spot_img
Home Blog Page 7551

ଆଜିର ରାଶିଫଳ(୨୧.୧୨.୨୦୧୯) ଶନିବାର

ଆଜିର ପଞ୍ଚାଙ୍ଗ(୨୧.୧୨.୨୦୧୯) ଶନିବାର

ଆଜି ୨୦୧୯ମସିହା ଡିସେମ୍ବର ୨୧ତାରିଖ, ଶନିବାର, ପୌଷ କୃଷ୍ଣପକ୍ଷ, ସୌରମାସ, ଧନୁ ୬ଦିନ, ଦଶମୀ ତିଥି, ଚିତ୍ରା ନକ୍ଷତ୍ର, କନ୍ୟା ଚନ୍ଦ୍ର, ଶୋଭନ ଯୋଗ, ବିଷ୍ଟିକରଣ

ଚନ୍ଦ୍ରଶୁଦ୍ଧି- ମେଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ଧନୁ, ମୀନ ରାଶିର

ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର

ଘାତଚନ୍ଦ୍ର- ବୃଷ ରାଶିର

ରାହୁକାଳ- ଦିବା ୯/୦୨ମି.ରୁ ଦିବା ୧୦/୨୭ମି.

କାଳବେଳା- ପ୍ରାତଃ ୬/୨୧ମି. ରୁ ପ୍ରାତଃ ୭/୪୧ମି.

ଶୁଭବେଳା- ଦିବା ୧୨/୦୬ମି.ରୁ ଦିବା ୦୧/୦୫ମି.

ପର୍ବପର୍ବଣୀ- ସାୟନ ଉତ୍ତରାୟଣ ଆରମ୍ଭ

ଆଜିର ରାଶିଫଳ

ମେଷ- କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥଆଗମନର ଯୋଗ ରହୁଛି । ବନ୍ଧୁବର୍ଗଙ୍କ ସହଯୋଗ ପ୍ରାପ୍ତି ହେବେ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।

ବୃଷ- ପାରିବାରିକ ଜୀବନ ଅଶାନ୍ତ ରହିବ । ଆୟ ତୁଳନାରେ ବ୍ୟୟ ଭାର ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଆଳସ୍ୟତା ବୃଦ୍ଧି ପାଇବ । ମନ କଥାକୁ ଗୋପନ ରଖି ଉଦାସିନ ରହିବେ ।

ମିଥୁନ- ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ । କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥାଗମ ଯୋଗ ରହୁଛି । ବନ୍ଧୁବର୍ଗଙ୍କ ସହଯୋଗ ପ୍ରାପ୍ତି ହେବେ ।

କର୍କଟ- ପ୍ରତ୍ୟକ କାର୍ଯ୍ୟରେ ସଫଳତା ହାସଲ କରିବେ । ମଧ୍ୟାହ୍ନ ପରେ ସୁ-ସମ୍ବାଦ ପ୍ରାପ୍ତି ହେବେ । ଆକସ୍ମିକ ଅର୍ଥଲାଭ ହୋଇପାରେ ।

ସିଂହ- ମାନସିକ ପୂରଣ ହେବ । ଗୃହକୁ ଅତିଥି ଆଗମନ କରିବେ । କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।

କନ୍ୟା- ଦୂର ସ୍ଥାନକୁ ଭ୍ରମଣ କରିପାରନ୍ତି । ମଜା ମଜଲିସ୍ ରେ ଦିନଟି କଟିବ । ସାଙ୍ଗଠନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ପାରିବାକରିକ ଜୀବନ ସୁଖମୟ ହେବ ।

ତୁଳା- ମାନସିକ ଶାନ୍ତି ବ୍ୟାହତ ହେବ । ଅଯଥା କଥାକୁ କେନ୍ଦ୍ର କରି ବିବାଦୀୟ ସ୍ଥିତି ଉପୁଜିପାରେ । କୌଣସି ଅଜଣା ବ୍ୟକ୍ତି ସଂପର୍ଶରେ ଆସି ଠକାମୀର ଶିକାର ହୋଇପାରନ୍ତି ।

ବିଛା- ମାନସିକ ସ୍ଥିତି ଅସ୍ଥିର ରହିବ । କର୍ମକ୍ଷେତ୍ରରେ ଉଦାସିନତା ଅନୁଭବ କରିବେ । ସହକର୍ମୀଙ୍କ ସହିତ ମତଭେଦ ଦେଖାଦେବ । ପାରିବାରିକ ଜୀବନରେ ବିବ୍ରତ ରହିବେ ।

ଧନୁ- ବିଭିନ୍ନ ସୂତ୍ରରୁ ଅର୍ଥାଗମନ ହେବ । ଇଚ୍ଛା କରୁଥିବା କାର୍ଯ୍ୟରେ ସଫଳତା ହାସଲ କରିବେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ହାସଲ କରିବେ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।

ମକର- ଆଜି ଆପଣଙ୍କ ଦିନଟି ବହୁତ ଭଲରେ କଟିବ । କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସାମାଜିକ କର୍ମ ପାଇଁ ତତ୍ପର ହେଇ ଉଠିବେ ।

କୁମ୍ଭ- ଶାରିରୀକ ଅସୁସ୍ଥତା କାରଣରୁ ବିବ୍ରତ ରହିବେ । କର୍ମକ୍ଷେତ୍ରରେ ଚାପଗ୍ରସ୍ତ ରହିବେ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । ପାରିବାରିକ ଜୀବନରେ ଶାନ୍ତି ବ୍ୟାହତ ହେବ ।

ମୀନ- ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ । ସନ୍ତାନବର୍ଗଙ୍କୁ ନେଇ ଗର୍ବ ଅନୁଭବ କରିବେ । କର୍ମମୟ ଜୀବନରେ ସଫଳତା ଆଡକୁ ଅଗ୍ରସର ହେବେ । ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ ।

ଜ୍ୟୋତିର୍ବିଦ ପ୍ର. ଗଜେନ୍ଦ୍ର କୁମାର ନାଥ

ଯୋଗଯୋଗ- ୯୮୬୧୨୭୧୫୫୭

 

ଆସନ୍ତା ୨୬ରେ ସୂର୍ଯ୍ୟ ପରାଗ, ଏହି ୫ଟି ରାଶି ଉପରେ ପଡ଼ିପାରେ ଅଧିକ ପ୍ରଭାବ

0

ଭୁବନେଶ୍ୱର : ଡିସେମ୍ବର ୨୬ ତାରିଖରେ ଏ ବର୍ଷର ଶେଷ ସୂର୍ଯ୍ୟପରାଗ । ଏଥିପାଇଁ ପାକ ନିଷେଧ ସହ ପୂଜା ପଦ୍ଧତି ଉପରେ ମଧ୍ୟ କଟକଣା ଜାରି ହୋଇଥାଏ । ତେବେ ସୂର୍ଯ୍ୟ ପରାଗରୁ କିଛି ରାଶିର ବ୍ୟକ୍ତିଙ୍କ ଉପରେ ପ୍ରଭାବ ଅଧିକ ରହିଥାଏ ତ ଆଉ କିଛି ରାଶିର ବ୍ୟକ୍ତିଙ୍କୁ ମଧ୍ୟ ଶୁଭ ଫଳ ମିଳିଥାଏ । ତେବେ ଏଥର ପରାଗ ବେଳେ ୫ଟି ରାଶି ପ୍ରତି କିଛିଟା ବିପଦ ରହିଛି । ଜାଣନ୍ତୁ ସେ ସବୁ ରାଶି ସଂପର୍କରେ ।

ମେଷ : ଏହି ରାଶିର ବ୍ୟକ୍ତିଙ୍କୁ ପରାଗ ସମୟରେ କିଛିଟା ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିପାରେ । କାର୍ଯ୍ୟରେ ବିଳମ୍ବ ହେବ । ଯଦି ଆପଣ ବେପାର କରୁଛନ୍ତି ତେବେ କାହା ଉପରେ ଅଧିକ ବିଶ୍ୱସ କରନ୍ତୁ ନାହିଁ, ଅସୁବିଧାରେ ପଡ଼ି ପାରନ୍ତି । ତର୍କ ବିତର୍କରୁ ଦୁରେଇ ରୁହନ୍ତୁ । କିଛି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନଙ୍କ ସହ ଆଲୋଚନା କରି ନିଅନ୍ତୁ ।

ମିଥୁନ : ଦାମ୍ପତ୍ତ୍ୟ ଜୀବନରେ କଳହ ଲାଗି ରହିବ । ଚାକିରିରେ ପ୍ରମୋଶନ ଚାହୁଁଥିଲେ ଏହା ବିଳମ୍ବ ହୋଇପାରେ, ଯଦି ନୂଆ ଚାକିରି ଖୋଜୁଛନ୍ତି ତେବେ କିଛି ଦିନ ଅପେକ୍ଷା କରି ନିଅନ୍ତୁ । ପିତା-ମାତାଙ୍କ ଦେହ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।

ତୁଳା : ପରାଗଠାରୁ କିଛି ନା କିଛି ଖରାପ ପରିସ୍ଥିତିକୁ ସାମ୍ନା କରିପାରନ୍ତି । ଭାଇ ଭଉଣୀଙ୍କ ସହ କଳହ ହୋଇପାରେ । ସନ୍ତାନକୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କଷ୍ଟ ହୋଇପାରେ । ତେବେ ଏହି ପ୍ରଭାବ ୧୫ ଦିନ ହିଁ ରହିବ ।

ବିଚ୍ଛା : ପରିବାରରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ଦେଖାଦେବ । ମାନସିକ ଚାପ ବଢିପାରେ । କଥାବାର୍ତ୍ତାରେ ନିୟନ୍ତ୍ରଣ ରକ୍ଷା କରନ୍ତୁ ।

ମକର : ବର୍ଷର ଆରମ୍ଭରେ ଆପଣ ବିଭିନ୍ନ ଚାପରେ ରହି ପାରନ୍ତି । ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ । ବ୍ୟବସାୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ ।

ଜାଣନ୍ତୁ କେଉଁ ଗାଁରେ ଦ୍ରୌପଦୀ ସାଜନ୍ତି ବିବାହିତ ମହିଳା

0

ଡେରାଡୁନ: ଏମିତି ବି ଗାଁ ଅଛି ଯେଉଁଠି ବିବାହିତ ମହିଳା ଦ୍ରୌପଦୀ ସାଜିଥାଏ । ଯେଉଁଠି ଝିଅଟି ବିବାହ କରିବା ପରେ ସ୍ୱାମୀର ସମସ୍ତ ଭାଇଙ୍କୁ ବି ବିବାହ କରିବାକୁ ପଡ଼ିଥାଏ । କେବଳ ସେତିକି ନୁହେଁ ପରମ୍ପରା ଅନୁସାରେ ସ୍ୱାମୀର ସମସ୍ତ ଭାଇଙ୍କୁ ବିବାହ କରିବା ପରେ ମହିଳା ଜଣଙ୍କ ସମସ୍ତଙ୍କ ସହ ଶାରିରୀକ ସମ୍ପର୍କ ମଧ୍ୟ ରଖିଥାଏ  । ଏବଂ ଏହି ପରମ୍ପରା ମହାଭାରତରୁ ଆସିଛି ବୋଲି ମଧ୍ୟ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସବୁଠାରୁ ବଡ଼କଥା ହେଉଛି ଯେତେବେଳେ ସନ୍ତାନ ଜନ୍ମ ହୁଏ ସେ ଜାଣିନଥାଏ ତାର ବାପା କିଏ ।

ଉତ୍ତର ଭାରତର ଡେରାଡୁନରେ ଥିବା ଏକ ଛୋଟିଆ ଗାଁରେ ରହିଛି କିଛି ଏଭଳି ପରମ୍ପରା । ଯେଉଁଠି ଝିଅଟି ସ୍ୱାମୀର ସମସ୍ତ ଭାଇମାନଙ୍କୁ ବିବାହ କରିଥାଏ । ଏଭଳି କରିବା ପାଇଁ ମହିଳାଙ୍କୁ ବାଧ୍ୟ କରାଯାଇଥାଏ । ଯଦି ମହିଳା ଏଭଳି କରିବାକୁ ଅନିଚ୍ଛାପ୍ରକାଶ କରେ ତେବେ ମଳିଳାଙ୍କୁ ଘରୁ ବାହାର କରି ଦିଆଯାଇଥାଏ । ବିଶ୍ୱାସ ରହିଛି ଏଭଳି କରିବା ଦ୍ୱାରା ଘରେ ସୁଖଶାନ୍ତି ରହିବା ସହ ଘରକୁ ଲକ୍ଷ୍ମୀର ପ୍ରବେଶ ହୋଇଥାଏ ।

ଏହି ପରମ୍ପରା ମହାଭାରତରୁ ଆସିଛି ବୋଲି ଗାଁରେ  ଅନ୍ଧବିଶ୍ୱସ ରହିଛି । ଦ୍ରୌପଦୀ ଯେମିତି କୁନ୍ତିଙ୍କର ୫ ପୁଅଙ୍କୁ ବିବାହ କରି ସମସ୍ତ ଭାଇଙ୍କର ସ୍ତ୍ରୀ ହୋଇ ରହିଥିଲେ । ସେମିତି ଏହି ଗାଁରେ ମଧ୍ୟ ମହିଳାଙ୍କୁ ସ୍ୱାମୀର ସମସ୍ତ ଭାଇଙ୍କୁ ବିବାହ କରିବାର ପରମ୍ପରା ରହିଛି ।

ବିବାହ ପରେ ମହିଳା ଜଣଙ୍କ ସବୁ ରାତି ପ୍ରତ୍ୟେକ ସ୍ୱାମୀମାନଙ୍କ ସହ ଶାରିରୀକ ସମ୍ପର୍କ ରଖିଥାଏ । ସବୁଠାରୁ ବଡ କଥା ହେଉଛି ସନ୍ତାନ ଜନ୍ମ ହେବା ପରେ ତାର ବାପା କିଏ ତାହା ନା ତା ମାଆ ଜଣିଥାଏ ନା ସେ ସନ୍ତାନ । ୨୦୦୯ ରେ ରଜୋ ବର୍ମା(୨୪) ନାମକ ଏକ ମହିଳା ଗୁଡୁ ନାମକ ଏକ ପୁରୁଷ ସହ ବିବାହ କରିଥିଲେ । ପରମ୍ପରା ଅନୁସାରେ ତାର ବର୍ଷେ ପରେ ରଜୋ ବିବାହ କରିଥିଲେ ଗୁଡ଼ୁଙ୍କ ଭାଇଙ୍କୁ  ।

ଏହି ଭଳି ଭାବରେ ରଜୋ ଗୋଟିଏ ପରେ ଗୋଟିଏ ୬ ଜଣ ଭାଇଙ୍କୁ ବିବାହ କରିଥିଲେ । ପ୍ରତ୍ୟେକ ରାତିରେ ମହିଳା ଜଣଙ୍କ ଭିନ୍ନ ଭିନ୍ନ ସ୍ୱାମିଙ୍କ ସହ ସମ୍ପର୍କ ରଖିଥାନ୍ତି । ଏହି ଗାଁରେ ଶିକ୍ଷା ଅଭାବରୁ DNA ଟେଷ୍ଟ କରିବା ବି ଜାଣନ୍ତି ନାହିଁ ।

ଏଠାରେ ପରମ୍ପରାର ଅନ୍ଧବିଶ୍ୱସର ଶିକାର ହୋଇଥାନ୍ତି ପ୍ରତ୍ୟେକ ମହିଳା । ମନ ଓ ଦେହର କଷ୍ଟକୁ ଅଣ୍ଟିରେ ଧରି ବୁଲେ ସ୍ତ୍ରୀ  । ମହାଭାରତର ଏଭଳି ନିୟମକୁ ମନେ ମନେ କୋଷେ ।  ଏହା କେବଳ ଶିକ୍ଷାର ଅଭାବ ଛଡ଼ା ଆଉ କିଛି ନୁହେଁ ।

 

 

 

ସାଥୀ କଏଦୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣି ଚାଲିଗଲା ପ୍ରାଣ

କେନ୍ଦୁଝର: ଫାଶୀ ଦଣ୍ଡାଦେଶକୁ ନେଇ ଛାନିଆ ହେଲେଣି ଦୁଷ୍କର୍ମକାରୀ । ଗତକାଲି ଜଣେ କଏଦୀଙ୍କୁ କୋର୍ଟ ନାବାଳିକା ଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ଆଉ ଏହି ଖବର ପରେ କେନ୍ଦୁଝର ଜିଲ୍ଲା କାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ଆଜି ମୃତ୍ୟୁ ହୋଇଛି । ମୃତକ ପଣ୍ଡାପଡ଼ା ଥାନା ମିଶ୍ରମାଳ ଗାଁର ଟୁରୀ ମୁଣ୍ଡା ।ସେ ଆଜି ସକାଳେ ଖାଦ୍ୟ ସଂଗ୍ରହ କରି ନିଜ ବାରାକକୁ ନେଇଥିଲେ । ଖାଦ୍ୟ ଖାଇବା ପାଇଁ ତଳେ ବସିଥିବା ବେଳେ ହଠାତ୍ ପଡ଼ିଥିଲେ । ତାଙ୍କୁ ଜେଲ ଡାକ୍ତର ଦେଖିବା ପରେ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି ।ମୃତ ଟୁରୀ ମୁଣ୍ଡା ୨୦୧୮ ମେ ମାସରେ ପୋକ୍ସୋ ଆକ୍ଟରେ ଗିରଫ ହୋଇ ବିଚାରାଧୀନ କଏଦୀ ଭାବେ କେନ୍ଦୁଝର ଜେଲରେ ଥିଲେ । ତାଙ୍କ ବିରୋଧରେ ୩୫୪(ଏ), ୩୫୪(ବି) ଆଦି ଦଫା ଲାଗିଥିଲା । ତେବେ, ଗତକାଲି ସୁନୀଲ ନାଏକ ନାମକ କଏଦୀଙ୍କୁ ପୋକ୍ସୋ ମାମଲାରେ ଫାଶୀ ଦଣ୍ଡ ଶୁଣାଯିବା ପରେ ଆଜି ଟୁରୀଙ୍କ ହୃଦଘାତରେ ମୃତ୍ୟୁ ହୋଇଛି ।

https://nandighoshatv.comkeonjhar-girl-child-rapist-sentenced-death/

ସମ୍ଵଲପୁର: ୪ ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଗିରଫ । ୫ ଲକ୍ଷ ଟଙ୍କା, ୩୦ଟି ଏଟିଏମ କାର୍ଡ, କ୍ଲୋନିଂ ମେସିନ, ଲାପଟପ ଆଦି ଜବତ କଲା ପୋଲିସ । ୨ ଲୁଟେରା ବିହାର ଗୟାର ହୋଇଥିବା ବେଳେ ଅନ୍ୟ ୨ ଜଣ ସମ୍ବଲପୁର ସହରର ହୋଇଥିବା ପୋଲିସର ସୂଚନା ।

ସମ୍ଵଲପୁର: ୪ ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଗିରଫ । ୫ ଲକ୍ଷ ଟଙ୍କା, ୩୦ଟି ଏଟିଏମ କାର୍ଡ, କ୍ଲୋନିଂ ମେସିନ, ଲାପଟପ ଆଦି ଜବତ କଲା ପୋଲିସ । ୨ ଲୁଟେରା ବିହାର ଗୟାର ହୋଇଥିବା ବେଳେ ଅନ୍ୟ ୨ ଜଣ ସମ୍ବଲପୁର ସହରର ହୋଇଥିବା ପୋଲିସର ସୂଚନା ।

ଚିଫ ୱାଇଲ୍ଡ ଲାଇଫ ୱାର୍ଡନ ହରିଶଙ୍କର ଉପାଧ୍ୟାୟଙ୍କ ସୂଚନା । ବ୍ୟାଘ୍ର ପ୍ରକଳ୍ପକୁ ବିଫଳ କହିବା ଠିକ୍ ନୁହେଁ । ଏନଟିସିଏ, WII ଅଧିକାରୀମାନେ ବାରମ୍ବାର ସାତକୋଶିଆ ଗସ୍ତ କରିଥିଲେ । ଭବିଷ୍ୟତରେ ସ୍ଥିତି ସ୍ୱାଭାବିକ ହେଲେ ପୁଣି ପ୍ରକଳ୍ପ ଆରମ୍ଭ ହେବ ।

ଚିଫ ୱାଇଲ୍ଡ ଲାଇଫ ୱାର୍ଡନ ହରିଶଙ୍କର ଉପାଧ୍ୟାୟଙ୍କ ସୂଚନା । ବ୍ୟାଘ୍ର ପ୍ରକଳ୍ପକୁ ବିଫଳ କହିବା ଠିକ୍ ନୁହେଁ । ଏନଟିସିଏ, WII ଅଧିକାରୀମାନେ ବାରମ୍ବାର ସାତକୋଶିଆ ଗସ୍ତ କରିଥିଲେ । ଭବିଷ୍ୟତରେ ସ୍ଥିତି ସ୍ୱାଭାବିକ ହେଲେ ପୁଣି ପ୍ରକଳ୍ପ ଆରମ୍ଭ ହେବ ।

ରାଜଧାନୀର ମଲରେ ୱେଷ୍ଟଇଣ୍ଡିଜ୍ ଟିମର ସପିଂ, ଜାଣନ୍ତୁ କଣ କିଣିଲେ…

ଭୁବନେଶ୍ୱର: ଇଣ୍ଡିଜ୍ ଟିମର ମନ ଜିଣିଛି ରାଜଧାନୀ । ଆଜି ଅଭ୍ୟାସ ମ୍ୟାଚ୍ ନଥିବାରୁ ଇଣ୍ଡିଜ ଟିମର ଖେଳାଳି, କୋଚ ଓ ଅଫିସିଆଲ ମଲ୍ ଯାଇ ସପିଂ କରିଛନ୍ତି । ରସୁଲଗଡ଼ ସ୍ଥିତ ଏସପ୍ଲାନେଡ ମଲରେ କିଣାକିଣି କରିଛନ୍ତି ଖେଳାଳି ଓ କୋଚ୍ ।

ଖେଳାଳି ଓ ଟିମ୍ ସଦସ୍ୟ ଏସପ୍ଲାନେଡ ମଲ୍ ବୁଲିବା ସହ ସପିଂ କରିଛନ୍ତି । ବ୍ୟାଗ୍, ଜୋତା, ଘଣ୍ଟା, ଡ୍ରେସ୍ ସହ ସ୍ନାକ୍ସ କିଣିଥିବା ଜଣାପଡ଼ିଛି । ଇଣ୍ଡିଜ୍ ଖେଳାଳିଙ୍କୁ ଦେଖିବା ପାଇଁ ମଲରେ ଭିଡ଼ ଲାଗିଥିଲା ।

ଟିମ୍ ସଦସ୍ୟ କିଣାକିଣି କରିବା ସହ ଫ୍ୟାନଙ୍କ ମନ ଜିଣିଛନ୍ତି । ଫ୍ୟାନମାନଙ୍କ ସହ ଫଟୋ ଉଠାଇଛନ୍ତି । ତେବେ, ଟିମର ପୂର୍ବତନ ଅଧିନାୟକ ଜାସନ ହୋଲ୍ଡରଙ୍କ ସହ ସେଲ୍ଫି ନେବା ପାଇଁ ସମସ୍ତେ ଆଗ୍ରହ ପ୍ରକାଶ କରିଥିଲେ ।

https://www.facebook.com/nandighoshatv/videos/2713543658875574/

ପୁରୀ: ଆରମ୍ଭ ହେଲାଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ପୁରୀ ଏସପି ଓ ପରିଚାଳନା କମିଟିର ସଦସ୍ୟ ବୈଠକରେ ସାମିଲ୍ ।

ପୁରୀ: ଆରମ୍ଭ ହେଲାଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ପୁରୀ ଏସପି ଓ ପରିଚାଳନା କମିଟିର ସଦସ୍ୟ ବୈଠକରେ ସାମିଲ୍ ।

ମ୍ୟାଚ୍ ଦିନ କେଉଁ ବାଟେ ଯିବେ, କେଉଁଠି ଗାଡ଼ି ପାର୍କିଂ କରିବେ ଜାଣନ୍ତୁ…

ଭୁବନେଶ୍ୱର: ଦିନକ ପରେ ବାରବାଟୀରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ ଆଡଭାଇଜରି ଜାରି କରାଯାଇଛି । ମ୍ୟାଚ୍ ଦିନ ଭିଡ଼କୁ ଦୃଷ୍ଟିରୁ ରଖି କେତକ ରାସ୍ତାରେ ଯାନବାହାନ ଯାତାୟାତ ଉପରେ କଟକଣା ମଧ୍ୟ ଲଗାଯାଇଛି । ଏଥିସହ ଷ୍ଟାଡିୟମ୍ ନିକଟବର୍ତ୍ତୀ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରଯାଇଛି । ତେବେ, ସାଧାରଣ ଲୋକ ଓ ପାସ୍ ଧାରୀଙ୍କ ପାଇଁ ଗାଡ଼ି ପାର୍କିଂ ସ୍ଥାନ ଅଲଗା ଅଲଗା ରହିଛି । ଏହି ଅସ୍ଥାୟୀ ଯାନବାହାନ କଟକଣା ୨୨ ତାରିଖ ସକାଳ ୮ଟାରୁ ଖେଳ ସରିବା ବା ଭିଡ଼ ଭାଙ୍ଗିବା ଯାଏଁ ବଳବତ୍ତର ରହିବ ।

୧) ମାତାମଠ ପଟୁ ରିଂ ରୋଡରେ ଆସୁଥିବା ଗାଡ଼ି ଗଡ଼ ଗଡ଼ିଆ ମନ୍ଦିର ପୂର୍ବରୁ ଥିବା ଗଡ଼ା ପାଖରେ ଡାହାଣକୁ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିବେ । ପାସ୍ ଥିବା ଯାନବାହନ ଗୁଡ଼ିକ ଗଡ଼ଗଡ଼େଶ୍ୱର ମନ୍ଦିର ଦେଇ ବାମ୍ବୋଡିପୋ ଗଡ଼ାରେ ବାମ ପଟକୁ ଯାଇ, ପୁରୁଣା ବାଲିଯାତ୍ରା ପଡ଼ିଆରେ ଗାଡି ପାର୍କିଂ କରିପାରିବେ ।

୨) ହାରଡ଼ା ମୋଟର ଛକ ଓ ଗଡ଼ଗଡ଼ାଛକ ପଟୁ ଆସୁଥିବା ଗାଡ଼ି ମୁଖ୍ୟ ବିଚାରପତିଙ୍କ ବଙ୍ଗଳା ଛକ ପାଖରୁ ଡାହାଣ ପଟେ ରିଂ ରୋଡ୍କୁ ଯାଇ ସେଠାରୁ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିବେ ।

୩) ବିଜୁ ପଟ୍ଟନାୟକ ଛକ ଆଡ଼ୁ ଆସୁଥିବା ଗାଡ଼ି ପି.ଏଚ.ଡି ଅଫିସ୍ ଛକ ପାଖରୁ ସିଧା ବାରବାଟୀ ଷ୍ଟାଡିୟମ୍ ରୋଡ୍ ଆଡ଼କୁ ଆସିପାରିବେ ନାହିଁ । ସେମାନେ ଦୟାଶ୍ରମରେ ଥିବା ଷ୍ଟାଣ୍ଡରେ ପାର୍କିଂ କରିବେ ।

୪) ବିଜୁ ପଟ୍ଟନାୟକ ଛକ ବା ମଧୁସୂଦନ ଆଡ଼ୁ ଆସୁଥିବା ଯାନବାହନ ଆନନ୍ଦଭବନ ଛକ ପାଖରେ ଥିବା ପଡ଼ିଆରେ ଗାଡ଼ି ପାର୍କିଂ କରିବେ । ଏହି ଯାନବାହାନ ଗୁଡ଼ିକ ଜିଲ୍ଲାପୋର୍ଟ ଦେଇ ବାଲିଯାତ୍ରା ପଡ଼ିଆ ବା ଚମ୍ପାବନ ରୋଡକୁ ଆସିପାରିବେ ନାହିଁ ।

୫) ହରିଣ ପାର୍କ ବା ମଧୁସୂଦନ ନଗର ଆଡୁ ରିଂ ରୋଡରେ ଗଡ଼ଗଡ଼େଶ୍ୱର ମନ୍ଦିର ଆଡ଼କୁ ଆସୁଥିବା ଗାଡ଼ି କାର୍ତ୍ତିକେଶ୍ୱର ଗଡ଼ାରେ ବାମକୁ ଗଡ଼ି ପାର୍କିଂ ଷ୍ଟାଣ୍ଡରେ ରଖିବେ ।ପାର୍କିଂ ବ୍ୟବସ୍ଥା

  • ମାତାମଠ ଦେଇ ରିଂ ରୋଡରେ ଆସୁଥିବା ଗାଡ଼ି ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ ।
  • ହାରଡ଼ା ମୋଟର ଛକ ଓ ମଣୀସାହୁ ଛକ ପଟୁ ଆସୁଥିବା ଗାଡ଼ି ଗୁଡ଼ିକ ରିଂ ରୋଡରେ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିବେ ।
  • ଚହଟା ଛକ ପଟୁ ଆସୁଥିବା ଗାଡ଼ି କାର୍ତ୍ତିକେଶ୍ୱର ଗଡ଼ାରେ ତଳ ବାଲିଯାତ୍ରା ପଡ଼ିଆରେ ପାର୍କି କରିପାରିବେ ।
  • କନିକା ଛକ, ବିଜୁ ପଟ୍ଟନାୟକ ଛକ ଓ ମଧୁସୂଦନ ନଗର ଛକ ପଟୁ ଆସୁଥିବା ଗାଡ଼ି ଆନନ୍ଦ ଭବନ ପଡ଼ିଆରେ ପାର୍କି କରିପାରିବେ ।
  • ଓସିଏ ପାର୍କିଂ ପାସ୍ ପାଇଥିବା ବ୍ୟକ୍ତି ମଧୁସୂଦନ ଷ୍ଟାଚ୍ୟୁ କିମ୍ବା ନାରୀସେବା ସଦନ ଛକ ଦେଇ ଗେଟ୍ ନମ୍ବର-୧ରେ ଯାଇ ଓସିଏ ପଡ଼ିଆରେ ପାର୍କି କରିବେ ।
  • ଜାଭିୟର ଗ୍ରାଉଣ୍ଡରେ ପାସ୍ ପାଇଥିବା ବ୍ୟକ୍ତି ବାମ୍ବୋଡିପୋ ଓ ଚମ୍ପାବନ ରାସ୍ତା ଦେଇ ଗେଟ୍ ନମ୍ବର-୧୪ରେ ଯାଇ ପଡ଼ିଆରେ ପାର୍କିଂ କରିବେ ।

ଖୋର୍ଦ୍ଧା: ବାଘମାରୀ ଥାନା କୋଟପଳାରେ ଅବକାରୀ ବିଭାଗର ରେଡ୍ । ୧୮ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ ।

ଖୋର୍ଦ୍ଧା: ବାଘମାରୀ ଥାନା କୋଟପଳାରେ ଅବକାରୀ ବିଭାଗର ରେଡ୍ । ୧୮ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ ।