ନୂଆଦିଲ୍ଲୀ: ସାତ ବର୍ଷ ପରେ ବନ୍ଦ ହେଲା ସବୁ ବାଟ । ଅନ୍ତ ହେଲା ସବୁ ଆଇନ୍ କାନୁନ୍ ଲଢେଇ । ଏବେ ଫାଶୀ ପାଇବେ ୪ ସୈତାନ । ‘ନିର୍ଭୟା’ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୨ ଦୋଷୀଙ୍କ କ୍ୟୁରେଟିଭ ପିଟିସନ ସୁପ୍ରିମକୋର୍ଟ ଖାରଜ କରିବା ପରେ ଫାଶୀ ପାଇଁ ସଫା ହୋଇଛି ରାସ୍ତା । ଆସନ୍ତା ୨୨ ତାରିଖ ସକାଳ ୭ଟାରେ ସମସ୍ତ ଦୋଷୀଙ୍କୁ ଫାଶୀ ଦିଆଯିବା ସୁନିଶ୍ଚିତ ହୋଇଛି । ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ।
ବହୁଚର୍ଚ୍ଚିତ ‘ନିର୍ଭୟା’ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୨ ଦୋଷୀ ବିନୟ ଶର୍ମା ଓ ମୁକେଶ ସିଂ ଫାଶୀରୁ ବର୍ତ୍ତିବା ପାଇଁ କ୍ୟୁରେଟିଭି ପିଟିସନ ଦାଖଲ କରିଥିଲେ । ଏହାର ଶୁଣାଣିରେ ଆବେଦନ ଖାରଜ କରିବା ସହିତ ଫାଶୀ ପାଇଁ ଫାଇନାଲ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଗତ ୯ ତାରିଖରେ ଏମାନେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ । କ୍ୟୁରେଟିଭ ପିଟିସନ୍ ହେଉଛି ଦଣ୍ଡରୁ ବଞ୍ଚିବା ପାଇଁ ଶେଷ ପ୍ରୟାସ । ଏହାକୁ ବିଚାରପତି ନିଜ ଚ୍ୟାମ୍ବର ଭିତରେ ହିଁ ବିଚାର କରିଥାନ୍ତି । ଏହାର ନିଷ୍ପତ୍ତି ଆସିବା ପରେ ଦୋଷୀ ଆଉ କୈାଣସି ପ୍ରକାର ଆଇନଗତ ସାହାଯ୍ୟ ନେଇପାରିବେ ନାହିଁ । ଏହି ଆବେଦନକୁ ଖାରଜ କରିବା ବେଳେ ସୁପ୍ରିମକୋର୍ଟ ସମସ୍ତଙ୍କୁ ଫାଶୀରେ ଝୁଲା ଯିବା ଦରକାର ବୋଲି କହିଛନ୍ତି ।
ସୁପ୍ରିମକୋର୍ଟଙ୍କ ରାୟ ପରେ ଶାନ୍ତିରେ ନିଶ୍ୱାସ ନେଇଛନ୍ତି ନିର୍ଭୟାଙ୍କ ବାପା ମାଆ । ଦୋଷୀଙ୍କ ଶେଷ ଆଶାକୁ ଖାରଜ କରି ନ୍ୟାୟ ବ୍ୟବସ୍ଥା ପ୍ରତି ଥିବା ଆସ୍ଥାକୁ କୋର୍ଟ ଦୃଢ଼ କରିଛନ୍ତି ବୋଲି ସେ କହିଛନ୍ତି । ସୁଯୋଗ ମିଳିଲେ ଦୋଷୀଙ୍କର ଫାଶୀ ଲାଇଭ ଦେଖିବେ ବୋଲି ନିର୍ଭୟାଙ୍କ ବାପା କହିଛନ୍ତି ।
ସେପଟେ ଫାଶୀ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ତିହାର ଜେଲ୍ କର୍ତ୍ତୃପକ୍ଷ । ମକ୍ ହ୍ୟାଙ୍ଗିଙ୍ଗ ଶେଷ ହୋଇଛି । ଏଥିପାଇଁ ଦୋଷୀ ମୁକେଶ ସିଂ, ବିନୟ ଶର୍ମା, ଅକ୍ଷୟ ଠାକୁର ଓ ପବନ ଗୁପ୍ତାର ବେକ ସହ ଉଚ୍ଚତା ଏବଂ ଓଜନ ମାପ ନିଆଯାଇଛି । ସମସ୍ତଙ୍କର ଡମି ନିର୍ମାଣ କରି ଫାଶୀ ରିହର୍ସଲ ମଧ୍ୟ ଶେଷ ହୋଇଛି ।
‘ନିର୍ଭୟା’ ରିଭ୍ୟୁ ପିଟିସନରୁ ନିଜକୁ ଦୂରେଇ ରଖିଲେ ପ୍ରଧାନ ବିଚାରପତି, ଜାଣନ୍ତୁ କାହିଁକି ?





ଗୁଇନ୍ଦା ସୂତ୍ର ଅନୁଯାୟୀ, ଆତଙ୍କବାଦୀମାନେ ସାଧାରଣତନ୍ତ୍ର ଦିବସରେ ଆକ୍ରମଣ ପାଇଁ ଯୋଜନା କରିଥିଲେ । ଏମାନଙ୍କୁ ୧୨ ଲକ୍ଷ ଟଙ୍କା ନେଇ ସହାୟତା କରୁଥିଲେ ଶ୍ରୀନଗର ବିମାନବନ୍ଦରରେ ନିୟୋଜିତ ଜମ୍ମୁ-କଶ୍ମୀର ପୋଲିସର ସୁରକ୍ଷା ଓ ଆଣ୍ଟି ହାଇଜ୍ୟାକିଂ ୟୁନିଟର ଡିଏସପି ଦେବୀନ୍ଦର । ସୋମବାର ଡିଏସପିଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଏଥିସହ ଆତଙ୍କବାଦୀଙ୍କ ସହ ହାତ ମିଳାଇଥିବାରୁ ତାଙ୍କୁ ମିଳିଥିବା ରାଷ୍ଟ୍ରପତି ପଦକ ମଧ୍ୟ ଫେରାଇ ନିଆଯିବାର ସମ୍ଭାବନା ରହିଛି ।
ସୂତ୍ର ଅନୁସାରେ ଏହି ମାମଲାକୁ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ NIA ବା ନ୍ୟାସନାଲ ଇନଭେଷ୍ଟିଗେନ୍ ଏଜେନ୍ସିକୁ ଦେଇପାରେ । ଯେଉଁଥିରୁ ଦେବୀନ୍ଦର ଓ ଆତଙ୍କବାଦୀଙ୍କ ସମ୍ପର୍କର ବାବଦରେ ଆଉ କିଛି ଜଣାପଡ଼ିବ । ଦେବୀନ୍ଦରଙ୍କ ସହ ଗିରଫ ହୋଇଥିବା ୨ ହିଜବୁଲ୍ ଆତଙ୍କବାଦୀ ଦକ୍ଷିଣ କଶ୍ମୀର ସୋପିଆଁ ଜିଲ୍ଲାର ନାବେଦ ବାବୁ ଉର୍ଫ ବାବର ଆଜମ ଓ ଅହମଦ ରାଥର ।








