ଆରମ୍ଭ ହେଲା ପଦୋନ୍ନତି ଅଦାଲତ: ପକ୍ଷ ରଖୁଛନ୍ତି କର୍ମଚାରୀ

ଭୁବନେଶ୍ୱର: ଆରମ୍ଭ ହେଲା ପଦୋନ୍ନତି ଅଦାଲତ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ଅଦାଲତ ଆରମ୍ଭ ହୋଇଛି । ଏଥିସହ ଭୁବନେଶ୍ୱରର ଅନ୍ୟ ୫ଟି ସ୍ଥାନରେ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମଧ୍ୟ ଏହି ଅଦାଲତ କାର୍ଯ୍ୟ ଆରମ୍ଭ ହୋଇଛି । ପୁର୍ବରୁ ଯେଉଁ କର୍ମଚାରୀ ମାନେ ପଦୋନ୍ନତିରୁ ବଂଚିତ ହୋଇଥିଲେ ସେମାନଙ୍କ ଆବେଦନ ଅନୁଯାୟୀ ଏହି ଅଦାଲତରେ ବିଚାର କରାଯିବ । ପ୍ରଥମ ପର୍ଯ୍ୟାର ପଦୋନ୍ନତି ଅଦାଲତ ଆଜିଠାରୁ ଆରମ୍ବ ହୋଇଛି । ଏହା ଜାନୁଆରୀ ୨୮,୨୯ ଓ ୩୧ ତାରିଖରେ ତିନି ଦିନ ଧାର୍ୟ୍ୟ କରାଯାଇଛି ଅଦାଲତରେ ବିଚାର ପାଇଁ ଆବେଦନ ହୋଇଥିବା ୮୯୦୯ ଟି ଦରଖାସ୍ତ ମଧ୍ୟରୁ  ପ୍ରଥମ ପର୍ୟ୍ୟାୟ ରେ ୨୨୭୩ ସରକାରୀ କର୍ମଚାରୀଙ୍କ ବିଚାର କରାଯିବ । ଅବଶିଷ୍ଟ କର୍ମଚାରୀଙ୍କ ବିଚାର ଦ୍ୱିତୀୟ ପର୍ଯ୍ୟାୟରେ ଫେବ୍ରୁଆରୀ ୨୭,୨୮ ଓ ୨୯ ରେ ଶୁଣାଣି ହେବ । ରାଜସ୍ୱ ବିଭାଗରେ ୧୭୩ ଜଣ ସରକାରି କର୍ମଚାରୀ ଙ୍କ ଶୁଣାଣି ଆଜି ଆରମ୍ଭ ହୋଇଛି । ଯୋଜନା ଓ ସଂଜୋଜନା ବିଭାଗ ର ୧୧ ଜଣ ଙ୍କ ଶୁଣାଣି ହେବ ।

Leave a Reply