spot_img
Home Blog Page 7564

ଆଇନ୍‌ର ପଞ୍ଝାରୁ ଆଉ ଖସିପାରିବେନି ଦୁଷ୍କର୍ମକାରୀ । ସବୁ ଦୁଷ୍କର୍ମ ମାମଲା ଉପରେ ସୁପ୍ରିମକୋର୍ଟଙ୍କ ରହିବ କଡ଼ା ନଜର

ନୂଆଦିଲ୍ଲୀ: ଦେଶରେ ଦୁଷ୍କର୍ମ ମାମଲା ଦିନକୁ ଦିନ ବଢ଼ି ଚାଲିଛି । ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ ପ୍ରତି ଘଣ୍ଟାରେ ୩ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ଏହି ରିପୋର୍ଟ ଦେଶକୁ ଏକ ଅସ୍ୱସ୍ତିକର ପରିବେଶରେ ଛିଡ଼ା କରାଇଛି । ଏଭଳି ସ୍ଥିତିରେ ସରକାର ହାତ ଟେକି ଦେଇଥିବା ବେଳେ ଆଗେଇ ଆସିଛନ୍ତି ସର୍ବୋଚ୍ଚ ଅଦାଲତ । ଏଣିକି ଦେଶରେ ଘଟୁଥିବା ପ୍ରତି ଦୁଷ୍କର୍ମ ମାମଲା ଉପରେ ନଜର ରଖିବେ ସୁପ୍ରିମକୋର୍ଟ ।

ଦେଶର ପ୍ରତି ଦୁଷ୍କର୍ମ ମାମଲା ଉପରେ ନଜର ରଖିବା ସହ କିଭଳି ଶୀଘ୍ର ଫଇସଲା ହେବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିପାଇଁ ସୁପ୍ରିମକୋର୍ଟର ଦୁଇଜଣ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି ।

 

ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବ୍‌ଡେ । କମିଟିରେ ଜଷ୍ଟିସ ସୁଭାଷ ରେଡ୍ଡୀ ଓ ଜଷ୍ଟିସ ଏମ୍‌ ଆର ଶାହ ସଦସ୍ୟ ରହିଛନ୍ତି । କମିଟି ଦେଶର ନିମ୍ନ ଅଦାଲତ ସହ ହାଇକୋର୍ଟରେ ଦାଖଲ ଦୁଷ୍କର୍ମ ମାମଲାର କିଭଳି ଶୀଘ୍ର ବିଚାର ହୋଇପାରିବ ସେ ନେଇ ପଦକ୍ଷେପ ନେବେ । ରାଜ୍ୟ ସରକାରମାନେ କୋର୍ଟଙ୍କ ଆଦେଶ ଅନୁପାଳନ କରୁନଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିବା ପରେ ଏହିଭଳି ପଦକ୍ଷେପ ନେଇଛନ୍ତି ।


ମହିଳାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଗତ ୧୭ ବର୍ଷରେ ଦୁଇ ଗୁଣ ବଢ଼ିଛି । ୨୦୦୧ରୁ ୨୦୧୭ ମଧ୍ୟରେ ଦେଶରେ ୪ ଲକ୍ଷ ୧୫ ହଜାର ୭୮୬ ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ପ୍ରତିଦିନ ହାରାହାରି ୬୭ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ୨୦୦୧ରେ ସାରା ଦେଶରେ ମୋଟ୍‌ ୧୬ ହଜାର ୭୫ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ୨୦୧୭ ବେଳକୁ ଏହି ସଂଖ୍ୟା ୩୨ ହଜାର ୫୫୯ରେ ପହଞ୍ଚି ଯାଇଛି । ଅର୍ଥାତ୍‌ ୧୭ ବର୍ଷରେ ଦୁଷ୍କର୍ମ ମାମଲାରେ ୧୦୩ ପ୍ରତିଶତ ବୃଦ୍ଧି ଘଟିଛି । ଦୁଷ୍କର୍ମ ସଂଖ୍ୟା ବୃଦ୍ଧି ମାମଲାରେ ସବୁଠୁ ଆଗରେ ରହିଛି ଗୋଆ । ସେଠାରେ ଦୁଷ୍କର୍ମ ମାମଲା  ୫୩୩ %କୁ ବୃଦ୍ଧି ହୋଇଥିବା ବେଳେ ଉତ୍ତରାଖଣ୍ଡରେ ଏହି ହାର ୪୦୫ ପ୍ରତିଶତ ରହିଛି ।

କୁନ୍ଦୁଲି ମାମଲାରେ ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କଲା ଏସଆଇଟି

0

କଟକ : କୋରାପୁଟର ବହୁଚର୍ଚ୍ଚିତ କୁନ୍ଦୁଲି ଦୁଷ୍କର୍ମ ମାମଲାରେ ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛି ଏସଆଇଟି । ଏକ ଜଉମୁଦ ଲଫାପାରେ ଏହି ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି ଏବଂ ଖୁବଶୀଘ୍ର ତଦନ୍ତ ଶେଷ ହେବ ବୋଲି ଆଡଭୋକେଟ ଜେନେରାଲ କୋର୍ଟକୁ ଅବଗତ କରାଇଛନ୍ତି । ତେବେ ଏଥିପାଇଁ  ଅଧିକ ଏକ ସପ୍ତାହର ମହଲତ ମଗାଯାଇଛି ।

ଆସନ୍ତା ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଗତ ଶୁଣାଣୀରେ ହାଇକୋର୍ଟ ତିନି ଜଣିଆ ଟିମ୍ ଗଠନ କରି କୁନ୍ଦୁଲି ମାମଲାର ତୁରନ୍ତ ଯାଞ୍ଚ କରି ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ତିନିଜଣ ଡିଆଇଜି ରାଙ୍କର ଅଫିସରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ସେମାନେ କୁନ୍ଦୁଲି ମାମଲାରେ ତଦନ୍ତ କରି କୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ।

ଖ୍ରୀଷ୍ଟମାସ ଟ୍ରି ଭିତରୁ ବାହାରିଲା ୧୦ ଫୁଟର ଅଜଗର, ଆଉ ତା’ପରେ…

0

ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆରେ ଏମିତି କିଛି ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଜଣେ ମହିଳା ଖ୍ରୀଷ୍ଟମାସ ଟ୍ରି ଭିତରେ ୧୦ ଫୁଟର ଅଜଗର ଶୋଇଥିବା ଦେଖିବାକୁ ପାଇଲେ । ସୂଚନା ଅନୁଯାୟୀ, ଲୀନ ଚେପମେନ୍ ଏବଂ ତାଙ୍କ ସ୍ୱାମୀ କ୍ୱିସଲେଣ୍ଡ ସନ୍ଧ୍ୟାରେ ନିଜ ଆପାର୍ଟମେଣ୍ଟରେ ପହଞ୍ଚିବା ମାତ୍ରେ ବଲକୋନିରୁ କିଛି ଶବ୍ଦ ଆସୁଥିବା ଶୁଣିଲେ । ଯାହା କୌଣସି ଏକ ପକ୍ଷୀର ହୋଇଥିବା ଅନୁମାନ କରିଥିଲେ ଦମ୍ପତି । କିନ୍ତୁ ଯେତେବେଳେ ସେ ବଲକୋନିରେ ଥିବା ଖ୍ରୀଷ୍ଟମାସ ଟ୍ରି ପାଖକୁ ଗଲେ ସେତେବେଳେ ତାଙ୍କ ହୋସ ଉଡ଼ିଗଲା ।

 

କାରଣ ସେ ଶବ୍ଦ କୌଣସି ପକ୍ଷୀର ନୁହଁ ବରଂ ଏକ ଅଜଗରର ଥିଲା ଯାହା ଗଛରେ ଗୁଡ଼େଇ ହୋଇ ରହିଥିବାର ଦେଖିଥିଲେ । ଏବଂ ଦମ୍ପତି ସାପଟି ନ ଘଉଡ଼େଇ ତାକୁ ସେହି ଜାଗାରେ ହିଁ  ଛାଡିଦେଇଥିଲେ । ରାତିରେ ସାପଟି ଖ୍ରୀଷ୍ଟମାସ ଟ୍ରି ଛାଡିକି ପଳେଇଥିଲା । ପ୍ରଥମେ ଦମ୍ପତି ଏହାକୁ ଏକ ଛୋଟ ସାପ ବୋଲି ଅନୁମାନ କରିଥିଲେ କିନ୍ତୁ ଯେତେବେଳେ ସାପଟି ଯେତେବେ ଗଛରୁ ବାହାରକୁ ବାହାରିଲା ତାହା ୧୦ ଫୁଚ ଲମ୍ବା ବୋଲି ଜଣା ପଡ଼ିଲା ।

 

ଲୀନ ଚେପମେନଙ୍କ କହିବା ଅନୁସାରେ, ‘ ଆମେ ଅଜଗରକୁ ଜମାବି ହଇରାଣ କରିନାହୁଁ ବାସ୍ ଝରକା ବନ୍ଦ କରି ତା ଉପରେ ଆମେ ନଜର ରଖିଥିଲୁ । ସେ ଦେଖିବାକୁ ଖୁବ ସୁନ୍ଦର ଲାଗୁଥିଲା । ସେ ବହୁତ ବଡ଼ ମଧ୍ୟ ଥିଲା । ମୁଁ ଜୀବନରେ କେବେ ଏତେବଡ଼ ସାପ ଦେଖିନଥିଲି।’

ବହୁଚର୍ଚ୍ଚିତ ୟୁପିର ଉନ୍ନାଓ ଦୁଷ୍କର୍ମ ମାମଲା, ପୂର୍ବତନ ବିଜେପି ବିଧାୟକ ଦୋଷୀ ସାବ୍ୟସ୍ତ, ଗୁରୁବାର ହେବ ଦଣ୍ଡବିଧାନ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଶେଷରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ପୂର୍ବତନ ବିଜେପି ବିଧାୟକ କୁଲଦୀପ ସେନଗର । ବହୁଚର୍ଚ୍ଚିତ ଉନ୍ନାଓ ଅପହରଣ ଓ ଦୁଷ୍କର୍ମ ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂ ସେନଗାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ତିସ୍ ହଜାରୀ କୋର୍ଟ । ୨୦୧୭ରେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ କୋର୍ଟ ସେନଗରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଚାର୍ଜସିଟ୍ ପ୍ରଦାନରେ ବିଳମ୍ବ ଯୋଗୁଁ ସିବିଆଇକୁ ଭତ୍ସନା କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଲକ୍ଷ୍ନୌରୁ ଦିଲ୍ଲୀକୁ ଏହି ମାମଲା ସ୍ଥାନାନ୍ତର ହୋଇଥିଲା। ଆସନ୍ତା ଗୁରୁବାର ଦଣ୍ଡ ବିଧାନ ହେବ। ବାଙ୍ଗରମାଉ ବିଧାନସଭା ଆସନରୁ ଚତୁର୍ଥ ଥର ବିଧାୟକ ହୋଇଥିବା ସେନଗରଙ୍କୁ ଏହି ମାମଲାରେ ଗତ ଅଗଷ୍ଟରେ ବିଜେପି ଦଳରୁ ବହିଷ୍କାର କରିଥିଲା । ଅଗଷ୍ଟରେ କୋର୍ଟ, ବିଧାୟକ ଓ ଅଭିଯୁକ୍ତ ଶଶୀ ସିଂହଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଅପହରଣ, ଦୁଷ୍କର୍ମ ଓ ପକ୍ସୋ ଆକ୍ଟ ଲାଗୁ କରିଥିଲେ । ଆଜି ବନ୍ଦ କଠୋରୀରେ କୋର୍ଟ ମାମଲାର ଶୁଣାଣି କରିଥିଲେ । ଆସନ୍ତା ୧୯ ତାରିଖରେ କୋର୍ଟ ଦଣ୍ଡ ବିଧାନ କରିବେ ।

 

ଚୁଟି ଘୋଷାରି ମାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ: ଥାନାରେ ଅଭିଯୋଗ କଲେ ବୋହୂ

0

ପାଟଣା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଓ ତାଙ୍କ ବୋହୂ ଐଶର୍ଯ୍ୟାଙ୍କ ମଧ୍ୟରେ ଲାଗି ରହିଥିବା ବିବାଦରେ ଯୋଡ଼ି ହୋଇଛି  ନୂଆ ଫର୍ଦ୍ଧ ।  ଶାଶୂ ରାବରୀ ଦେବୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ବୋହୂ ଐଶର୍ଯ୍ୟା । ଶାଶୂ ରାବରୀ ଦେବୀ ତାଙ୍କୁ ଜବରଦସ୍ତି ଘରୁ ବାହାର କରିଦେଇଥିବା ଅଭିଯୋଗ କରିଛନ୍ତି ଐଶର୍ଯ୍ୟା ।

ଗତ ୫ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ନିଜ ଶାଶୂଙ୍କ ନାଁରେ ସେ ଏଭଳି ଅଭିଯୋଗ ଆଣିଛନ୍ତି । ରାବରୀ ଦେବୀ ତାଙ୍କ ଚୁଟି ଘୋଷାଡ଼ି ତାଙ୍କୁ ମାଡ଼ ମାରିଛନ୍ତି । ଏହା ପରେ ମୋତେ ସୁରକ୍ଷାକର୍ମୀଙ୍କ ଦ୍ୱାରା 10 ସର୍କୁଲାର ରୋଡ୍‌ରୁ ବହାର କରିଦେଇଥିଲେ । ଘଟଣାସମ୍ପର୍କରେ ଜାଣି ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚିଥିଲେ ଐାଶର୍ଯ୍ୟାଙ୍କ ବାପା ତଥା ବିଧାୟକ ଚନ୍ଦ୍ରିକ ରାଏ ।

ମିଳିଥିବା ସୂଚନା ମୁତାବକ, ଘଟଣାନେଇ ରାବରୀ ଦେବୀଙ୍କ ନାଁରେ ସଚିବାଳୟ ପୋଲିସ ଷ୍ଟେସନ୍‌ରେ ମାମଲା ରୁଜୁ ହୋଇଛି । ଏ ନେଇ ଏସ୍‌ପି ଗରିମା ମଲ୍ଲିକଙ୍କୁ ମଧ୍ୟ ଫୋନ୍‌ କରିଜଣାଇଛନ୍ତି ଐଶର୍ଯ୍ୟା ।

ଅପରପକ୍ଷରେ ଐଶର୍ଯ୍ୟା ଓ ତାଙ୍କ ଶାଶୂ ହାତାହତି ହେବା ପରେ ତାଙ୍କୁ ବଡ଼ଗାର୍ଡଙ୍କ ଦ୍ୱାରା ଘରୁ ବାହାର କରିଦିଆାଯାଇଥିବା ତାଙ୍କ  ସ୍ୱାମୀ ତେଜ ପ୍ରତାପ ଯାଦବ ଗଣମାଧ୍ୟମକୁ କହିଛନ୍ତି ।

ଭାରତରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ ନେଇ କଣ କହିଲା ବାଂଲାଦେଶ

ଢାକା: ସଂଶୋଧିତ ନାଗରିକତା ଆଇନକୁ ଭାରତରେ ବିରୋଧ । ପଡ଼ୋଶୀ ବାଂଲାଦେଶ ଦେଲା ନୂଆ ମେସେଜ୍ । ଭାରତରେ ବେଆଇନ୍ ଭାବେ ରହୁଥିବା ବାଂଲାଦେଶୀଙ୍କ ତାଲିକା ଦେବା ପାଇଁ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ମେମନ ଅନୁରୋଧ କରିଛନ୍ତି ।

ଭାରତରେ ରହୁଥିବା ବାଂଲାଦେଶୀ ମାନଙ୍କୁ ନିଜ ଦେଶକୁ ଫେରିବାର ସୁବିଧା ଯୋଗାଇ ଦିଆଯିବ ବୋଲି ମେମନ କହିଛନ୍ତି । ଏନଆରସିର ଏକ ପ୍ରଶ୍ନର ଉତ୍ତର ରଖି ମମେନ କହିଛନ୍ତି ଯେ, ବାଂଲାଦେଶ ଏବଂ ଭାରତର ସମ୍ବନ୍ଧ ଖୁବ ଭଲ । ଭାରତରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରାଯାଉଛି । ଆମେ ଚାହୁଁନୁ ବିବାଦ ପାଇଁ ୨ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେଉ ।

https://nandighoshatv.comprime-minister-modi-appeal-peace-over-caa-protest/

ବିତର୍କ କର, ବିରୋଧ ନୁହଁ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାନ୍ତି ଅପିଲ୍ । ପୋଡ଼ାଜଳା, ଭଙ୍ଗାରୁଜା ବନ୍ଦ କରିବାକୁ ଟ୍ୱିଟ୍ କରି ନିବେଦନ କଲେ ମୋଦି । ନାଗରିକତା ସଂଶୋଧନ ଆଇନକୁ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ଦୁର୍ଭାଗ୍ୟପୂର୍ଣ୍ଣ ଓ ଦୁଃଖଦ କହିଛନ୍ତି । ହିଂସାକୁ ଉସୁକାଉଥିବା ଲୋକଙ୍କ ଠାରୁ ସାବଧାନ ରହିବା ସହ ଆଇନ୍ ଭାଇଚାରାର ନିର୍ଦ୍ଦଶନ ବଲି ମୋଦି କହିଛନ୍ତି ।

ବିତର୍କ, ଚର୍ଚ୍ଚା ଓ ଅସହମତି ଗଣତନ୍ତ୍ରର ଅଭିନ୍ନ ଅଙ୍ଗ । କିନ୍ତୁ ସର୍ବସାଧାରଣ ସମ୍ପତ୍ତି ନଷ୍ଟ ଓ ସାଧାରଣ ଜନଜୀବନକୁ କ୍ଷତି ପହଞ୍ଚାଇବା ଆମ ସ୍ୱଭାବ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଆଇନ୍ ଶତାବ୍ଦୀ ପୁରୁଣା ଶାନ୍ତି, ଭାଇଚାରା ଓ କରୁଣାର ନିର୍ଦ୍ଦଶନ ।

ସଂଶୋଧିତ ନାଗରିକତା ଆଇନ୍ କୌଣସି ଭାରତୀୟଙ୍କ ଲାଗି କ୍ଷତି ପହଞ୍ଚାଇବ ନାହିଁ । କୌଣସି ଭାରତୀୟ ଏଥିଯୋଗୁଁ ଭୟଭୀତ ହେବା ଉଚିତ୍ ନୁହେଁ । ଯେଉଁମାନେ ଅନ୍ୟ କୌଣସି ରାସ୍ତା ନପାଇ ଭାରତ ଚାଲି ଆସୁଛନ୍ତି ଏହି ଆଇନ୍ ସେହି ମାନଙ୍କ ଲାଗି ବୋଲି ମୋଦି କହିଛନ୍ତି ।

ମାସେ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଚାଲିଥାଏ ଏଭଳି ନୀତି….ଦର୍ଶନ କଲେ ମିଳିବ କୋଟି ପୂଣ୍ୟ

0

ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ନୀତି ଦୀର୍ଘ ମାସେ ଧରି ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ।

ସ୍ୱତନ୍ତ୍ର ନୀତି ଅନୁସାରେ ଆଜିଠାରୁ ପ୍ରତ୍ୟେହ  ରାତି ୩ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟା, ୩.୩୦ରେ ଭିତର ଶୋଧ, ୩.୪୫ରେ ମଙ୍ଗଳ ଆଳତୀ ଓ ରୋଷ ହୋମ, ଭୋର ସାଢେ ଚାରିଟାରେ ମଇଲମ ଓ ତଡପ ଲାଗି, ୫ଟା ରେ ଅବକାଶ, ୫.୪୫ରେ ସୂର୍ଯ୍ୟପୂଜା, ସକାଳ ୬ରେ ଦ୍ୱାରପାଳ ପୂଜା ଓ ବେଶ ଶେଷ, ୬.୨୦ ରୁ ୬.୫୦ମଧ୍ୟରେ ପହିଲି ଭୋଗ, ସାଢେ ସାତଟା ରୁ ୯ଟା ମଧ୍ୟରେ କୋଠଭୋଗ,  ୯ଟା ୨୦ରୁ ୧୦ଟା ମଧ୍ୟରେ ପୁନର୍ବାର ମଇଲମ ଓ ବେଶ ପରେ ଭୋଗମଣ୍ଡପ ଓ ଅନ୍ୟାନ୍ୟ ନୀତି ବଢ଼ି ଦିନ ୨ଟାରେ ଦ୍ଵିତୀୟ ଭୋଗ ମଣ୍ଡପ, ସାଢେ ଦୁଇଟାରେ ଦିବା ପହୁଡ଼ ଓ ସାଢେ ଚାରିଟାରେ ଦ୍ୱାର ଫିଟା ହୋଇ ସନ୍ଧ୍ୟା ଆଳତୀ, ମଇଲମ, ରାତି ପ୍ରାୟ ୯ଟାରେ ଚନ୍ଦନ ଲାଗି ପରେ ରାତି ୧୦ଟାରେ ମହାପ୍ରଭୁଙ୍କ  ବଡସିଂହାର ବେଶ ପରେ ଅନ୍ୟାନ୍ୟ ନୀତି ବଢ଼ି ରାତି ୧୧ଟାରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ । ତେବେ ଏହି ଦିନ ମହାପ୍ରଭୁଙ୍କୁ ଦର୍ଶନ କଲେ ପୁଣ୍ୟ ପ୍ରାପ୍ତି ହୁଏ ବୋଲି ଗବେଷକ ମତଦେଇଛନ୍ତି  ।

ଏହି ଏକମାସ ବ୍ୟାପି ରୋଷ ଘରେ ମହାପ୍ରଭୁଙ୍କ ପହିଲି ଭୋଗ ପ୍ରସ୍ତୁତ କରାଯାଏ  । ଏହି ପହିଲି ଭୋଗରେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ବ୍ୟଞ୍ଜନ, ବଡ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡା, କାକେରା, ଅମାଲୁ, ନଳୀ, ଏଣ୍ଡୁରି, ମୁଗେଇ, ଚଢ଼େଇନଦା, ଲଡ଼ୁ, ଗଜା, ଗଇଁଠା, ମଣ୍ଡା ଓ ଖଇର ଚୁଳ ଆଦି ମହାପ୍ରଭୁଙ୍କୁ ଭୋଗ କରାଯାଇଥାଏ । ପ୍ରତିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ମହାପ୍ରଭୁଙ୍କ ଅବକାଶ ଓ ମଙ୍ଗଳ ଆଳତୀ  ବଢିବା ପରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲାଗି କରାଯାଏ  । ଏହି ଅବସରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ଲାଗି ରହିଛି  ।

ମହାପ୍ରଭୁଙ୍କ ରୀତି ନୀତି ଅନୁଯାୟୀ ଆଜିଠାରୁ ସହରରେ ଥିବା ବିଭିନ୍ନ ଦେବଦେବୀ ମନ୍ଦିର ସମେତ ଜାଗା ଆଖଡ଼ା ମାନଙ୍କରେ ମଧ୍ୟ ପାହିଲିଭୋଗ ନୀତି ଅନୁଷ୍ଠିତ ହୋଇଥାଏ ।