ସ୍କୁଲରେ ଚାଉଳ ଚୋରା ଚାଲାଣ ଘଟଣା, ଶିକ୍ଷକଙ୍କୁ ସ୍କୁଲ ଭିତରେ ତାଲା ପକାଇଲେ ଗ୍ରାମବାସୀ

1 min read

କଟକ: ସ୍କୁଲରୁ ଚାଉଳ ଚୋରା ଚାଲାଣ ଘଟଣା । ସ୍କୁଲ ଭିତରେ ଶିକ୍ଷକଙ୍କୁ ତାଲା ପକାଇଲେ ଗ୍ରାମବାସୀ । ଗତକାଲି ମଧ୍ୟାହ୍ନ ଭୋଜନରେ ବ୍ୟବହୃତ ଚାଉଳ ବାହାରକୁ ଚୋରା ଚାଲାଣ କରାଯାଉଥିବା ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ସ୍ଥାନୀୟ ଗ୍ରାମବାସୀ ସ୍କୁଲ ଘରେ ଶିକ୍ଷକଙ୍କୁ ତାଲା ପକାଇଥିଲେ । ଘଟଣା ସ୍ଥଳରୁ ପୋଲିସ ଉକ୍ତ ଶିକ୍ଷକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିବା ଦୃଶ୍ୟ ସାମ୍ନାକୁ ଆସିଛି ।

ତେବେ ଗତ କାଲି କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଝାଜିଆ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ସହଯୋଗରେ ତାଙ୍କ ସହକାରୀ ଶିକ୍ଷକ ଶରତ କୁମାର ପଣ୍ଡା ଦିନଦ୍ୱି-ପ୍ରହରରେ ମଧ୍ୟାହ୍ନ ଭୋଜନରେ ବ୍ୟବହୃତ ଚାଉଳକୁ ବାହାରକୁ ଚାଲାଣ କରୁଥିବାର ଅଭିଯୋଗ ହୋଇଥିଲା । ଆଗରୁ ଅନେକ ଥର ଏଭଳି ଭାବେ ଚାଉଳ ବିକ୍ରିକରୁଥିବାର ଅଭିଯୋଗ ଥିଲେ ମଧ୍ୟ ଉକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଉଚ୍ଚପଦସ୍ଥ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା ।

ଗତ ୧୧ତାରିଖ ଦିନ ପ୍ରାୟ୧୨ ଟା ସମୟରେ ସ୍କୁଲ ଭିତରୁ ଚାଉଳ ଚାଲାଣ ହୋଇଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଭିଡିଓରେ ସ୍କୁଲରେ ପାଠପଢୁଥିବା ପିଲାଙ୍କୁ ଚାଉଳ ଟେକିବାକୁ କୁହାଯାଉଥିବା ଦେଖିବାକୁ ମିଳିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍କୁଲ୍ ର ପ୍ରଧାନ ଶିକ୍ଷକ ସେଭଳି କିଛି ହୋଇନଥିବା କହିଛନ୍ତି ଓ ସ୍କୁଲକୁ ବଦନାମ କରିବାକୁ କିଛି ମୁଷ୍ଟିମେୟ ବ୍ୟକ୍ତି ଏଭଳି କରୁଛନ୍ତି ବୋଲି ସେ କହିଛନ୍ତି ।

https://nandighoshatv.comid-day-meal-selling-in-cuttack-badamba/

ଏଠି ଗୋଟିଏ ପ୍ରଶ୍ନ ଉଠୁଛି ଯେ ସ୍ପଷ୍ଟ ଦିବାଲୋକରେ ସ୍କୁଲ ଭିତରୁ ଚାଉଳ ଚାଲାଣ ହୋଇଛି । ଅନ୍ୟପଟେ ପ୍ରଧାନ ଶିକ୍ଷକ ମନ୍ତବ୍ୟ ଶୁଣିଲେ ଲାଗୁଛି ସତେ ଯେମିତି ସେ ତାଙ୍କ ସହକାରୀ ଶିକ୍ଷକଙ୍କୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଛନ୍ତି । ତେବେ ଏହା ମଧ୍ୟରେ ଥିବା ସତ୍ୟତା ଏବେ ମଧ୍ୟ ସ୍ପଷ୍ଟ ହୋଇନାହିଁ ।

 

Leave a Reply