୧୦ ହଜାରରୁ ନିଲାମ ଆରମ୍ଭ, ୨ଲକ୍ଷରେ ବିକ୍ରି

ପାରାଦୀପ: ପାରାଦୀପରେ ପୁଣି ଏକ ବିରଳ ଓ ବିଶାଳ ମାଛ ଉଦ୍ଧାର । ବାଲିପ୍ଲଟ୍‌ ଅଞ୍ଚଳର ମତ୍ସ୍ୟଜୀବୀମାନେ ଏହାକୁ ସମୁଦ୍ରରୁ ଧରିଛନ୍ତି । ଏହାକୁ କାଉମାଛ ବୋଲି କୁହାଯାଉଛି । ଏହାର ଓଜନ ପ୍ରାୟ ୨କ୍ୱିଣ୍ଟାଲ ହେବ । ଜଣେ ବ୍ୟବସାୟୀ ଏହାକୁ ନିଲାମ ଜରିଆରେ ୨ଲକ୍ଷ ଟଙ୍କାରେ କିଣି ନେଇଛନ୍ତି । ୧୦ହଜାର ଟଙ୍କାରୁ ନିଲାମ ଆରମ୍ଭ ହୋଇ ୨ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ।

ମାଛଟିକୁ ଦେଖିବା ପାଇଁ ଲୋକମାନେ ଭିଡ଼ ଜମାଇଥିଲେ । ବିକ୍ରି ପରେ ମାଛଟିକୁ କାଟି ପ୍ୟାକିଂ କରି ବ୍ୟବସାୟୀ ନେଇଯାଇଛନ୍ତି । ଏହି ମାଛରୁ ଔଷଧ ପ୍ରସ୍ତୁତ ହେବା ସହ କେରଳ, ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରେ ଏହା ଏକ ଲୋକପ୍ରିୟ ଖାଦ୍ୟ । ପୂର୍ବରୁ ମଧ୍ୟ ଏହି ପ୍ରଜାତିର ବିଶାଳ ମାଛ ପାରାଦୀପ ମତ୍ସ୍ୟଜୀବୀମାନେ ଧରିଥିଲେ ।

Leave a Reply