spot_img
Home Blog Page 7471

ଭୁବନେଶ୍ୱର: ଆସନ୍ତା ଫେବ୍ରୁଆରୀ ୧୪ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ମୋଟ ୩୧ ଦିନ ଧରି ଅଧିବେଶନ ବସିବାର କାର୍ଯ୍ୟକ୍ରମ । ୧୮ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହେବ ବଜେଟ୍ ।

ଭୁବନେଶ୍ୱର: ଆସନ୍ତା ଫେବ୍ରୁଆରୀ ୧୪ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ମୋଟ ୩୧ ଦିନ ଧରି ଅଧିବେଶନ ବସିବାର କାର୍ଯ୍ୟକ୍ରମ । ୧୮ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହେବ ବଜେଟ୍ ।

ପର୍ଯ୍ୟଟନର ବିକାଶ ପାଇଁ ନିଆଯିବ ପଦକ୍ଷେପ, ଜାଣନ୍ତୁ ଏହି ଲିଷ୍ଟରେ ଅଛି କେଉଁ କେଉଁ ପର୍ଯ୍ୟଟନ ସ୍ଥଳ ?

ସମ୍ବଲପୁର: ପ୍ରଥମେ ଶ୍ରୀକ୍ଷେତ୍ର ପରେ ଏକାମ୍ର କ୍ଷେତ୍ର ଆଉ ତାପରେ ବଳଦେବ ଜିଉ ମନ୍ଦିରର ବିକାଶ । ଏବେ ଫୋକସରେ ସମ୍ବଲପୁରର ପ୍ରସିଦ୍ଧ ସମଲେଶ୍ୱରୀ ମନ୍ଦିର । ମନ୍ଦିରର ଉନ୍ନତିକରଣ ସହ ପାରିପାର୍ଶ୍ୱିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।ସମ୍ବଲପୁର ଜିଲ୍ଲାରେ ପର୍ଯ୍ୟଟନ ବିକାଶ ପାଇଁ ଟେକ୍ନିକାଲ ଟିମ୍‌ ପଠାଯିବ। ସମଲେଶ୍ୱରୀ ମନ୍ଦିରର ଉନ୍ନୟନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ସେହିପରି ହୀରାକୁଦ ଓ ଆଖପାଖ ଅଞ୍ଚଳର ପର୍ଯ୍ୟଟନର ବିକାଶ ପାଇଁ ପଦକ୍ଷେପ ନିଆଯିବ ।ସମ୍ବଲପୁରରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବରଗଡ଼ ପରେ ସମ୍ବଲପୁର ମନ୍ଦଲିଆ ପଡିଆରେ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ । ସେଠାରୁ ସେ ସମଲେଇ ମନ୍ଦିରକୁ ଯାଇଥିଲେ।ମା’ ସମଲେଇଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ସମ୍ବଲପୁରର ପର୍ଯ୍ୟଟନ ବିକାଶ ପାଇଁ ଘୋଷଣା କରିଛନ୍ତି।

୭୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ୭ଟି ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼: ବରଗଡ଼ ପାଇଁ ବିକାଶ ପ୍ୟାକେଜ୍‌ । ଜିଲ୍ଲାରେ ପ୍ରତିଷ୍ଠା ହେବ କ୍ୟାନସର ହସପିଟାଲ। ବରଗଡ଼ ଟୁକୁର୍ଲାରେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସମସ୍ତଙ୍କୁ ଜୁହାର କହିବା ସହ ନୂଆବର୍ଷର ଅଭିନନ୍ଦନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ।

ଏଥିସହ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠାଘରକୁ ସେ ଲୋକାର୍ପଣ କରିଛନ୍ତି। ବରଗଡ଼ ସହରଠାରୁ ୧୦ କିଲୋମିଟର ଦୂର ଟୁକୁର୍ଲା ଠାରେ ୪୫ କୋଟି ଟଙ୍କା ବ୍ୟୟରେ କୋଠା ନିର୍ମାଣ ହୋଇଛି ।

ଏହାସହ ୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ସାଇନ୍ସ ପାର୍କକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ୭୦ କୋଟି ୬୪ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ୭ଟି ପ୍ରକଳ୍ପ ମଧ୍ୟ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସୋହେଲା-ନୂଆପଡ଼ା ରାସ୍ତାରେ ଅଙ୍ଗ ନଦୀ ଉପରେ ହାଇଲେଭେଲ୍‌ ସେତୁ, ରାଜସ୍ୱ ବିଭାଗ ବିଶ୍ରାମାଗାର ଓ ପଦ୍ମପୁର ଅଞ୍ଚଳର ପାରିପାର୍ଶ୍ୱିକ ଉନ୍ନତିକରଣ, ବରଗଡ଼ ରାଜସ୍ୱ ନିରୀକ୍ଷକ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ୫୯କୋଟି ୪୪ଲକ୍ଷ ଟଙ୍କାର ୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

୧୦ ହଜାରରୁ ନିଲାମ ଆରମ୍ଭ, ୨ଲକ୍ଷରେ ବିକ୍ରି

ପାରାଦୀପ: ପାରାଦୀପରେ ପୁଣି ଏକ ବିରଳ ଓ ବିଶାଳ ମାଛ ଉଦ୍ଧାର । ବାଲିପ୍ଲଟ୍‌ ଅଞ୍ଚଳର ମତ୍ସ୍ୟଜୀବୀମାନେ ଏହାକୁ ସମୁଦ୍ରରୁ ଧରିଛନ୍ତି । ଏହାକୁ କାଉମାଛ ବୋଲି କୁହାଯାଉଛି । ଏହାର ଓଜନ ପ୍ରାୟ ୨କ୍ୱିଣ୍ଟାଲ ହେବ । ଜଣେ ବ୍ୟବସାୟୀ ଏହାକୁ ନିଲାମ ଜରିଆରେ ୨ଲକ୍ଷ ଟଙ୍କାରେ କିଣି ନେଇଛନ୍ତି । ୧୦ହଜାର ଟଙ୍କାରୁ ନିଲାମ ଆରମ୍ଭ ହୋଇ ୨ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ।

ମାଛଟିକୁ ଦେଖିବା ପାଇଁ ଲୋକମାନେ ଭିଡ଼ ଜମାଇଥିଲେ । ବିକ୍ରି ପରେ ମାଛଟିକୁ କାଟି ପ୍ୟାକିଂ କରି ବ୍ୟବସାୟୀ ନେଇଯାଇଛନ୍ତି । ଏହି ମାଛରୁ ଔଷଧ ପ୍ରସ୍ତୁତ ହେବା ସହ କେରଳ, ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରେ ଏହା ଏକ ଲୋକପ୍ରିୟ ଖାଦ୍ୟ । ପୂର୍ବରୁ ମଧ୍ୟ ଏହି ପ୍ରଜାତିର ବିଶାଳ ମାଛ ପାରାଦୀପ ମତ୍ସ୍ୟଜୀବୀମାନେ ଧରିଥିଲେ ।

ନେଲାଣି ୬ ଜୀବନ: ସ୍ଥାନାନ୍ତର ପାଇଁ ଟ୍ରକରେ ଲୋଡ୍‌ ହୋଇଥିଲା କିନ୍ତୁ ଅଧବାଟରେ ଟ୍ରକ୍ ଭାଙ୍ଗିଲା ହାତୀ

ତାଳଚେର: ସଫଳ ହେଲାନି ଅପରେସନ ଗଜରାଜ । ତାଳଚେର ସ୍ଥାନାନ୍ତର ହୋଇପାରିନି ନରହନ୍ତା ଦନ୍ତା । ଟ୍ରାଙ୍କୁଲାଇଜ ପରେ ମଧ୍ୟ କରୁଛି ନାକେଦମ । ଗତକାଲି କପିଳାସକୁ ସ୍ଥାନାନ୍ତର ପାଇଁ ଟ୍ରକରେ ଲୋଡ୍‌ ହୋଇସାରିଥିଲା, କିନ୍ତୁ ଟ୍ରକକୁ ଭାଙ୍ଗିଦେବାରୁ ହାତୀକୁ ତଳକୁ ଓହ୍ଲାଇଥିଲା ବନବିଭାଗ ।

ଆଜି ପୁଣି ହାତୀକୁ ସ୍ଥାନାନ୍ତର ପାଇଁ ଚେଷ୍ଟା କରିବ ବନବିଭାଗ । ସୋମବାର ତାଳଚେର ବନାଞ୍ଚଳ ଜଗନ୍ନାଥ କୋଇଲା ଖଣି ନିକଟ ସଂରକ୍ଷିତ ଜଙ୍ଗଲରୁ ଏହି ଦନ୍ତାକୁ କାବୁ କରିଥିଲା ବନବିଭାଗ ଓ ଟ୍ରାଙ୍କୁଲାଇଜ ଟିମ୍‌ । ଏହି ନରହନ୍ତା ହାତୀଟି ଗତ କିଛି ମାସରେ ୬ ଜଣଙ୍କ ଜୀବନ ନେଇସାରିଛି । ତାଳଚେରରେ ଆତଙ୍କ ଖେଳାଇଥିଲା ହାତୀ ।

ଅଫିସରେ ନଥିଲେ ବିଇଓ, ସ୍କୁଲରେ ନଥିଲେ ଶିକ୍ଷକ ଓ କର୍ମଚାରୀ…

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ବିଇଓ ଅଫିସ୍‌ରେ ଆଜି ଅଚାନକ ପହଞ୍ଚିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ବିଇଓଙ୍କ ସମେତ ଅନ୍ୟ ୪ଜଣ ଅଧିକାରୀ ଅନୁପସ୍ଥିତ ଥିବାରୁ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ ।

ଏହାପରେ ମନ୍ତ୍ରୀ ଯାଇଥିଲେ ବିଇଓ ଅଫିସ୍‌ ପାଖ ବଡ଼ଚଣା ବାଳିକା ଉଚ୍ଚ ବିଦ୍ୟାଳୟ ।

ସେଠାରେ ମଧ୍ୟ କିଛି ଶିକ୍ଷକ ଓ କର୍ମଚାରୀ ଅନୁପସ୍ଥିତ ଥିଲେ ।

ଏହାପରେ ଅନୁପସ୍ଥିତ ଅଧିକାରୀ, ଶିକ୍ଷକ ଓ କର୍ମଚାରୀଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି । ଏନେଇ ପରେ ପ୍ରତିକ୍ରିୟା ରଖିଛନ୍ତି ବଡ଼ଚଣା ବିଇଓ ସସ୍ମିତା ସାହୁ ।

ଓଡ଼ିଶାକୁ ମିଳିବ ଏକ ସ୍ୱତନ୍ତ୍ର ପରିଚୟ

ଭୁବନେଶ୍ୱର: ଓଡ଼ିଶାରେ ଆୟୋଜିତ ହେବ ପର୍ଯ୍ୟଟନ ମନ୍ତ୍ରୀଙ୍କ ଦୁଇଦିନିଆ ସମ୍ମିଳନୀ । ଏହି ସମ୍ମିଳନୀରେ ସବୁ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ଯୋଗଦେବେ । ୨୩ ଓ ୨୪ ଦୁଇଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ତେବେ ଚନ୍ଦ୍ରଭାଗାରେ ହେଉଥିବା ଇକୋ-ରି ଟ୍ରିଟରେ ସମ୍ମିଳନୀ କରାଯିବ ନେଇ ସ୍ଥିର କରାଯାଇଛି ।

ଏହି ସମ୍ମିଳନୀରେ ଦେଶ ତଥା ଓଡ଼ିଶାର ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଆଲୋଚନା ହେବ । ଏବଂ ଓଡ଼ିଶାର ପର୍ଯ୍ୟଟନକୁ ଦେଶର ସମସ୍ତ ପର୍ଯ୍ୟଟନ ମନ୍ତ୍ରୀଙ୍କ ଆଗରେ ରଖାଯିବା । ଏହାଦ୍ଵାରା ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ମିଳିବ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି।

ପୁରୀ ହେବ ଭିକାରୀ ମୁକ୍ତ ଅଞ୍ଚଳ

ପୁରୀ: ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିରରେ ସାାରଣତଃ ଭିକାରୀ ମାନଙ୍କ ଭିଡ ଦେଖିବାକୁ ମିଳିଥାଏ । ତେବେ ଏହି ଭିକାରୀ ମାନଙ୍କ ବେଶରେ ଅନେକେ ମିଛରେ ପୋଷାକ ପରିଧାନ କରି ଏକ ବ୍ୟବସାୟ ବନେଇ ସାରିଲେଣି । ଏହାକୁ ଦୃଷ୍ଟିରେ ରଖି ଏବେ ପୁରୀ ହେବ ଭିକାରୀ ମୁକ୍ତ ଅଞ୍ଚଳ ।

Related image

ଶ୍ରୀକ୍ଷେତ୍ର ପେରିଫେରିକୁ ‘ନୋ ବେଗିଙ୍ଗ ଜୋନ୍‌ ’ କରିବାକୁ ଚାଲିଛି ଯୋଜନା । ବଡଦାଣ୍ଡରେ ଭିକାରୀଙ୍କୁ ଅନୁଧ୍ୟାନ କି ଚିହ୍ନଟ କରିବା ଦରକାର ପଡିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଏସ୍‌.ପି ଉମାଶଙ୍କର ଦାଶ । ଜଣେ ଶିକ୍ଷିତ ଭିକାରୀ ସାଜିବା ଘଟଣା ପରେ ଏବେ ପୁରୀରେ ‘ନୋ ବେଗିଙ୍ଗ ଜୋନ୍‌ ’ କରିବାକୁ ସ୍ଥିର ହୋଇଛି । ଯାହାକି ପୂର୍ବରୁ ଯୋଜନା ହୋଇଥିଲା । ହେଲେ ଏବେ ଏହି ଯୋଜନାକୁ ତ୍ୱରାନ୍ୱିତ କରିବାକୁ ଏସପି କହିଛନ୍ତି ।

ଘରେ ବାଘକୁ ଦେଖି ଆତଙ୍କିତ ହେଲେ ଲୋକେ: ବାଘଟି କେତେବେଳେ ଖଟିଆରେ ବସୁଥିଲା ତ କେତେବେଳେ କାନ୍ଥକୁ କାମୁଡୁଥିଲା…

ଗୁଜୁରାଟ: ଘର ଭିତରେ ପଶିଲା କଲରାପତରିଆ ବାଘ। ଆଶଙ୍କା ଓ ଆତଙ୍କରେ କଟିଲା ୬ ଘଣ୍ଟା। ଗୁଜୁରାଟ କଚ୍ଛ ନଖତ୍ରାଣାର ମୋଟି ଗୋଧିୟାର ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଘରେ କେହି ନଥିବା ବେଳେ କଲରାପତରିଆ ବାଘଟି ପଶି ଯାଇଥିଲା। ଏସଂପର୍କରେ ଜାଣିବା ପରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।

ଭୟରେ ଲୋକେ ଘର କବାଟ ବନ୍ଦ କରି ଦେଇଥିଲେ। ବନ୍ଦ ହେବା ପରେ ଘର ଭିତରେ ଘୁରି ବୁଲିଥିଲା କଲରାପତରିଆ। ବାଘଟି କେତେବେଳେ ଖଟିଆରେ ବସୁଥିଲା ତ କେତେବେଳେ କାନ୍ଥକୁ କାମୁଡୁଥିବା ଦେଖିବାକୁ ମିଳିଛି।

 

ଘରେ କଲରାପତରିଆ ବାଘ ପଶିବା ନେଇ ସ୍ଥାନୀୟ ଲୋକେ ବନବିଭାଗକୁ ସୂଚନା ଦେଇଛନ୍ତି। ପ୍ରାୟ ୬ଘଣ୍ଟାର ପ୍ରୟାସ ପରେ ବାଘକୁ କାବୁ କରିଥିଲେ ବନ ବିଭାଗ କର୍ମଚାରୀ।

ମନ୍ଦିରକୁ ୩୫କେଜି ସୁନା ଦାନ କଲେ ଭକ୍ତ

ମୁମ୍ବାଇ: ମନ୍ଦିରକୁ ସମସ୍ତେ ଦେବ ଦର୍ଶନ ପାଇଁ ଗଲେ କିଛିନା କିଛି ଦାନ ଦେଇ ଥାଆନ୍ତି । ହୁଣ୍ଡିରେ ହେଉ କି ବ୍ରାହ୍ମଣ ଦକ୍ଷିଣା, ଦେବଙ୍କୁ ସ୍ମରଣ କରି ଯେ ଯାହା ସାମର୍ଥ୍ୟ ଅନୁସାରେ କିଛି ଦାନ ଦେବା ବହୁ ଆଗରୁ ଏକ ପରମ୍ପରା ସଦୃଶ ହୋଇ ସାରିଲାଣି । ତେବେ ଆସ୍ଥା ପାଇଁ ୧୪କୋଟିର ସୁନା ଦାନ ! କଥାଟି ଟିକେ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ମହାରାଷ୍ଟ୍ରର ସିଦ୍ଧିବିନାୟକ ମନ୍ଦିରକୁ ଜଣେ ଭକ୍ତ ୩୫କେଜି ସୁନା ଦାନ କରିଛନ୍ତି । ଦାନ ସଂପର୍କରେ ସୂଚନା ଦେଇଛି ମନ୍ଦିର ଟ୍ରଷ୍ଟ ।

ତେବେ ଦାନ କରିଥିବା ଭକ୍ତଙ୍କର ପରିଚୟ ଗୋପନ ରଖାଯାଇଛି । ମନ୍ଦିର ଟ୍ରଷ୍ଟ ଅନୁସାରେ, ଦାନ ଅର୍ଥରେ ମନ୍ଦିରର ଛାତ ଓ କବାଟ ମରାମତି କରିବାରେ ଲଗାଯିବ । ସୂଚନା ଅନୁସାରେ ଜାନୁଆରୀ ୧୫ରୁ ୧୯ ତାରିଖ ଭିତରେ ଛାତ ଓ କବାଟରେ ସୁନାର ପରଚ ଚଢାଯାଇ ସାରିଛି । ତେବେ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି, ଦାନ ଟଙ୍କାରେ ଗରିଙ୍କର ସାହାଯ୍ୟ କରାଯିବ । ବର୍ତ୍ତମାନ ସୁଦ୍ଧା ୨୦ ହଜାର ଲୋକଙ୍କୁ ଜଣକା ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ସାହାଯ୍ୟ କରାଯାଇସାରିଛି ।

Image result for siddhivinayak temple

ମୁମ୍ବାଇର ଏହି ମନ୍ଦିର ଦେଶର ଧନୀ ମନ୍ଦିର ଭିତରୁ ଅନ୍ୟତମ ।  ୨୦୧୭ ବେଳକୁ ମନ୍ଦିରର ଦାନଅର୍ଥ ୩୨୦ କୋଟି ଥିଲା, ଯାହା କି ବର୍ତ୍ତମାନ ୪୧୦ କୋଟି ହୋଇସାରିଛି ।