ଗଛରେ କାର୍ ପିଟିହୋଇ ଡ୍ରାଇଭର ସହ ଗୋଟିଏ ପରିବାରର ୩ ମୃତ

ନୟାଗଡ଼: ଶରଣକୂଳ ଥାନା କରଡ଼ା ଗାଁ ନିକଟରେ ଦୁର୍ଘଟଣା । ବିଳମ୍ବିତ ରାତିରେ ଗଛରେ କାର୍ ପିଟିହେବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଡ୍ରାଇଭର ସହ ଗୋଟିଏ ପରିବାରର ୩ ଜଣ । ନନ୍ଦିଘର ଗାଁର ଚିରଞ୍ଜିବୀ ସାହୁଙ୍କ ପରିବାର କଟକ ଯାଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।ଚିରଞ୍ଜିବୀ, ସ୍ତ୍ରୀ ଓ ପୁଅ ସହ ମିଶି ଝିଅକୁ ଛାଡ଼ିବା ପାଇଁ ହସଖୁସିରେ କଟକ ଯାଇଥିଲେ । ବିଳମ୍ବିତ ରାତିରେ କାରରେ ଫେରୁଥିବା ବେଳେ ଡ୍ରାଇଭରର ଆଖି ଲାଗି ଯାଇଥିଲା । ଫଳରେ କାରଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଗଛରେ ପିଟି ହୋଇଥିଲା ।ସ୍ଥାନୀୟ ଗ୍ରାମବାସୀ ଓ ଶରଣକୂଳ ଥାନା ପୋଲିସ କାରରୁ ସମସ୍ତଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି ।

Leave a Reply