କୁନ୍ଦୁଲି ମାମଲାରେ ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କଲା ଏସଆଇଟି

କଟକ : କୋରାପୁଟର ବହୁଚର୍ଚ୍ଚିତ କୁନ୍ଦୁଲି ଦୁଷ୍କର୍ମ ମାମଲାରେ ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛି ଏସଆଇଟି । ଏକ ଜଉମୁଦ ଲଫାପାରେ ଏହି ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି ଏବଂ ଖୁବଶୀଘ୍ର ତଦନ୍ତ ଶେଷ ହେବ ବୋଲି ଆଡଭୋକେଟ ଜେନେରାଲ କୋର୍ଟକୁ ଅବଗତ କରାଇଛନ୍ତି । ତେବେ ଏଥିପାଇଁ  ଅଧିକ ଏକ ସପ୍ତାହର ମହଲତ ମଗାଯାଇଛି ।

ଆସନ୍ତା ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଗତ ଶୁଣାଣୀରେ ହାଇକୋର୍ଟ ତିନି ଜଣିଆ ଟିମ୍ ଗଠନ କରି କୁନ୍ଦୁଲି ମାମଲାର ତୁରନ୍ତ ଯାଞ୍ଚ କରି ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ତିନିଜଣ ଡିଆଇଜି ରାଙ୍କର ଅଫିସରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ସେମାନେ କୁନ୍ଦୁଲି ମାମଲାରେ ତଦନ୍ତ କରି କୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ।

Leave a Reply