ଚୁଟି ଘୋଷାରି ମାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ: ଥାନାରେ ଅଭିଯୋଗ କଲେ ବୋହୂ

ପାଟଣା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଓ ତାଙ୍କ ବୋହୂ ଐଶର୍ଯ୍ୟାଙ୍କ ମଧ୍ୟରେ ଲାଗି ରହିଥିବା ବିବାଦରେ ଯୋଡ଼ି ହୋଇଛି  ନୂଆ ଫର୍ଦ୍ଧ ।  ଶାଶୂ ରାବରୀ ଦେବୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ବୋହୂ ଐଶର୍ଯ୍ୟା । ଶାଶୂ ରାବରୀ ଦେବୀ ତାଙ୍କୁ ଜବରଦସ୍ତି ଘରୁ ବାହାର କରିଦେଇଥିବା ଅଭିଯୋଗ କରିଛନ୍ତି ଐଶର୍ଯ୍ୟା ।

ଗତ ୫ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ନିଜ ଶାଶୂଙ୍କ ନାଁରେ ସେ ଏଭଳି ଅଭିଯୋଗ ଆଣିଛନ୍ତି । ରାବରୀ ଦେବୀ ତାଙ୍କ ଚୁଟି ଘୋଷାଡ଼ି ତାଙ୍କୁ ମାଡ଼ ମାରିଛନ୍ତି । ଏହା ପରେ ମୋତେ ସୁରକ୍ଷାକର୍ମୀଙ୍କ ଦ୍ୱାରା 10 ସର୍କୁଲାର ରୋଡ୍‌ରୁ ବହାର କରିଦେଇଥିଲେ । ଘଟଣାସମ୍ପର୍କରେ ଜାଣି ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚିଥିଲେ ଐାଶର୍ଯ୍ୟାଙ୍କ ବାପା ତଥା ବିଧାୟକ ଚନ୍ଦ୍ରିକ ରାଏ ।

ମିଳିଥିବା ସୂଚନା ମୁତାବକ, ଘଟଣାନେଇ ରାବରୀ ଦେବୀଙ୍କ ନାଁରେ ସଚିବାଳୟ ପୋଲିସ ଷ୍ଟେସନ୍‌ରେ ମାମଲା ରୁଜୁ ହୋଇଛି । ଏ ନେଇ ଏସ୍‌ପି ଗରିମା ମଲ୍ଲିକଙ୍କୁ ମଧ୍ୟ ଫୋନ୍‌ କରିଜଣାଇଛନ୍ତି ଐଶର୍ଯ୍ୟା ।

ଅପରପକ୍ଷରେ ଐଶର୍ଯ୍ୟା ଓ ତାଙ୍କ ଶାଶୂ ହାତାହତି ହେବା ପରେ ତାଙ୍କୁ ବଡ଼ଗାର୍ଡଙ୍କ ଦ୍ୱାରା ଘରୁ ବାହାର କରିଦିଆାଯାଇଥିବା ତାଙ୍କ  ସ୍ୱାମୀ ତେଜ ପ୍ରତାପ ଯାଦବ ଗଣମାଧ୍ୟମକୁ କହିଛନ୍ତି ।

Leave a Reply