ପର୍ଯ୍ୟଟନର ବିକାଶ ପାଇଁ ନିଆଯିବ ପଦକ୍ଷେପ, ଜାଣନ୍ତୁ ଏହି ଲିଷ୍ଟରେ ଅଛି କେଉଁ କେଉଁ ପର୍ଯ୍ୟଟନ ସ୍ଥଳ ?

ସମ୍ବଲପୁର: ପ୍ରଥମେ ଶ୍ରୀକ୍ଷେତ୍ର ପରେ ଏକାମ୍ର କ୍ଷେତ୍ର ଆଉ ତାପରେ ବଳଦେବ ଜିଉ ମନ୍ଦିରର ବିକାଶ । ଏବେ ଫୋକସରେ ସମ୍ବଲପୁରର ପ୍ରସିଦ୍ଧ ସମଲେଶ୍ୱରୀ ମନ୍ଦିର । ମନ୍ଦିରର ଉନ୍ନତିକରଣ ସହ ପାରିପାର୍ଶ୍ୱିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।ସମ୍ବଲପୁର ଜିଲ୍ଲାରେ ପର୍ଯ୍ୟଟନ ବିକାଶ ପାଇଁ ଟେକ୍ନିକାଲ ଟିମ୍‌ ପଠାଯିବ। ସମଲେଶ୍ୱରୀ ମନ୍ଦିରର ଉନ୍ନୟନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ସେହିପରି ହୀରାକୁଦ ଓ ଆଖପାଖ ଅଞ୍ଚଳର ପର୍ଯ୍ୟଟନର ବିକାଶ ପାଇଁ ପଦକ୍ଷେପ ନିଆଯିବ ।ସମ୍ବଲପୁରରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବରଗଡ଼ ପରେ ସମ୍ବଲପୁର ମନ୍ଦଲିଆ ପଡିଆରେ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ । ସେଠାରୁ ସେ ସମଲେଇ ମନ୍ଦିରକୁ ଯାଇଥିଲେ।ମା’ ସମଲେଇଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ସମ୍ବଲପୁରର ପର୍ଯ୍ୟଟନ ବିକାଶ ପାଇଁ ଘୋଷଣା କରିଛନ୍ତି।

Leave a Reply