ଭୁବନେଶ୍ୱର: ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । ପ୍ରକୃତିପ୍ରେମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହି ଟ୍ୱିଟକୁ ନେଇ ଆଜି ଦିନସାରା ଚର୍ଚ୍ଚା । ଟ୍ୱିଟରରେ ନବୀନ ଏହି କବିତାର ପଦକୁ ଉଦ୍ଧାର କରିବା ସହିତ ଏକ ଫଟୋ ପୋଷ୍ଟ କରିଥିଲେ । ଏହି ଟ୍ୱିଟକୁ ହଜାର ହଜାର ଲୋକ ସେୟାର୍, ରି-ଟ୍ୱିଟ୍, ଲାଇକ୍ କରିବା ସହିତ ମୁଖ୍ୟମନ୍ତ୍ରୀ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ।
ଓଡ଼ିଶାର ପ୍ରାକୃତିକ ଶୋଭାରାଜିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରିଥିଲେ । ଏହା ସହ ଦିଗ୍ବଳୟରେ ସୂର୍ଯ୍ୟ ଓ ଦୁଇପାର୍ଶ୍ୱରେ ଶସ୍ୟ ଶ୍ୟାମଳା କ୍ଷେତ ଥାଇ ଏକ ସୁନ୍ଦର ରାସ୍ତାର ଫଟୋ ସେୟାର କରିଥିଲେ । ମୁଖ୍ୟମନ୍ତ୍ରୀ ଲେଖିଥିଲେ, ଏହି ରାସ୍ତାଟି ରାଜ୍ୟର ଦୁଇ ପ୍ରମୁଖ ସହରକୁ ଯୋଡୁଛି । ଏହି ରାସ୍ତାକୁ ଚିହ୍ନି ଉତ୍ତର ଦେବା ପାଇଁ ଲେଖିଥିଲେ । ଆଜି ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ନିଜେ ଏହି ରାସ୍ତାର ନାଁ ଟ୍ୱିଟ୍ କରି ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ଏହା ସୋନପୁର-ବୌଦ୍ଧ ରାସ୍ତା । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ-ମାଲକାନଗିରି ରାସ୍ତା ସମ୍ପର୍କରେ ଟ୍ୱିଟ୍ କରି ପ୍ରଶ୍ନ ପଚାରିବା ସହିତ ସନ୍ଧ୍ୟାରେ ନିଜେ ଏହାର ଉତ୍ତର ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଟ୍ୱିଟ୍ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିକାଶରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି ।
https://nandighoshatv.comodisha-cm-ask-a-question-posting-a-photo-on-his-twitter-handle/








କେନ୍ଦ୍ର ଉପଭୋକ୍ତା ମନ୍ତ୍ରାଳୟ ସୂଚନା ଅନୁଯାୟୀ, ତୁର୍କୀରୁ ୧୧୦୦୦ ମେଟ୍ରିକ୍ ଟନ୍ ପିଆଜ ଆମଦାନୀ କରାଯାଇଛି । ଏହି ପିଆଜ ଭାରତରେ ଡିସେମ୍ବର ଶେଷ କିମ୍ବା ଜାନୁଆରୀ ପହିଲା ସୁଦ୍ଧା ପହଞ୍ଚିବ । ସେହିଭଳି ଇଜିପ୍ଟରୁ ମଧ୍ୟ ସରକାର ବଡ଼ ପରିମାଣର ପିଆଜ ଆମଦାନୀ କରିଛନ୍ତି ।
ଇଜିପ୍ଟରୁ ୬୦୯୦ ମେଟ୍ରିକ ପିଆଜ୍ ଆସୁଛି । ଏହା ଚଳିତମାସ ୧୫ ତାରିଖ ସୁଦ୍ଧା ଭାରତରେ ପହଞ୍ଚିବ । ଏହା ବାଦ୍ ଇଜିପ୍ଟରୁ ଆଉ ୧୧୦୦୦ ମେଟ୍ରିକ୍ ଟନ୍ ପିଆଜ ଆମଦାନୀ କରାଯିବ । ବିଦେଶରୁ ପିଆଜ ଆମଦାନୀ ପରେ ଭାରତୀୟ ବଜାରରେ ଦର କମିବ ବୋଲି କୁହାଯାଉଛି ।
ପୁରୁଣା ଷ୍ଟକ୍ ବର୍ତ୍ତମାନ ଶେଷ ହେବା ଉପରେ । ଆଉ ଗୁଜରାଟ ଓ ନାସିକରେ ହୋଇଥିବା ନୂଆ ପିଆଜ ୧୫ ଜାନୁଆରୀ ପରେ ଉତ୍ପାଦନ ହେବ । ଏହା ବଜାରକୁ ଆସିଲା ପରେ ବଢ଼ିଥିବା ଦର ଗିରିବା ନେଇ ଆଶା କରାଯାଉଛି ।