ୍ୟରେ ଇରାନର ଶକ୍ତି ବୃଦ୍ଧି କରାଇବାରେ ସୁଲେମାନିଙ୍କ ଦିମାକ ଓ ଶକ୍ତି କାମ କରିଥିଲା । ମଧ୍ୟପ୍ରାଚ୍ୟରେ ସୁପର ଶକ୍ତିମାନ ଆମେରିକାକୁ ନାକରେ ପାଣି ପିଆଇ ଦେଇଥିଲେ ସେ । ସେଥିପାଇଁ ସୁଲେମାନିଙ୍କ ଗତିବିଧି ଆମେରିକାର ରାଡ଼ାରରେ ଥିଲା । ଦୁଇ ଦଶନ୍ଧି ଧରି ସୁଲେମାନିକୁ ମାରିବାକୁ ଇସ୍ରାଏଲ ଓ ସାଉଦି ଆରବ ସହ ମିଶି ଆମେରିକା ଯୋଜନା କରିଥିଲା । ଅନେକ ଥର ଶତ୍ରୁ କବଳରୁ ସେ ଖସିବାକୁ ସମର୍ଥ ହୋଇଥିଲେ । ଏଥର କିନ୍ତୁ ଆମେରିକା ହାବୁଡ଼ରୁ ଖସିପାରିନଥିଲେ ସୁଲେମାନି । ସେ ଓ ଅନ୍ୟ କିଛି ବରିଷ୍ଠ ଅଧିକାରୀ ବାଗଦାଦ୍‌ ବିମାନ ବନ୍ଦରରୁ ଦୁଇଟି ବିମାନ ଯୋଗେ ଯାଉଥିବା ଖବର ପାଇ ଏୟାର ଷ୍ଟ୍ର।ଇକ୍‌ କରିଦେଇଥିଲା ଆମେରିକା । ଏହି ଏୟାର ଷ୍ଟ୍ର।ଇକ୍‌ରେ ସୁଲେମାନିଙ୍କର ଅନ୍ତ ହୋଇଥିଲା ।ଟ୍ରମ୍ପ ଜିତିଲେ ଚ୍ୟାଲେଞ୍ଜ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇରାନ ଜେନେରାଲ ସୁଲେମାନି ପରସ୍ପରକୁ ଧ୍ୱଂସ ନେଇ ଚ୍ୟାଲେଞ୍ଜ କରିଥିଲେ । ୨୦୧୮ରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରିଥିଲେ ସୁଲେମାନି । ସେ କହିଥିଲେ, ‘ମିଷ୍ଟର ଟ୍ରମ୍ପ, ଆମେ ଆପଣଙ୍କ ନିକଟରେ ପହଞ୍ଚି ଯାଇଛୁ । ଆମେ ଏଭଳି ସ୍ଥାନରେ ପହଞ୍ଚିଛୁ ଯାହା ଆପଣଙ୍କ ଚିନ୍ତାର ବାହାରେ । ଯୁଦ୍ଧ ଆପଣ ଆରମ୍ଭ କରିପାରନ୍ତି, କିନ୍ତୁ ଶେଷ କରିବୁ ଆମେ ।’ ଡିସେମ୍ବର ଶେଷ ସପ୍ତାହରେ ଇରାକ୍‌ର ବାଗଦାଦରେ ଆମେରିକା ଦୂତାବାସ ଉପରେ ଆକ୍ରମଣକୁ ନେଇ ଇରାନକୁ ଧମକ ଦେଇଥିଲେ ଟ୍ରମ୍ପ । ୨୦୨୦ ଜାନୁଆରୀ ୧ରେ ଟ୍ୱିଟ୍‌ କରି ଏଥିପାଇଁ ବଡ଼ ମୂଲ୍ୟ ଦେବାକୁ କହିଥିଲେ । ସେ ଏକଥା ମଧ୍ୟ କହିଥିଲେ ଯେ, ଏହା କେବଳ ଏକ ଚେତାବନୀ ନୁହେଁ, ଧମକ । ତା ସହ ହାପି ନ୍ୟୁ ଇୟର ମଧ୍ୟ ଲେଖିଥିଲେ ଟ୍ରମ୍ପ । ଏହି ଧମକର ଗୋଟିଏ ଦିନ ପରେ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ବାଗଦାଦ ବିମାନ ବନ୍ଦରରେ ହୋଇଥିଲା ଏୟାର ଷ୍ଟ୍ର।ଇକ୍‌ ।ବଢ଼ିଲା ତେଲ ଦର

ଏୟାର ଷ୍ଟ୍ର।ଇକ୍‌କୁ ନେଇ ଆମେରିକା-ଇରାନ ମୁହାଁମୁହିଁ ହୋଇଥିବା ବେଳେ ଅଶୋଧିତ ତେଲ ଦର ବଢ଼ିବା ଆରମ୍ଭ ହୋଇଯାଇଛି । ଏହି ଘଟଣା ପରେ ପରେ ଅଶୋଧିତ ତେଲ ଦର ୪ରୁ ୫ ପ୍ରତିଶତ ବଢ଼ିଯାଇଛି । ଇରାନ ଯଦି ପ୍ରତିଶୋଧ ପରାୟଣ ହୋଇ ଅନ୍ୟ କିଛି କଠୋର ପଦକ୍ଷେପ ଗ୍ରହଣ କରେ ତାହେଲେ ଆଗକୁ ସ୍ଥିତି ସଙ୍ଗୀନ ହେବ । ତେଲ ଉପରେ ନିର୍ଭର କରୁଥିବା ଦେଶଗୁଡ଼ିକରେ ସ୍ଥିତି ଅସମ୍ଭାଳ ହୋଇଯିବ ।ଇରାନ-ଆମେରିକା ମୁହାଁମୁହିଁ ହୋଇଥିବା ବେଳେ ଆଶଙ୍କାରେ ରହିଛନ୍ତି ବିଶ୍ୱବାସୀ । ଯଦି ମଧ୍ୟ ପ୍ରାଚ୍ୟରେ ପୁଣି ଏକ ଯୁଦ୍ଧ ହୁଏ ସେଥିପାଇଁ ସମସ୍ତଙ୍କୁ ମୂଲ୍ୟ ଦେବାକୁ ପଡ଼ିବ । ତେଣୁ ଏବେଠାରୁ ଜାତିସଂଘକୁ ଆଗେଇ ଆସିବାକୁ ହେବ । ଯୁଦ୍ଧ ରୋକିବାକୁ ହେବ । ଯୁଦ୍ଧ ହେଲେ କେବଳ ଯେ ଦୁର୍ବଳ ରାଷ୍ଟ୍ରର କ୍ଷତି ହେବ ତାନୁହେଁ, ସବଳର ମଧ୍ୟ କ୍ଷତି ହେବ । ସାରା ବିଶ୍ୱ ସହିବ କଷ୍ଟ ।

ଇରାନ ଜେନେରାଲ କାସେମ ସୋଲେମାନିଙ୍କୁ ହତ୍ୟା କରିବାକୁ ଡୋନାଲ୍ଡ ଟ୍ରମ୍ଫ ଦେଇଥିଲେ ନିର୍ଦ୍ଦେଶ !

Leave a Reply