ବଜେଟ୍ ପାଇଁ ଆପଣ ବି ଦେଇ ପାରିବେ ମତାମତ

1 min read

ଭୁବନେଶ୍ୱର: ବଜେଟରେ କଣ ରହିବ, କଣ ନାଇଁ । ଆପଣ ବି ଦେଇପାରିବେ ଆପଣଙ୍କ ମତ । ପ୍ରାକ୍ ବଜେଟ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ସାମ୍ବାଦିକ ସମ୍ମିଳନୀ କରି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଲୋକଙ୍କ ମତାମତ ଲୋଡ଼ିଛନ୍ତି । ଏଥିପାଇଁ ଏକ ୱେବ ପୋର୍ଟାଲ ଖୋଲାଯାଇଛି । ତା ଛଡ଼ା ଜନସାଧାରଣ odisha.budget@gov.inରେ ମେଲ ଯୋଗେ ମତାମତ ଦେଇପାରିବେ । ହ୍ୱାଟ୍ସଆପ ନମ୍ବର ୯୪୩୮୧୬୧୧୧୧ରେ ମତାମତ ଦେଇହେବ ।

FILE PHOTO

ସାଧାରଣ ଲୋକ ଡିସେମ୍ବର ୧୮ରୁ ଜାନୁଆରୀ ୧୫ ମଧ୍ୟରେ ମତାମତ ଦେଇପାରିବେ । ଫେବ୍ରୁଆରୀ ପ୍ରଥମ ସପ୍ତାହରେ କେନ୍ଦ୍ରୀୟ ବିଜେଟ୍ ଉପସ୍ଥାପନ ସମ୍ଭାବନା ରହିଛି । କେନ୍ଦ୍ରୀ ବଜେଟକୁ ବିଶ୍ଲେଷଣ କରିବାକୁ ଆମକୁ ସପ୍ତାହେ ସମୟ ଲାଗିବ । ଫେବ୍ରୁଆରୀ ଦ୍ଵିତୀୟ କିମ୍ଵା ତୃତୀୟ ସପ୍ତାହରେ ରାଜ୍ୟ ବଜେଟ୍ ଆସିବ ବୋଲି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।

ODISHA ASSEMBLY

ଡିସେମ୍ବର ୨୧ ଯାଏଁ ବିଭାଗ ଗୁଡ଼ିକ ସେମାନଙ୍କର ଆବଶ୍ୟକତା ବିଷୟରେ ଜଣାଇପାରିବେ । ପ୍ରତି ବିଭାଗ ସହିତ ୱାନ୍ ଟୁ ୱାନ୍ ଆଲୋଚନା ହେବ । ଫେବ୍ରୁଆରୀ ୧୫ ସୁଦ୍ଧା ବଜେଟ୍ ପ୍ରସ୍ତୁତି ସରିବ । ପାର୍କିଂ ଫଣ୍ଡିଂ କମିଛି । କେନ୍ଦ୍ରୀୟ ବଜେଟ ଅନୁଦାନ ଦେଖି ବ୍ୟୟ ବରାଦ କରାଯିବ । ନଭେମ୍ବର ସୁଦ୍ଧା ବଜେଟର ୫୨ ପ୍ରତିଶତ ଖର୍ଚ୍ଚ ହୋଇଛି ।ଗତବର୍ଷ ବଜେଟ୍ ପାଇଁ ୪,୨୫୫ ମତାମତ ଆସିଥିଲା । ଜିଏସଟି ବାବଦରେ ଅଗଷ୍ଟ, ସେପ୍ଟେମ୍ବରରେ ୧,୧୯୪ କୋଟି ଦାବି କରିଥିଲୁ କେନ୍ଦ୍ର ୧,୧୪୨ କୋଟି ଦେଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।

Leave a Reply