ଖ୍ରୀଷ୍ଟମାସ୍ ଓ ନୂଆବର୍ଷ ଆସିଲେ କାହିଁକି ଭାଙ୍ଗିଯାଏ ପ୍ରେମ ସମ୍ପର୍କ?

ଖ୍ରୀଷ୍ଟମାସ୍ ରୁ ନୁଆବର୍ଷ ମଧ୍ୟରେ ଆମେ ଅଧିକାଂଶ ସମୟ ଆମ ପରିବାର କିମ୍ବା ପ୍ରିୟଜନଙ୍କ ସହ ବିତାଇବାକୁ ପସନ୍ଦ କରୁ । କିନ୍ତୁ ଆପଣମାନେ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ଏହି ସମୟରେ ଅନେକ ନିଜ ପ୍ରେମ ସମ୍ପର୍କକୁ ନେଇ ଦ୍ୱନ୍ଦରେ ପଡିଥିବାର ମଧ୍ୟ ଦେଖାଯାଏ । ଏହି ସମୟ ମଧ୍ୟରେ ଅଧିକାଂଶ ଲୋକଙ୍କ ମଧ୍ୟରେ ଛାଡ଼ପତ୍ର ହେଉଥିବାର ମଧ୍ୟ ଦେଖାଯାଏ ।

Related image

ଏସେକ୍ସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ୪୪୭ ଲୋକଙ୍କୁ ନେଇ ଏକ ପରୀକ୍ଷଣ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରେ ୨୭ଟି କାରଣ ଦେଖାଯାଇଥିଲା । ତେବେ ଲୋକ ମାନେ ପାଖରେ ରହିବାର କାରଣ ଗୁଡ଼ିକ ମଧ୍ୟରେ କିଛି ଭାବନାତ୍ମକ କିମ୍ବା ଶାରିରୀକ ଅନ୍ତରଙ୍ଗତା, ପାରିବାରିକ କର୍ତ୍ତବ୍ୟ ଓ ଆର୍ଥିକ ସାହାର୍ଯ୍ୟ ଥିବାବେଳେ ଉଚ୍ଛେଦ ହେବାର କାରଣ ବିଶ୍ୱାସଘାତକତା, ଯୌନକ୍ରିୟାରେ ଅସନ୍ତୋଷ, ନିୟମିତ ଝଗଡା, ଜୀବନସାଥୀର ବ୍ୟକ୍ତିତ୍ୱରେ ନାପସନ୍ଦ ଇତ୍ୟାଦି ରହିଥିଲା ।

Related image ସାଧାରଣତଃ ଲୋକ ଭବିଷ୍ୟତର ଜୀବନ କିଭଳି ସୁଖମୟ ହେବ ସେନେଇ ଗୁରୁତ୍ୱ ଦେଇଥାନ୍ତି । ଏଣୁ ସମ୍ପର୍କକୁ ଆଗକୁ ନେବା ପୂର୍ବରୁ ଇମୋସନାଲ୍‌ ଓ ଫାନାସିଆଲ୍‌ ସ୍ଥିତିକୁ ବିଚାରକୁ ନେଇଥାନ୍ତି ।  ଯେତେବେଳେ ଜଣେ ଭାବେ କି ସେ ଆଉ କେଉଁଠି ସେହିଭଳି ବ୍ୟାଙ୍କ୍ ଆକାଉଣ୍ଟ୍, ପିଲାମାନଙ୍କ ପାଇଁ ସ୍ନେହ କିମ୍ବା ସେହିଭଳି ଘର ପାଇବ ନାହିଁ ସେତେବେଳେ ସେ ତା ସମ୍ପର୍କକୁ ବଞ୍ଚାଇବାକୁ ଚେଷ୍ଟା କରେ । ଯେତେବେଳେ ନିଜ ଆବଶ୍ୟକତାରେ ଜଣେ ସନ୍ତୁଷ୍ଟ ନଥାଏ ସେତିକିବେଳେ ହିଁ ସେ ତା’ ଜୀବନସାଥୀ ଠାରୁ ଅଲଗା ହୋଇଯାଏ ।

Related image

ଦ୍ୱିତୀୟତଃ ବହୁ ସମ୍ପର୍କରେ  ଜଣେ ଅନ୍ୟ ଜଣଙ୍କୁ କଷ୍ଟ ନଦେବାକୁ ଚାହାନ୍ତିନାହିଁ । ଏଣୁ ସେମାନେ ସମ୍ପର୍କ ଭାଙ୍ଗିନଥାନ୍ତି । ଏଥିସହ ବିଚ୍ଛେଦ ପୂର୍ବରୁ ସାମାଜିକ ମାନସମ୍ମାନକୁ ନଜରରେ ରଖି ନିଷ୍ପତ୍ତି ନିଅନ୍ତି ।

 

Leave a Reply