ଶିବାନୀ ମର୍ଡର ପଛର ମିଷ୍ଟ୍ରି, ସହି ନପାରି ମାରିଦେଲା…
ଖୋର୍ଦ୍ଧା: ଶିବାନୀ ମର୍ଡର ଉପରୁ ହଟିଲା ପରଦା । ଭିଲିୟାନ୍ ଭାଉଜ କାବେରୀ ବେହେରାକୁ ଗିରଫ କଲା ପୋଲିସ । ତେବେ, ନଣନ୍ଦଙ୍କୁ କାହିଁକି ମାରିଲା ଭାଉଜ ? ମର୍ଡର ପଛରେ ପରକୀୟା ପ୍ରୀତି ନା ଆଉ କିଛି କାରଣ । ଏ ରହସ୍ୟ ଖୋଲିଛି ପୋଲିସ । ପରକୀୟା ପ୍ରୀତି ନୁହେଁ ବରଂ ଘରୋଇ କଳହକୁ ନେଇ ଭାଉଜ ନଣନ୍ଦର ତଣ୍ଟିକାଟି ବୀଭତ୍ସ ଭାବେ ହତ୍ୟା କରିଛି ।

ପୋଲିସର ସୂଚନା ଅନୁଯାୟୀ, ଶିବାନୀଙ୍କ ଭାଇ ଦିଲୀପ କାବେରୀଙ୍କୁ ଘରକୁ ନେଇ ଆସିଥିଲେ । ଯାହାକୁ ନେଇ ବିଚଳିତ ଥିଲେ ନଣନ୍ଦ ଶିବାନୀ । ଭାଉଜ କାବେରୀଙ୍କୁ ଶିବାନୀ ସହ୍ୟ କରିପାରୁ ନଥିଲେ । ବିଭିନ୍ନ ସମୟରେ ଯୌତୁକ ଦାବି ଓ ଟିଭି ଦେଖାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିଲା । ୨୦ ଦିନ ତଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ସମାଧାନ କରିଥିଲେ ପରିବାର ଲୋକ ।

କିନ୍ତୁ, ଶନିବାର ଏସବୁର ଥିଲା ଶେଷ ରାତି । କାରଣ ନଣନ୍ଦର ନିର୍ଯାତନା କାବେରୀ ପାଇଁ ଅସହ୍ୟ ହୋଇ ପଡ଼ିଥିଲା । ସନ୍ଧ୍ୟାରେ କାବେରୀ ବସି ଟିଭି ଦେଖୁଥିବା ବେଳେ ନଣନ୍ଦ ଶିବାନୀ ତାଙ୍କୁ ବାରଣ କରିବା ସହ ରୋଷେଇ ପାଇଁ କହିଥିଲେ । ଆଉ ତାପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଉତକ୍ଷିପ୍ତ ହୋଇ ଭାଉଜ ନଣନ୍ଦକୁ ଛୁରୀରେ ତଣ୍ଟି କାଟି ହତ୍ୟା କରିଥିଲା । ବାଲୁଗାଁ ପୋଲିସ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରିଥିବା ଏସପି ସୂଚନା ଦେଇଛନ୍ତି ।
https://nandighoshatv.combalugaon-police-arrested-sister-in-law-in-plus-2-student-shivani-murder-case/
ନଣନ୍ଦ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଭାଉଜ ଗିରଫ
ଖୋର୍ଦ୍ଧା: ଯୁକ୍ତ ୨ ଛାତ୍ରୀ ଶିବାନୀ ବେହେରା ମୃତ୍ୟୁ ଘଟଣାର ପର୍ଦ୍ଦାଫାସ୍ । ମୁଖ୍ୟ ଅଭିଯୁକ୍ତ ତଥା ଶିବାନୀଙ୍କ ଭାଉଜ କାବେରୀ ବେହେରାଙ୍କୁ ଗିରଫ କଲା ପୋଲିସ । ଏନେଇ ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ ପ୍ରେସମିଟରେ ସୂଚନା ଦେଇଛନ୍ତି । ଏଥିସହ ତାଙ୍କ ବିରୋଧରେ ବାଲୁଗାଁ ପୋଲିସ ଆଇପିସି ଧାରା ୩୦୨, ୪୫୦ ଲଗାଇଛି ।

ଗତକାଲି ରାତିରେ ଘରେ କେହି ନଥିବା ବେଳେ ଗଳାକାଟି ହତ୍ୟା କରାଯାଇଥିଲା । ପ୍ରେମରେ ବିଫଳ ହେବାରୁ ଶିବାନୀଙ୍କୁ କେହି ମାରିଦେଇଥିବା ସନ୍ଦେହ କରାଯାଉଥିଲା । କିନ୍ତୁ, ଘରୋଇ କଳହକୁ ନେଇ ଶିବାନୀଙ୍କୁ ତାଙ୍କ ଭାଉଜ ହତ୍ୟା କରିଥିବା ପୋଲିସ ସ୍ପଷ୍ଟ କରିଛି ।
https://nandighoshatv.com2-student-murder-in-khordha/
ଓଡ଼ିଶା ଓ ଓଡ଼ିଶା ମଧ୍ୟ ଦେଇ ଯାତ୍ରା କରୁଥିବା ଟ୍ରେନ ବାତିଲ୍
ଆସାମରେ ସ୍ଥିତି ନିୟନ୍ତ୍ରଣାଧୀନ । କିନ୍ତୁ ସେପଟେ କୋଲକାତାରେ ନାଗରିକତା ବିଲକୁ ନେଇ ହିଂସା ବଢିବାରେ ଲାଗିଛି । ପଶ୍ଚିମବଙ୍ଗରେ ଉଇଈକୁ ନେଇ ଦେଖାଦେଇଛି ପୋଡାଜଳା ଓ ହିଂସା । ଏଥିଯୋଗୁଁ ଓଡିଶା ଓ ଓଡିଶା ମଧ୍ୟ ଦେଇ ଯାତ୍ରା କରୁଥିବା ଟ୍ରେନ ଚଳାଚଳ ପ୍ରବାଭିତ ହୋଇଛି । ପଶ୍ଚିମବଙ୍ଗରେ ଦକ୍ଷିଣ ପୂର୍ବ ରେଳପଥର ଖଡ୍ଗପୁର-ହାୱଡା ରେଳ ସେକ୍ସନ ମଧ୍ୟରେ ସଂକ୍ରାଏମ, ମୌରାଗ୍ରାମ, ବଙ୍କା, ନୟାବଜାଜ ଓ ନଳପୁର ଷ୍ଟେସନମାନଙ୍କରେ ବିକ୍ଷୋଭ ଲାଗି ରହିଛି । ସେଥିଯୋଗୁଁ ଓଡିଶା ଓ ଓଡିଶା ମଧ୍ୟ ଦେଇ ଯାତ୍ରା କରୁଥିବା ଟ୍ରେନକୁ ବାତିଲ କରିଛି ପୂର୍ବତଟ ରେଳବାଇ । ଟ୍ରେନ୍ ବାତିଲ ଯୋଗୁଁ ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି ।
‘ମାଷ୍ଟର ସେଫ୍’ରେ ବିକାଶଙ୍କ ପରେ ସ୍ମୃତିଶ୍ରୀ ଦେବେ ଓଡ଼ିଆ ଛୁଙ୍କ
ଭାରତର ସବୁଠୁ ବଡ଼ ରୋଷେଇ ରିଆଲିଟି ସୋ ‘ମାଷ୍ଟର ସେଫ୍’ରେ ଏବେ ଆଉ ଜଣେ ଓଡ଼ିଆ । ପ୍ରଥମେ ଅଭିନାଶ ନାୟକ ତାଙ୍କ ରୋଷେଇର ଯାଦୁ ଦେଖାଇଲା ପରେ ଏବେ ମଇଦାନକୁ ଓହ୍ଲାଇଛନ୍ତି ଆଉ ଜଣେ ଓଡ଼ିଆ ଝିଅ ସ୍ମୃତିଶ୍ରୀ ସିଂ । ବ୍ରହ୍ମପୁରର ଅଭିନାଶ ଚିକେନ୍ ବେସର କରି ବିଚାରକଙ୍କ ମନ କିଣିବା ପରେ ଏବେ ଅନୁଗୁଳ ସିମିଳିପଡ଼ାର ଝିଅ ସ୍ମୃତିଶ୍ରୀ ସିଂ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି ।

ଏକ ଟାସ୍କ ମଧ୍ୟମରେ ୧୧ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟପ୍ ୧୫ରେ ନିଜ ସ୍ଥାନକୁ ପକ୍କା କରିଛନ୍ତି ସ୍ମୃତି । ତେବେ ଏହି ଟାସ୍କରେ ତାଙ୍କ ହାତ ତିଆରି ‘କୁତୁ ଏ ପାସ୍ତା’ ବିଚାରକଙ୍କୁ ଦିୱାନା କରିଥିଲା । ଏବଂ ଏହି ଟାସ୍କ ଜିତିବା ପାଇଁ ବିଚାରକଙ୍କ ପ୍ରଶ୍ନ ଥିଲା ‘କାହିଁକି ତମେ ଭାବୁଛ ତୁମେ ଏହି ମାଷ୍ଟର ସେଫ ପାଇଁ ଯୋଗ୍ୟ ବୋଲି ’ । ଆଉ ଏହାର ଉତ୍ତରରେ ସ୍ମୃତିଶ୍ରୀ କହିଥିଲେ ମୁଁ ଏଥିପାଇଁ ଯୋଗ୍ୟ କାରଣ ମୁଁ ଚାହୁଁଛି ପୂରା ବିଶ୍ୱ ଓଡ଼ିଆ ଖାଇବାର ମଜା ନେଉ ଏବଂ ଓଡ଼ିଶା ବିଷୟରେ ଅଧିକ ଜାଣୁ ।
ଏବଂ ଉତ୍ତର ମିଳିବାପରେ ସେଫ୍ ରଣବୀର ସ୍ମୃତିଶ୍ରୀଙ୍କ ମାଆଙ୍କୁ ସମ୍ବୋଧିତ କରି କହିଥିଲେ ‘ଆପ କି ବେଟି ମାଷ୍ଟର ସେଫ୍ କି ହୁଇ’ । ଏହା ପରେ ରିଆଲିଟି ସୋ’ର ଜଜ୍ ବିକାଶ ତାଙ୍କୁ ଆପ୍ରୋନ୍ ପିନ୍ଧାଇଥିଲେ ।
୨୬ବର୍ଷିୟା ସ୍ମୃତିଶ୍ରୀ ପେଶାରେ ଜଣେ ହୋଟେଲ ମ୍ୟାନେଜର । ସେ ଇନ୍ଷ୍ଟିଚ୍ୟୁଟ୍ ଅଫ ହୋଟେଲ ମ୍ୟାନେଜମେଣ୍ଟ, ଭୁବନେଶ୍ୱରରୁ ଗ୍ରାଜୁଏସନ୍ କମ୍ପ୍ଲିଟ୍ କରିଛନ୍ତି ।
ଦ୍ୱିତୀୟ ଦିନରେ କୋଣାର୍କ ଇକୋ ରିଟ୍ରିଟ ମହୋତ୍ସବ: ଦେଖନ୍ତୁ ଆକାଶମାର୍ଗରୁ ବେଳାଭୂମିର ଆକର୍ଷଣୀୟ ଦୃଶ୍ୟ
ପୁରୀ: କୋଣାର୍କ ଇକୋ ରିଟ୍ରିଟ୍ ମହୋତ୍ସବର ଆଜି ଦ୍ୱିତୀୟ ଦିନ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଲୁନ୍ ଉଡାଇ ଏହି ମହୋତ୍ସବକୁ ଉଦଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ୱର୍ଣ୍ଣିଭ ବେଳାଭୂମିର ସୌନ୍ଦର୍ଯ୍ୟର ଉପୋଭୋଗ କରିଛନ୍ତି । ଏହାସହ ବ୍ୟାଟେରି ଚାଳିତ ଗାଡିରେ ବସି ପର୍ଯ୍ୟଟକଙ୍କ ପାଇଁ ନିର୍ମାଣ ହୋଇଥିବା ଦେଢ କିଲୋମିଟର ବ୍ୟାପୀ କଟେଜ୍ ବୁଲି ଦେଖିଥିଲେ ।

ତେବେ କୋଣାର୍କ ପାଲଟିଛି ପର୍ଯ୍ୟଟକଙ୍କ ପାଇଁ ଜନ୍ନତ୍ । ବେଳାଭୂମିରେ ଅସ୍ଥାୟୀ କଟେଜରେ ରହି ଓଡ଼ିଶାକୁ ଜାଣିବାର ସୁଯୋଗ ପାଉଛନ୍ତି ପର୍ଯ୍ୟଟକ । ଆକାଶମାର୍ଗରୁ କଏଦ ହୋଇଛି ଇକୋ ରିଟ୍ରିଟ୍ର ଆକର୍ଷଣୀୟ ଦୃଶ୍ୟ ।

ପ୍ରକୃତିର କୋଳରେ ସମୁଦ୍ରର ନୀଳ ଜଳରାଶି ଓ ଝାଉଁ ବଣ ଭିତରେ ଅତ୍ୟାଧୁନିକ ଟେଣ୍ଟ ହାଉସ ।

ସେହିପରି ରାତିରେ ଆଲୋକରେ ଝଲସୁଛି ବେଳାଭୂମି । କଟେଜର କାରୁକାର୍ଯ୍ୟ ସାଙ୍ଗକୁ ଆଲୋକସଜ୍ଜା ପର୍ଯ୍ୟଟକଙ୍କ ମନକୁ ଖୁବ ଟାଣୁଛି ।

କାଲିଠୁ ଆହାର କେନ୍ଦ୍ରରେ ଅଧକିଲୋ ପ୍ଲାଷ୍ଟିକ ଦେଲେ ମିଳିବ ଭାତ ଡାଲମା
ଭୁବନେଶ୍ୱର: ସ୍ୱଚ୍ଛତା ରକ୍ଷା ଏକ ସାମୁହିକ ଦାୟିତ୍ୱ । ଏହାକୁ ସରକାର ଏବଂ ନାଗରିକଙ୍କ କ୍ଷୁବ୍ଧ ଦାୟିତ୍ୱ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ପରିବାରରୁ ଆରମ୍ଭ କରି ପ୍ରତ୍ୟେକ ଜନପଥରେ ବର୍ଜ୍ୟର ଭାର ବଢ଼ୁଥିବାର ସଙ୍କେତ ପରିବେଶକୁ ଚେତାବନୀ ଦେଉଥିବାବେଳେ ଭୁବନେଶ୍ୱର ମହାନଗର ନିଗମ ଏକ ନୂଆ ରଣନୀତି ସ୍ୱରୂପ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନାକୁ ଲୋକାଭୀମୁଖି କରିବାର ପଦକ୍ଷେପ ନେଇଛନ୍ତି ।

ପ୍ଲାଷ୍ଟିକ ବର୍ଜ୍ୟକୁ ଉପଯୁକ୍ତ ମୂଲ୍ୟଦେଇ ଏହା ବଦଳରେ ଆହାର ଭୋଜନ ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି ସହରାଞ୍ଚଳ କର୍ତ୍ତୃପକ୍ଷ । ଆସନ୍ତା ୧୬ ଡିସେମ୍ବରରୁ ମହାନଗର ନିଗମାଞ୍ଚଳରେ ସେବା ଯୋଗାଉଥିବା ସମୁଦାୟ ୧୧ଟି ଆହାର କେନ୍ଦ୍ରରେ ପ୍ଲାଷ୍ଟିକ ବଦଳରେ ଆହାର ଭୋଜନ ମିଳିବାର ଶୁଭାରମ୍ଭ ହେବ ।
ବିଏସି, ୟୁଏନଡିପି ଓ ଟଚଷ୍ଟେନ୍ ଫାଉଣ୍ଡେସନର ମିଳିତ ପଦକ୍ଷେପରେ କରାଯିବାକୁ ଥିବା ଏହି ଭିନ୍ନ ଧରଣର ବର୍ଜ୍ୟ ସଂଗ୍ରହ ପଦ୍ଧତିକୁ ସ୍ଥାନୀୟ କଳ୍ପନା ଆହାର କେନ୍ଦ୍ର (ରାଜ୍ୟ ମ୍ୟୁଜିୟମ ସାମ୍ନା) ଦିବା ୧୦.୪୫ ମିନିଟରେ ଶୁଭାରମ୍ଭ ହେବ ।

ଆଜିର ଦିନରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ, ବିଶେଷ କରି ଏକକ ବ୍ୟବହାରଯୁକ୍ତ ,ପ୍ଲାଷ୍ଟିକର ଅତ୍ୟଧିକ ବ୍ୟବହାର ପରିବେଶକୁ ରାସାୟନିକ ବିଷାକ୍ତୀକରଣ କରିଦେବା ଏବଂ ରାସ୍ତା, ନାଳ, ନଦୀ ଓ ଜଳାଶୟ ଇତ୍ୟାଦି ରୋଗଜୀବାଣୁ ବ୍ୟାପିବା, ବୁଲା ପ୍ରାଣୀ ଓ ପଶୁ ପ୍ଲାଷ୍ଟିକ୍ ଭକ୍ଷଣ କରିବା ଖୁବ ଦୁଃଖଦାୟକ ।

ତେଣୁ ସ୍ୱଚ୍ଛତାର ଅଭ୍ୟାସ ଆପଣେଇବା ପାଇଁ ବିଏମସି କର୍ତ୍ତୃପକ୍ଷ ପ୍ରତ୍ୟେକ ଆହାର କେନ୍ଦ୍ରଠାରେଖୋଲିବେ ପ୍ଲାଷ୍ଟିକ ବଦଳରେ ଆହାର ଭୋଜନ । ଅଧକେଜି ପ୍ଲାଷ୍ଟିକ ଦେଇ ନାଗରିକ ଏକ ଆହାର ମିଲ୍ ଖାଇବାର ସୁବିଧା ସମସ୍ତ ଆହାର କେନ୍ଦ୍ରରେ ଉପଲବ୍ଧ ହେବ ।
. ପ୍ରତିଦିନ ଜଣେ ଏକ କେଜି ପ୍ଲାଷ୍ଟିକ ଦେଇପାରିବ ।
.ଏହାର ପରିଚାଳନା ଡେପୁଟି କମିଶନର ୱେଲ୍ ଫେୟାରଙ୍କ ଉପରେ ନ୍ୟସ୍ତ ରହିବ ।
. ସମସ୍ତ ପ୍ଲାଷିକ ୟୁଏନଡିପି ନେବ ଓ ଏହାର ବୈଜ୍ଞାନିକ ପ୍ରକ୍ରିୟା କରଣ କରିବ ।
ଏହାଦ୍ୱାରା ଉତ୍ସରୁ ପୃଥକୀକରଣ ଅଭ୍ୟାସଗତ ହେବ ।
ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ତିନି ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍
କଳାହାଣ୍ଡି: ରାଜ୍ୟରେ ବଢୁଛି ଦୁଷ୍କର୍ମ ମାମଲା । ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଘଟଣା ଘଟିଛି ଭବାନୀପାଟଣା ସଦର ଥାନା ଅଞ୍ଚଳରେ । ଲିଫ୍ଟ ଦେବା ବାହାନାରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗୋବରା ନାଳରେ ତିନି ଜଣ ଦୁର୍ବୃତ୍ତ ମହିଳାଙ୍କୁ ଟେକି ନେଇ ଜୋରଜବରଦସ୍ତ ଦୁଷ୍କର୍ମ ପରେ ଘଟଣା ପ୍ରଘଟ ନ କରିବାକୁ ଧମକ ଦେଇଥିବା ଅଭିଯୋଗ ।

ଭବାନୀପାଟଣାର ସଦର ଥାନାରେ ଅଭିଯୋଗ ପରେ ତଲମଲା ଗାଁର ତିନି ଅଭିଯୁକ୍ତ ଝସକେତନ ନାଗ, ଲକ୍ଷ୍ମୀକାନ୍ତ ନାଗ, କିଶୋର ଚନ୍ଦ୍ର ମହାଲିକୁ ଗିରଫ କରିଛି ପୋଲିସ ।

ଗୋଆରୁ ଦାଦନ ସ୍ୱାମୀ ପଠାଇଥିବା ଟଙ୍କା ପୌଠ କରିବାକୁ ଯାଉଥିବା ବେଳେ ମହିଳା ଜଣଙ୍କ ଗଣଦୁଷ୍କର୍ମର ଶୀକାର ହୋଇଥିବା କହିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ଆଜି ଭାରତ-ଇଣ୍ଡିଜ ପ୍ରଥମ ଦିନିକିଆ: ଚେନ୍ନାଇର ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ
ଆଜି ଭାରତ-ଇଣ୍ଡିଜ ପ୍ରଥମ ଦିନିକିଆ ମ୍ୟାଚ । ଚେନ୍ନାଇର ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଟି-୨୦ ସିରିଜକୁ ୨-୧ ରେ ଜିତିବା ପରେ ଦିନିକିଆରେ ବି ଭଲ ପ୍ରଦର୍ଶନ ଆଶାରେ ଟିମ୍ ଇଣ୍ଡିଆ ।

ଦଳରେ ଆହତ ଶିଖର ଧାୱନଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ସ୍ଥାନ ମିଳିଛି । ତେବେ ରୋହିତଙ୍କ ସହ କେ.ଏଲ ରାହୁଳଙ୍କୁ ମିଳିପାରେ ଓପନିଂ ଦାୟିତ୍ୱ । ସେହିପରି ଆହତ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ଶ୍ରାଦୁଲ ଠାକୁରଙ୍କୁ ସୁଯ଼ୋଗ ଦେଇଛନ୍ତି ଚୟନକର୍ତ୍ତା । ସେପଟେ ପୋଲାର୍ଡଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ଦିନିକିଆରେ ଭଲ ପ୍ରଦର୍ଶନ ଆଶା ରଖିଛି ।
ଘରେ କେହି ନଥିବା ବେଳେ +୨ ଛାତ୍ରୀଙ୍କୁ ଗଳା କାଟି ହତ୍ୟା, ଏକତରଫା ପ୍ରେମ ସନ୍ଦେହ
ଖୋର୍ଦ୍ଧା: ଖୋର୍ଦ୍ଧା ବାଲୁଗାଁ ଗଙ୍ଗାନଗରରେ ଛାତ୍ରୀଙ୍କୁ ହତ୍ୟା । ଘରେ କେହି ନ ଥିବା ବେଳେ ଛାତ୍ରୀଙ୍କୁ ଗଳା କାଟି ହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ଯୁବତୀ ଜଣଙ୍କ ଯୁକ୍ତ ଦୁଇର ଛାତ୍ରୀ ଥିବା ଜଣାପଡ଼ିଛି ।

ପ୍ରାଥମିକ ସୁଚନା ମୁତାବକ ଏକତରଫା ପ୍ରେମରେ ବିଫଳ ହୋଇ ପ୍ରେମିକ ଏଭଳି କାଣ୍ଡ ବିହାଇଥିବା ଅନୁମାନ କରାଯାଉଛି । ଘରେ କେହି ନଥିବାର ସୁଯୋଗ ନେଇ ଯୁବତୀଙ୍କୁ ଗଳାକାଟି ତାକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାଡି ପଳାଇଥିଲା । ପରିବାର ଲୋକେ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲକୁ ସ୍ଥାନାନ୍ତର କରିଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଏହି ଘଟଣାରେ ଯୁବତୀଙ୍କ ଭାଉଜ ଓ ଶିବା ନାମକ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଏସ.ପି ସୂଚନା ଦେଇଛନ୍ତି ।

