ମନ୍ଦିରକୁ ୩୫କେଜି ସୁନା ଦାନ କଲେ ଭକ୍ତ

ମୁମ୍ବାଇ: ମନ୍ଦିରକୁ ସମସ୍ତେ ଦେବ ଦର୍ଶନ ପାଇଁ ଗଲେ କିଛିନା କିଛି ଦାନ ଦେଇ ଥାଆନ୍ତି । ହୁଣ୍ଡିରେ ହେଉ କି ବ୍ରାହ୍ମଣ ଦକ୍ଷିଣା, ଦେବଙ୍କୁ ସ୍ମରଣ କରି ଯେ ଯାହା ସାମର୍ଥ୍ୟ ଅନୁସାରେ କିଛି ଦାନ ଦେବା ବହୁ ଆଗରୁ ଏକ ପରମ୍ପରା ସଦୃଶ ହୋଇ ସାରିଲାଣି । ତେବେ ଆସ୍ଥା ପାଇଁ ୧୪କୋଟିର ସୁନା ଦାନ ! କଥାଟି ଟିକେ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ମହାରାଷ୍ଟ୍ରର ସିଦ୍ଧିବିନାୟକ ମନ୍ଦିରକୁ ଜଣେ ଭକ୍ତ ୩୫କେଜି ସୁନା ଦାନ କରିଛନ୍ତି । ଦାନ ସଂପର୍କରେ ସୂଚନା ଦେଇଛି ମନ୍ଦିର ଟ୍ରଷ୍ଟ ।

ତେବେ ଦାନ କରିଥିବା ଭକ୍ତଙ୍କର ପରିଚୟ ଗୋପନ ରଖାଯାଇଛି । ମନ୍ଦିର ଟ୍ରଷ୍ଟ ଅନୁସାରେ, ଦାନ ଅର୍ଥରେ ମନ୍ଦିରର ଛାତ ଓ କବାଟ ମରାମତି କରିବାରେ ଲଗାଯିବ । ସୂଚନା ଅନୁସାରେ ଜାନୁଆରୀ ୧୫ରୁ ୧୯ ତାରିଖ ଭିତରେ ଛାତ ଓ କବାଟରେ ସୁନାର ପରଚ ଚଢାଯାଇ ସାରିଛି । ତେବେ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି, ଦାନ ଟଙ୍କାରେ ଗରିଙ୍କର ସାହାଯ୍ୟ କରାଯିବ । ବର୍ତ୍ତମାନ ସୁଦ୍ଧା ୨୦ ହଜାର ଲୋକଙ୍କୁ ଜଣକା ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ସାହାଯ୍ୟ କରାଯାଇସାରିଛି ।

Image result for siddhivinayak temple

ମୁମ୍ବାଇର ଏହି ମନ୍ଦିର ଦେଶର ଧନୀ ମନ୍ଦିର ଭିତରୁ ଅନ୍ୟତମ ।  ୨୦୧୭ ବେଳକୁ ମନ୍ଦିରର ଦାନଅର୍ଥ ୩୨୦ କୋଟି ଥିଲା, ଯାହା କି ବର୍ତ୍ତମାନ ୪୧୦ କୋଟି ହୋଇସାରିଛି ।

Leave a Reply