ନୟାଗଡ଼: ଶରଣକୂଳ ଥାନା କରଡ଼ା ଗାଁ ନିକଟରେ ଦୁର୍ଘଟଣା । ବିଳମ୍ବିତ ରାତିରେ ଗଛରେ କାର୍ ପିଟିହେବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଡ୍ରାଇଭର ସହ ଗୋଟିଏ ପରିବାରର ୩ ଜଣ । ନନ୍ଦିଘର ଗାଁର ଚିରଞ୍ଜିବୀ ସାହୁଙ୍କ ପରିବାର କଟକ ଯାଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।
ଚିରଞ୍ଜିବୀ, ସ୍ତ୍ରୀ ଓ ପୁଅ ସହ ମିଶି ଝିଅକୁ ଛାଡ଼ିବା ପାଇଁ ହସଖୁସିରେ କଟକ ଯାଇଥିଲେ । ବିଳମ୍ବିତ ରାତିରେ କାରରେ ଫେରୁଥିବା ବେଳେ ଡ୍ରାଇଭରର ଆଖି ଲାଗି ଯାଇଥିଲା । ଫଳରେ କାରଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଗଛରେ ପିଟି ହୋଇଥିଲା ।
ସ୍ଥାନୀୟ ଗ୍ରାମବାସୀ ଓ ଶରଣକୂଳ ଥାନା ପୋଲିସ କାରରୁ ସମସ୍ତଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି ।
ଗଛରେ କାର୍ ପିଟିହୋଇ ଡ୍ରାଇଭର ସହ ଗୋଟିଏ ପରିବାରର ୩ ମୃତ
ଢେଙ୍କାନାଳ: ସଦର ରେଞ୍ଜ ନୂଆଗାଁ ଜେନାସାହିରେ ଦନ୍ତା ଆତଙ୍କ । ବ୍ୟାପକ ଫସଲ ନଷ୍ଟ । ହାତୀ ଘଉଡ଼ାଇବାକୁ ବନ ବିଭାଗର ଉଦ୍ୟମ ।
ଢେଙ୍କାନାଳ: ସଦର ରେଞ୍ଜ ନୂଆଗାଁ ଜେନାସାହିରେ ଦନ୍ତା ଆତଙ୍କ । ବ୍ୟାପକ ଫସଲ ନଷ୍ଟ । ହାତୀ ଘଉଡ଼ାଇବାକୁ ବନ ବିଭାଗର ଉଦ୍ୟମ ।
ସମ୍ବଲପୁର: ନିଶା କାରବାର ଅଭିଯୋଗରେ ଯୁବକଙ୍କ ସହ ଗୃହରକ୍ଷୀ ଗିରଫ । ସୋନୁ ବେହେରା, ଗୃହରକ୍ଷୀ ସୁରେନ୍ଦ୍ର ବାଉରିଆକୁ ଗିରଫ କଲା ଧନୁପାଲୀ ଥାନା ପୋଲିସ । କଫ ସିରପ୍ ଓ ନିଶା ଟାବଲେଟ ବିକ୍ରି କରୁଥିଲେ ।
ସମ୍ବଲପୁର: ନିଶା କାରବାର ଅଭିଯୋଗରେ ଯୁବକଙ୍କ ସହ ଗୃହରକ୍ଷୀ ଗିରଫ । ସୋନୁ ବେହେରା, ଗୃହରକ୍ଷୀ ସୁରେନ୍ଦ୍ର ବାଉରିଆକୁ ଗିରଫ କଲା ଧନୁପାଲୀ ଥାନା ପୋଲିସ । କଫ ସିରପ୍ ଓ ନିଶା ଟାବଲେଟ ବିକ୍ରି କରୁଥିଲେ ।
ମାର୍କେଟ ବିଲ୍ଡିଂରେ ମୁଖାପିନ୍ଧାଙ୍କ ଆତଙ୍କରାଜ ଘଟଣା, ୧୮ ଗିରଫ
ଭୁବନେଶ୍ୱର: ମାର୍କେଟ ବିଲ୍ଡିଂରେ ହରର୍ । ଫିଲ୍ମ ଷ୍ଟାଇଲରେ ଏଣ୍ଟ୍ରି । ମୁଖାପିନ୍ଧି ପ୍ରାୟ ଅଧ ଘଣ୍ଟାର ଆତଙ୍କ । ଗୋଡ଼ାଇଲେ ଯାହାକୁ ପାଇଲେ ପିଟିଲେ, ଉଠାଦୋକାନୀଙ୍କ ଦୋକାନ ବି ଭାଙ୍ଗିଲେ । ରାଜଧାନୀର ଶୁକ୍ରବାର ସନ୍ଧ୍ୟା ଥିଲା କିଛି ଏମିତି । ମୁଖାଧାରୀ ଦୁର୍ବୃତ୍ତଙ୍କ ଆତଙ୍କରାଜରେ ଥରି ଉଠିଥିଲା ରାଜଧାନୀର ଛାତି ।
ମାର୍କେଟରେ ଗୁଣ୍ଡାରାଜ୍ ଘଟଣାରେ କମିଶନରେଟ୍ ପୋଲିସ ଗତକାଲି ୨ ଜଣଙ୍କୁ ଗିରଫ କରିଥିଲା । ଆଉ ଆଜି ୧୬ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛି । ଏଥିସହ ପୋଲିସ ୫ଟି ବାଇକ୍ ଜବତ କରିଛି ।
ଗିରଫ ଦୁର୍ବୃତ୍ତମାନେ ଶୁକ୍ରବାର ସନ୍ଧ୍ୟାରେ ମାର୍କେଟ୍ ବିଲ୍ଡିଂରେ ଆତଙ୍କ ଖେଳାଇଥିଲେ । ମାରଣାସ୍ତ୍ର ଧରି ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ପାଖାପାଖି ୧୦୦ ଉଠାଦୋକାନୀଙ୍କୁ ଆକ୍ରମଣ କରିବା ସହ ଜିନିଷପତ୍ର ଭାଙ୍ଗି ଦେଇଥିଲେ । ଯାହାକୁ ନେଇ ମାର୍କେଟ୍ ବିଲ୍ଡିଂରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।
Update on incident at Market Building on 10 Jan evening.
18 miscreants have been apprehended, 5 bikes seized.
We will update when we have more information.@SarangiSudhansu @dcpbbsr @sagarika_nath @odisha_police— COMMISSIONERATE POLICE (@cpbbsrctc) January 11, 2020
୨୫ରୁ ୩୦ଜଣ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣରେ ୩ ଜଣ ଦୋକାନୀ ମଧ୍ୟ ଗୁରୁତର ଆହତ ହୋଇଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରୁ ସାଧାରଣ ଲୋକ ଓ ଗ୍ରାହକ ମଧ୍ୟ ବର୍ତ୍ତିନଥିଲେ । ପୋଲିସ ଘଟଣାର ୧୨ ଘଣ୍ଟା ମଧ୍ୟରେ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଚଣ୍ଡିଖୋଲ: ଏନ୍ଏଚ୍-୧୬ ବଡ଼ଚଣା ହାଟକରନ୍ଦା ଛକ ନିକଟରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର । ହେଉଛି ଗ୍ୟାସ୍ ଲିକ୍ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ । ଡ୍ରାଇଭର ଆହତ, ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ।
ଚଣ୍ଡିଖୋଲ: ଏନ୍ଏଚ୍-୧୬ ବଡ଼ଚଣା ହାଟକରନ୍ଦା ଛକ ନିକଟରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର । ହେଉଛି ଗ୍ୟାସ୍ ଲିକ୍ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ । ଡ୍ରାଇଭର ଆହତ, ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ।
ବର୍ଷ ଆରମ୍ଭରୁ ବିଜୟ, ୨-୦ରେ ଟି-ଟ୍ୱେଣ୍ଟି ସିରିଜ୍ ଜିତିଲା ଭାରତ
ପୁଣେ: ସିରିଜ ଜିତିଲା ଟିମ୍ ଇଣ୍ଡିଆ । ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି ମ୍ୟାଚରେ ଶ୍ରୀଲଙ୍କାକୁ ୭୮ ରନରେ ହରାଇ ଭାରତ ଦମଦାର ବିଜୟ ହାସଲ କରିଛି । ଏଥିସହ ତିନି ମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ଜିତିଛି ନେଇ ବିରାଟ ବାହିନୀ । ଟସ୍ ଜିତି ପ୍ରଥମେ ଶ୍ରୀଲଙ୍କା ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୦୧ ରନ୍ କରିଥିଲା । ୨ ଓପନର ବ୍ୟାଟ୍ସମ୍ୟାନ ଶିଖର ଧୱନ ଓ ଲୋକେଶ ରାହୁଲ ଆକ୍ରମଣାତ୍ମକ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିଲେ । ଏହାର ଜବାବରେ ସିଂହଳୀ ଦଳ ସମସ୍ତ ୱିକେଟ ହରାଇ ମାତ୍ର ୧୨୩ ରନ୍ କରିପାରିଥିଲା ।
ଭାରତ ପକ୍ଷରୁ ନବଦୀପ ସାଇନ ୩ଟି ୱିକେଟ ନେଇଥିବା ବେଳେ ୱାଶିଂଚନ ସୁନ୍ଦର ୨ଟି, ଶାର୍ଦ୍ଦୁଳ ଠାକୁର ୨ଟି ଓ ଯଶପ୍ରୀତ ବୁମରା ଗୋଟିଏ ୱିକେଟ ନେଇଥିଲେ ।

ଭୁବନେଶ୍ୱର: ମାର୍କେଟ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ଘଟଣା । ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍, ୫ଟି ବାଇକ୍ ଜବତ ।
ଭୁବନେଶ୍ୱର: ମାର୍କେଟ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ଘଟଣା । ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍, ୫ଟି ବାଇକ୍ ଜବତ ।
ଆଜିଠୁ ଦେଶରେ ଲାଗୁ ହେଲା ସଂଶୋଧିତ ନାଗରିକତା ଆଇନ୍
ନୂଆଦିଲ୍ଲୀ: ବିରୋଧ ଭିତରେ ଦେଶରେ ଆଜିଠୁ ସିଏଏ ବା ନାଗରିକତା ସଂଶୋଧନ୍ ଆଇନ୍ ଲାଗୁ ହୋଇଛି। ଏନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ୧୯୯୫ ଆଇନରେ ସଂଶୋଧନ ପାଇଁ ସରକାର ନାଗରିକତା ସଂଶୋଧନ ବିଲ୍ ଆଣିଥିଲେ। ବିରୋଧ ଭିତରେ ସରକାର ସଂସଦର ଉଭୟ ସଦନରେ ବିଲକୁ ପାସ୍ କରିଥିଲେ। ପରେ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯାଇଥିଲା। ରାଷ୍ଟ୍ରପତିଙ୍କୁ ହସ୍ତାକ୍ଷର ପରେ ଏହା ଆଇନରେ ପରିଣତ ହୋଇଛି।
ଏଥିସହ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରୁ ଭାରତକୁ ଆସୁଥିବା ଅଳ୍ପସଂଖ୍ୟକ ହିନ୍ଦୁ, ଜୈନ, ବୌଦ୍ଧ, ଶିଖ୍, ଇସାଇ, ପାର୍ସୀ ଶରଣାର୍ଥୀଙ୍କୁ ନାଗରିକତା ମିଳିବା ସହଜ ହେବ । ପୂର୍ବରୁ ଏହି ଶରଣାର୍ଥୀଙ୍କୁ ଅବୈଧ କୁହାଯାଉଥିଲା । ଏଥିରେ ମୁସଲିମଙ୍କୁ ସାମିଲ୍ କରାଯାଇ ନଥିବାରୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି ।
ପୁନେ: ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟିରେ ଭାରତ ବିଜୟୀ । ୭୮ ରନରେ ଶ୍ରୀଲଙ୍କାକୁ ହରାଇଲା ଭାରତ । ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ୨-୦ରେ କବଜା କଲା ଭାରତ ।
ପୁନେ: ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟିରେ ଭାରତ ବିଜୟୀ । ୭୮ ରନରେ ଶ୍ରୀଲଙ୍କାକୁ ହରାଇଲା ଭାରତ । ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ୨-୦ରେ କବଜା କଲା ଭାରତ ।
ମୋ ସରକାରରେ ସାମିଲ ହେଲା ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ
ଭୁବନେଶ୍ୱର: ମୋ ସରକାରରେ ସାମିଲ ହୋଇଛି ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ମୋ ସରକାରରେ ସାମିଲ କରାଯାଇଛି । ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ସଚିବ ଏବଂ ୫ଟି ସଚିବ ଫୋନ ଯୋଗେ ହିତାଧିକାରୀଙ୍କ ଠାରୁ ଫିଡବ୍ୟାକ ନେବେ ।
ଏଥି ସହ ଗ୍ରାଉଣ୍ଡ ଜିରୋରେ ପହଞ୍ଚିବେ ମୋ ସରକାର ଟିମ । ଜନସାଧାରଣଙ୍କ ସମାଧାନ କରିବାରେ ବିଳମ୍ବ, ହେଳା କଲେ ବାଜିବ ୫ଟି ଛାଟ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସରକାରଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଭାଗ । ସେଥିପାଇଁ ସରକାର ଏ ବିଭାଗକୁ ଅଧିକ ଗରୁତ୍ୱର ସହିତ ନିଅନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ୫ଟି ସଚିବ ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।

