ବାହାଘର ଭୋଜି ଖାଇ ଡାକ୍ତରଖାନା ଗଲେ ୧୫୦ରୁ ଅଧିକ ଲୋକ

ବାରିପଦା: ବିବାହ ଭୋଜି ଖାଇ ୧୫୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ।

ବାରିପଦା ଷ୍ଟେସନ ବଜାରରେ ଏକ ବିବାହ ଭୋଜିରେ ଖାଇବା ପରେ ଲୋକମାନଙ୍କର ପେଟ ବ୍ୟଥା ହୋଇଥିଲା ।

ଝାଡ଼ାବାନ୍ତି ହେବା ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିଛି ଲୋକଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ବେଳେ ଆହୁରି ବହୁ ଶିଶୁ ଚିକିତ୍ସାଧୀନ ଅଛନ୍ତି । ସମସ୍ତେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି ।

Leave a Reply