କାଶ୍ମୀରରୁ ୨ ଆତଙ୍କୀଙ୍କ ସହ ପୋଲିସ ଡିଏସ୍‌ପି ଗିରଫ

1 min read

ବ୍ୟୁରୋ: ଜାମ୍ମୁ-କଶ୍ମୀରରେ ପୋଲିସ ଓ ସେନାର କାର୍ଯ୍ୟାନୁଷ୍ଠାନ । ହିଜବୁଲ ଓ ଲସ୍କରର ୨ ଆତଙ୍କୀଙ୍କ ସହ ପୋଲିସ ଡିଏସ୍‌ପି ଗିରଫ । ଉଭୟ ଆତଙ୍କବାଦୀ ଓ ପୋଲିସ ଅଧିକାରୀ ଗୋଟିଏ କାରରେ ବସି ଯାଉଥିଲେ ।

ଏହାସହ ଜବତ ଗାଡ଼ିରୁ ୫ଟି ଗ୍ରେନେଡ ମଧ୍ୟ ମିଳିଛି । ଘଟଣା ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର । ଗିରଫ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଲସ୍କର ଓ ଅନ୍ୟ ଜଣେ ହିଜବୁଲର ହୋଇଥିବା ଜଣାପଡ଼ିଛି ।  ସେନା ଓ ପୋଲିସର ମିଳିତ କାର୍ଯ୍ୟାନୁଷ୍ଠାନ ବେଳେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଆତଙ୍କବାଦୀ ହେଲେ କମାଣ୍ଡର ସୟଦ ନବୀଦ ବାବୁ ।

ସେ ପୂର୍ବରୁ ପୋଲିସ ଭାବରେ କାମ କରୁଥିଲା । ସେପଟେ ଗିରଫ ଡିଏସ୍‌ପିଙ୍କ ଡ୍ୟୁଟି ଥିଲା ଶ୍ରୀନଗର ଆନ୍ତର୍ଜାତିକ ବିମାନବନ୍ଦରରେ । ଜବତ କାରଟି ଦିଲ୍ଲୀ ଅଭିମୁଖେ ଯାଉଥିଲା ।

Leave a Reply