କଟକରେ ଡବଲ୍ ମର୍ଡର: ବୃଦ୍ଧ ଦମ୍ପତ୍ତିଙ୍କୁ ନିର୍ମମ ଭାବେ ଗଳା କାଟି ହତ୍ୟା, କାରଣ ଅସ୍ପଷ୍ଟ

କଟକ: କଟକରେ ଡବଲ ମର୍ଡର । ମଧୁପାଟଣା ଥାନା ସ୍ଥିତ ବେଲେଶ୍ୱର ମନ୍ଦିର ପାଖ ନ୍ୟୁ କଲୋନୀରେ ଏକ ବୃଦ୍ଧ ଦମ୍ପତ୍ତିଙ୍କୁ ନିର୍ମମ ଭାବେ ଗଳା କାଟି ହତ୍ୟା । ମୃତ ଦମ୍ପତି ହେଲେ ଶ୍ରୀନାଥ ସାମଲ ଓ ବିଦୁଲତା ସାମଲ ।

ଘରର ଅନ୍ୟ ସଦସ୍ୟ ବାହାରେ ରହୁଥିବା ବେଳେ ଉଭୟ ଘରେ ଏକା ରହୁଥିଲେ । ବିଳମ୍ବିତ ରାତିରେ ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରାଯାଇଛି ।  ତେବେ ମୃତଦେହ ପାଖରେ ରକ୍ତ ଜୁଡୁବୁଡୁ କଟୁରି ଏବଂ ପନିକି ପଡିଥିବାଦେଖିବାକୁ ମିଳିଛି,ଯେଉଁଥିରୁ ହତ୍ୟା କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ସେପଟେ ଘଟଣାର ଖବର ପାଇ କଟକ ଡିସିପି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।  କମିଶନରେଟ ପୋଲିସ ପକ୍ଷରୁ ଘଟଣାର ଛାନଭିନ୍‌ ଆରମ୍ଭ ହୋଇଯାଇଛି ।  ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

Leave a Reply