ଦ୍ୱିତୀୟ ଦିନରେ କୋଣାର୍କ ଇକୋ ରିଟ୍ରିଟ ମହୋତ୍ସବ: ଦେଖନ୍ତୁ ଆକାଶମାର୍ଗରୁ ବେଳାଭୂମିର ଆକର୍ଷଣୀୟ ଦୃଶ୍ୟ

ପୁରୀ: କୋଣାର୍କ ଇକୋ ରିଟ୍ରିଟ୍‌ ମହୋତ୍ସବର ଆଜି ଦ୍ୱିତୀୟ ଦିନ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ବେଲୁନ୍‌ ଉଡାଇ ଏହି ମହୋତ୍ସବକୁ ଉଦଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ୱର୍ଣ୍ଣିଭ ବେଳାଭୂମିର ସୌନ୍ଦର୍ଯ୍ୟର ଉପୋଭୋଗ କରିଛନ୍ତି । ଏହାସହ ବ୍ୟାଟେରି ଚାଳିତ ଗାଡିରେ ବସି ପର୍ଯ୍ୟଟକଙ୍କ ପାଇଁ ନିର୍ମାଣ ହୋଇଥିବା ଦେଢ କିଲୋମିଟର ବ୍ୟାପୀ କଟେଜ୍‌ ବୁଲି ଦେଖିଥିଲେ ।

ତେବେ କୋଣାର୍କ ପାଲଟିଛି ପର୍ଯ୍ୟଟକଙ୍କ ପାଇଁ ଜନ୍ନତ୍‌ । ବେଳାଭୂମିରେ ଅସ୍ଥାୟୀ କଟେଜରେ ରହି ଓଡ଼ିଶାକୁ ଜାଣିବାର ସୁଯୋଗ ପାଉଛନ୍ତି ପର୍ଯ୍ୟଟକ । ଆକାଶମାର୍ଗରୁ କଏଦ ହୋଇଛି ଇକୋ ରିଟ୍ରିଟ୍‌ର ଆକର୍ଷଣୀୟ ଦୃଶ୍ୟ ।

ପ୍ରକୃତିର କୋଳରେ ସମୁଦ୍ରର ନୀଳ ଜଳରାଶି ଓ ଝାଉଁ ବଣ ଭିତରେ ଅତ୍ୟାଧୁନିକ ଟେଣ୍ଟ ହାଉସ ।

ସେହିପରି ରାତିରେ ଆଲୋକରେ ଝଲସୁଛି ବେଳାଭୂମି । କଟେଜର କାରୁକାର୍ଯ୍ୟ ସାଙ୍ଗକୁ ଆଲୋକସଜ୍ଜା ପର୍ଯ୍ୟଟକଙ୍କ ମନକୁ ଖୁବ ଟାଣୁଛି ।

 

 

Leave a Reply