ବିଚିତ୍ର ସହର: ଭୂଗୋଳ କହୁଛି ଦେଶ ବାହାରେ ରହିଛି ସହର

ସାଧାରଣତଃ ଗୋଟିଏ ଦେଶର ପରିସୀମା ମଧ୍ୟରେ ତା’ର ସମସ୍ତ ସହର ରହିଥାଏ । କିନ୍ତୁ ଆପଣ କେବେ ଏଭଳି ସହର ବିଷୟରେ ଶୁଣିଛନ୍ତି କି, ଯେଉଁ ସହର ନିଜ ଦେଶର ଭୌଗଳିକ ପରିସୀମା ମଧ୍ୟରେ ନଥିବା । ଏଭଳି ଏକ ସହର ହେଉଛି କେଲିନୀନଗ୍ରାଦ । ଯାହା ଋଷର ଏକ ସହର କିନ୍ତୁ ଋଷରୁ ଦୂରରେ  ।

ପାଖାପାଖି ୪ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହର ଲିଥୁଆନିଆ ଏବଂ ପୋଲାଣ୍ଡର ମଧ୍ୟରେ ସ୍ଥିତ । ଆଉ ଏହି ସହରରେ ପ୍ରବେଶ ନେଇ ଋଷ ଭିଜାର ଆବଶ୍ୟକତା ପଡ଼େ । ଏଠାକୁ ଯିବା ଲାଗି ଲୋକଙ୍କୁ ଅନ୍ୟ ଦେଶର ସୀମା ପାର କରିବାକୁ ପଡ଼େ । କେଲିନୀନଗ୍ରାଦ ସହର ବାଲିକ୍ଟ ସାଗରେ ପଡ଼ୁଥିବା ପ୍ରଗୋଲିଆ ନଦୀ ମୁହାଣରେ ସ୍ଥିତ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅର୍ଥାତ ୧୯୪୪ ମସିହାରେ ବିଟ୍ରିସ୍‌ ସେନା ଏହି ସହର ଉପରେ ଜୋରଦାର ବୋମାମାଡ଼ କରିଥିଲା । ଯାହାଦ୍ୱାରା ଏହି ସହର ସମ୍ପୂର୍ଣ୍ଣଭାବେ ଧ୍ୱସଂ ବିଧ୍ୱସ୍ତ ହୋଇଯାଇଥିଲା । ୧୯୪୫ରେ ଯେତେବେଳ ଏହା ଋଷର ସହର ଭାବେ ପରିଗଣିତ ହେଲା ଏଠାରେ ଥିବା ଲୋକ ଅର୍ଥାତ ଜର୍ମାନ ନାଗରିକ ସେହି ସହର ଛାଡ଼ି ପଳାଇଲେ ।

ଏଠାରେ ରହୁଥିବା ପ୍ରାୟ ୮୭% ଲୋକ ମୂଳତଃ ଋଷର । ଏଠାକାର ବାସିନ୍ଦାଙ୍କୁ ନିଜ ଦେଶକୁ ଯିବାକୁ ହେଲେ ଅନ୍ୟ ଦେଶ ଦେଇ ଯିବାକୁ ପଡ଼େ । ଏଣୁ ପୋଲାଣ୍ଡ ଓ ଋଷ ସଂଘ ମଧ୍ୟରେ ଏକ ବୁଝାମଣା ହୋଇଛି । ବୁଝାମଣା ଅନୁଯାୟୀ ଏଠାକାର ବାସିନ୍ଦାଙ୍କ ନିମନ୍ତେ ବିଶେଷ କାର୍ଡ ପ୍ରସ୍ତୁତ କରାଯାଇଛି । ଯାହାଫଳରେ ସେମାନେ ବିନା କୌଣସି ଅସୁବିଧାରେ ଋଷର ଯେ କୌଣସି ସହରକୁ ଯିବା ଆସିବା କରିପାରିବେ ।

Leave a Reply