ଟାଟା ଷ୍ଟିଲ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବ୍ୟୁରୋକ୍ରାଟ୍ସ ଏକାଦଶ ଚାମ୍ପିୟନ ହୋଇଛି। ଭୁବନେଶ୍ୱର ରେଲୱେ ଷ୍ଟାଡ଼ିୟମରେ ଏହି ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା। ଯେଉଁଥିରେ ୪ଟି ଟିମ୍ ମିଡିଆ ଇଲେଭେନ, ଲିଡର ଇଲେଭେନ, ବ୍ୟୁରୋକ୍ରାଟ୍ସ ଇଲେଭେନ ଓ ଟାଟା ଷ୍ଟିଲ୍ ଇଲେଭେନ ଅଂଶଗ୍ରହଣ କରିଥିଲେ।
ପ୍ରତିଯୋଗିତାର ରୋମାଞ୍ଚଭରା ଫାଇନାଲରେ ଟାଟାଷ୍ଟିଲକୁ ୧୬ ରନରେ ହରାଇ ବ୍ୟୁରୋକ୍ରାଟ୍ସ ଇଲେଭେନ ବିଜୟୀ ହୋଇଛି। ଫାଇନାଲ ମ୍ୟାଚରେ ଆକର୍ଷଣୀୟ ପ୍ରଦର୍ଶନ ସହ ଦଳକୁ ଚାମ୍ପିୟନ କରାଇଥିବା ବ୍ୟୁରୋକ୍ରାଟ୍ସ ଇଲେଭେନର ପ୍ରମୁଖ ଖେଳାଳି ଅନିରୁଧ ସିଂହଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା।

ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲ, ଲିଡର ଇଲେଭେନ ଓ ବ୍ୟୁରୋକ୍ରାଟ୍ସ ଇଲେଭେନ ମଧ୍ୟରେ ଖେଳାଯାଇଥିଲା। ଯେଉଁ ମ୍ୟାଚରେ ଲିଡର ଇଲେଭେନକୁ ୯ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା ବ୍ୟୁରକ୍ରାଟ୍ସ ଟିମ୍। ଅନ୍ୟପଟେ ଦ୍ୱିତୀୟ ସେମିଫାଇନାଲଟି ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଏହି ମ୍ୟାଚରେ ଟାଟା ଷ୍ଟାଲ୍ ଠାରୁ ମାତ୍ର ୪ ରନରେ ହାରି ଟୁର୍ଣ୍ଣାମେଣ୍ଟରୁ ମିଡିଆ ଇଲେଭେନ ବିଦା ହୋଇଥିବା ବେଳେ ଟାଟା ଷ୍ଟିଲ୍ ଫାଇନାଲରେ ପ୍ରବେଶ କରିଥିଲା।

ଦୈନନ୍ଦିନ କାର୍ଯ୍ୟରୁ ବିରତି ନେଇ ଆଜି ସକାଳୁ ରେଲୱେ ଷ୍ଟାଡ଼ିୟମରେ ନେତା, ମନ୍ତ୍ରୀ, ଅଫିସର ଓ ସାମ୍ବାଦିକମାନେ ଏକଜୁଟ୍ ହୋଇଥିଲେ। ଯାହା ଉପସ୍ଥିତି ଦର୍ଶକଙ୍କୁ ମନରଂଜନର ଖୋରାକ ଯୋଗାଇଥିଲା। ପୋଲିସ, ନେତା ସାମ୍ବାଦିକ ଓ ଅଫିସରଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ନେଇ ଏଭଳି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯାଉଛି ବୋଲି ଟାଟା ଷ୍ଟିଲ ଜାମସେଦପୁର ଜୋନର ଭାଇସ ପ୍ରେସିଡେଣ୍ଟ ଚାଣକ୍ୟ ଚୌଧୁରୀ କହିଛନ୍ତି।



କେନ୍ଦ୍ର ଉପଭୋକ୍ତା ମନ୍ତ୍ରାଳୟ ସୂଚନା ଅନୁଯାୟୀ, ତୁର୍କୀରୁ ୧୧୦୦୦ ମେଟ୍ରିକ୍ ଟନ୍ ପିଆଜ ଆମଦାନୀ କରାଯାଇଛି । ଏହି ପିଆଜ ଭାରତରେ ଡିସେମ୍ବର ଶେଷ କିମ୍ବା ଜାନୁଆରୀ ପହିଲା ସୁଦ୍ଧା ପହଞ୍ଚିବ । ସେହିଭଳି ଇଜିପ୍ଟରୁ ମଧ୍ୟ ସରକାର ବଡ଼ ପରିମାଣର ପିଆଜ ଆମଦାନୀ କରିଛନ୍ତି ।
ଇଜିପ୍ଟରୁ ୬୦୯୦ ମେଟ୍ରିକ ପିଆଜ୍ ଆସୁଛି । ଏହା ଚଳିତମାସ ୧୫ ତାରିଖ ସୁଦ୍ଧା ଭାରତରେ ପହଞ୍ଚିବ । ଏହା ବାଦ୍ ଇଜିପ୍ଟରୁ ଆଉ ୧୧୦୦୦ ମେଟ୍ରିକ୍ ଟନ୍ ପିଆଜ ଆମଦାନୀ କରାଯିବ । ବିଦେଶରୁ ପିଆଜ ଆମଦାନୀ ପରେ ଭାରତୀୟ ବଜାରରେ ଦର କମିବ ବୋଲି କୁହାଯାଉଛି ।
ପୁରୁଣା ଷ୍ଟକ୍ ବର୍ତ୍ତମାନ ଶେଷ ହେବା ଉପରେ । ଆଉ ଗୁଜରାଟ ଓ ନାସିକରେ ହୋଇଥିବା ନୂଆ ପିଆଜ ୧୫ ଜାନୁଆରୀ ପରେ ଉତ୍ପାଦନ ହେବ । ଏହା ବଜାରକୁ ଆସିଲା ପରେ ବଢ଼ିଥିବା ଦର ଗିରିବା ନେଇ ଆଶା କରାଯାଉଛି ।
ଅନ୍ୟମାନଙ୍କ ମଧ୍ୟରେ ଭବପ୍ରସାଦ ଦାସ, ଅତିରିକ୍ତ ଜିଲ୍ଲାପାଳ କୁଳମଣି ନାୟକ, ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ଦେଓ, ପ୍ରଦୀପ ନାୟକ, ପ୍ରକାଶ ତ୍ରିପାଠୀ, ଦିଲୀପ ଜେନା, ପରେଶ ବିଶ୍ୱାଳ, ସମାଜସେବୀ ରମଣୀ ରଞ୍ଜନ ରାଉତ, ଗଣେଶ ଚନ୍ଦ୍ର ମହାକୁଡ଼, ସିଦ୍ଧାର୍ଥ ଶଙ୍କର ଦାସ, ଚିତ୍ତରଞ୍ଜନ ବେହୁରିଆ, ବ୍ୟାସଦେବ ରାଉତ, ମଳୟ କୁମାର ପଣ୍ଡା, ପଙ୍କଜ ଧଳ, ଧର୍ମେନ୍ଦ୍ର ନାୟକ, ହୀରଣ୍ୟମୟ ମହାପାତ୍ର, ଦୀପକ ଚାନ୍ଦ, ଦିବ୍ୟରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିରରେ ମୋଟ ୫୩ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଜିଲ୍ଲାରେ ଥାଲେସମିଆ ରୋଗରେ ଯେଭଳି କାହାରି ମୃତ୍ୟୁ ନ ହୁଏ ସେଥିପାଇଁ ଦୀର୍ଘ ବର୍ଷ ଧରି ରକ୍ତଦାନ ଶିବିର ଆୟୋଜତି ହୋଇ ଆସୁଛି । ବିଧାୟକ ପ୍ରଣବ ପ୍ରକାଶ ଦାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଆଜିଠାରୁ ସାରା ରାଜ୍ୟରେ ଟ୍ରାଫିକ୍ ନିୟମକୁ ଜୋରଦାର କରାଯିବା ସହ ଚେକିଂ ହେଉଛି । ଚେକିଂ ବେଳେ ହେଲମେଟ ନ ପିନ୍ଧି ଫୋନରେ ଗପି ଗାଡ଼ି ଚଲାଉଥିବା ଜଣେ ସ୍କୁଲ ଛାତ୍ର ଧରାପଡ଼ିଛନ୍ତି । କଟକ ଟ୍ରାଫିକ୍ ପୋଲିସ ଲିଙ୍କ୍ ରୋଡରୁ ଛାତ୍ର ଜଣଙ୍କୁ ଧରିଛି । ସେ ତାଙ୍କ ବାପାଙ୍କ ନାଁରେ ଥିବା ଗାଡ଼ିକୁ ବିନା ହେଲମେଟର ଚଲାଇବା ସହ ଫୋନରେ ଗପୁଥିଲେ ।
୧୮ ବର୍ଷରୁ କମ୍ ନାବାଳକ, ବିନା ହେଲମେଟରେ ଗାଡ଼ି ଚାଳନା, ଗାଡ଼ି ଚଲାଇବା ବେଳେ ଫୋନରେ ଗପିବା ପାଇଁ ପାଇଁ ପୋଲିସ ୬୦୦୦ ଟଙ୍କା ଫାଇନ୍ କାଟିଛି । ଏଥିସହ ସହରର ଲିଙ୍କ୍ ରୋଡ, ମାଲଗୋଦାମ, ବାଦାମବାଡ଼ି ଭଳି ମୁଖ୍ୟ ସ୍ଥାନରେ ଯାଞ୍ଚ କରାଯାଉଛି । ମଧ୍ୟାହ୍ନ ସୁଦ୍ଧା ଟ୍ରାଫିକ୍ ନିୟମ ଭାଙ୍ଗି ସହରରେ ୪୦ରୁ ଅଧିକ ବ୍ୟକ୍ତି ଫାଇନ୍ ଗଣିଛନ୍ତି ।


ଡେଭିଡ୍ ୱାର୍ନରଙ୍କ ୩୩୫ ରନ୍ର ଇନିଂସ ବ୍ରାଡମ୍ୟାନ, ମାର୍କ ଟେଲର ଓ ଆଝାର ଅଲ୍ଲିଙ୍କ ରେକର୍ଡକୁ ଭଙ୍ଗ କରିଛି । ବ୍ରାଡମ୍ୟାନ ଟେଷ୍ଟରେ ୩୩୪ ରନର ଇନିଂସ ଖେଳିଥିବା ବେଳେ ମାର୍କ ଟେଲର ୩୩୪ ରନ୍ର ଅପରାଜିତ ରହିଥିଲେ । ବ୍ରାଡମ୍ୟାନଙ୍କୁ ସମ୍ମାନ ଜଣାଇ ସେ ୩୩୪ ରନ୍ ସ୍କୋର୍ କରିଥିବା ବେଳେ ପାଳି ଘୋଷଣା କରିଥିଲେ । ମାତ୍ର ଦିବାରାତ୍ର ଟେଷ୍ଟରେ ସବୋର୍ଚ୍ଚ ବ୍ୟକ୍ତିଗତ ସ୍କୋର୍ କରିଥିବା ପାକ୍ କ୍ରିକେଟର ଆଝାର ଅଲ୍ଲିଙ୍କ ୩୦୨ ରନ୍କୁ ମଧ୍ୟ ପଛରେ ପକାଇଛନ୍ତି ଏହି ବାମବାତୀ ବ୍ୟାଟ୍ସମ୍ୟାନ ।
ଟେଷ୍ଟ କ୍ରିକେଟରେ ତ୍ରିଶତକ ହାସଲରେ ୱାର୍ନର ସପ୍ତମ ଅଷ୍ଟ୍ରେଲିଆନ୍ ବ୍ୟାଟ୍ସମ୍ୟାନ । ସେହିପରି ପାକିସ୍ତାନ ବିପକ୍ଷରେ ତ୍ରିଶତକ ହାସଲରେ ୱାର୍ନର ବିଶ୍ୱରେ ଚତୁର୍ଥ । ଶେଷଥର ପାଇଁ ୨୦୦୪ ମୁଲତାନ ଟେଷ୍ଟରେ ବୀରେନ୍ଦ୍ର ସେହବାଗ ପାକିସ୍ତାନ ବିରୋଧରେ ତ୍ରିଶତକ ହାସଲ କରିଥିଲେ । ଟେଷ୍ଟରେ ମୋଟ ୩୧ଟି ତ୍ରିଶତକ ନଜରକୁ ଆସିଥିବା ବେଳେ ୱାର୍ନରଙ୍କ ୮୦.୧୪ ଷ୍ଟ୍ରାଇକ ରେଟ୍ ଚତୁର୍ଥ ସବୋର୍ଚ୍ଚ । ଭାରତ ପକ୍ଷରୁ କରୁଣ ନାୟାର ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ଚେନ୍ନାଇରେ ଶେଷ ଥର ପାଇଁ (୩୦୩) ତ୍ରିଶତକ ହାସଲ କରିଥିଲେ ।