spot_img
Home Blog Page 7576

ସ୍କୁଲରେ ଚାଉଳ ଚୋରା ଚାଲାଣ ଘଟଣା, ଶିକ୍ଷକଙ୍କୁ ସ୍କୁଲ ଭିତରେ ତାଲା ପକାଇଲେ ଗ୍ରାମବାସୀ

0

କଟକ: ସ୍କୁଲରୁ ଚାଉଳ ଚୋରା ଚାଲାଣ ଘଟଣା । ସ୍କୁଲ ଭିତରେ ଶିକ୍ଷକଙ୍କୁ ତାଲା ପକାଇଲେ ଗ୍ରାମବାସୀ । ଗତକାଲି ମଧ୍ୟାହ୍ନ ଭୋଜନରେ ବ୍ୟବହୃତ ଚାଉଳ ବାହାରକୁ ଚୋରା ଚାଲାଣ କରାଯାଉଥିବା ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ସ୍ଥାନୀୟ ଗ୍ରାମବାସୀ ସ୍କୁଲ ଘରେ ଶିକ୍ଷକଙ୍କୁ ତାଲା ପକାଇଥିଲେ । ଘଟଣା ସ୍ଥଳରୁ ପୋଲିସ ଉକ୍ତ ଶିକ୍ଷକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିବା ଦୃଶ୍ୟ ସାମ୍ନାକୁ ଆସିଛି ।

ତେବେ ଗତ କାଲି କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଝାଜିଆ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ସହଯୋଗରେ ତାଙ୍କ ସହକାରୀ ଶିକ୍ଷକ ଶରତ କୁମାର ପଣ୍ଡା ଦିନଦ୍ୱି-ପ୍ରହରରେ ମଧ୍ୟାହ୍ନ ଭୋଜନରେ ବ୍ୟବହୃତ ଚାଉଳକୁ ବାହାରକୁ ଚାଲାଣ କରୁଥିବାର ଅଭିଯୋଗ ହୋଇଥିଲା । ଆଗରୁ ଅନେକ ଥର ଏଭଳି ଭାବେ ଚାଉଳ ବିକ୍ରିକରୁଥିବାର ଅଭିଯୋଗ ଥିଲେ ମଧ୍ୟ ଉକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଉଚ୍ଚପଦସ୍ଥ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା ।

ଗତ ୧୧ତାରିଖ ଦିନ ପ୍ରାୟ୧୨ ଟା ସମୟରେ ସ୍କୁଲ ଭିତରୁ ଚାଉଳ ଚାଲାଣ ହୋଇଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଭିଡିଓରେ ସ୍କୁଲରେ ପାଠପଢୁଥିବା ପିଲାଙ୍କୁ ଚାଉଳ ଟେକିବାକୁ କୁହାଯାଉଥିବା ଦେଖିବାକୁ ମିଳିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍କୁଲ୍ ର ପ୍ରଧାନ ଶିକ୍ଷକ ସେଭଳି କିଛି ହୋଇନଥିବା କହିଛନ୍ତି ଓ ସ୍କୁଲକୁ ବଦନାମ କରିବାକୁ କିଛି ମୁଷ୍ଟିମେୟ ବ୍ୟକ୍ତି ଏଭଳି କରୁଛନ୍ତି ବୋଲି ସେ କହିଛନ୍ତି ।

https://nandighoshatv.comid-day-meal-selling-in-cuttack-badamba/

ଏଠି ଗୋଟିଏ ପ୍ରଶ୍ନ ଉଠୁଛି ଯେ ସ୍ପଷ୍ଟ ଦିବାଲୋକରେ ସ୍କୁଲ ଭିତରୁ ଚାଉଳ ଚାଲାଣ ହୋଇଛି । ଅନ୍ୟପଟେ ପ୍ରଧାନ ଶିକ୍ଷକ ମନ୍ତବ୍ୟ ଶୁଣିଲେ ଲାଗୁଛି ସତେ ଯେମିତି ସେ ତାଙ୍କ ସହକାରୀ ଶିକ୍ଷକଙ୍କୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଛନ୍ତି । ତେବେ ଏହା ମଧ୍ୟରେ ଥିବା ସତ୍ୟତା ଏବେ ମଧ୍ୟ ସ୍ପଷ୍ଟ ହୋଇନାହିଁ ।

 

ବ୍ରଜାକାପ୍ତା ଚୋରା ଚାଲାଣ ଘଟଣା, ଆଠଗଡ଼ରେ ତଦନ୍ତ ପାଇଁ ପହଞ୍ଚିଲେ ୩ଜଣିଆ ଟିମ୍

0

ଆଠଗଡ଼: ଆଠଗଡ଼ରେ ପହଞ୍ଚିଲେ ୱାଇଡ୍ ଲାଇଭ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ୩ଜଣିଆ ଟିମ୍ । ବଜ୍ରକାପ୍ତା ଚୋରା ଚାଲାଣ ମାମଲାର ତଦନ୍ତ ପାଇଁ ଆସିଛି ଟିମ୍ ।

ଗତ ୮ ତାରିଖରେ ଆଠଗଡ ବନଖଣ୍ଡ ଅଞ୍ଚଳରୁ ଧରା ପଡିଥିଲା ବଜ୍ରକାପ୍ତା । ଏହା ପୂର୍ବରୁ ଏକାଧିକ ବଜ୍ରକାପ୍ତା ଜବତ କରିଛି ବନ ବିଭାଗ ଓ କ୍ରାଇମ ବ୍ରାଞ୍ଚ ଏସଟିଏଭ । ଓଡିଶାରୁ ବାହାର ଦେଶକୁ ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବା ମିଳିଥିଲା ସୁରାକ ।

ନିଆରା ପରମ୍ପରା, ଦେବୀଙ୍କ ପାଖରେ ଲାଗି ହୁଏ ମଟନ୍ ବିରିୟାନୀ ଭୋଗ

ତାମିଲନାଡୁ: ସାଧାରଣତଃ ମନ୍ଦିରରେ ପୂଜାପରେ ଦେବାଦେବୀଙ୍କୁ ବିଭିନ୍ନ ପ୍ରକାର ଭୋଗ ଲାଗି କରାଯାଏ  । ତେବେ ଆମେ ଏଠାରେ ଏମିତି ଏକ ମନ୍ଦିର କଥା କହୁଛୁ ଯେଉଁଠି ଭୋଗ ଲାଗି ହୁଏ ବିରିୟାନୀ ।

 

ତାମିଲନାଡୁରେ ଥିବା ମାତା ମୁନିୟାନ୍ଦୀଙ୍କ ମନ୍ଦିରରେ ଶ୍ରଦ୍ଧାଳୁମାନେ ବିରିୟାନୀ ଭୋଗ ଲାଗି କରାଇଥାନ୍ତି । ତେବେ ମଦୁରାଇ ଜିଲ୍ଲାର ୱଡ଼କ୍କମ୍‌ ପଟ୍ଟି ଗାଁରେ ଏହି ମନ୍ଦିର ରହିଛି । ବର୍ଷରେ ଥରେ ଦେବୀଙ୍କ ପାଖରେ ଏକ ନିର୍ଦ୍ଦିଷ୍ଟ ଉତ୍ସବରେ ବିରିୟାନୀ ଲାଗି ହୋଇଥାଏ । ଏହି ଉତ୍ସବ ୧୯୭୩ ମସିହା ଠାରୁ ପାଳିତ ହୋଇଆସୁଛି । ଏକ ବିରିୟାନୀ ହୋଟେଲ ମାଲିକ ଗୁରୁ ସ୍ୱାମୀ ନାଇଡୁ ଏହାର ଆରମ୍ଭ କରିଥିଲେ । ସେ ତାଙ୍କ ହୋଟେଲ ନାମ ମୁନିୟାନ୍ଦୀ ରଖିଥିଲେ ।

ଭଲ କାରବାର ହେବାରୁ ସେ ମାତାଙ୍କଠାରେ ପ୍ରତିବର୍ଷ ବିରିୟାନୀ ଲାଗି କରିବାକୁ ମାନସିକ କରିଥିଲେ । ପରବର୍ତ୍ତୀ ସମୟରେ ବିଭିନ୍ନ ହୋଟେଲ ମାଲିକମାନେ ଏହି ଉତ୍ସବର ଆୟୋଜନ ମିଳିତ ଭାବେ କରୁଛନ୍ତି । ଚଳିତବର୍ଷ ଏଠାରେ ୨ କ୍ୱିଣ୍ଟାଲ ଚାଉଳ, ଶହେ ଛେଳି, ୬ ଶହ କୁକୁଡ଼ାରେ ବିରିୟାନୀ ପ୍ରସ୍ତୁତ କରାଯାଇଥିଲା । ଏହାକୁ ପୂଜା ପରେ ୮ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ତେବେ ଭକ୍ତ ମାନେ ବହୁ ଆନନ୍ଦର ସହ ଏହାକୁ ସେବନ କରିଥାନ୍ତି ।

ଡାକିଲେ ଆସୁଛି, ଭୋଗ ଖାଇ ଯାଉଛି…

0

ନୂଆପଡ଼ା: ଭକ୍ତଙ୍କ ହାତରୁ ଭୋଗ ଖାଉଛି ଭାଲୁ । ଆଜ୍ଞା ହଁ ! ସାଧାରଣତଃ ଭାଲୁ ଦେଖିଲେ ଭୟରେ ଲୋକ ଦୌଡ଼ି ପଳାନ୍ତି, ସେଇଠି ଭାଲୁ ଆଜି ମଣିଷ ହାତରୁ ପ୍ରସାଦ ସେବନ କରୁଛି ।

ନୂଆପଡ଼ା ବୋଡେନ ବ୍ଲକ ଲରକା ଗାଁରେଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଥିବା ଏକ ହନୁମାନ ମନ୍ଦିରକୁ ଆସୁଛି ଭାଲୁ । ନିକଟରେ ଥିବା ପାହାଡରୁ ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ସନ୍ଧ୍ୟା ସମୟରେ ଭାଲୁ ଆସୁଥିବା ଦେଖିବାକୁ ମିଳିଛି । ତେବେ ଭାଲୁଟି କାହାର କିଛି କ୍ଷତି କରୁନଥିବା ସ୍ଥାନୀୟ ଲୋକ କହିଛନ୍ତି ।

 

ମନ୍ଦିର ବେଢାରେ ଭକ୍ତ ଭୋଗ ଖାଇବାକୁ ଡାକିଲେ ଆସି ଭୋଗ ଖାଉଥିବା ଭିଡିଓ ଏବେ ଭାଇରାଲ ହୋଇଛି । ଅନ୍ୟପଟେ ଲୋକ ମଧ୍ୟ ଭାଲୁ ସହିତ ସେଲଫି ନେବା ସହ ଲୋକଙ୍କ ପ୍ରବଳ ଭିଡ ଲାଗୁଛି । ପାଖରେ ଜଙ୍ଗଲ ଘେରା ପାହାଡ ରହିଥିବାରୁ ବେଳେ ବେଳେ ବହୁ ସଂଖ୍ୟାରେ ଭାଲୁ ମନ୍ଦିର ନିକଟକୁ ଆସିଥାଆନ୍ତି ।

ଭଦ୍ରକରେ ପୁଣି ଲଜ୍ୟା: ଏକ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ବେଳେ ଦୁଷ୍କର୍ମ ଅଭିଯୋଗ ଆଣିଲେ ନାବାଳିକା

0

ପୁଣି ଲଜ୍ଜା । ଭଦ୍ରକ ରମ୍ଭିଳା କେଶପୁର ଗାଁରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଗତ ୧୦ ତାରିଖରେ ନାବାଳିକାଙ୍କ ସହିତ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ତେବେ ଭୟରେ ସେ ପରିବାର ଆଗରେ କିଛି ବି କହି ନଥିଲେ । ପରେ ଦେହ ଖରାପ ହେବାରୁ ଘଟଣା ସାମ୍ନାକୁ ଆସିଛି ।

ପୀଡ଼ିତାଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରପେୟା ପଞ୍ଚାୟତ ଧଉଳି ଗାଁ ଜଣେ ଯୁବକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି ନାବାଳିକା । ଏକ ଉତ୍ସବରେ ଯୋଗ ଦେଇଥିବା ବେଳେ ନାବାଳିକାଙ୍କ ସହିତ ଦୁଷ୍କମ ହୋଇଥିଲା । ତେବେ ଅଭିଯ଼ୁକ୍ତ ଯ଼ୁବକ ଫେରାର ହୋଇଯାଇଛି । ପରିବାର ଲୋକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

୧୨ ଡିସେମ୍ବରରେ ମଧ୍ୟ ଭଦ୍ରକରେ ଦୁଷ୍କର୍ମ ଅଭିଯୋଗରେ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

କଟକରେ ଡବଲ୍ ମର୍ଡର: ବୃଦ୍ଧ ଦମ୍ପତ୍ତିଙ୍କୁ ନିର୍ମମ ଭାବେ ଗଳା କାଟି ହତ୍ୟା, କାରଣ ଅସ୍ପଷ୍ଟ

କଟକ: କଟକରେ ଡବଲ ମର୍ଡର । ମଧୁପାଟଣା ଥାନା ସ୍ଥିତ ବେଲେଶ୍ୱର ମନ୍ଦିର ପାଖ ନ୍ୟୁ କଲୋନୀରେ ଏକ ବୃଦ୍ଧ ଦମ୍ପତ୍ତିଙ୍କୁ ନିର୍ମମ ଭାବେ ଗଳା କାଟି ହତ୍ୟା । ମୃତ ଦମ୍ପତି ହେଲେ ଶ୍ରୀନାଥ ସାମଲ ଓ ବିଦୁଲତା ସାମଲ ।

ଘରର ଅନ୍ୟ ସଦସ୍ୟ ବାହାରେ ରହୁଥିବା ବେଳେ ଉଭୟ ଘରେ ଏକା ରହୁଥିଲେ । ବିଳମ୍ବିତ ରାତିରେ ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରାଯାଇଛି ।  ତେବେ ମୃତଦେହ ପାଖରେ ରକ୍ତ ଜୁଡୁବୁଡୁ କଟୁରି ଏବଂ ପନିକି ପଡିଥିବାଦେଖିବାକୁ ମିଳିଛି,ଯେଉଁଥିରୁ ହତ୍ୟା କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ସେପଟେ ଘଟଣାର ଖବର ପାଇ କଟକ ଡିସିପି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।  କମିଶନରେଟ ପୋଲିସ ପକ୍ଷରୁ ଘଟଣାର ଛାନଭିନ୍‌ ଆରମ୍ଭ ହୋଇଯାଇଛି ।  ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ନିର୍ଧୁମ ସେକିଲେ ସ୍ଥାନୀୟ ଲୋକେ, କାହାକୁ କଣ ପାଇଁ ?

0

ସୋର: ଢ଼ୋ ଢ଼ା କରି ନିର୍ଧୁମ ସେକିଲେ । ହାତ ବାନ୍ଧି ପିଟିଦେଇ ଗଲେ ଉତ୍ୟକ୍ତ ଲୋକେ । ବିଚ୍‌ ରାସ୍ତାରେ ଚୋରକୁ ଉଲଗ୍ନ କରି ଚଲାଇ ଚଲାଇ ଚାରିଆଡ଼େ ବୁଲାଇଲେ । ଏଭଳି ଆକ୍ରୋଶର ଶିକାର ହୋଇଛି ଜଣେ ଚୋର । ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା କାନାରା ବ୍ୟାଙ୍କ୍‌ ସମ୍ମୁଖରେ । ଗୋଟିଏ ସାଇକେଲ  ଚୋରକୁ ଧରି ସ୍ଥାନୀୟ ଲୋକେ ମାଡ଼ ମାରିଥିଲେ। ଫଳରେ ଚୋରକୁ ଗୁରୁତର ଅବସ୍ଥାରେ ସିମୁଳିଆ ମେଡିକାଲରେ ଭର୍ତ୍ତି କରିିଥିଲା ପୋଲିସ ।

ସୂଚନା ଅନୁଯାୟୀ, ଶ୍ୟାମସୁନ୍ଦରପୁର ପଞ୍ଚାୟତ ସଦାନନ୍ଦପୁର ଗାଁର ପ୍ରତାପ କୁମାର ସାହୁ ଓ ତାଙ୍କ ପୁଅ ମାର୍କୋଣା କାନାରା ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ଯାଇଥିଲେ । ପ୍ରତାପ ବ୍ୟାଙ୍କ୍‌ ସାମ୍ନାରେ ସାଇକେଲ ରଖି ଯାଇଥିଲେ ବ୍ୟାଙ୍କ୍‌ ଭିତରକୁ । ଏହି ସମୟରେ ଚୋର ଜଣକ ନଜର ଆଢୁଆଳରେ ସାଇକେଲଟିକୁ ଚୋରି କରୁଥିଲେ । କିନ୍ତୁ ଚୋରକୁ ଦେଖି ତାଙ୍କର ପୁଅ ଚିଲାଇବାକୁ ଲାଗିଥିଲେ  । ପୁଅର ଚିତ୍କାର ଶୁଣି ଚୋରକୁ ଧରିଥିଲେ ସ୍ଥାନୀୟ ଲୋକେ । କଣ ପାଇଁ ସାଇକେଲ ନେଉଥିଲୁ ପଚାରିବା ପରେ ହାତ ବାନ୍ଧି ବହେ ଛେଚିଥିଲେ । ଖାଲି ସେତିକି ନୁହେଁ, ଚୋରକୁ ପୁରା ଉଲଗ୍ନ କରି ରାସ୍ତା ଉପରେ ଚଲାଇ ଚଲାଇ ମାଡ଼ ମାରିଥିଲେ ।

ଘଟଣା ସ୍ଥଳରେ ପୋଲିସ ଅଟକାଇଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିନଥିଲେ ।  ମାଡ଼ ମାରିବାବେଳେ ଅଜାଣତରେ ଚୋରର ଗୁପ୍ତାଙ୍ଗରେ ଆଘାତ ଲାଗିଥିଲା । ଯାହାଫଳରେ ଚୋର ଜଣକ ଗୁରୁତର ହୋଇପଡ଼ିଥଲେ । ଏନେଇ ସିମୁଳିଆ ପୋଲିସ ଚୋରକୁ ଉଦ୍ଧାର କରି ସିମୁଳିଆ ମେଡିକାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସିମୁଳିଆ ମେଡିକାଲରେ ଚୋରର ଚିକିତ୍ସା ଚାଲିଛି । ଅନ୍ୟପଟେ ଚୋର ଜଣଙ୍କ ଘର ସହଦପଦା ଏବଂ ସେ ପଦୁ ସେଠୀଙ୍କ ପୁଅ ସଂକରା ସେଠୀ ବୋଲି ଜଣାପଡିଛି ।

ଜାଗା ଯୋଜନା ଢାଞ୍ଚାରେ ସର୍ବଭାରତୀୟ ସ୍ତରରେ ଯୋଜନା ପ୍ରଣୟନ ପାଇଁ ଦାବି

0

ନୂଆଦିଲ୍ଲୀ: ଓଡ଼ିଶାରେ ଆରମ୍ଭ ହୋଇଥିବା ‘ଜାଗା ଯୋଜନା’ ଢ଼ାଞ୍ଚାରେ ସର୍ବଭାରତୀୟସ୍ତରରେ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିବାକୁ ଦାବି । ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ଗୁରୁବାର ଗୃହରେ ଏହି ଦାବି ଉଠାଇଛନ୍ତି । ଓଡ଼ିଶା ସରକାର ରାଜ୍ୟର ସହରାଞ୍ଚଳରେ ବାସ କରୁଥିବା ବସ୍ତିବାସିନ୍ଦାଙ୍କ ପାଇଁ ‘ଜାଗା ଯୋଜନା’ ନାଁରେ ଏକ ଯୋଜନା ଆରମ୍ଭ କରିଛନ୍ତି । ସର୍ବଭାରତୀୟସ୍ତରରେ ଏଭଳି ଯୋଜନା ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ପାଇଁ ଲାଗୁ କରାଗଲେ ଲୋକେ ବେଶ୍‌ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି ।