ରାଜଧାନୀର ମଲରେ ୱେଷ୍ଟଇଣ୍ଡିଜ୍ ଟିମର ସପିଂ, ଜାଣନ୍ତୁ କଣ କିଣିଲେ…

1 min read

ଭୁବନେଶ୍ୱର: ଇଣ୍ଡିଜ୍ ଟିମର ମନ ଜିଣିଛି ରାଜଧାନୀ । ଆଜି ଅଭ୍ୟାସ ମ୍ୟାଚ୍ ନଥିବାରୁ ଇଣ୍ଡିଜ ଟିମର ଖେଳାଳି, କୋଚ ଓ ଅଫିସିଆଲ ମଲ୍ ଯାଇ ସପିଂ କରିଛନ୍ତି । ରସୁଲଗଡ଼ ସ୍ଥିତ ଏସପ୍ଲାନେଡ ମଲରେ କିଣାକିଣି କରିଛନ୍ତି ଖେଳାଳି ଓ କୋଚ୍ ।

ଖେଳାଳି ଓ ଟିମ୍ ସଦସ୍ୟ ଏସପ୍ଲାନେଡ ମଲ୍ ବୁଲିବା ସହ ସପିଂ କରିଛନ୍ତି । ବ୍ୟାଗ୍, ଜୋତା, ଘଣ୍ଟା, ଡ୍ରେସ୍ ସହ ସ୍ନାକ୍ସ କିଣିଥିବା ଜଣାପଡ଼ିଛି । ଇଣ୍ଡିଜ୍ ଖେଳାଳିଙ୍କୁ ଦେଖିବା ପାଇଁ ମଲରେ ଭିଡ଼ ଲାଗିଥିଲା ।

ଟିମ୍ ସଦସ୍ୟ କିଣାକିଣି କରିବା ସହ ଫ୍ୟାନଙ୍କ ମନ ଜିଣିଛନ୍ତି । ଫ୍ୟାନମାନଙ୍କ ସହ ଫଟୋ ଉଠାଇଛନ୍ତି । ତେବେ, ଟିମର ପୂର୍ବତନ ଅଧିନାୟକ ଜାସନ ହୋଲ୍ଡରଙ୍କ ସହ ସେଲ୍ଫି ନେବା ପାଇଁ ସମସ୍ତେ ଆଗ୍ରହ ପ୍ରକାଶ କରିଥିଲେ ।

ଏସପ୍ଲାନେଡରେ ୱେଷ୍ଟଇଣ୍ଡିଜ୍ ଟିମ୍

ଇଣ୍ଡିଜ୍ ଟିମର ମନ ଜିଣିଛି ରାଜଧାନୀ । ଆଜି ଅଭ୍ୟାସ ମ୍ୟାଚ୍ ନଥିବାରୁ ଇଣ୍ଡିଜ ଟିମର ଖେଳାଳି, କୋଚ ଓ ଅଫିସିଆଲ ମଲ୍ ଯାଇ ସପିଂ କରିଛନ୍ତି । ରସୁଲଗଡ଼ ସ୍ଥିତ ଏସପ୍ଲାନେଡ ମଲରେ କିଣାକିଣି କରିଛନ୍ତି ଖେଳାଳି ଓ କୋଚ୍ । #WestIndies #Cricketer #Shopping #Bhubaneswar #Odisha #NandighoshaTv

Nandighosha TV यांनी वर पोस्ट केले गुरुवार, १९ डिसेंबर, २०१९

Leave a Reply