spot_img
Home Blog Page 7560

ବଜେଟ୍ ପାଇଁ ଆପଣ ବି ଦେଇ ପାରିବେ ମତାମତ

ଭୁବନେଶ୍ୱର: ବଜେଟରେ କଣ ରହିବ, କଣ ନାଇଁ । ଆପଣ ବି ଦେଇପାରିବେ ଆପଣଙ୍କ ମତ । ପ୍ରାକ୍ ବଜେଟ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ସାମ୍ବାଦିକ ସମ୍ମିଳନୀ କରି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଲୋକଙ୍କ ମତାମତ ଲୋଡ଼ିଛନ୍ତି । ଏଥିପାଇଁ ଏକ ୱେବ ପୋର୍ଟାଲ ଖୋଲାଯାଇଛି । ତା ଛଡ଼ା ଜନସାଧାରଣ [email protected]ରେ ମେଲ ଯୋଗେ ମତାମତ ଦେଇପାରିବେ । ହ୍ୱାଟ୍ସଆପ ନମ୍ବର ୯୪୩୮୧୬୧୧୧୧ରେ ମତାମତ ଦେଇହେବ ।

FILE PHOTO

ସାଧାରଣ ଲୋକ ଡିସେମ୍ବର ୧୮ରୁ ଜାନୁଆରୀ ୧୫ ମଧ୍ୟରେ ମତାମତ ଦେଇପାରିବେ । ଫେବ୍ରୁଆରୀ ପ୍ରଥମ ସପ୍ତାହରେ କେନ୍ଦ୍ରୀୟ ବିଜେଟ୍ ଉପସ୍ଥାପନ ସମ୍ଭାବନା ରହିଛି । କେନ୍ଦ୍ରୀ ବଜେଟକୁ ବିଶ୍ଲେଷଣ କରିବାକୁ ଆମକୁ ସପ୍ତାହେ ସମୟ ଲାଗିବ । ଫେବ୍ରୁଆରୀ ଦ୍ଵିତୀୟ କିମ୍ଵା ତୃତୀୟ ସପ୍ତାହରେ ରାଜ୍ୟ ବଜେଟ୍ ଆସିବ ବୋଲି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।

ODISHA ASSEMBLY

ଡିସେମ୍ବର ୨୧ ଯାଏଁ ବିଭାଗ ଗୁଡ଼ିକ ସେମାନଙ୍କର ଆବଶ୍ୟକତା ବିଷୟରେ ଜଣାଇପାରିବେ । ପ୍ରତି ବିଭାଗ ସହିତ ୱାନ୍ ଟୁ ୱାନ୍ ଆଲୋଚନା ହେବ । ଫେବ୍ରୁଆରୀ ୧୫ ସୁଦ୍ଧା ବଜେଟ୍ ପ୍ରସ୍ତୁତି ସରିବ । ପାର୍କିଂ ଫଣ୍ଡିଂ କମିଛି । କେନ୍ଦ୍ରୀୟ ବଜେଟ ଅନୁଦାନ ଦେଖି ବ୍ୟୟ ବରାଦ କରାଯିବ । ନଭେମ୍ବର ସୁଦ୍ଧା ବଜେଟର ୫୨ ପ୍ରତିଶତ ଖର୍ଚ୍ଚ ହୋଇଛି ।ଗତବର୍ଷ ବଜେଟ୍ ପାଇଁ ୪,୨୫୫ ମତାମତ ଆସିଥିଲା । ଜିଏସଟି ବାବଦରେ ଅଗଷ୍ଟ, ସେପ୍ଟେମ୍ବରରେ ୧,୧୯୪ କୋଟି ଦାବି କରିଥିଲୁ କେନ୍ଦ୍ର ୧,୧୪୨ କୋଟି ଦେଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।

ରାଜଧାନୀରେ ଆରମ୍ଭ ହେଲା ଜାତୀୟ ସବ୍ ଜୁନିୟର ବ୍ୟାଡମିଣ୍ଟନ ପ୍ରତିଯୋଗିତା

0

ଭୁବନେଶ୍ୱର: ରେଲୱେ ଇନଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ୩୩ ତମ ଜାତୀୟ ସବ ଜୁନିୟର ବ୍ୟାଡମିଣ୍ଟନ ପ୍ରତିଯୋଗିତା । ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ରାଜ୍ୟରୁ ୫୪୦ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ପ୍ରତିଯୋଗୀଙ୍କ ମଧ୍ୟରେ୨୬୦ ଜଣ ବାଳିକା ଅଛନ୍ତି । ରେଲୱେ ଷ୍ଟାଡିୟମ୍ ସହ ସହିଦନଗର ଇନଡୋର ହଲରେ ଖେଳାଯାଉଛି ।ଉଦଘାଟନୀ ଉତ୍ସବରେ OSBA ସଭାପତି ରୋହିତ ପୂଜାରୀ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଆଇଏଏସ ରାଜେଶ ପାଟିଲ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗିତାକୁ ଉଦଘାଟିତ କରିଛନ୍ତି । ୧୦ ଲକ୍ଷ ଟଙ୍କା ପ୍ରାଇଜ୍ ମନି ରହିଛି । ଉଦୀୟମାନ ଖେଳାଳିଙ୍କୁ ଲୋକଲୋଚନକୁ ଆଣିବା ଓ ପ୍ରତିଭାର ପ୍ରଦର୍ଶନ ପାଇଁ ଏହା ବଡ଼ ପ୍ଲାଟଫର୍ମ । ଏଥିରେ ଅନେକ ଶୀର୍ଷ ମାନ୍ୟତା ଖେଳାଳି ଅଂଶଗ୍ରହଣ କରିଛନ୍ତି । ଚାମ୍ପିଅନସିପରେ ୧୫ ବର୍ଷରୁ କମ୍ ସିଙ୍ଗଲ୍ସ ଶୀର୍ଷ ରାଙ୍କିଂ ଖେଳାଳି ତସ୍ମିନ୍ ମିର୍ ଓ ରନର୍ସ ଅପ୍ ତାରା ଶାହ ମଧ୍ୟ ସାମିଲ ହୋଇଛନ୍ତି ।କ୍ୱାର୍ଟର ଫାଇନାଲିଷ୍ଟ ମଧ୍ୟ ପୁରସ୍କାର ଅର୍ଥ ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଅଣ୍ଡର-୧୫ ସିଙ୍ଗଲ୍ସର ଟାଇଟଲ ବିଜେତାଙ୍କୁ ୪୨,୦୦୦ ଟଙ୍କା ଲେଖାଏଁ ଏବଂ ଡବଲ୍ସ ଓ ମିକ୍ସଡ୍ ଡବଲ୍ସ ଟାଇଟଲ ବିଜେତାଙ୍କୁ ୪୪,୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିବ । ଆୟୋଜକ ଓଡ଼ିଶା ୨୨ ଜଣ ଖେଳାଳିଙ୍କ ସହ ପ୍ରତିଯୋଗିତାରେ ପ୍ରଥମ ପଦକ ଜିତିବା ପାଇଁ ଆଶାବାଦୀ ରହିଛି । ଓଡ଼ିଶା ବିଶେଷକରି ଏହା ଭାରତର ନମ୍ବର ୱାନ୍ ଆୟୁଷ ପଟ୍ଟନାୟକ (୧୭ ବର୍ଷରୁ କମ୍ ବାଳକ) ଓ ଶ୍ୱେତପର୍ଣ୍ଣା ପଣ୍ଡା (୧୫ ବର୍ଷରୁ କମ୍ ବାଳିକା ବିଭାଗ)ଙ୍କଠାରୁ ପଦକ ଆଶା ରଖିଛି । ଉଭୟ ଖେଳାଳିଙ୍କୁ ଡବଲ୍ସ ଓ ମିକ୍ସଡ୍ ଡବଲ୍ସର ମୁଖ୍ୟ ଇଭେଣ୍ଟ ପାଇଁ ଡାଇରେକ୍ଟ ଏଣ୍ଟ୍ରି ମିଳିଛି ।

ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ରଣବୀର-ଆଲିଆଙ୍କ ‘ଗଲି ବୟ’

ନୂଆଦିଲ୍ଲୀ: ଆଲିଆ ଭଟ୍ଟ ଓ ରଣବୀର ସିଂହ ଅଭିନିତ ଫୁଲ୍ମ ଗଲି ବୟଓସ୍କାର ଦୌଡ଼ରୁ ବାଦ୍‌ ପଡ଼ିଛି। ଭାରତ ପକ୍ଷରୁ ଏହାକୁ ୯୨ତମ ଏକାଡେମୀ ଆୱାର୍ଡ ପାଇଁ ପଠାଯାଇଥିଲା। ଗଲି ବୟର ଏଣ୍ଟ୍ରି ବେଷ୍ଟ୍ ଇଣ୍ଟରନ୍ୟାନାଲ ଫିଚର ଫିଲ୍ମ କାଟାଗୋରୀରେ କରାଯାଇଥିଲା।

ସୋମବାର ଏକାଡେମୀ ଅଫ୍‌ ମୋଶନ ପିକ୍ଚର ଆର୍ଟସ ଆଣ୍ଡ ସାଇନ୍ସ ପକ୍ଷରୁ ୨୦୨୦ପାଇଁ ଯେଉଁ ୯ଟି କାଟାଗୋରୀରେ ସର୍ଟ ଲିଷ୍ଟେଡ ନୋମିନେଶନ କରାଯାଇଛି ସେଥିରେ ଗଲି ବୟବୁ ବାଦ୍‌ ଦିଆଯାଇଛି। ଏଥିରେ ୧୦ଟି ଚଳଚ୍ଚିତ୍ରକୁ ସ୍ଥାନ ଦିଆଯାଇଛି। ଜାନୁୟାରୀ ୩,୨୦୨୦ରେ ଏହାର ଚୁଡାନ୍ତ ତାଲିକା ପ୍ରକାଶ ପାଇବ ଓ ଫେବୃୟାରୀ ୯, ୨୦୨୦ରେ ହଲିଉଡ୍‌ର ଡଲବି ଥିଲଏଟରରେ ଏହି ପୁରସ୍କାର ପ୍ରଦାନ କରାଯିବ।