ଶିବାନୀ ମର୍ଡର ପଛର ମିଷ୍ଟ୍ରି, ସହି ନପାରି ମାରିଦେଲା…

1 min read

ଖୋର୍ଦ୍ଧା: ଶିବାନୀ ମର୍ଡର ଉପରୁ ହଟିଲା ପରଦା । ଭିଲିୟାନ୍ ଭାଉଜ କାବେରୀ ବେହେରାକୁ ଗିରଫ କଲା ପୋଲିସ । ତେବେ, ନଣନ୍ଦଙ୍କୁ କାହିଁକି ମାରିଲା ଭାଉଜ ? ମର୍ଡର ପଛରେ ପରକୀୟା ପ୍ରୀତି ନା ଆଉ କିଛି କାରଣ । ଏ ରହସ୍ୟ ଖୋଲିଛି ପୋଲିସ । ପରକୀୟା ପ୍ରୀତି ନୁହେଁ ବରଂ ଘରୋଇ କଳହକୁ ନେଇ ଭାଉଜ ନଣନ୍ଦର ତଣ୍ଟିକାଟି ବୀଭତ୍ସ ଭାବେ ହତ୍ୟା କରିଛି ।

ଖୋର୍ଦ୍ଧା ଏସପିଙ୍କ ପ୍ରେସମିଟ୍

ପୋଲିସର ସୂଚନା ଅନୁଯାୟୀ, ଶିବାନୀଙ୍କ ଭାଇ ଦିଲୀପ କାବେରୀଙ୍କୁ ଘରକୁ ନେଇ ଆସିଥିଲେ । ଯାହାକୁ ନେଇ ବିଚଳିତ ଥିଲେ ନଣନ୍ଦ ଶିବାନୀ । ଭାଉଜ କାବେରୀଙ୍କୁ ଶିବାନୀ ସହ୍ୟ କରିପାରୁ ନଥିଲେ । ବିଭିନ୍ନ ସମୟରେ ଯୌତୁକ ଦାବି ଓ ଟିଭି ଦେଖାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିଲା । ୨୦ ଦିନ ତଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ସମାଧାନ କରିଥିଲେ ପରିବାର ଲୋକ ।

ମୃତ୍ୟୁ ପରେ ଶୋକାକୁଳ ପରିବେଶ

କିନ୍ତୁ, ଶନିବାର ଏସବୁର ଥିଲା ଶେଷ ରାତି । କାରଣ ନଣନ୍ଦର ନିର୍ଯାତନା କାବେରୀ ପାଇଁ ଅସହ୍ୟ ହୋଇ ପଡ଼ିଥିଲା । ସନ୍ଧ୍ୟାରେ କାବେରୀ ବସି ଟିଭି ଦେଖୁଥିବା ବେଳେ ନଣନ୍ଦ ଶିବାନୀ ତାଙ୍କୁ ବାରଣ କରିବା ସହ ରୋଷେଇ ପାଇଁ କହିଥିଲେ । ଆଉ ତାପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଉତକ୍ଷିପ୍ତ ହୋଇ ଭାଉଜ ନଣନ୍ଦକୁ ଛୁରୀରେ ତଣ୍ଟି କାଟି ହତ୍ୟା କରିଥିଲା । ବାଲୁଗାଁ ପୋଲିସ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରିଥିବା ଏସପି ସୂଚନା ଦେଇଛନ୍ତି ।

https://nandighoshatv.combalugaon-police-arrested-sister-in-law-in-plus-2-student-shivani-murder-case/

 

Leave a Reply