ଆବେଗ ଓ ଅନୁଭବର ମା’ ବିରଜା, ଜନ୍ମତିଥିରେ ମାଙ୍କୁ ସାବିତ୍ରୀ ବେଶରେ ଦର୍ଶନ କଲେ ମିଳେ କୋଟିପୂଣ୍ୟ

ଯାଜପୁର: ଯାଜପୁରର ଅଧୀଷ୍ଠାତ୍ରୀ ଦେବୀ ମା’ ବିରଜା । ସେ ଜଗତଜିତା । ଦୟାମୟୀ ଓ ବିପଦହାରିଣୀ । ମା’ ବିରାଜ ପୀଠ ଦେଶର ଧାର୍ମିକ ପୀଠ ମଧ୍ୟରୁ ଅନ୍ୟତମ । ଜନ୍ମତିଥିରେ କରୁଣାମୟୀ ମା’ ବିରଜାଙ୍କୁ ଦର୍ଶନ କରି କିଛି ଭକ୍ତ ସେମାନଙ୍କ ଆବେଗ ଓ ଅନୁଭବ ବଖାଣିଛନ୍ତି ।ସରସ୍ୱତୀ ମହାପାତ୍ର (ଯାଜପୁରବାସିନ୍ଦା): ମା’ ବିରଜା କରୁଣାମୟୀ । ମୋର ସ୍ୱଭାଗ୍ୟ, ମୁଁ ପ୍ରତି ଶନିବାର ନିଶ୍ଚିତ  ମାଙ୍କୁ ଦର୍ଶନ କରିବା ସହ ବହୁ ସମୟରେ ସନ୍ଧ୍ୟା ଆଳତୀ ଦର୍ଶନ କରେ । ସେତେବେଳେ ମୋ ଖୁସି କହିଲେ ନ ସରେ । ସବୁବେଳେ ମୁଁ ମାଙ୍କୁ ମୋର ପରିବାରର ଦୁଃଖ, ସୁଖ ଜଣାଏ । ମା’ ବି ସବୁ ଶୁଣେ । ମା’ ମୋତେ ବହୁ ଶିକ୍ଷା ଦେଇଛି । ଦିନକର ଘଟଣା ମୁଁ  ସନ୍ଧ୍ୟା ଆଳତୀ ସରିବା ପରେ ମନ୍ଦିର ବେଢାରୁ ଘରୁକୁ ବାହାରୁ ଥାଏ । କିଏ ଜଣେ ମତେ ପଛରୁ କହିଲା ମା’ ତୁ ଆଜି ସନ୍ଧ୍ୟା ଆଳତୀ ମାଥାରେ ମାରିବୁନି କି ? ପୂଜାରୀଙ୍କୁ ପାଉଣା ଦେବୁନି କି ? ବାସ୍ ଏତିକି ଶୁଣି ମୁଁ ମାଙ୍କ ମନ୍ଦିର ଭିତରକୁ ପୁଣି ଗଲି । ଆଳତୀ ମଥାରେ ମାରିଲି ନନାଙ୍କୁ ୧୦ ଟଙ୍କା ପାଉଣା ଦେଲି ।ମଧୁସ୍ମିତା ମହାନ୍ତି: ବିରଜା ମନ୍ଦିର ପାଖରେ ଆମ ଘର । ଯେଉଁଦିନ ମୁଁ ମାଙ୍କ ପାଦ ଦର୍ଶନ କଲି ସେ ଦିନ ସତରେ ମା’ ଯେ ପ୍ରତ୍ୟକ୍ଷ ଦେବୀ ସେ ଅନୁଭବ ପାଇଲି । ଆଉ କିଛି କହିପାରିବିନି… ଇଚ୍ଛା ହେଉଛି ସବୁଦିନ ମା’ ପାଦ ଦର୍ଶନ କରିବାକୁ ।

ଶ୍ରଦ୍ଧାଳୁ: ବିରଜା ମନ୍ଦିର ଗଲେ ମନରେ ଆନନ୍ଦ ଭରିଯାଏ । ମୁଁ କୌଣସି ମାନସିକ କରିନାହିଁ ମା’ ପାଖରେ । ମୋ ପାଇଁ ମା’ ବହୁତ ଦୂର ଥିଲା । ୪୦ବର୍ଷ ପରେ ମୁଁ ମା’ ବିରଜାଙ୍କୁ ଦର୍ଶନ କରିବାର ସ୍ୱଭାଗ୍ୟ ପାଇଲି । ଯାଜପୁର ଯାଇ ମା’ ବିରଜାଙ୍କୁ ଦର୍ଶନ କରିବି ସେ ଆଶା ବି ନଥିଲା । ମୋ ଶାଶୂ ଜଣେ କ୍ୟାନ୍ସର ରୋଗୀ । ସେ ମା’ ବିରଜାଙ୍କ ସନ୍ଧ୍ୟା ଆଳତୀ ଦେଖିବାକୁ ଚାହିଁଥିଲେ । ଯେଉଁଦିନ ମୁଁ ମୋବାଇଲରେ ତାଙ୍କୁ ସନ୍ଧ୍ୟା ଆଳତୀ ଦେଖାଇଲି । ସେଦିନ ଖୁସି ମୁଁ ବଖାଣି ପାରିବିନାହିଁ । ସେହିଦିନ ଠାରୁ ଯିଏ ବି ମୋତେ ଯାଜପୁର ଡାକିଛି ମୁଁ ମନା କରିପାରିନାହିଁ ।ଶ୍ରଦ୍ଧାଳୁ: ମାଙ୍କ ପାଖକୁ ଯିବା ବେଳେ ମୋ ମନରେ ସ୍ୱାଭାବିକ ଭାବେ ଯେତିକି ଚିନ୍ତା, ଚାପ ଅଥବା ଓଜନିଆ ଭାବନା ଥାଏ, ମନ୍ଦିରରେ ଦର୍ଶନ କରି ଫେରିବା ବେଳେ ସତେ ଯେମିତି ମୁଁ ମନ୍ଦିରରେ ଛାଡ଼ିଦେଇ ଆସେ । ଅର୍ଥାତ ମା’ ଯେମିତି ସେ ସବୁକୁ ମୋ ମୁହଁରୁ ପଢ଼ିନେଇ ହରଣ କରିନିଅନ୍ତି । ଥରେ ନୁହଁ, ବାରମ୍ବାର ମୁଁ ଏହା ଅନୁଭବ କରୁଛି । ମୁଁ ତ କହିବି ସମସ୍ତ ବିରଜା ପୀଠକୁ ଯାଆନ୍ତୁ । କାରଣ ଆମ ପରମ୍ପରା ଓ ଐତିହ୍ୟରେ ଯେତେ ନିଷ୍କର୍ସ ରହିଛି, ସେ ସବୁ ଜଣେ ମାଙ୍କ ମନ୍ଦିରରେ ଅନୁଭବ କରିପାରିବ ।

ମନୋଜ ରାଉତ, ସଭାପତି, ଜିଲ୍ଲା କଂଗ୍ରେସ: ବିରଜା କ୍ଷେତ୍ର ଶ୍ରୀକ୍ଷେତ୍ର ପରି ପବିତ୍ର କ୍ଷେତ୍ର । ମା’ ସବୁବେଳେ ଯାଜପୁରକୁ ଘଣ୍ଟ ଘୋଡ଼ାଇ ରଖିଛନ୍ତି । ସେ ପ୍ରାକୃତିକ ବିପର୍ଯ୍ୟୟ ବାତ୍ୟା, ବନ୍ୟା ହେଉ ଅବା ଅନ୍ୟକିଛି । କୌଣସିର ପ୍ରଭାବ ପଡ଼େନାହିଁ ଯାଜପୁରରେ ।ପ୍ରସନ୍ନ ମହାନ୍ତି (ବରିଷ୍ଠ ସାମ୍ବାଦିକ): ମା’ କୃପାରୁ ବାରମ୍ବାର ମୁଁ ଯାଜପୁର ଯାଉଛି । ଯାଜପୁର ଏବେ ଦେଶର ସର୍ବଶ୍ରେଷ୍ଠ ଧାର୍ମିକ ପୀଠରେ ପରିଣତ ହୋଇଛି । ମାଙ୍କ ଆଶୀର୍ବାଦ ଥିବାରୁ ମୁଁ ବିରଜା ସମ୍ମାନରେ ସମ୍ମାନୀତ ହୋଇଛି । ଯାଜପୁରର ଯାହା ବିକାଶ ମାଙ୍କ ଇଚ୍ଛାରେ ହୋଇଛି ।

ନାରାୟଣ ଚନ୍ଦ୍ର ଧଳ (ଉପଜିଲ୍ଲାପାଳ, ଯାଜପୁର): ମା’ ବିରଜାଙ୍କ କରୁଣାରୁ ମୁଁ ଯାଜପୁର ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିବାର ସ୍ୱଭାଗ୍ୟ ପାଇଛି ।  ସେଥିପାଇଁ ସବୁବେଳେ ମା’ ବିରଜାଙ୍କ ଦର୍ଶନ କରିପାରୁଛି । ହେଲେ ଯେବେଠୁ ମନ୍ଦିର ଦାୟିତ୍ୱ ନେଇଛି । ମୋ ଦାୟିତ୍ୱ ସେବେଠାରୁ ବଢିଯାଇଛି । କିପରି ଅଧିକ କଣ କରିବି ମାଙ୍କ ପାଇଁ । ସବୁଠାରୁ ବଡ଼ କଥା ହେଲା ମୁଁ ଜଣେ ଗୀତିକାର ହୋଇପାରିଛି ମାଙ୍କ କୃପାରୁ ।ପର୍ଶୁରାମ ମହାପାତ୍ର (ଶ୍ରଦ୍ଧାଳୁ): ମା’ ବିରଜାଙ୍କୁ ଦର୍ଶନ କଲେ ମୁଁ ସବୁ ଭୂଲିଯାଏ । ଭାରି ଆନନ୍ଦ ଲାଗେ । ଯାହା ମା’ ପାଖରେ ଗୁହାରୀ କରିଛି ମା’ ସବୁ ବୁଝିଛି ।

ପ୍ରଣବ ପ୍ରକାଶ ଦାସ (ବିଧାୟକ, ଯାଜପୁର): ମାଙ୍କ ଅପାର କୃପାରୁ ମୁଁ ଆଜି ଯାଜପୁର ଲୋକଙ୍କ ସେବା କରିପାରୁଛି । ମୁଁ ମୋର ସବୁ କାମ ଆରମ୍ଭ କରିବା ପୂର୍ବରୁ ମାଙ୍କ ନାଁକୁ ସ୍ମରଣ କରିଥାଏ । ଏବଂ ମାଙ୍କ ଆଶୀର୍ବାଦରେ ଆଜି ସାରା ରାଜ୍ୟରେ ଯାଜପୁର ଏକ ଅଗ୍ରଣୀ ଜିଲ୍ଲା ହୋଇପାରିଛି । ମା’ ସମସ୍ତଙ୍କୁ ଘଣ୍ଟ ଘୋଡ଼ାଇ ରଖିଥାନ୍ତୁ । ଏତିକି ମାଙ୍କ ନିକଟରେ ପ୍ରାର୍ଥନା କରୁଛି ।

ନବ କିଶୋର ସାହୁ (ଆଇଆଇଏମସି, ଢେଙ୍କାନାଳ): ଏହି ଅଳ୍ପ ଦିନ ଆଗରୁ ମାଙ୍କ ଦର୍ଶନ କରିବାର ସ୍ୱଭାଗ୍ୟ ପାଇଲି । ପୂର୍ବରୁ ଅନେକ ଥର ଦର୍ଶନର ସୁଯୋଗ ପାଇଛି । ହେଲେ ମାଙ୍କ ଡୋରୀ ନଥିବାରୁ ଦର୍ଶନରୁ ବଞ୍ଚିତ ହୋଇଛି । ମାଙ୍କ ଦର୍ଶନରେ ମନରେ ଥିବା ସମସ୍ତ ଦୁଃଖ କ୍ଲେଶ ଦୂର ହୋଇଯାଏ । ସେଠି ପହଞ୍ଚିବା ମାତ୍ରେ ଆଉ ଆସିବାକୁ ମନ ହୁଏ ନାହିଁ ।ରମେଶ ଶତପଥି (ସମାଜସେବୀ): ମା’ ବିରଜାଙ୍କ କୃପା ମୋ ଉପରେ ଅଛି । ମୁଁ ବହୁବାର ବିରଜା ମନ୍ଦିର ଯାଇଛି । ମାଙ୍କୁ ଦର୍ଶନ କଲେ ମନ ଖୁସି ହୋଇଯାଏ । ମା’ ମନ କଥା ବୁଝେ ।

ଭବ ପ୍ରସାଦ ଦାସ (ଯୁବନେତା): ମା’ ବିରଜାଙ୍କ ଆଶୀର୍ବାଦ ସବୁବେଳେ ମୋ ସହ ରହିଛି । ଯାଜପୁରର ବିକାଶ ଓ ଯାଜପୁରବାସୀ କିପରି ଭଲରେ ରହିବେ ମା’ ସବୁବେଳେ ଯେମିତି ସଭିଙ୍କ ଭିତରେ ରହି ନିର୍ଦ୍ଦେଶ ଦିଏ । ମା’ ପାଇଁ ଯାଜପୁର ମାଟି ଆଜି ସାରା ବିଶ୍ୱରେ ପରିଚିତ । ମାଙ୍କ ଜନ୍ମଦିନରେ ଏତିକି ଗୁହାରୀ କରୁଛି ସବୁବେଳେ ସେ ଆମକୁ ଘଣ୍ଟ ଘୋଡ଼ାଇ ରଖିଥାନ୍ତୁ ।

Leave a Reply