ଆଜିର ପଞ୍ଚାଙ୍ଗ (୧୨.୧୨.୨୦୧୯) ଗୁରୁବାର
ଆଜି ୨୦୧୯ ମସିହା ଡିସେମ୍ବର ୧୨ ତାରିଖ, ମାର୍ଗଶିର ଶୁକ୍ଳପକ୍ଷ, ସୌରମାସ ଦି୨୬ନ ଗୁରୁବାର, ପୂର୍ଣ୍ଣିମା ତିଥି ଦିବା ୧୦/୪୨ ଗତେ ପ୍ରତିପଦା, ରୋହିଣୀ ନକ୍ଷତ୍ର ପ୍ରାତଃ ୬/୨୧ ଗତେ ମୃଗଶିସ, ବୃଷଚନ୍ଦ୍ର ସନ୍ଧ୍ୟା ୬/୨୨ ଗତେ ମିଥୁନ, ସାନ୍ଧ୍ୟଯୋଗ, ବବକରଣ ।
ଘାତବାର- ତୁଳା, କୁମ୍ଭ ରାଶିର
ଘାତଚନ୍ଦ୍ର- ବିଛା ରାଶିର
ରାହୁକାଳ- ଦିବା ୧/୦୧ମି.ରୁ ୨/୨୨ମି.
କାଳବେଳା- ଦିବା ୨/୨୨ମି.ରୁ ୩/୩୪ମି.
ଶୁଭବେଳା- ପ୍ରାତଃ ୬/୧୬ମି.ରୁ ପ୍ରାତଃ ୭/୪୨ମି.
ପର୍ବପର୍ବାଣୀ- ପଣ୍ଡୁ ପୂର୍ଣ୍ଣିମା, ମାଣବସା ଗୁରୁବାର(ଶେଷ ପାଳି), ଗୁରୁ ପୂର୍ଣ୍ଣିମା ବ୍ରତ
ଆଜିର ରାଶିଫଳ
ମେଷ– ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ । କର୍ମ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ । ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ ।
ବୃଷ– ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ । ଗୃହକୁ ବନ୍ଧୁଙ୍କର ଆଗମନ ହେବ । କର୍ମକ୍ଷେତ୍ରରେ ସଫଳ ହେବେ । ଲାଗିରହିଥିବା ବିବାଦୀୟ ପରିସ୍ଥିତିର ସମାଧାନ ହେବ ।
ମିଥୁନ– ଶାରିରୀକ ଅସୁସ୍ଥତା କାରଣରୁ ବିବ୍ରତ ରହିବେ । ଆୟଠାରୁ ବ୍ୟୟର ମାତ୍ରା ଅଧିକ ହେବ । ଅନ୍ତରର କଥା ଚାପିରଖି ଦୁଖ ପାଇବେ । ପାରିବାରିକ ଜୀବନ ଅଶାନ୍ତ ରହିବ ।
କର୍କଟ– ଉଚିତ ସମୟରେ ଉପଯୁକ୍ତ ନିଷ୍ପତି ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ବିଭିନ୍ନ ସୂତ୍ରରୁ ଆୟ ହେବ । ମାନସିକ ଶାନ୍ତି ଅବ୍ୟାହତ ରହିବ । ପାରିବାରିକ ଜୀବନ ସୁଖମୟ ହେବ ।
ସିଂହ– ସାମାନ୍ୟତମ ଭାବରେ ସାନସିକ ସ୍ଥିତି ଅସ୍ଥିର ରହିପାରେ । ଆୟ ବ୍ୟୟ ପ୍ରାୟତଃ ସମାନ ରହିବ । ଗୃହରେ ଶୁଭ ମାଙ୍ଗଳିକ କାର୍ଯ୍ୟ ସଙ୍ଗଠିତ ହୋଇପାରେ । ପାରିବାରିକ ଜୀବନ ଭଲରେ କଟିବ ।
କନ୍ୟା– କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବେ । ବନ୍ଧୁବାନ୍ଧବଙ୍କ ଗହଣରେ ହସ ଖୁସିରେ ସମୟ ଅତିବାହିତ ହେବ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ବିରାଜମାନ ହେବ ।
ତୁଳା– ମାନସିକ ଉଦାସୀନ ମଧ୍ୟରେ ଗତି କରିବେ । ଚିଡ୍ ଚିଡା ସ୍ୱଭାବ ଯୋଗୁଁ ସମ୍ପର୍କରେ ଅନ୍ତରାୟ ସୃଷ୍ଟି ହେବ । ଅଯଥା ଭ୍ରମଣ ଓ ଅଯଥା ବ୍ୟୟର ମାତ୍ରା ବୃଦ୍ଧି ପାଇବ । ପାରିବାରିକ ଜୀବନ ବିଷାଦପୂର୍ଣ୍ଣ ରହିବ ।
ବିଛା– ଘାତଚନ୍ଦ୍ର ଯୋଗୁଁ ମାନସିକ ସ୍ଥିତି ଅସ୍ଥିର ରହିବ । ଆୟ ଅପେକ୍ଷା ବ୍ୟୟର ମାତ୍ରା ବୃଦ୍ଧି ପାଇବ । ମଧ୍ୟାହ୍ନ ପରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପାରିବାରିକ ଜୀବନ ସୁଖମୟ ହେବ ।
ଧନୁ– ଆଜି ଆପଣଙ୍କର ଅର୍ଥପ୍ରାପ୍ତି ଯୋଗ ରହୁଛି । ଦେବଦର୍ଶନ ଓ ତୀର୍ଥଭ୍ରମଣ କରିପାରନ୍ତି । ମାନସିକ ସ୍ଥରରେ ଯଶଖ୍ୟାତି ସମ୍ପନ୍ନ ହେବ । ପାରିବାରିକ ସୁଖ ଶାନ୍ତି ଅତିବାହିତ ହେବ ।
ମକର– ଭବିଷ୍ୟତ ପାଇଁ ନୂତନ ଯୋଜନାମାନ ପ୍ରସ୍ତୁତ କରିବେ । କୌଣସି ବ୍ରାହ୍ମଣ ବ୍ୟକ୍ତିଙ୍କ ସହଯୋଗ ପ୍ରାପ୍ତି ହେବେ । ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ । ସନ୍ତାନ ସନ୍ତତିଙ୍କ କାର୍ଯ୍ୟକୁ ନେଇ ଗର୍ବିତ ହେବେ ।
କୁମ୍ଭ– ମାନସିକ ଅସ୍ଥିରତା ମଧ୍ୟରେ ଗତି କରିବେ । ଦାମ୍ପତ୍ୟ ଜୀବନ ବିଷାଦପୂର୍ଣ୍ଣ ରହିବ । ଭାତ୍ରୁ ବିବାଦ ଦେଖାଦେଇପାରେ । ଆୟ ଠାରୁ ବ୍ୟୟର ମାତ୍ରା ବୃଦ୍ଧି ପାଇବ ।
ମୀନ– ଲକ୍ଷ୍ମୀପ୍ରାପ୍ତି ଯୋଗ ରହୁଛି । ଗୃହରେ ମାଙ୍ଗଳିକ କାର୍ଯ୍ୟ ସଙ୍ଗଠିତ ହୋଇପାରେ । ପୂରାତନ ବକେୟା ଋଣ ପରିଶୋଧ କରିବେ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।
ଜ୍ୟୋତିର୍ବିଦ ପ୍ର. ଗଜେନ୍ଦ୍ର କୁମାର ନାଥ
ଯୋଗଯୋଗ- ୯୮୬୧୨୭୧୫୫୭






ଗୁଣାତ୍ମକ ଶିକ୍ଷା ପ୍ରତି ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଛି । ରାଜ୍ୟରେ ୨୧୪ଟି ଆଦର୍ଶ ବିଦ୍ୟାଳୟ ଥିବାବେଳେ ଖୁବଶୀଘ୍ର ଆଉ ୧୦୦ଟି ଆଦର୍ଶ ବିଦ୍ୟାଳୟ ଖୋଲାଯିବ । ଆଦର୍ଶ ବିଦ୍ୟାଳୟରେ ଉତ୍ତମ ଶିକ୍ଷାଦାନ ସହିତ ପିଲାଙ୍କ ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।
ଏହି ଅବସରରେ CBSE ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ଆଦର୍ଶ ବିଦ୍ୟାଳୟର ପ୍ରଥମ ବ୍ୟାଚର ପିଲାମାନଙ୍କ ମଧ୍ୟରେ ଉଲ୍ଲେଖନୀୟ କୃତୀତ୍ୱ ହାସଲ କରିଥିବା ୯ ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ପର୍ଦ୍ଧିତ କରିଥିଲେ । ଏବଂ ଆଦର୍ଶ ବିଦ୍ୟାଳୟର ନୂଆ ୱେବସାଇଟ୍ ଲୋକାର୍ପଣ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ବିଜୟ ସାହୁ, ବିଭାଗୀୟ ଶାସନ ସଚିବ ଓ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।













ସାଧାରଣତଃ ଲୋକ ଭବିଷ୍ୟତର ଜୀବନ କିଭଳି ସୁଖମୟ ହେବ ସେନେଇ ଗୁରୁତ୍ୱ ଦେଇଥାନ୍ତି । ଏଣୁ ସମ୍ପର୍କକୁ ଆଗକୁ ନେବା ପୂର୍ବରୁ ଇମୋସନାଲ୍ ଓ ଫାନାସିଆଲ୍ ସ୍ଥିତିକୁ ବିଚାରକୁ ନେଇଥାନ୍ତି । ଯେତେବେଳେ ଜଣେ ଭାବେ କି ସେ ଆଉ କେଉଁଠି ସେହିଭଳି ବ୍ୟାଙ୍କ୍ ଆକାଉଣ୍ଟ୍, ପିଲାମାନଙ୍କ ପାଇଁ ସ୍ନେହ କିମ୍ବା ସେହିଭଳି ଘର ପାଇବ ନାହିଁ ସେତେବେଳେ ସେ ତା ସମ୍ପର୍କକୁ ବଞ୍ଚାଇବାକୁ ଚେଷ୍ଟା କରେ । ଯେତେବେଳେ ନିଜ ଆବଶ୍ୟକତାରେ ଜଣେ ସନ୍ତୁଷ୍ଟ ନଥାଏ ସେତିକିବେଳେ ହିଁ ସେ ତା’ ଜୀବନସାଥୀ ଠାରୁ ଅଲଗା ହୋଇଯାଏ ।

