ଓଡ଼ିଶା ଓ ଓଡ଼ିଶା ମଧ୍ୟ ଦେଇ ଯାତ୍ରା କରୁଥିବା ଟ୍ରେନ ବାତିଲ୍

1 min read

ଆସାମରେ ସ୍ଥିତି ନିୟନ୍ତ୍ରଣାଧୀନ । କିନ୍ତୁ ସେପଟେ କୋଲକାତାରେ ନାଗରିକତା ବିଲକୁ ନେଇ ହିଂସା ବଢିବାରେ ଲାଗିଛି । ପଶ୍ଚିମବଙ୍ଗରେ ଉଇଈକୁ ନେଇ ଦେଖାଦେଇଛି ପୋଡାଜଳା ଓ ହିଂସା । ଏଥିଯୋଗୁଁ ଓଡିଶା ଓ ଓଡିଶା ମଧ୍ୟ ଦେଇ ଯାତ୍ରା କରୁଥିବା ଟ୍ରେନ ଚଳାଚଳ ପ୍ରବାଭିତ ହୋଇଛି । ପଶ୍ଚିମବଙ୍ଗରେ ଦକ୍ଷିଣ ପୂର୍ବ ରେଳପଥର ଖଡ୍‌ଗପୁର-ହାୱଡା ରେଳ ସେକ୍ସନ ମଧ୍ୟରେ ସଂକ୍ରାଏମ, ମୌରାଗ୍ରାମ, ବଙ୍କା, ନୟାବଜାଜ ଓ ନଳପୁର ଷ୍ଟେସନମାନଙ୍କରେ ବିକ୍ଷୋଭ ଲାଗି ରହିଛି । ସେଥିଯୋଗୁଁ ଓଡିଶା ଓ ଓଡିଶା ମଧ୍ୟ ଦେଇ ଯାତ୍ରା କରୁଥିବା ଟ୍ରେନକୁ ବାତିଲ କରିଛି ପୂର୍ବତଟ ରେଳବାଇ । ଟ୍ରେନ୍‌ ବାତିଲ ଯୋଗୁଁ  ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି ।

Leave a Reply