ଏମ୍‌ଏମ୍‌ ନରବାଣେ ହେବେ ସ୍ଥଳ ସେନାମୁଖ୍ୟ

1 min read

ନୂଆଦିଲ୍ଲୀ: ଲେପ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରବାଣେ ହେବେ ନୂଆ ସ୍ଥଳସେନାମୁଖ୍ୟ । ୨୦୧୯ ଡିସେମ୍ୱର ୩୧ରେ ଅବସର ଗ୍ରହଣ କରିବାକୁ ଯାଉଥିବା ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ୱତଙ୍କ ଉତ୍ତରାଧିକାରୀଭାବେ ସେ ସ୍ଥାନ ନେବେ ବୋଲି ସୂଚନା । ନରବାଣେ ଏବେ ସେନାରେ ଇଷ୍ଟର୍ଣ୍ଣ କମାଣ୍ଡର ନେତୃତ୍ୱ ନେଉଛନ୍ତି । ଇଷ୍ଟର୍ଣ୍ଣ କମାଣ୍ଡ ଭାରତ-ଚୀନର ୪୦୦୦ କିମି ସୀମାର ସୁରକ୍ଷା ଦାୟିତ୍ୱ ନେଇଥାଏ । ଦୀର୍ଘ ୩୭ ବର୍ଷର ବୃତ୍ତିଗତ ଜୀବନରେ ନରବାଣେ ଉତ୍ତର-ପୂର୍ବାଞ୍ଚଳ ଓ କାଶ୍ମୀରରେ ବିଶୃଙ୍ଖଳା ଦମନରେ ବିଶେଷ ଭୂମିକା ନିର୍ବାହ କରିଛନ୍ତି । ଏତଦ୍‌ବ୍ୟତୀତ ରାଷ୍ଟ୍ରୀୟ ରାଇଫଲ୍ସର ମୁଖ୍ୟ ଏବଂ ବିଦେଶରେ ସେ ଭାରତୀୟ ଶାନ୍ତି ସେନାର ନେତୃତ୍ୱ ନେଇଛନ୍ତି । ୧୯୮୦ ଜୁନ୍‌ରେ ସେ ଶିଖ ଲାଇଟ୍‌ ଇନଫାଣ୍ଟ୍ରି ରେଜିମେଣ୍ଟର ୭ମ ବାଟାଲିୟନ୍‌ରେ ପ୍ରଥମେ ଭର୍ତ୍ତି ହୋଇଥିଲେ । ସେନାରେ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ସେନା ମେଡାଲ, ବିଶିଷ୍ଟ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯାଇଛି ।

Leave a Reply