ଏସ୍‌ବିଆଇ ଏଟିଏମ୍‌ରେ ଲାଗୁ ହେଲା ନୂଆ ନିୟମ, ଓଟିପି ଦେଲେ ବାହାରିବ ଟଙ୍କା

ଆଜିଠୁ ଏସବିଆଇର ନୂଆ ନିୟମ । ଏଣିକି ଏସବିଆଇ ଏଟିମରୁ ଟଙ୍କା ଉଠାଇଲେ ମୋବାଇଲକୁ ଆସିବ ଓ୍ୱାନ ଟାଇମ୍‌ ପାସଓ୍ୱାର୍ଡ ବା ଓଟିପି । ଏଟିଏମରେ ବେଆଇନ କାରବାରକୁ ରୋକିବାକୁ ଏସବିଆଇ ଏହି ନୂଆ ନିୟମ ଲାଗୁ କରିଛି । ନୂଆ ନିୟମ ଅନୁସାରେ ଯ଼ଦି ଏସବିଆଇ ଗ୍ରାହକ ଏଟିଏମରୁ ଟଙ୍କା ଉଠାଇବେ ତେବେ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଓଟିପି ଯିବ ।

ଏଟିଏମ ସ୍କ୍ରିନ ଉପରେ ଓଟିପି ଦେଲେ ହିଁ ଟଙ୍କା ଉଠାଇପାରିବେ । ତେବେ ରାତି ୮ଟାରୁ ସକାଳ ୭ଟା ମଧ୍ୟରେ ୧୦ହଜାରୁ ଅଧିକ ଟଙ୍କା ଉଠାଇଲେ ଏହି ନିୟମ ଲାଗୁ ହେବ । ତେବେ ଏସବିଆଇ ଗ୍ରାହକ ଯ଼ଦି ଅନ୍ୟ ବ୍ୟାଙ୍କରୁ ଟଙ୍କା ଉଠାଇବେ ତେବେ ଏହି ନିୟମ ଲାଗୁ ହେବ ନାହିଁ ।

Leave a Reply