spot_img
Home Blog Page 7464

କାଲିଠୁ ବ୍ୟାଙ୍କରେ ବଦଳିବାକୁ ଯାଉଛି ଏହି ନିୟମ, ପଢ଼ନ୍ତୁ କଣ ମିଳିବ ସୁବିଧା

ମୁମ୍ବାଇ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର । ସୋମବାର ଠାରୁ ଅର୍ଥାତ୍ ୧୬ ଡିସେମ୍ବରରୁ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ନୂଆ ନିୟମ ଲାଗୁ କରିବାକୁ ଯାଉଛି । ଆରବିଆଇ ସୂଚନା ଅନୁଯାୟୀ, ଆସନ୍ତାକାଲି ଠାରୁ NEFT ଜରିଆରେ ଟଙ୍କା ପଠାଇବା ସୁବିଧା ୨୪ ଘଣ୍ଟିଆ ମିଳିବ । ସପ୍ତାହକୁ ୭ ଦିନ ୨୪ ଘଣ୍ଟା, ଛୁଟି ଦିନରେ ବି ଆପଣ ବିନା ଦ୍ୱିଧାରେ ଟଙ୍କା ଦେଣନେଣ କରିପାରିବେ । ଗୋଟିଏ ଥରରେ NEFT ମାଧ୍ୟମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନଲାଇନ୍ ଟ୍ରାନ୍ସଫର କରିହେବ ।ପୂର୍ବରୁ NEFT ଟ୍ରାଞ୍ଜାକ୍ସନ ସୁବିଧା ବ୍ୟାଙ୍କ ଖୋଲା ଦିନରେ ସକାଳ ୮ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମିଳୁଥିଲା । ଶନିବାର ଏହି ସୁବିଧା ସକାଳ ୮ଟାରୁ ଦ୍ୱି ପ୍ରହର ଗୋଟାଏ ଯାଏଁ ଥିଲା । କାଲିଠୁ ଏହି ସେବା ୨୪ ଘଣ୍ଟା ମିଳିବ । ଏନେଇ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରିଛି । ଅଥିସହ ଦେଣନେଣରେ ଅସୁବିଧା ନହେବା ପାଇଁ ଚାଲୁ ଖାତାରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ କୁହାଯାଇଛି ।

ପୂର୍ବରୁ ନ୍ୟାସନାଲ ଇଲେକ୍ଟ୍ରୋନିକ୍ ଫଣ୍ଡସ୍ ଟ୍ରାନ୍ସଫର (NEFT) ଟ୍ରାଞ୍ଜାକ୍ସନରେ ଲାଗୁଥିବା ଦେୟ ଛାଡ଼ କରାଯାଇଛି । RTGS ଟ୍ରାଞ୍ଜାକ୍ସନରେ ମଧ୍ୟ କୌଣସି ଫି ଲାଗିବ ନାହିଁ ।

ଭାଇର ନିର୍ବନ୍ଧ ପାଇଁ ଏୟାରପୋର୍ଟରେ ହେଉଥିଲେ ରେଡ଼ି…

ଗ୍ଲାମର କ୍ୱିନ୍ କରୀନାଙ୍କ ଭିଡ଼ିଓ ଭାଇରାଲ । ସେ ପୁଣି ଏଣୁତେଣୁ ନୁହେଁ ତାଙ୍କ ମେକଅପର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭାଇର ନିର୍ବନ୍ଧ ପାଇଁ ବାଙ୍ଗାଲୁର ଯାଇଥିବା ବେଳେ ମେକଅପର ସମୟ ନ ପାଇ ଏୟାରପୋର୍ଟରେ ରେଡ଼ି ହୋଇଥିଲେ ବେବୋ । ଯାହାର ଭିଡ଼ିଓକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

https://www.instagram.com/p/B6D30IlnNqS/?utm_source=ig_web_copy_link

ବେବୋ ବାଙ୍ଗାଲୁର ଏୟାରପୋର୍ଟରେ ମେକଅପ ହୋଇଥିବା ନିଜେ ଭିଡ଼ିଓରେ କହିଛନ୍ତି । ମେକଅପ ସାରି ଏୟାରପୋର୍ଟରୁ ବାହାରିଥିବା ଭିଡ଼ିଓକୁ ସେ ତାଙ୍କ ଆକାଉଣ୍ଟରେ ସେୟାର କରିଥିଲେ । ତେବେ ଭାଇ ଆରହାନ ଜେନଙ୍କ ନିର୍ବନ୍ଧରେ ବେବୋ ଏବଂ ନବାବଙ୍କ ଏଣ୍ଟ୍ରି ଖୁବ୍ ସୁନ୍ଦର ଥିଲା ।

ଝାଡ଼ଖଣ୍ଡରୁ କଂଗ୍ରେସ ଉପରେ ମୋଦିଙ୍କ ପ୍ରହାର, କହିଲେ- ନାଗରିକତା ଆଇନର ନିଷ୍ପତ୍ତି ଶତ ପ୍ରତିଶତ ଠିକ୍

ରାଞ୍ଚି: କାଲି ପର୍ଯ୍ୟନ୍ତ ପାକିସ୍ତାନ ଯେଉଁ କାମ କରି ଆସୁଥିଲା, ଆଜି ସେହି କାମ କଂଗ୍ରେସ କରୁଛି । ଦେଶରେ ଅରାଜକତା, ଅଶାନ୍ତି ସୃଷ୍ଟି କରି କଂଗ୍ରେସ ନିଆଁ ଜାଳିବାକୁ ଚେଷ୍ଟା କରୁଛି । ସଂଶୋଧିତ ନାଗରିକତା ଆଇନକୁ ନେଇ କଂଗ୍ରେସ ଉପରେ ଏମିତି ଢଙ୍ଗରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ଓ ତାଙ୍କ ସହଯୋଗୀ ଦଳଙ୍କ ବିରୋଧ, ନାଗରିକତା ଆଇନ୍ ନିଷ୍ପତ୍ତି ଦେଶହିତରେ ବୋଲି ପ୍ରମାଣିତ ହୋଇଥିବା ମୋଦି କହିଛନ୍ତି ।ଝାଡ଼ଖଣ୍ଡ ଦୁମକାରେ ନିର୍ବାଚନ ରାଲିରେ ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ତାଙ୍କ କଥା ନଶୁଣିବାରୁ ନିଆଁ ଜାଳୁଛନ୍ତି, କପଡ଼ା ଚିରୁଛନ୍ତି । ଏମାନେ ଦେଶର ଭଲ କଥା ଚିନ୍ତା କରିବେ, ସେମିତି ଆଶା ନାହିଁ । ସେମାନେ କେବଳ ନିଜ ପରିବାର କଥା ଚିନ୍ତା କରନ୍ତି ବୋଲି ମୋଦି କଟାକ୍ଷ କରିଛନ୍ତି ।ଏଥିସହ ସମ୍ବିଧାନ ଧାରା ୩୭୦ ଉଚ୍ଛେଦ ବେଳେ ପାକିସ୍ତାନ ଲଣ୍ଡନ ଭାରତୀୟ ଦୂତାବାସ ଆଗରେ ବିକ୍ଷୋଭ କରିଥିଲା । ଏବେ ନାଗରିକତା ଆଇନକୁ ନେଇ କଂଗ୍ରେସ ଲଣ୍ଡନରେ ଭାରତୀୟ ଦୂତାବାସ ଆଗରେ ପ୍ରତିବାଦ କରୁଛି । ଏଥିରୁ କଂଗ୍ରେସ ଓ ପାକିସ୍ତାନର ନୀତି ଗୋଟିଏ ପ୍ରକାର ଥିବା ଜଣାପଡ଼ୁଥିବା ମୋଦି କହିଛନ୍ତି । ପାକିସ୍ତାନ ଭାରତକୁ ଦୁନିଆରେ ବଦନାମ କରିବାକୁ ଚେଷ୍ଟା କରୁଛି । ଠିକ୍ ସେହି ଢଙ୍ଗରେ କଂଗ୍ରେସ ଚାଲୁଛି ।

ଶୀତଦିନରେ କେଉଁ ଫଳରୁ ମିଳେ ପ୍ରଚୁର ଫାଇଦା ?

ଫଳ ଶରୀର ପାଇଁ ଖୁବ୍ ଲାଭଦାୟକ ନିୟମିତ ଭାବେ ଫଳ ଖାଇବା ଦ୍ୱାରା ଦେହ ସୁସ୍ଥ ରହିଥାଏ । କିନ୍ତୁ ସିଜିନ ଅନୁସାରେ କେଉଁ ଫଳ କେଉଁ ସିଜନରେ ଖାଇବା ତାହା ଜାଣିବ ନିହାତି ଆବଶ୍ୟକ । ଆୟୁର୍ବେଦ ଅନୁଯାୟୀ ଶୀତଦିନେ ଖଟାଫଳ ଶରୀର ପାଇଁ ବେଶ୍ଉପକାରୀ ବିଶେଷ କରି ଲେମ୍ବୁ କମଳା ଖାଇବା ଭଲ ଶୀତଦିନରେ ଏହାର ଚାହିଦା ମଧ୍ୟ ପ୍ରଚୁର । ଏହି ସମୟରେ ଏହାର ମୁଲ୍ୟ କମ୍ ମଧ୍ୟ ହୋଇଥାଏ । ପ୍ରତି ଦିନ ଏହାକୁ ଖାଇବା ଦ୍ୱାରା ଚର୍ମରେ ଶୁଶ୍କତା କମିଥାଏ ଏବଂ ତ୍ୱଚାରେ ଗ୍ଲୋ ବଢିଥାଏ ।

ଏଥିରେ ଥିବା ପେକ୍ଟିନ୍ନାମକ ଏକ ପଦାର୍ଥର କ୍ୟାନସରକୁ ପ୍ରତିରୋଧ କରିବାର ଶକ୍ତି ରହିଛି ଏହା ବ୍ୟତୀତ ଦିନରେ ପ୍ରକାର ଫଳ ଖାଇଲେ କ୍ୟାନସର, ହୃଦ୍ଘାତ, ମଧୁମେହ ଅଷ୍ଟିଓପୋରୋସିସ୍ଭଳି ସମସ୍ୟା ଦେଖାଯାଇ ଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି
ପେକ୍ଟିନ୍: ଏହା ଏକ ପ୍ରକାର କାର୍ବୋହାଇଡ୍ରେଟ୍ଯାହା କେତୋଟି ନିର୍ଦ୍ଦିଷ୍ଟ ଗଛରୁ ମିଳିଥାଏ ହେଲେ ଏହା ଖଟା ଫଳରେ ପ୍ରଚୁର ପରିମାଣରେ ଥିବାରୁ ଏହାକୁ ଖାଇବା ଦ୍ୱାରା ପ୍ରୋଷ୍ଟେଟ କ୍ୟାନସରର ଭୟ ଦୂରେଇ ଯାଇଥାଏ
ଖଟା ଫଳ ଖାଇଲେ ଶରୀରରେ ଆଣ୍ଟିଅକ୍ସିଡାଣ୍ଟର ପରିମାଣ ବୃଦ୍ଧି ପାଇଥାଏ ଫଳରେ ବୟସ ବୃଦ୍ଧି ହେଲେ ଦେଖାଯାଉଥିବା ହାଡ ପୋରିଆ ବା ଅଷ୍ଟିଓପୋରୋସିସ୍ସମସ୍ୟା ଅନେକାଂଶରେ ଦୂରେଇ ଯାଇଥାଏ ବିଶେଷ କରି ଲେମ୍ବୁ, କମଳା ଅଙ୍ଗୁରରୁ ଏହି ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ

ପାଷାଣ ଭିତରୁ ସ୍ନେହ ସାଉଁଟୁଛି ସହିଦ୍ ବାପାର ଦରଦୀ ଝିଅ

0

ନିଶ୍ଚଳ, ନିରବ, ପାଷାଣ ଭିତରେ ସ୍ନେହ ଉଣ୍ଡାଳୁଛି ସହିଦ ବାପାର କୁନି ଝିଅ ।

କୁନି ଝିଅଟି ମନଭରି ବାପାକୁ ଗେଲ କରୁଛି, ବାପା ବୋଲି କହି କୁଣ୍ଢେଇ ପକାଉଛି, ହେଲେ ବାପା କିନ୍ତୁ ନିରବ ।

 କିନ୍ତୁ କୁନି ଝିଅଟି ମନ ଉଣା ନ କରି ବାପାକୁ ଗେଲ ଉପରେ ଗେଲ କରି ଚାଲୁଛି। ବାପାକୁ ମିଠା ଖୁଆଉଛି । କିନ୍ତୁ ବାପା ମିଠାକୁ ଖାଉନି । ଖାଲି ମୁହଁରେ ବୋଳି ହୋଇଯାଉଛି ।  

ଜୀବନ ଆଉ ମୃତ୍ୟୁ ଭିତରେ ଫରକ ବୁଝି ନ ଥିବା ଏହି କୁନି ଶିଶୁକୁ କିଏ ବୁଝେଇବ?

ଯେଉଁଠି ଭଗବାନ ନିର୍ଦ୍ଦୟ ସେଇଠି ଛାର ମଣିଷ ବା କ’ଣ କରିପାରିବ ? ଯଦି ସ୍ୱର୍ଗପୁର ସତରେ ଥାଏ, ତେବେ ସହିଦ ଆତ୍ମା ସ୍ୱର୍ଗରେ ଥାଇ ଏତିକି କହନ୍ତୁ ଭଗବାନ ଏମିତି ଦଣ୍ଡ ଆଉ କୋଉ ଝିଅକୁ ନ ଦିଅନ୍ତୁ ।

ଜନ୍ମ ପୂର୍ବରୁ ବାପା ଛେଉଣ୍ଡ ହୋଇଯାଇଥିଲା ଝିଅ। ବାପାଙ୍କ ସ୍ନେହ କ’ଣ ଜାଣିପାରନଥିଲା କି ସ୍ଵର ଟିକେ ବି ଶୁଣିନଥିଲା । କାହିଁକି ନା ଜନ୍ମ ହେବା ପୂର୍ବରୁ ବାପା ସହିଦ ହୋଇ ଚାଲି ଯାଇଥିଲେ ଆରପାରିକୁ। କୁନି ଝିଅ ଯଦିଓ ବାପାକୁ ଦେଖି ନ ଥିଲା ହେଲେ ଦେଖିଥିଲା ବାପାଙ୍କର ଫଟୋକୁ ।

ଆଜି ବାପାଙ୍କର ଜନ୍ମଦିନ ବେଳେ ତାଙ୍କର ପ୍ରତିମୂର୍ତ୍ତି ଦେଖି ଜାବୁଡି ଧରିଥିଲା । ଚୁମା ଦେଇଥିଲା ଗେହ୍ଲା କରିଥିଲା । ଆଉ ଏଭଳି ଦୃଶ୍ୟ ଦେଖିବା ଲୋକଙ୍କ ଆଖିରେ ଲୁହ ଆସିଯାଇଛି ।

ଏ ଭଳି ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା ସୀମାନ୍ତ ପଡୋଶୀ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର। ବାପାଙ୍କର ପ୍ରତିମୂର୍ତ୍ତି ଧରି ଚୁମା ଦେଉଥିବାରର ଏହି ଫଟୋଟି ଭାଇରାଲ୍ ହେବା ପରେ ଅଧିକାଂଶ ଲୋକଙ୍କର ହୃଦୟକୁ ଏହା ଛୁଇଁଛି। ପ୍ରତିମୂର୍ତ୍ତି ସମ୍ପର୍କରେ ଜ୍ଞାନ ନ ଥିବା ଝିଅଟି ବାପାଙ୍କୁ ମିଠା ଖୁଆଉଥିବାର ମଧ୍ୟ ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ପଡୋଶୀ ଛତିଶଗଡ଼ର ନାରାୟଣପୁର ଜିଲ୍ଲାଟି ଅତି ଦୁର୍ଗମ ଓ ନକ୍ସଲ ପ୍ରବଣ ଆଞ୍ଚଳ। ଏହି ଜିଲ୍ଲାର କୋଟଘରା ବ୍ଲକ ଅନ୍ତର୍ଗତ ଘାନାଡବାରି ଗାଁରେ ସହିଦ୍ ମୂଲ ଚାନ୍ଦ କୁମାରଙ୍କର ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି।

ଏହି ପ୍ରତିମୂର୍ତ୍ତୀ ନିକଟରେ ତାଙ୍କର ଜନ୍ମଦିନ ଦିନ ପୂରା ପରିବାର ଏକତ୍ରିତ ହୋଇଥିଲେ ନିଜ ବାପାଙ୍କୁ ଆଖିରେ ଦେଖିନଥିବା କୁନି ଝିଅଟି ତତକ୍ଷଣାତ୍ ପ୍ରତିମୂର୍ତ୍ତିକୁ ଜାବୁଡ଼ି ଧରି ଗେହ୍ଲା କରିବା ସହ ଚୁମା ଦେଇଥିଲେ। ଏ ଦୃଶ୍ୟ ଅନ୍ୟମାନଙ୍କ ଆଖିରେ ଲୁହ ଆଣି ଦେଇଥିଲା। ସବ୍ ଇନ୍ସପେକ୍ଟର ମୁଲଚାନ୍ଦ ଗତ ୨୦୧୮ ଜାନୁଆରୀ ୨୪ ତାରିଖରେ ସହିଦ ହୋଇଥିଲେ।


ମାଲକାନଗିରି ଜିଲ୍ଲା ସୀମାନ୍ତ ପଡ଼ୋଶୀ ଛତିଶଗଡ଼ର ନାରାୟଣପୁର ଜଙ୍ଗଲରେ ନକ୍ସଲ ପୋଲିସ ମୁକାବିଲା ବେଳେ ସେ ସହିଦ ହୋଇଥିଲେ। ମୁଲଚାନ୍ଦ ବୀରତ୍ୱର ସହ ନକ୍ସଲ ସହ ଲଢେଇ କରିଥିଲେ ଓ ତାଙ୍କ ସହ ୪ ଜଣ ମଧ୍ୟ ସହିଦ ହୋଇଥିଲ।

୨୦୧୭ ମସିହାରେ ବିବାହ ବନ୍ଧନରେ ବନ୍ଧା ହୋଇଥିବା ମୁଲଚାନ୍ଦଙ୍କ ପତ୍ନୀ ଗର୍ଭବତୀ ଥିବା ବେଳେ ମୁଲଚାନ୍ଦ ଆଖି ବୁଜି ଦେଇଥିଲେ।