ମୁଜାଫରପୁର: ଶାରୀରିକ ସମ୍ବନ୍ଧ ପାଇଁ ମନା କରିବାରୁ ଯୁବତୀଙ୍କୁ ଜାଳିଦେଲା ବର୍ବର ଯୁବକ। ବିହାରର ମୁଜାଫରପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମୁଜାଫରପୁରସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କୁ ପାଟଣାସ୍ଥିତ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏ ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଆତ୍ମସମର୍ପଣ କରିଥିଲେ ।
ପୋଲିସର କହିବା ମୁତାବକ, ଯୁବତୀ ଜଣଙ୍କୁ ଅଭିଯୁକ୍ତ ଯୁବକ ଏକ ପାଖିଆ ପ୍ରେମ କରୁଥିଲେ ଆଉ ଦୀର୍ଘ ଦିନ ଧରି ତାଙ୍କ ପଛରେ ପଡ଼ିଥିଲେ । ଏଇ କିଛି ଦିନ ତଳେ ସେ ତାଙ୍କୁ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରିଥିଲେ । ଯୁବତୀ ଜଣକ ପ୍ରତିବାଦ କରିବାରୁ ଯୁବକ ଜଣଙ୍କ ତାଙ୍କ ଉପରେ କିରୋସିନ ଢ଼ାଳି ନିଆଁ ଲଗାଇଦେଇଥିଲା । ଏହାପରେ ଅଭିଯୁକ୍ତ ନିଜେ ଗୁରୁତର ଅବସ୍ଥାରେ ଯୁବତୀ ଜଣଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲା ।
ଗତ ୩ ବର୍ଷ ହେଲା ଯୁବତୀଙ୍କୁ ଅଭିଯୁକ୍ତ ଯୁବକ ହଇରାଣ କରୁଥିବା ପୀଡ଼ିତାଙ୍କ ମା’ କହିଛନ୍ତି । ଏହି ଘଟଣା ପ୍ରାୟ ଦଶ ଦିନ ତଳର । ଦୀର୍ଘ ୯ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଯୁବତୀଙ୍କ ମୃତ୍ୟୁ ଘଟିଛି ।
ମୃତକଙ୍କୁ ଦେଖିବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଡକାଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି । ପରିବାର ଲୋକଙ୍କ କହିବା କଥା ହେଲା, ଯେତେବେଳେ ଯାଏଁ ମୁଖ୍ୟମନ୍ତ୍ରୀ ନ ଆସିବେ ମୃତକଙ୍କ ଅନ୍ତିମ ସଂସ୍କାର ହେବନାହିଁ । ପରିବାରଲୋକ ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି । ଅଭିଯୁକ୍ତମାନଙ୍କୁ ଫାଶୀ ଦିଆଯାଉବୋଲି ମୃତ୍ୟୁ ପୂର୍ବରୁ ପୀଡ଼ିତା କହିଥିବା ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି । ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକ ପାଟଣା ପୁରୁଣା ଜାତୀୟ ରାଜପଥକୁ ଅବରୋଧ କରିରଖିଛନ୍ତି । ମୁଜାଫରପୁର ପୋଲିସ ଉପରେ ସେମାନଙ୍କ ଭରସା ନାହିଁ ବୋଲି ଆନ୍ଦୋଳନାକାରୀ କହିଛନ୍ତି ।


ଆଜି ‘ନିର୍ଭୟା’ ପରିବାରର ଉପସ୍ଥିତିରେ ସିଜେଆଇଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ଦୋଷୀ ଅକ୍ଷୟ ଠାକୁରଙ୍କ ଓକିଲକୁ ରିଭ୍ୟୁ ପିଟିସନ ଉପରେ ତଥ୍ୟ ଦେବାକୁ କୋର୍ଟ ୩୦ ମିନିଟ୍ ସମୟ ଦେଇଥିଲେ । ତେବେ, ଅକ୍ଷୟ ଓକିଲ ତାଙ୍କୁ ନିର୍ଦ୍ଦୋଷ କହିବା ସହ ଗଣମାଧ୍ୟମ ଉପରେ ସବୁ ଦୋଷ ଲଦିଥିଲେ ।

୨୦୧୪ ମାର୍ଚ୍ଚ ୩୧ରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ସେହି ବର୍ଷ ସେପ୍ଟେମ୍ବରରେ ବିଶେଷ ଅଦାଲତରେ ସମସ୍ତ ସାକ୍ଷ୍ୟ ରଖାଯାଇଥିଲା । କିନ୍ତୁ, ମାମଲା ଡେରି ହେବାରୁ ୨୦୧୬ରେ ଶୀର୍ଷ ଅଦାଲତ ଓ ଗୃହ ମନ୍ତ୍ରାଳୟର ମଞ୍ଜୁରୀ ପରେ ପାକିସ୍ତାନ ଛାଡ଼ି ପଳାଇଥିଲେ । ଏବେ ପରଭେଜ୍ ମୁଶାରଫ ଦୁବାଇରେ ଅଛନ୍ତି ।

