spot_img
Home Blog Page 7562

ଉନ୍ନାଓ ମାମଲାରେ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ CBIର ନିବେଦନ

0

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ବିଜେପିରୁ ବହିଷ୍କୃତ  ବିଧାୟକ ତଥା ଉନ୍ନାଓ ଦୁଷ୍କର୍ମ ଘଟଣାର ମୁଖ୍ୟ ଦୋଷୀ କୁଲଦୀପ ସିଂ ସେନଗରକୁ ଅଧିକରୁ ଅଧିକ ଦଣ୍ଡ ଦେବାକୁ କୋର୍ଟରେ ନିଦେବନ କରିଛି ସିବିଆଇ । ଏ ଘଟଣାରେ ବ୍ୟବସ୍ଥା ବିରୋଧରେ ନ୍ୟାୟ ପାଇଁ ଜଣଙ୍କ ବ୍ୟକ୍ତିଗତ ଲଢ଼େଇ ଥିବାରୁ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ସିବିଆଇ ନିବେଦନ କରିଛି । ମାମଲା ଲକ୍ଷ୍ନୌରୁ ଦିଲ୍ଲୀ ଆସିବା ପରେ ପୀଡିତାଙ୍କ ପରିବାର ଲୋକଙ୍କୁ ହଇରାଣ କରାଯିବା ସହ ତାଙ୍କୁ ମଧ୍ୟ ମାରିଦିଆଯାଇଛି । ଏହାକୁ ନେଇ ସିବିଆଇ ଚାର୍ଜସିଟରେ ବହୁ ତଥ୍ୟ ଉଲ୍ଲେଖ କରିଛି ।

 

https://nandighoshatv.comformer-bjp-mla-convicted-in-2017-unnao-rape-case/

କୋରାପୁଟ-ଜୟପୁର ଘାଟି ରାସ୍ତାରେ ଓଲଟିଲା ପେଟ୍ରୋଲ ଟ୍ୟାଙ୍କର

0

ଜୟପୁର: କୋରାପୁଟ-ଜୟପୁର ଘାଟି ରାସ୍ତାରେ ଓଲଟିଲା ପେଟ୍ରୋଲ ଟ୍ୟାଙ୍କର । ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିବା ବେଳେ ଘାଟିରେ ଏକ ଦଶ ଚକିଆ ଗାଡିକୁ ରାସ୍ତା ଦେବାକୁ ଯାଇ ଭାରସାମ୍ୟ ହରାଇ ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡ଼ିଛି । ଫଳରେ ରାସ୍ତାର ୨ ପାର୍ଶ୍ଵରେ ଶହ ଶହ ଗାଡ଼ି ଅଟକି ରହିଛି ।

ପୋଲିସ, ଅଗ୍ନିଶମ ବିଭାଗ ଓ ଭାରତୀୟ ପେଟ୍ରୋଲିୟମର ଏକ ଟେକ୍ନିକାଲ ଟିମ୍ ପହଞ୍ଚି ଟ୍ୟାଙ୍କରେ ଥିବା ପେଟ୍ରୋଲ କାଢ଼ିଛି । ଏବଂ ଉକ୍ତ ଟ୍ୟାଙ୍କରକୁ କିଭଳି ନିରାପଦ ଭାବେ ରାସ୍ତାରୁ ଅପସାରଣ କରାଯିବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇଛି ଟିମ୍ । ତେବେ, ଏହି ଟ୍ୟାଙ୍କରଟି  ସକାଳ ୬ଟାରୁ ଓଲଟିଥିବା ସୂଚନା ମିଳିଛି । ସୁରକ୍ଷା ଦୃଷ୍ଟିରୁ କୋରାପୁଟ-ଜୟପୁର ରାସ୍ତାରେ କୌଣସି ଗାଡ଼ି କିମ୍ବା ଲୋକଙ୍କୁ ଛଡ଼ାଯାଉନାହିଁ ।

ପର୍ଣ୍ଣ ସାଇଟ୍ ହିଁ ଜଘନ୍ୟ ଅପରାଧର ମୂଳ କାରଣ: ନୀତୀଶ୍ କୁମାର

0

ପାଟନା: ଅଶ୍ଲୀଳ ଭିଡିଓ ୱେବସାଇଟ୍ ବା ପର୍ନ ସାଇଟ୍ ଗୁଡିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ  ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ୍ କୁମାରଙ୍କ ଦାବି ।  ଏନେଇ ସେ ପ୍ରଧାନମନ୍ତ୍ରୀଙ୍କୁ କଲେ ନିବେଦନ ।

Image result for nitish kumar

ଦେଶର ଯୁବଗୋଷ୍ଠୀଙ୍କୁ ଆଖିରେ ରଖି ବିହାର ମୁଖ୍ୟମନ୍ତ୍ରୀ ଶୁକ୍ରବାର ଏହିପରି ନିବେଦନ କରିଛନ୍ତି । ପର୍ନ ୱେବସାଇଟ୍ ଗୁଡିକ ଯୁବ ସମାଜ ଉପରେ କୁପ୍ରଭାବ ପକାଉଥିବା ସେ କହିଛନ୍ତି । ଏହା ଫଳରେ ଯୁବ ସମାଜ ପ୍ରଲୋଭିତ ହୋଇ ଜଘନ୍ୟ ଅପରାଧମାନ କରୁଛନ୍ତି । ତେବେ ଏହି ଘଟଣାମାନ ହାଇଦ୍ରାବାଦ୍, ବିହାର୍ ଓ ଉତ୍ତର ପ୍ରଦେଶ ଭଳି ସ୍ଥାନ ମାନଙ୍କରେ ବହୁଳ ଭାବେ ହେଉଥିବାର ଜଣାପଡିଛି ।

Related image

ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ ସୋସିଆଲ୍ ମିଡିଆ ଆଜିର ଯୁଗରେ ଅପବ୍ୟବହାର ହେବାରେ ଲାଗିଛି । ସେଥିପାଇଁ ଏହାର କୁପ୍ରଭାବ ଯୁବ ସମାଜ ଉପରେ ପଡୁଛି । ବିଶେଷ କରି ସେ ଏହି ଅଶ୍ଲୀଳ ଭିଡିଓ ଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦରକାର ବୋଲି କହିଛନ୍ତି । ତେବେ ନାରୀ ସୁରକ୍ଷା ପାଇଁ ତାଙ୍କର ଏହି ନିବେଦନକୁ ସରକାର କେତେ ସମର୍ଥନ ଜଣାଉଛନ୍ତି ତାହା ଦେଖିବା ବାକି ରହିଲା ।

ଏଥର ହଟିପାରେ ବିବାଦୀୟ ସେଣ୍ଟର, ଜାଣନ୍ତୁ କେବେ ହେବ ମାଟ୍ରିକ ପରୀକ୍ଷା ?

ଭୁବନେଶ୍ୱର : ଗତବର୍ଷ ଭଳି ଏଥର ମଧ୍ୟ ମାଟ୍ରିକ୍ ପରୀକ୍ଷା ଫେବୃଆରୀ ମାସରେ ହେବ । ଆଜି ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସେ କହିଛନ୍ତି ଯେ, ଫେବୃଆରୀ ତୃତୀୟ ସପ୍ତାହରେ ହୋଇପାରେ ମାଟ୍ରିକ ପରୀକ୍ଷା। ତେବେ ଏ ନେଇ ଚୂଡାନ୍ତ ନିଷ୍ପତ୍ତି ନେବ ମାଧ୍ୟମିକ ଶିକ୍ଷା ପରିଷଦ ।

ଗତ ବର୍ଷର ବିବାଦୀୟ ପରୀକ୍ଷା ସେଣ୍ଟରକୁ ଏଥର ସମୀକ୍ଷା କରାଯିବ। ଆବଶ୍ୟକ ପଡ଼ିଲେ ସେ ସେଣ୍ଟର ଗୁଡିକୁ ବାଦ୍ ଦିଆଯାଇ ପାଖ ସେଣ୍ଟରରେ ପରୀକ୍ଷା କରାଯିବ। ଗତ ବର୍ଷ ସୋସିଆଲ ମିଡ଼ିଆରେ ଯେଉଁ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା, ନିହାତି କେହି ନା କେହି ମୋବାଇଲ ଫୋନ ନେଇଥିବେ। ହେଲେ ତାହା ପ୍ରମାଣିତ ହୋଇପାରି ନାହିଁ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ସ୍ୱଳ୍ପ ଦୂରଗାମୀ କ୍ରୁଜ ମିଜାଇଲ୍‌ ବ୍ରହ୍ମୋସ୍‌ର ପରୀକ୍ଷଣ

0

ବାଲେଶ୍ୱର: ସ୍ୱଳ୍ପ ଦୂରଗାମୀ କ୍ରୁଜ୍ ମିଜାଇଲ ବ୍ରହ୍ମୋସ ପରୀକ୍ଷଣ । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର 3ନଂ ଲଞ୍ଚ ପ୍ୟାଡରୁ ହେଲା ବ୍ୟବହାରିକ ପରୀକ୍ଷା । ୨୨୦ କିଲୋମିଟରରୁ ୫୦୦ କିଲୋମିଟର ଯାଏଁ ଲକ୍ଷ୍ୟଭେଦ କ୍ଷମତା ରହିଛି । ଏଥିରେ ୨୦୦ରୁ ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ।

କାଚ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: ୮ଘଣ୍ଟା ପରେ ବି ଆୟତ୍ତ ହୋଇପାରିନି ନିଆଁ

0

ବାରିପଦା: କାଚଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ। ବାରିପଦା ମଞ୍ଚାବନ୍ଧା ସ୍ଥିତ ଏକ କାଚ କମ୍ପାନୀ “ଜୁହି ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ୍‌” ରେ ଅଗ୍ନିକାଣ୍ଡ । ଦୀର୍ଘ ୮ ଘଣ୍ଟା ଧରି ନିଆଁକୁ ଆୟତ୍ତ କରିବା ପାଇଁ ଆପ୍ରାଣ ଉଦ୍ୟମ କରୁଛି ଅଗ୍ନିଶମ ବିଭାଗ । ଏନେଇ ଅଗ୍ନିଶମ ବିଭାଗର ୩ଟି ଟିମ ନିୟୋଜିତ ଅଛନ୍ତି ।

 

ଗତକାଲି ରାତି ପ୍ରାୟ ଗୋଟେ ବେଳେ ଅଗ୍ନିକାଣ୍ଡ ଘଟିଥିଲା । ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ତେବେ ଏ ଯାଏଁ ନିଆଁ କୁ ଲିଭାଇବାରେ ସଫଳ ହୋଇପାରିନି ଅଗ୍ନିଶମ ବାହିନୀ । ବର୍ତ୍ତମାନ ସୁଦ୍ଧା କାଚ ଫ୍ୟାକ୍ଟ୍ରିରେ ଭିତରେ ଥିବା କାଚ ଗୋଦାମ୍‌ର ଭିତରେ ଥିବା ଲକ୍ଷାଧିକ ଟଙ୍କାର କାଚ ଓ ପେଟି ଜଳି ଜାଇଥିବା ସୂଚନା ମିଳିଛି । ନିଆଁ ଲାଗିବା ଫଳରେ କାଚ ବୋତଲ ଗୁଡିକ ଠୋ ଠୋ ହୋଇ ଫାଟିବାରୁ ଗୋଦାମ ଭିତରକୁ ପଶି ନିଆଁ କୁ ଆୟତ୍ତ କରିବା ଅସମ୍ଭବ ହେଉଥିବା ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି।

କମ୍ପାନୀର ଗୋଦାମ ଭିତରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ସଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ଏମ୍‌ଏମ୍‌ ନରବାଣେ ହେବେ ସ୍ଥଳ ସେନାମୁଖ୍ୟ

0

ନୂଆଦିଲ୍ଲୀ: ଲେପ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରବାଣେ ହେବେ ନୂଆ ସ୍ଥଳସେନାମୁଖ୍ୟ । ୨୦୧୯ ଡିସେମ୍ୱର ୩୧ରେ ଅବସର ଗ୍ରହଣ କରିବାକୁ ଯାଉଥିବା ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ୱତଙ୍କ ଉତ୍ତରାଧିକାରୀଭାବେ ସେ ସ୍ଥାନ ନେବେ ବୋଲି ସୂଚନା । ନରବାଣେ ଏବେ ସେନାରେ ଇଷ୍ଟର୍ଣ୍ଣ କମାଣ୍ଡର ନେତୃତ୍ୱ ନେଉଛନ୍ତି । ଇଷ୍ଟର୍ଣ୍ଣ କମାଣ୍ଡ ଭାରତ-ଚୀନର ୪୦୦୦ କିମି ସୀମାର ସୁରକ୍ଷା ଦାୟିତ୍ୱ ନେଇଥାଏ । ଦୀର୍ଘ ୩୭ ବର୍ଷର ବୃତ୍ତିଗତ ଜୀବନରେ ନରବାଣେ ଉତ୍ତର-ପୂର୍ବାଞ୍ଚଳ ଓ କାଶ୍ମୀରରେ ବିଶୃଙ୍ଖଳା ଦମନରେ ବିଶେଷ ଭୂମିକା ନିର୍ବାହ କରିଛନ୍ତି । ଏତଦ୍‌ବ୍ୟତୀତ ରାଷ୍ଟ୍ରୀୟ ରାଇଫଲ୍ସର ମୁଖ୍ୟ ଏବଂ ବିଦେଶରେ ସେ ଭାରତୀୟ ଶାନ୍ତି ସେନାର ନେତୃତ୍ୱ ନେଇଛନ୍ତି । ୧୯୮୦ ଜୁନ୍‌ରେ ସେ ଶିଖ ଲାଇଟ୍‌ ଇନଫାଣ୍ଟ୍ରି ରେଜିମେଣ୍ଟର ୭ମ ବାଟାଲିୟନ୍‌ରେ ପ୍ରଥମେ ଭର୍ତ୍ତି ହୋଇଥିଲେ । ସେନାରେ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ସେନା ମେଡାଲ, ବିଶିଷ୍ଟ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯାଇଛି ।

ହାତ ଗୋଡ଼ ବାନ୍ଧି ଯୁବତୀଙ୍କୁ ଦୁଷ୍କର୍ମ!

0

ପିପିଲ: ସତ୍ୟବାଦୀ ଥାନା ଅନ୍ତର୍ଗତ ଡେଲାଙ୍ଗ ବ୍ଳକ୍‌ ଅଞ୍ଚଳରେ ଲଜ୍ଜା । ବାପାଙ୍କ ଭତ୍ତା ଟଙ୍କା ନେଇ ଫେରୁଥିବା ବେଳେ ସେହି ଗାଁର ଜଣେ ଯୁବକ ଟାଣି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ । ସତ୍ୟବାଦୀ ଥାନା ଅନ୍ତର୍ଗତ ଡେଲାଙ୍ଗ ବ୍ଳକ ଅଞ୍ଚଳର ଯୁବତୀଙ୍କୁ ସେହି ଗ୍ରାମର ଜଣେ ବିବାହିତ ଯୁବକ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ । ଗୋଡ଼ହାତ ବାନ୍ଧି ଦୁଷ୍କର୍ମ କରିଥିବା ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର ।

ସୂଚନା ଅନୁସାରେ, ଯୁବତୀ ଜଣଙ୍କ ବାପାଙ୍କ ଭତ୍ତା ଟଙ୍କା ନେବାକୁ ଗ୍ରାମ ମୁଣ୍ତକୁ ଆସିଥିଲେ । ଭତ୍ତା ନେଇ ଫେରୁଥିବା ବେଳେ ଉକ୍ତ ଯୁବକ ଜଣଙ୍କ ଅତି ଚତୁରତାର ସହ ଯୁବତୀଙ୍କୁ ATM ବାବଦରେ କିଛି ପଚାରି ବୁଝିବାକୁ ଘରକୁ ଡାକି ନେଇଥିଲେ । ଯୁବତୀ ଜଣଙ୍କ ଘରକୁ ନଯାଇ ଘର ବାହାରେ ଠିଆ ହୋଇ ଯୁବକଙ୍କୁ ATM ସମ୍ପର୍କରେ ବୁଝାଇଥିଲେ । ଯୁବତୀ ଫେରୁଥିବା ବେଳେ ଯୁବକ ଜଣଙ୍କ ପଛପଟୁ ଏକ ଗାମୁଛା ପକାଇ ଯୁବତୀଙ୍କୁ ଘର ଭିତରକୁ ଘୋଷାରି ନେଇ କବାଟ ବନ୍ଦ କରିଦେଇଥିଲା । ଯୁବତୀ ଏହାକୁ ବିରୋଧ କରିବାରୁ ଯୁବକ ଜଣଙ୍କ ପାଟିରେ ଗାମୁଛା ବାନ୍ଧି ଦେବା ସହ ଗୋଡ଼ ହାତ ବାନ୍ଧି ଦେଇ ଦୁଷ୍କର୍ମ କରିଥିବା ଯୁବତୀ ଜଣଙ୍କ ବୟାନ ଦେଇଛନ୍ତି ।

ମାତ୍ର ଯୁବତୀଙ୍କ ପାଟି ଶୁଣି ଗ୍ରାମର କେତେକ ଯୁବକମାନେ ସତ୍ୟବାଦୀ ଥାନାକୁ ଖବର ଦେଇଥିଲେ । ସତ୍ୟବାଦୀ ପୋଲିସ ଓ ଗ୍ରାମବାସୀଙ୍କ ସହଯୋଗରେ ଯୁବତୀ ଜଣଙ୍କ ବନ୍ଦ କୋଠରୀରୁ ଉଦ୍ଧାର କରାଯାଇଛି । ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି । ପିପିଲି ଏସଡିପିଓ ଖବର ପାଇ ସତ୍ୟବାଦୀ ଥାନାରେ ପହିଞ୍ଚି ସମସ୍ତ ଦିଗ ପ୍ରତି ଅନୁଧ୍ୟାନ କରୁଥିବା ବେଳେ ଘଟଣାପରଠୁ ଫେରାର ଅଛି ଅଭିଯୁକ୍ତ ।

ସୂଚନାଯୋଗ୍ୟ ଯେ ଯୁବକ ଜଣଙ୍କ ପୂର୍ବରୁ ବହୁବାର ଏଭଳି କାଣ୍ଡ ଭିଆଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।