ପାଖେଇ ଆସିଲାଣି ବର୍ଷ ୨୦୨୦, ରିଲିଜ୍ ଅପେକ୍ଷାରେ ବହୁ ହାଇବଜେଟ୍ ମୁଭି

1 min read

ମୁମ୍ବାଇ : ଆସୁଛି ବର୍ଷ ୨୦୨୦। ଅନେକ ଚଳଚ୍ଚିତ୍ର ରିଲିଜ୍ ଅପେକ୍ଷାରେ ରହିଛି । ତେଣୁ ସିନେପ୍ରେମୀଙ୍କ ଉତ୍ସାହ କାହିରେ କଣ। ଗୋଟିଏ କି ଦୁଇଟି ନୁହେଁ ଦର୍ଶକଙ୍କ ହାତରେ ୧୨ଟି ଭଲ ଭଲ ସିନେମାର ଲିଷ୍ଟ । ଟ୍ରେଣ୍ଡ ସେଟରରେ ଅଜୟ ଦେବଗନ,ସଲମାନ ଖାନ ଏବଂ ଅକ୍ଷୟ କୁମାରଙ୍କ ନାଁ ସବୁଠୁ ଆଗରେ ।  ଚାଲନ୍ତୁ ନଜର ପକାଇବା ବର୍ଷ ୨୦୨୦ର ସେଇ ଚଳଚ୍ଚିତ୍ର ଉପରେ ଯେଉଁ ସବୁର ଅପେକ୍ଷାରେ ଦିନ ଗଣୁଛନ୍ତି ଦର୍ଶକ।

୧. ସପ୍ତଦଶ ଶତାବ୍ଦୀରେ ଛତ୍ରପତି ଶିବାଜୀଙ୍କ ମରାଠା ସାମ୍ରାଜ୍ୟରେ ସାମରିକ ଯୋଦ୍ଧା ତହ୍ନାଜୀ ମଲୁସରେଙ୍କ ଉପରେ ଆଧାରିତ ଐତିହାସିକ ସିନେମା ‘ତହ୍ନାଜୀ’ରେ ନଜର ଆସିବେ ଅଜୟ ଦେବଗନ ଏବଂ ପତ୍ନୀ କାଜୋଲ । ଏ ଚଳଚ୍ଚିତ୍ରରେ ସୈଫ୍ ଅଲ୍ଲୀ ଖାନଙ୍କୁ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ ।

ତହ୍ଲାଜୀର ଫାଷ୍ଟ ଲୁକ୍

୨. ହିଟ୍ ପରେ ହିଟ୍ ଦେଇଚାଲିଥିବା ଆୟୁଷ୍ମାନ ଖୁରାନାଙ୍କ ପ୍ରଶଂସକଙ୍କ  ଅପେକ୍ଷା ରହିଛି ଯେ, କେବେ ପରଦାରେ ଆସିବ ଶୁଭ୍ ମଙ୍ଗଲ ସାବଧାନ ଫିଲ୍ମ ।  ଆୟୁଷ୍ମାନଙ୍କ ଅଧିକାଂଶ ସିନେମାରେ ମନୋରଞ୍ଚନ ସହ ଲୁଚି ରହିଥାଏ କିଛି ସାମାଜିକ ବାର୍ତ୍ତା, ହୋମୋ ସେକ୍ସୁଆଲିଟି ଉପରେ ଆଧାରିତ ହୋଇଛି ଏ ସିନେମାର କାହାଣୀ। ଜୋର ଲଗାକେ ହୈସା ପରେ ଭୂମିଙ୍କ ସହ ଆୟୁଷ୍ମାନ ଏ ଫିଲ୍ମରେ ନଜରକୁ ଆସିବେ ।


୩. ୧୯୯୯ ମସିହା କାରଗିଲ ଯୁଦ୍ଧରେ ପରିଚିତ ହୋଇଥିଲା ଏକ ନା..ଯାହାଙ୍କ ନାଁ ଥିଲା ଗୁଞ୍ଜନ ସକ୍ସେନା। ଏବେ ତାଙ୍କ ଉପରେ ଫିଲ୍ମ ତିଆରି ହେଉଛି । ଗୁଞ୍ଜନ ଜଣେ ଫ୍ଲାଇଂ ଅଫିସର ଥିଲେ ଏବଂ କୌଶଳକ୍ରମେ ଅନେକ ସୈନିକଙ୍କ ଜୀବନ ବଞ୍ଚାଇଥିଲେ । ଏହି ବଳିଷ୍ଠ କାହାଣୀକୁ ପରଦାରେ ଅଭିନୟ ମାଧ୍ୟମରେ ସଜାଇବେ ଜାହ୍ନବୀ କପୁର।


୪. କରୀନା କପୁର ଏବଂ ଇରଫାନ ଖାନ ଷ୍ଟାରର ମୁଭି ଅଙ୍ଗ୍ରେଜି ମିଡ଼ିୟମ ଚଳଚ୍ଚିତ୍ରର ରିଲିଜ ଡ଼େଟ୍ ରହିଛି ମାର୍ଚ୍ଚ ୨୦ । ଇରଫାନ କ୍ୟାନସର ଟ୍ରିଟମେଣ୍ଟରେ ଲଣ୍ଡନରେ ଚିକିତ୍ସାଧିନ ବୋଲି ଖବର ରହିଛି । ଏଣୁ ସୂଚନା ମୁତାବକ ଲେଟ୍ ହେଉଛି ଫିଲ୍ମର ପ୍ରମୋସନ  ।


୫. ୨୦୨୦ରେ ପରଦାକୁ ଆସୁଛି ସରଦାର ଉଦ୍ଧମ ସିଂ । ଜାଲିଆନା ଓ୍ବାଲାବାଗ ହତ୍ୟାକାଣ୍ଡର ପ୍ରତିଶୋଧ କିଭଳି ନିଆଯାଇଥିଲା ତାହା ହିଁ ହେଉଛି କାହାଣୀର ପୃଷ୍ଠଭୂମି ।


୬. ୨୦୨୦ରେ ପରଦାକୁ ଆସିବ ଖିଲାଡ଼ି କୁମାରଙ୍କ ଅପକମିଂ ମୁଭି ସୂର୍ଯ୍ୟବଂଶୀ । ଏହାର ନିର୍ଦ୍ଦେଶନା ଦେଉଛନ୍ତି ଫେମସ ଡିରେକ୍ଟର ରୋହିତ ସେଟ୍ଟୀ । ଚଳଚ୍ଚିତ୍ରରେ ଅକ୍ଷୟଙ୍କ ଫିଟନେସ ସମସ୍ତଙ୍କ ହୋସ ଉଡ଼େଇବ ବୋଲି କୁହନ୍ତି ରୋହିତ ।


୭. ବୟସ ବଢିବା ସହ ବଢିଚାଲିଛି ଭାଇଜାନଙ୍କ ଫ୍ୟାନ୍ସ ନମ୍ବର । ସଲମାନଙ୍କ ଅଭିନୀତ ସିନେମା ରାଧେକୁ ତେରେନାମର ସିକ୍ବେଲ କୁହାଯାଉଥିବା ବେଳେ ରାଧେର ରିଲିଜ ଆଗାମୀ ଇଦ୍ ପାଇଁ ବୁକ୍ ହୋଇଛି ବୋଲି ବକ୍ସ ଅଫିସରେ ଚର୍ଚ୍ଚା  ।


୮. ତାଲିକା ଲମ୍ବା ସତ କିନ୍ତୁ ଅକ୍ଷୟ କୁମାରଙ୍କ କବଜାରେ ଅନେକ ମୁଭି । ଲକ୍ଷ୍ମୀ ବମ୍ବ୍ ସିନେମାରେ ଅକ୍ଷୟଙ୍କ ସହ ସ୍କ୍ରିନ ସେୟାର କରିବେ କିୟାରା ଆଡ଼ଭାନୀ  । ସମର ରିଲିଜ ଲିଷ୍ଟରେ ଲକ୍ଷ୍ମୀ ବମ୍ବ୍ ରହିଥିବା ବେଳେ କିନ୍ନରଙ୍କ ଜୀବନଶୈଳୀ ଉପରେ ଫିଲ୍ମଟି ପର୍ଯ୍ୟବେସିତ। ଅକ୍ଷୟ କୁମାର ଏଥିରେ ଲିଡରେ ନଜରକୁ ଆସିବେ ।


୯. ଅମିର ଖାନଙ୍କୁ ଅନେକ କୁହନ୍ତି ପରଫେକ୍ସନ ମାଷ୍ଟର । ବର୍ଷରେ ଗୋଟିଏ ଦୁଇଟି ମୁଭି କଲେ ବି କାହାଣୀ ବାଛି ବାଛି ଅଭିନୟ କରନ୍ତି ଆଉ ସୁପରହିଟର ଟ୍ୟାଗ ନିଅନ୍ତି ଅମିର । ତେବେ ୨୦୨୦ରେ ଅମିରଙ୍କ ସିନେମା ଲିଷ୍ଟରେ ଅଛି ଲାଲସିଂ ଚଢ୍ଢା  ।


୧୦. ମଲଟି ଟାଲେଣ୍ଟେଡ୍ ଆକ୍ଟ୍ରେସ୍ କଙ୍ଗନା ରାନାଓ୍ବତଙ୍କ ଥଲାଇଭି ଫିଲ୍ମ ପୋଷ୍ଟରରୁ ହି ଚର୍ଚ୍ଚିା ସାଉଣ୍ଟିଲାଣି । ଜୟଲଳିତାଙ୍କ ଏ ବାୟୋପିକରେ କେତେ ପାରଦର୍ଶିତା ଦେଖାଇଛନ୍ତି କଙ୍ଗନା ତାହା ୨୦୨୦ ସ୍ପଷ୍ଟ କରିବ ।


୧୧. ସଞ୍ଜୟ ଦତ୍ତ, ଆଲିଆ ଭଟ୍ଟ ଏବଂ ଆଦିତ୍ୟ ରୟ କପୁରଙ୍କ ଅଭିନୀତ ସଡକ-୨ ଚଳଚ୍ଚିତ୍ର ଆସନ୍ତାବର୍ଷ ରିଲିଜ୍ ହେବ । ମହେଶ ଭଟ୍ଟ ଏହାର ନିର୍ଦ୍ଦେଶନା ଦେଇଛନ୍ତି  । ଏହାକୁ ନେଇ ବେଶ୍ ଆଶା ରଖିଛନ୍ତି ଦର୍ଶକ । ଫିଲ୍ମରେ ସଞ୍ଜୟଙ୍କ ନାଁ ରବି ହୋଇଥିବା ବେଳେ, ସିନେମାରେ ଦେଖିବାକୁ ମିଳିବ ଗୋଦାମ ଏନକାଉଣ୍ଟରର ଭୟଙ୍କର ଦୃଶ୍ୟ ।


୧୨. ଚର୍ଚ୍ଚିତ ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ କମେଡି ଥ୍ରିଲର ଭୁଲଭୁଲେୟା ସିନେପ୍ରମୀଙ୍କ ପାଇଁ ଏଭରଗ୍ରୀନ ମୁଭି ହୋଇଥିବା ବେଳେ ୨୦୨୦ ଭେଟିଦେଉଛି ଭୁଲଭୁଲେୟା-୨ । ଏଥିରେ କାର୍ତ୍ତିକ ଆରୟନ ମୁଖ୍ୟ ଭୂମିକାରେ ନଜର ଆସିବେ । ମୁଭିଟି କମେଡ଼ିର ତଡ଼କା ଲଗେଇବ ବୋଲି ଚର୍ଚ୍ଚା ହେଉଛି ।

ଭୁଲ୍ ଭୁଲେୟା-୨ର ପୋଷ୍ଟର

Leave a Reply