ମହାକାଶ ବିଜ୍ଞାନରେ ଭାରତର ଆଉ ଏକ ସଫଳତା, ଉତକ୍ଷେପିତ ହେଲା ରିସାଟ୍-2BR1 ଉପଗ୍ରହ

1 min read

ଶ୍ରୀହରିକୋଟା : ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ଇତିହାସ ଚରିଛି ଭାରତ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ୱନ ମହାକାଶ ଗବେଷଣା କେନ୍ଦ୍ରରୁ ମହାକାଶରୁ ସଫଳତାର ସହ ଉତକ୍ଷେପିତ ହୋଇଛି ରିସାଟ୍-2BR1 । ଇସ୍ରୋ ଦ୍ୱାରା ପ୍ରସ୍ତୁତ ଏହି ଉପଗ୍ରହ ସହ ୯ଟି ବିଦେଶୀ ଉପଗ୍ରହକୁ ମଧ୍ୟ ମହାକାଶକୁ ପଠାଯାଇଛି । PSLV-C48 ରକେଟ୍ ମାଧ୍ୟମରେ ଅପରାହ୍ନ ୩ଟା ୨୫ରେ ଏହାକୁ ପ୍ରେରଣ କରାଯାଇଥିଲା । ପୁରା ପ୍ରକ୍ରିୟା ୨୧ ମିନିଟ ମଧ୍ୟରେ ସମାପ୍ତ ହୋଇଥିଲା ।


ରାଡାର ଇମେଜିଙ୍ଗ ଆର୍ଥ ଅବଜରଭେସନ୍ ସାଟେଲାଇଟ୍ ରିସାଟ-2BR1କୁ ପିଏସଏଲଭି-C48 ରକେଟ ଉତକ୍ଷେପଣ କରିବାର ୧୬ ମିନିଟ୍ ପରେ ଏବଂ ପୃଥିବୀଠାରୁ ୫୭୬ କିମି ଉର୍ଦ୍ଧ୍ୱରେ ଥିବା କକ୍ଷପଥରେ ଅବସ୍ଥାପିତ କରିଛି । ଏହା ପିଏସଏଲଭିର ୫୦ ତମ ଉତକ୍ଷେପଣ ଭାବେ ରେକର୍ଡ କରିଛି ।

ଏହି ଉପଗ୍ରହ ସାହାଯ୍ୟରେ ବିଶେଷକରି ସାମରିକ କାର୍ଯ୍ୟକଳାପ, କୃଷି ଓ ବିପର୍ଯ୍ୟୟ ମୁକାବିଲା ପ୍ରଭୃତିକୁ ସହଜରେ ଉପଲବ୍ଧ କରାଯାଇପାରିବ । ୬୨୮ କେଜିର ଏହି ଉପଗ୍ରହ ସହ ଅନ୍ୟ ୯ଟି କର୍ମସିଆଲ ସାଟେଲାଇଟକୁ ଅନ୍ତରୀକ୍ଷକୁ ପଠାଯିବ । ଏଥିରେ ଇସ୍ରାଏଲ, ଇଟାଲି, ଜାପାନର ଗୋଟିଏ ଗୋଟିଏ ଏବଂ ଆମେରିକାର ୬ଟି ଉପଗ୍ରହ ସାମିଲ ଅଛି ।

ସଫଳତାର ସହ ୯ଟି ଉପଗ୍ରହକୁ ମହାକାଶକୁ ଛଡ଼ାଯିବା ପରେ ଇସ୍ରୋ ମୁଖ୍ୟ ଡକ୍ଟର କେ. ଶିଭନଙ୍କୁ ସବୁ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ସମସ୍ତେ ଭାରତୀୟ ବୈଜ୍ଞାନିକ ଓ ଗବେଷକଙ୍କ କାର୍ଯ୍ୟକୁ ବେଶ୍ ପ୍ରଶଂସା କରିଛନ୍ତି ।

Leave a Reply