ହୋମ୍‌ଗାର୍ଡଙ୍କ ଉପରେ ବୁର୍ବୃତ୍ତ ଚଢ଼ାଇଲେ ଗଞ୍ଜେଇ ବୋଝେଇ ଟ୍ରାକ୍ଟର

ମାଲକାନାଗିରି: ହୋମ୍‌ଗାର୍ଡଙ୍କ ଉପରେ ଟ୍ରାକ୍ଟର ମଡ଼ାଇ ଦେଲେ ଗଞ୍ଜେଇ ମାଫିଆ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା କଙ୍କରାଇପଦାରେ ଜଣେ ହୋମଗାର୍ଡଙ୍କ ଉପରେ ଟ୍ରାକ୍ଟର ଚଢ଼ାଇଦେଲେ  । ପାଟ୍ରୋଲିଂ ସମୟରେ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ମାଡ଼ି ଆସୁଥିବା ବେଳେ ତାକୁ ଅଟକାଇବାକୁ ହୋମଗାର୍ଡ ଟୁନା ବୈରାଗୀ ଚେଷ୍ଟା କରିଥିଲେ ।

ତେବେ ଟ୍ରାକ୍ଟରଟି ନରହି ତାଙ୍କ ଉପରେ ମାଡ଼ିଯାଇଥିଲା । ଗୁରୁତର ଅବସ୍ଥାରେ ହୋମଗାର୍ଡଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅଣ୍ଟା ଭାଙ୍ଗି ଯାଇଥିବା ବେଳେ ଚିକତ୍ସା ଜାରି ରହିଛି । ପୋଲିସ ପହଞ୍ଚି ଟ୍ରାକ୍ଟରକୁ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି ।

Leave a Reply