ହାତ ଗୋଡ଼ ବାନ୍ଧି ଯୁବତୀଙ୍କୁ ଦୁଷ୍କର୍ମ!

1 min read

ପିପିଲ: ସତ୍ୟବାଦୀ ଥାନା ଅନ୍ତର୍ଗତ ଡେଲାଙ୍ଗ ବ୍ଳକ୍‌ ଅଞ୍ଚଳରେ ଲଜ୍ଜା । ବାପାଙ୍କ ଭତ୍ତା ଟଙ୍କା ନେଇ ଫେରୁଥିବା ବେଳେ ସେହି ଗାଁର ଜଣେ ଯୁବକ ଟାଣି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ । ସତ୍ୟବାଦୀ ଥାନା ଅନ୍ତର୍ଗତ ଡେଲାଙ୍ଗ ବ୍ଳକ ଅଞ୍ଚଳର ଯୁବତୀଙ୍କୁ ସେହି ଗ୍ରାମର ଜଣେ ବିବାହିତ ଯୁବକ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ । ଗୋଡ଼ହାତ ବାନ୍ଧି ଦୁଷ୍କର୍ମ କରିଥିବା ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର ।

ସୂଚନା ଅନୁସାରେ, ଯୁବତୀ ଜଣଙ୍କ ବାପାଙ୍କ ଭତ୍ତା ଟଙ୍କା ନେବାକୁ ଗ୍ରାମ ମୁଣ୍ତକୁ ଆସିଥିଲେ । ଭତ୍ତା ନେଇ ଫେରୁଥିବା ବେଳେ ଉକ୍ତ ଯୁବକ ଜଣଙ୍କ ଅତି ଚତୁରତାର ସହ ଯୁବତୀଙ୍କୁ ATM ବାବଦରେ କିଛି ପଚାରି ବୁଝିବାକୁ ଘରକୁ ଡାକି ନେଇଥିଲେ । ଯୁବତୀ ଜଣଙ୍କ ଘରକୁ ନଯାଇ ଘର ବାହାରେ ଠିଆ ହୋଇ ଯୁବକଙ୍କୁ ATM ସମ୍ପର୍କରେ ବୁଝାଇଥିଲେ । ଯୁବତୀ ଫେରୁଥିବା ବେଳେ ଯୁବକ ଜଣଙ୍କ ପଛପଟୁ ଏକ ଗାମୁଛା ପକାଇ ଯୁବତୀଙ୍କୁ ଘର ଭିତରକୁ ଘୋଷାରି ନେଇ କବାଟ ବନ୍ଦ କରିଦେଇଥିଲା । ଯୁବତୀ ଏହାକୁ ବିରୋଧ କରିବାରୁ ଯୁବକ ଜଣଙ୍କ ପାଟିରେ ଗାମୁଛା ବାନ୍ଧି ଦେବା ସହ ଗୋଡ଼ ହାତ ବାନ୍ଧି ଦେଇ ଦୁଷ୍କର୍ମ କରିଥିବା ଯୁବତୀ ଜଣଙ୍କ ବୟାନ ଦେଇଛନ୍ତି ।

ମାତ୍ର ଯୁବତୀଙ୍କ ପାଟି ଶୁଣି ଗ୍ରାମର କେତେକ ଯୁବକମାନେ ସତ୍ୟବାଦୀ ଥାନାକୁ ଖବର ଦେଇଥିଲେ । ସତ୍ୟବାଦୀ ପୋଲିସ ଓ ଗ୍ରାମବାସୀଙ୍କ ସହଯୋଗରେ ଯୁବତୀ ଜଣଙ୍କ ବନ୍ଦ କୋଠରୀରୁ ଉଦ୍ଧାର କରାଯାଇଛି । ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି । ପିପିଲି ଏସଡିପିଓ ଖବର ପାଇ ସତ୍ୟବାଦୀ ଥାନାରେ ପହିଞ୍ଚି ସମସ୍ତ ଦିଗ ପ୍ରତି ଅନୁଧ୍ୟାନ କରୁଥିବା ବେଳେ ଘଟଣାପରଠୁ ଫେରାର ଅଛି ଅଭିଯୁକ୍ତ ।

ସୂଚନାଯୋଗ୍ୟ ଯେ ଯୁବକ ଜଣଙ୍କ ପୂର୍ବରୁ ବହୁବାର ଏଭଳି କାଣ୍ଡ ଭିଆଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

Leave a Reply