ଡାକିଲେ ଆସୁଛି, ଭୋଗ ଖାଇ ଯାଉଛି…

ନୂଆପଡ଼ା: ଭକ୍ତଙ୍କ ହାତରୁ ଭୋଗ ଖାଉଛି ଭାଲୁ । ଆଜ୍ଞା ହଁ ! ସାଧାରଣତଃ ଭାଲୁ ଦେଖିଲେ ଭୟରେ ଲୋକ ଦୌଡ଼ି ପଳାନ୍ତି, ସେଇଠି ଭାଲୁ ଆଜି ମଣିଷ ହାତରୁ ପ୍ରସାଦ ସେବନ କରୁଛି ।

ନୂଆପଡ଼ା ବୋଡେନ ବ୍ଲକ ଲରକା ଗାଁରେଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଥିବା ଏକ ହନୁମାନ ମନ୍ଦିରକୁ ଆସୁଛି ଭାଲୁ । ନିକଟରେ ଥିବା ପାହାଡରୁ ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ସନ୍ଧ୍ୟା ସମୟରେ ଭାଲୁ ଆସୁଥିବା ଦେଖିବାକୁ ମିଳିଛି । ତେବେ ଭାଲୁଟି କାହାର କିଛି କ୍ଷତି କରୁନଥିବା ସ୍ଥାନୀୟ ଲୋକ କହିଛନ୍ତି ।

 

ମନ୍ଦିର ବେଢାରେ ଭକ୍ତ ଭୋଗ ଖାଇବାକୁ ଡାକିଲେ ଆସି ଭୋଗ ଖାଉଥିବା ଭିଡିଓ ଏବେ ଭାଇରାଲ ହୋଇଛି । ଅନ୍ୟପଟେ ଲୋକ ମଧ୍ୟ ଭାଲୁ ସହିତ ସେଲଫି ନେବା ସହ ଲୋକଙ୍କ ପ୍ରବଳ ଭିଡ ଲାଗୁଛି । ପାଖରେ ଜଙ୍ଗଲ ଘେରା ପାହାଡ ରହିଥିବାରୁ ବେଳେ ବେଳେ ବହୁ ସଂଖ୍ୟାରେ ଭାଲୁ ମନ୍ଦିର ନିକଟକୁ ଆସିଥାଆନ୍ତି ।

Leave a Reply