ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟକୁ ପୂରିଲା ୭୫ ବର୍ଷ । ଆଜିଠାରୁ ଆରମ୍ଭ ହେଲା ପ୍ଲାଟିନମ୍ ଜୁବଲି ଉତ୍ସବ । ଏହି ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି । ଏହାସହ ଇ-ଲାଇବ୍ରେରି ଓ ରୁଷା ଭବନର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ଶିକ୍ଷାକୁ ଆଗେଇ ନେବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ଉଦଘାଟନୀ ଉତ୍ସବରେ ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ଏଥିସହ ପଢ଼ନ୍ତୁ ଓଡ଼ିଶା ସରକାରଙ୍କ 5T କାର୍ଯ୍ୟକ୍ରମକୁ ପ୍ରଶଂସା କଲେ ନିତି ଆୟୋଗ
ଉତ୍କଳ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ଶହେ କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଥିଲା । ସେଥିରୁ ଚଳିତ ଶିକ୍ଷାବର୍ଷରେ ୪୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜିଠାରୁ ଆରମ୍ଭ ହୋଇଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବଲି ଉତ୍ସବ ଆସନ୍ତ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ।



ପ୍ରଶାସନରେ ସ୍ୱଚ୍ଛତା ଆଣିବା, ଲୋକଙ୍କ ହାତ ପାଆନ୍ତାରେ ସରକାରୀ ସୁବିଧା ସୁଯୋଗ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T କାର୍ଯ୍ୟକାରୀ ହେଉଛି ।
ପେଷାରେ ଓକିଲ ଥିବା ମୋହିତ ବଡ଼ ଭାଉଜ ସହ ଅନୈତିକ ସମ୍ପର୍କ ରଖିଥିବା ନେଇ ସ୍ତ୍ରୀର ସନ୍ଦେହ ହୋଇଥିଲା । ଆଉ ଏହି ସନ୍ଦେହ ଉଜାଡ଼ି ଦେଲା ସଂସାର । ସ୍ତ୍ରୀ ପ୍ରତିମା ବନୱାଲ ସ୍ୱାମୀ ଖାଇବାରେ ପ୍ରଥମେ ବିଷ ମାରିବା ପରେ ରୋଷେଇ ଘରେ ମୃତଦେହକୁ ପୋତି ଦେଇଥିଲା । ତା ଉପରେ ଚୂଲ୍ଲା ନିର୍ମାଣ କରିଥିଲା । ଏମିତି କି କେହି ସନ୍ଦେହ ନ କରିବା ପାଇଁ ତା ଉପରେ ରୋଷେଇ କରୁଥିଲା । ଏମିତି ୧୦ ଦିନ ମୃତଦେହ ଉପରେ ଚୂଲ୍ଲାରେ ରାନ୍ଧିବା ପରେ ପୋଲିସ ପତ୍ନୀ ପ୍ରତିମା ବନୱାଲଙ୍କୁ ଗିରଫ କରିଛି ।


