spot_img
Home Blog Page 7449

ରାଜ୍ୟରେ ଲାଗୁ ହେବନି NRC, ସାମ୍ନାକୁ ଆସିଲା ସଂସଦରେ ବିଜେଡି ସାଂସଦଙ୍କ ଯୁକ୍ତି

ଭୁବନେଶ୍ୱର : ଦେଶର ବିଭିନ୍ନ ସ୍ଥାନରେ ନାଗରିକତା ଅଧିକାର ଆଇନକୁ ନେଇ ହିଂସା ଲାଗି ରହିଛି । ପୂର୍ବାପେକ୍ଷା ହିଂସା କମିଥିବା ବେଳେ ଏବେବି ପରିସ୍ଥିତିରେ ସୁଧାର ଆସିନି । ତେବେ ୫ ଦିନିଆ ଦିଲ୍ଲୀ ଗସ୍ତ ପୂର୍ବରୁ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, CAA ସହ ଭାରତୀୟଙ୍କ କିଛି ସମ୍ପର୍କ ନାହିଁ କେବଳ ବିଦେଶୀଙ୍କ ସହ ଏହାର ସମ୍ପର୍କ । ବିଜେଡି ସାଂସଦମାନେ ସଂସଦରେ ସ୍ପଷ୍ଟ କରିଛନ୍ତି ଯେ, CAA ସହ NRCର କୌଣସି ସଂପର୍କ ନାହିଁ । NRCକୁ ବିଜେଡି ବିରୋଧ କରୁଛି । ତେଣୁ ସମସ୍ତ ନାଗରିକଙ୍କୁ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିସହ କୌଣସି ଗୁଜବରେ ବିଶ୍ୱାସ ନକରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

https://www.facebook.com/nandighoshatv/videos/2547402242210888/

ଏଥିସହ ପଢ଼ନ୍ତୁ ନାଗରିକତା ସଂଶୋଧନ ବିଲକୁ ରାଷ୍ଟ୍ରୀୟ ସ୍ୱାର୍ଥ ଦୃଷ୍ଟିରୁ ଦେଖାଯାଉ: ବିଜେଡି

ଏନଆରସି ପ୍ରସଙ୍ଗରେ ବିଜେଡି ଦୈତ ମତ ରଖୁଥିବା ନେଇ ବିରୋଧୀ ଯେଉଁ ଅଭିଯୋଗ କରିଥିଲେ ତାକୁ ମଧ୍ୟ ଖଣ୍ଡନ କରିଛି ବିଜେଡି । ଶୀତ ଅଧିବେଶନରେ ସଂସଦର ଉଭୟ ଗୃହରେ CAB ସଂପର୍କରେ ଆଲୋଚନା ଚାଲିଥିବା ବେଳେ ବିଜେଡି ସାଂସଦମାନେ କଣ କହିଥିଲେ ଦଳ ତାକୁ ପୁଣିଥରେ ମନେ ପକାଇ ଦେଇଛି । ଡିସେମ୍ବର ୧୧ ତାରିଖରେ ରାଜ୍ୟସଭାରେ ବିତର୍କରେ ଅଂଶଗ୍ରହଣ କରି CAB ପ୍ରସଙ୍ଗରେ ମତ ରଖିଥିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ସେତେବେଳେ ସେ କହିଥିଲେ ଯେ, CAB ସହ NRCର ଲିଙ୍କ ନଥିବା ବିଜେଡି ଅନୁଭବ କରୁଛି । NRC ଏକ ଭିନ୍ନ ପ୍ରସଙ୍ଗ, ଯାହା ଉପରେ ଲମ୍ବା ବିତର୍କର ଆବଶ୍ୟକ ଥିବା ସାଂସଦ ଡ. ପାତ୍ର ଉଲ୍ଲେଖ କରିଥିଲେ । ଏହା ସହ ୩ଟି ପ୍ରସ୍ତାବ ମଧ୍ୟ ଦେଇଥିଲେ । ସେହିପରି ଲୋକସଭାରେ ଯାଜପୁରର ସାଂସଦ ଶର୍ମିଷ୍ଠା ସେଠୀ ସମାନ ମତ ରଖିଥିଲେ। NRC ସହ ଏହାର କୌଣସି ସଂପର୍କ ନଥିଲେ ଦର୍ଶାଇଥିଲେ । ତେଣୁ ଦଳ ଉଭୟ ମତ କେବେବି ପ୍ରକାଶ କରିନାହିଁ ଏବଂ ରାଷ୍ଟ୍ରୀୟ ହିତରେ ବିଲକୁ ସମର୍ଥନ କରିଥିବା ବେଳେ NRCକୁ ବିରୋଧ କରିଥିବା ପୂର୍ବରୁ ବିଜେଡିର ନେତାମାନେ ପ୍ରତିକ୍ରିୟାରେ କହିସାରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ଦଳର ମତକୁ ସ୍ପଷ୍ଟଭାବେ ଦର୍ଶାଇବା ସହ ଗୁଜବରେ ଲୋକେ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି । 

https://nandighoshatv.combjd-stands-with-citizen-amendment-bill/

ମେ ଫେୟାର ହୋଟେଲର ୯୦ଟି ରୁମରେ ରହିବେ ଖେଳାଳି ଓ ଅଫିସିଆଲ୍ସ । ଜାଣନ୍ତୁ କେଉଁ ରୁମରେ ରହିବେ ବିରାଟ କୋହଲି ?

ଭୁବନେଶ୍ୱର : ଆସନ୍ତା ୨୨ ତାରିଖରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଅ ସିରିଜର ଅନ୍ତିମ ମ୍ୟାଚ୍‌ । ଏହି ମ୍ୟାଚ ପାଇଁ ଉଭୟ ଟିମ୍‌ ଆସନ୍ତା କାଲି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ କଡ଼ା ସୁରକ୍ଷା ବଳୟ ଭିତରେ ସେମାନଙ୍କୁ ମେ ଫେୟାର ହୋଟେଲକୁ ନିଆଯିବ। ସେଠାରେ ଖେଳାଳିଙ୍କୁ ଏଥର ଏକ ନିଆରା ଢଙ୍ଗରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବାର ବ୍ୟବସ୍ଥା ହୋଇଛି । ଏହାପରେ ଖେଳାଳିଙ୍କ ପସନ୍ଦ ଅନୁସାରେ ରହିବା ଓ ଖାଇବା ପାଇଁ ବ୍ୟପକ ବନ୍ଦୋବସ୍ତ କରାଯାଇଥିବା ହୋଟେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ପ୍ରଥମଥର ପାଇଁ ଭୁବନେଶ୍ୱରର ମେ ଫେୟାରରେ ଟିମ୍ ଇଣ୍ଡିଆର ଖେଳାଳି ୫ ଦିନ ରହିବେ । ଏଠାରେ ସମସ୍ତଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।ହୋଟେଲ ପକ୍ଷରୁ ଅତିଥିଙ୍କ ସତ୍କାର ପାଇଁ ସବୁପ୍ରକାର ବ୍ୟବସ୍ଥା ହୋଇଛି । ଖେଳାଳିଙ୍କ ଆଗମନକୁ ଦୃଷ୍ଟିରେ ରଖି, ହୋଟେଲରେ ଗତ ୧୦ ଦିନ ଧରି ଚାଲିଛି ପ୍ରସ୍ତୁତି । ଉଭୟ ଟିମ୍‌ ଓ ଅଫିସିଆଲ ମାନଙ୍କ ପାଇଁ ହୋଟେଲରେ ୯୦ଟି ରୁମ୍ ବୁକ୍‌ ରହିଛି।

୧୬ତମ ଥର ପାଇଁ ଭାରତୀୟ ଦଳ ମେ ଫେୟାର ହୋଟେଲରେ ରହିବାକୁ ଯାଉଛନ୍ତି । ଭାରତୀୟ ଟିମ୍‌ ସହ ଅନ୍ୟ ଦଳ ମଧ୍ୟ ଏହି ହୋଟେଲେ ରହିଆସୁଛନ୍ତି। ସେପଟେ ଖେଳାଳିଙ୍କ ପସନ୍ଦ ନାପସନ୍ଦକୁ ମଧ୍ୟ ହୋଟେଲ ପକ୍ଷକୁ ଗୁରୁତ୍ୱ ଦିଆଯାଉଛି। ଯେଉଁ ଖେଳାଳିଙ୍କ ଯେଉଁ ରୁମ ପସନ୍ଦ ତାଙ୍କ ପାଇଁ ସେହି ରୁମ ବୁକ ହୋଇଛି ବୋଲି ହୋଟେଲ ପକ୍ଷରୁ କୁହାଯାଇଛି।

ଏ ସବୁ ମଧ୍ୟରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ରୁମକୁ ନେଇ ଚର୍ଚ୍ଚା । ବିରାଟ ମେ ଫେୟାରରେ ନିଜର ରୁମକୁ ଲକି କୁହନ୍ତି । ସେ ଯେତେଥର ଓଡ଼ିଶା ଖେଳିବାକୁ ଆସିଛନ୍ତି ସବୁଥର ମେ ଫେୟାରର ସେହି ରୁମରେ ରହିଛନ୍ତି । ଏ ରୁମରେ ବିରାଟଙ୍କ ପାଇଁ ରହିଛି ସବୁ ପ୍ରକାରର ବ୍ୟବସ୍ଥା । ସ୍ପେସାଲ୍ ଫୁଡ୍ ଠାରୁ ଆରମ୍ଭ କରି ଜିମ୍ ଇକ୍ୟୁଇପମେଣ୍ଟ ଏବଂ ଅଧିକ ସ୍ପେସିୟସ୍ ହୋଇଛି ଏ ରୁମ୍ ।

ତେବେ ୧୩୪ ନମ୍ବର ରୁମ୍ ହେଉଛି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କର ଫେବରାଇଟ୍ ରୁମ୍ । ଯେତେବେଳେ ବି ସେ ଓଡ଼ିଶା ଆସନ୍ତି ଏହିଠାରେ ହିଁ ରୁହନ୍ତି । ବିରାଟଙ୍କ ଭଳି ରୋହିତ ଶର୍ମାଙ୍କର ପ୍ରିୟ ରୁମ ହେଉଛି ୧୨୩ ନମ୍ବର । ଦିନ ୨ଟା ଠାରୁ ଆରାଇଭାଲ କରିବେ ସମସ୍ତ ଖେଳାଳି । ହୋଟେଲରେ ୯ଟି ରେସ୍ତୋରାଁ ରହିଛି । ଯେଉଁଠି ସମସ୍ତ ଖେଳାଳିଙ୍କ ମନ ପସନ୍ଦର ଖାଇବା ଉପଲବ୍ଧ ରହିଛି । କେଉଁ ଖେଳାଳିଙ୍କୁ କେଉଁ ରେସ୍ତୋରାଁ ପସନ୍ଦ ଏହାକୁ ଦୃଷ୍ଟିରେ ରଖି ଖେଳାଳିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ଏବେଠାରୁ ସ୍ୱାଗତ ପାଇଁ ସଜେଇ ହେଲାଣି ମେ ଫେୟାର ହୋଟେଲ ।

ସୈତାନ୍ ସାର୍, ୨୪ ଛାତ୍ରୀଙ୍କ ସହ ଯୌନ କେଳେଙ୍କାରୀରେ ଲିପ୍ତ ଥିଲେ ୩ ବିଭାଗର ଶିକ୍ଷକ

0

ନୂଆଦିଲ୍ଲୀ: ଗୁରୁ ନାମରେ କଳଙ୍କ । ମାସେ ହେଲା ୨୪ ଛାତ୍ରୀଙ୍କୁ ଦେଉଥିଲେ ଅକଥନୀୟ ଯୌନ ନିର୍ଯାତନା । ପାଠ ପଢ଼ାଇବା ନାଁରେ ସ୍କୁଲ୍ ଛୁଟି ହେବାପରେ ଜୋର ଜବରଦସ୍ତ କରୁଥିଲେ ଅପକର୍ମ । ମାନବିକତାକୁ ଉପହାସ, ମୁଣ୍ଡ ନୂଆଁଇଲା ଭଳି ଏ ଲଜ୍ଜାଜନକ ଖବର ଆସିଛି ହରିୟାଣାର ହିସାରରୁ ।ହିସାର ଜିଲ୍ଲାର ଏକ ଗାଁରେ ଥିବା ସରକାରୀ ବିଦ୍ୟାଳୟରେ ଏମିତି କାରନାମା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଦେଶର ରାଜଧାନୀ ଦିଲ୍ଲୀରୁ ଅଳ୍ପ କିଛିଦୂରରେ ଥିବା ହରିୟାଣର ହିସାରର ଏ ଘଟଣାରେ ପୋଲିସ ଲ୍ୟାବ୍ ଆସିଷ୍ଟାଣ୍ଟ, ପିଇଟି ଟିଚରଙ୍କୁ ଗିରଫ କରିଛି । ମାମଲାରେ ତୃତୀୟ ଅଭିଯୁକ୍ତ କମ୍ପ୍ୟୁଟର ଶିକ୍ଷକ ଫେରାର୍ ଅଛି ।

ଏଥିସହ ପଢ଼ନ୍ତୁ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ ଖାରଜ, ‘ନିର୍ଭୟା’ ଦୋଷୀଙ୍କ ପାଖରେ ଆଉ ୨୦ ଦିନ…

କେମିତି ଜଣାପଡ଼ିଲା ?

ସ୍କୁଲ୍ ପରିଦର୍ଶନ ପାଇଁ ଯାଇଥିବା ବେଳେ ଛାତ୍ରୀମାନେ ଶିଶୁ ସୁରକ୍ଷା ଅଧିକାରୀ ସୁନୀତା ଯାଦବଙ୍କୁ ଏନେଇ ଜଣାଇଥିଲେ । ସୁନୀତାଙ୍କ ସୂଚନା ଅନୁସାରେ, ୩ ଜଣ ଶିକ୍ଷକ ଅଗଷ୍ଟ ମାସରୁ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏଁ ଛାତ୍ରୀଙ୍କ ସହ ଯୌନ ଶୋଷଣ କରୁଥିଲେ ।

ସବୁ ଜାଣିଥିଲେ ଅଧ୍ୟକ୍ଷ

ଶିଶୁ ସୁରକ୍ଷା ଅଧିକାରୀଙ୍କ ଅନୁସାରେ ଛାତ୍ରୀମାନେ ଓ ତାଙ୍କ ପରିବାର ଏନେଇ ସ୍କୁଲ ପ୍ରିନ୍ସପାଲ ଓ ଗାଁ ମୁଖିଆଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣିନଥିଲେ । ତାପରେ ସୋମବାର ଶିଶୁ ସୁରକ୍ଷା ଅଧିକାରୀ ସ୍କୁଲ ପରିଦର୍ଶନ କରିବା ପରେ ସତ ସାମନାକୁ ଆସିଥିଲା ।ଛାତ୍ରୀମାନଙ୍କ ଅନୁସାରେ, ଅଭିଯୁକ୍ତ ଶିକ୍ଷକ ଜଲଦି ସ୍କୁଲ ଆସିବା ଡେରିରେ ଫେରିବାକୁ ବାଧ୍ୟ କରୁଥିଲେ । ପୋଲିସ ୩ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ୪ଟି ଧାରା ସହ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି ।

https://nandighoshatv.comno_rescue_forrapist/

ଝାଡ଼ଖଣ୍ଡରେ ପ୍ରିୟଙ୍କା ଗାନ୍ଧିଙ୍କ ପ୍ରଚାର । କହିଲେ ଦୁଷ୍କର୍ମ ଉପରେ କାହିଁକି ମୁଁହ ଖୋଲୁନାହାନ୍ତି ମୋଦି ?

ରାଞ୍ଚି : ଝାଡ଼ଖଣ୍ଡ ବିଧାନସଭାର ପଞ୍ଚମ ତଥା ଶେଷ ପର୍ଯ୍ୟାୟରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କଂଗ୍ରେସର ସାଧାରଣ ସଂପାଦିକା ତଥା ଷ୍ଟାର ପ୍ରଚାରକ ପ୍ରିୟଙ୍କା ଗାନ୍ଧି । ସାନ୍ତାଳ ପ୍ରଗଣା ଜିଲ୍ଲାର ପାକୁର ଓ ବାରହାଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ପ୍ରିୟଙ୍କା ।


ନିର୍ବାଚନ ରାଲିରେ ପ୍ରଚାର ବେଳେ କେନ୍ଦ୍ର ଉପରେ ଖୁବ୍ ବର୍ଷିଛନ୍ତି ପ୍ରିୟଙ୍କା ଗାନ୍ଧି । କହିଛନ୍ତି, ପ୍ରଧାନମନ୍ତ୍ରୀ ସବୁ ପ୍ରସଙ୍ଗରେ ବଡ଼ ବଡ଼ କଥା କହୁଥିବା ବେଳେ ଦେଶରେ ବଢ଼ିଚାଲିଥିବା ଦୁଷ୍କର୍ମକୁ ନେଇ କାହିଁକି ମୁଁହ ଖୋଲୁନାହାନ୍ତି । ଦେଶର ଅର୍ଥନୀତିର ଖରାପ ଅବସ୍ଥା ଓ ନାଗରିକତା ଆଇନ ଲାଗୁକୁ ନେଇ ସେ ବିଷୋଦଗାର କରିଛନ୍ତି ।

ରାସ୍ତା ଖରାପ ଥିଲେ ଏବେ ଫାଇନ ଦେବେ ଠିକାଦାର

0

ନୂଆଦିଲ୍ଲୀ: ନୂଆ ମୋଟର ଯାନ ଆଇନକୁ ନେଇ ସାରା ଦେଶରେ ଚହଳ ପଡ଼ିଛି । ଏବେ ଖାଲି ଗାଡ଼ି ଚାଳକ ନୁହଁ ରାସ୍ତା ନିର୍ମାଣ କରୁଥିବା ଠିକା ସଂସ୍ଥା ମାନେ  ଦେବେ ଫାଇନ । ଗାଡ଼ି ଚାଳକ ନିୟମ ଭାଙ୍ଗିଲେ ୧ହଜାର ଟଙ୍କା ଠାରୁ ୧୦ ହଜାର ପର୍ଯ୍ୟନ୍ତ ଫାଇନର ବ୍ୟବସ୍ଥା ରହିଛି । ସେହିଭଳି ରାସ୍ତା ଖରାପ ଥିଲେ ଏକ ଲକ୍ଷ ପର୍ଯ୍ୟନ୍ତ ଫାଇନ ଦେବେ ଠିକା ସଂସ୍ଥା ।

ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତି ନେଇଛନ୍ତି । ସାଧାରଣ ଜନତା କେନ୍ଦ୍ର ସରକାରଙ୍କର ଫାଇନ ବ୍ୟବସ୍ଥାକୁ ଗ୍ରହଣ କରିଛି ସତ । ଅନ୍ୟପଟେ କିନ୍ତୁ ଜନତା ରାସ୍ତା ଖରାପ ଯୋଗୁଁ ବହୁବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯେଉଁଥିପାଇଁ ରାସ୍ତା ଖରାପ ଯୋଗୁଁ ସରକାରଙ୍କୁ ଦାଇ କରିଛନ୍ତି ଜନତା ।

ଏନେଇ ରାସ୍ତା ନିର୍ମାର କରୁଥିବା ଠିକା ଦାରଙ୍କ ଉପରେ ଫାଇନ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରି ଏଭଳି ଟ୍ୱିଟ୍‌ ମାଧ୍ୟମରେ କହିଛନ୍ତି । ରାସ୍ତା କାମ ଖରାପ ଥିଲେ, ରାସ୍ତା ଅଳ୍ପଦିନରେ ଖରାପ ହୋଇଗଲେ କିମ୍ବା ଠିକ୍‌ ସମୟରେ କାମ ନସରିଲେ ରାସ୍ତା ନିର୍ମାଣ କରିଥିବା ଠିକା ସଂସ୍ଥାକୁ ଫାଇନ ପଡ଼ିବ ବୋଲି ଟ୍ୱିଟ୍‌ ମାଧ୍ୟମରେ ଗଡ଼କରି କହିଛନ୍ତି । ନୂଆ ମୋଟରଯାନ ଆଇନ ଲାଗୁ ପରେ ଗଡ଼କରି ବହୁତ ତତ୍ପରତାରେ କାର୍ଯ୍ୟ କରୁଛନ୍ତି ।

ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ ଖାରଜ, ‘ନିର୍ଭୟା’ ଦୋଷୀଙ୍କ ପାଖରେ ଆଉ ୨୦ ଦିନ…

ନୂଆଦିଲ୍ଲୀ: ଜୀବନ ଓ ଫାଶୀ ଠାରୁ କମୁଛି ‘ନିର୍ଭୟା’ ଦୋଷୀଙ୍କ ଦୂରତା । ସୁପ୍ରିମକୋର୍ଟ ଆଜି ଦୋଷୀ ଅକ୍ଷୟ କୁମାରଙ୍କ ରିଭ୍ୟୁ ପିଟିସନ୍ ଖାରଜ କରି ଦେଇଛନ୍ତି । ଏଥିସହ ନିର୍ଦ୍ଧାରିତ ସମୟରେ ବିକଳ୍ପ ଦୟା ଯାଚିକା ବ୍ୟବହାର କରିବାକୁ କୋର୍ଟ କହିଛନ୍ତି । ରିଭ୍ୟୁ ପିଟିସନ୍ ଖାରଜ ହେବା ପରେ ପଟିଆଲା ହାଉସ୍ କୋର୍ଟ ଡେଥ୍ ୱାରେଣ୍ଟ ଉପରେ ଶୁଣାଣି କରିଥିଲେ । କୋର୍ଟ ଦୋଷୀଙ୍କୁ ନୋଟିସ୍ ଜାରି କରିବା ସହ ଆସନ୍ତା ଜାନୁଆରୀ ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।

ଆଗକୁ ବିକଳ୍ପ

ଦୋଷୀଙ୍କୁ ରିଭ୍ୟୁ ପାଇଁ ଗୋଟିଏ ସପ୍ତାହ ଓ ରାଷ୍ଟ୍ରପତିଙ୍କୁ କ୍ଷମା ଆବେଦନ ଦେବା ପାଇଁ ସପ୍ତାହେ ସମୟ ଦିଆଯାଇପାରେ । ଅକ୍ଷୟ ମାମଲାରେ ରିଭ୍ୟୁ ପିଟିସନ ଖାରଜ ହେବା ପରେ କ୍ଷମା ଆବେଦନ କରିହେବ । ରାଷ୍ଟ୍ରପତିଙ୍କ ନିକଟରେ ଅନ୍ୟ ଜଣେ ଦୋଷୀ ବିନୟ କ୍ଷମା ଆବେଦନ କରିଛି । ଏହା ଖାରଜ ହେଲା ପରେ ହିଁ ଫାଶୀ ଦିଆଯିବ ।

ଜଳସାଥୀ କାର୍ଯ୍ୟକ୍ରମର ଶୁଭାରମ୍ଭ, ମାଆ ମାନଙ୍କ ହାତରେ ପାଇପ୍ ଜଳଯୋଗାଣ ପରିଚାଳନା ଦାୟିତ୍ୱ

ଭୁବନେଶ୍ୱର: ଏଣିକି ବଡ଼ି, ପାମ୍ପଡ଼ ଓ ଘର କରଣା ସାମଗ୍ରୀ ପ୍ରସ୍ତୁତି ସହିତ ସହରାଞ୍ଚଳର ବିକାଶ ମୂଳକ କାର୍ଯ୍ୟକ୍ରମରେ ମହିଳାଙ୍କର ରହିବା ବଡ଼ ଭାଗିଦାରୀ । ସହରୀ ବାସିନ୍ଦାଙ୍କୁ ୨୪ ଘଣ୍ଟିଆ ପାଇପ୍ ଯୋଗେ ପାଣିଯୋଗାଇ ଦେବାକୁ ନିଷ୍ପତ୍ତି ନେବାପରେ ଆଜିଠାରୁ ଆରମ୍ଭ ହୋଇଛି ଜଳସାଥୀ କାର୍ଯ୍ୟକ୍ରମ । ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି ଏସଏଚଜି ମହିଳା ମାନଙ୍କୁ । ମହିଳାମାନଙ୍କର ଅର୍ଥନୀତିକ ଶସକ୍ତିକରଣ ପାଇଁ ରାଜ୍ୟ ସରକାର ଧାନ ସଂଗ୍ରହଠାରୁ ଆରମ୍ଭ କରି, ଛତୁଆ ଯୋଗାଣ, ବିଦ୍ୟୁତ ମିଟର ରିଡିଂ ଭଳି ଅନେକ ଦାୟିତ୍ୱ ଦେଇଛନ୍ତି । ଯାହାକୁ ସଫଳତାର ସହ ନିର୍ବାହ କରୁଛନ୍ତି ମହିଳାମାନେ । ତେଣୁ ଜଳସାଥୀ ଭାବରେ ମା’ମାନେ ଲୋକଙ୍କ ବିଶ୍ୱାସ ଓ ଭରଷା ହାସଲ କରିବା ସହିତ ସରକାର ଓ ଜନ ସାଧାରଣଙ୍କ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।


ରେଳବାଇ ଅଡିଟୋରିୟମରେ ଜଳସାଥୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଜଳର ମାନ ପରୀକ୍ଷା କିଟ୍ ଓ ପିଓଏସ୍ ମେସିନ୍ ବଣ୍ଟନ କରାଯାଇଥିଲା । ଜଳସାଥୀ ମାନେ ଘରକୁ ଘର ବୁଲି ଲୋକଙ୍କୁ ନୂଆ ଜଳ ସଂଯୋଗ ଦେବେ । ମାସକୁ ମାସ ଜଳଯୋଗାଣ ଦେୟ ଆଦାୟ କରିବେ । ଏବଂ ନିଜ ଅଞ୍ଚଳରେ ନିୟମିତ ଭାବେ ଜଳର ମାନ ପରୀକ୍ଷା କରିବା ସହିତ ଲୋକଙ୍କ ଅଭାବ ଅଭିଯୋଗକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ସହଯୋଗ କରିବେ । ଏହି କାର୍ଯ୍ୟକ୍ରମ ଆଜିଠାରୁ ଭୁବନେଶ୍ୱରର ୮ଟି ଓ୍ୱାର୍ଡରେ ଆରମ୍ଭ କରାଯାଇଛି ।

ଏଥିପାଇଁ ଓ୍ୱାଟକୋ ଓ ମହିଳା ସ୍ୱୟଂ ସହାୟକ ମହାସଂଘ ସହିତ ରାଜିନାମା ସ୍ୱାକ୍ଷରିତ ହୋଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱର ତଥା ରାଜ୍ୟର ସମସ୍ତ ସହରାଞ୍ଚଳରେ ସଂପୂର୍ଣ୍ଣ ଭାବେ ଏହା କାର୍ଯ୍ୟକାରୀ ହେବ । ଏହାଦ୍ୱାରା ୧୨ ଲକ୍ଷରୁ ଅଧିକ ପରିବାରକୁ ଦୈନିକ ୯ ଶହ ନିୟୁତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରିବ । ପ୍ରାୟ ୭୦ ଲକ୍ଷ ଲୋକ ଏହି ଯୋଜନାରେ ଉପକୃତ ହେବେ । ସାରା ରାଜ୍ୟରେ ୫ ହଜାର ଜଳସାଥୀ ଏହି କାର୍ଯ୍ୟକ୍ରମରେ ନିୟୋଜିତ ହେବେ । ଆଜିର କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ନଗର ଉନ୍ନୟନ ପ୍ରମୁଖ ସଚିବ ଜି. ମାଥି ଭାତନାନ୍ ଓ ମିଶନ ଶକ୍ତିର ସଚିବ ସୁଜାତା କାର୍ତ୍ତିକେୟନ ପ୍ରମୁଖ ଉପସ୍ଥିତ ଥିଲେ ।

ମିଆଁଉ ମିଆଁଉକୁ ମାରିଲା କିଏ ? ରାଜଧାନୀରେ ଚହଳ

0

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ବିଲେଇକୁ ଗୁଳିମାଡ଼ କଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଓୟୁଏଟିରେ ବିଲେଇଟିକୁ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାର ମୃତ୍ୟୁ ହୋଇଛି । ତେବେ, କିଏ ଓ କାହିଁକି ବିଲେଇକୁ ଗୁଳିମାଡ଼ କଲା ତାହା ଜଣାପଡ଼ିନାହିଁ । ଖାରବେଳ ନଗର ଥାନା ଅଞ୍ଚଳର ଏହି ଘଟଣା ରାଜଧାନୀରେ ଆତଙ୍କ ଖେଳାଇ ଦେଇଛି ।

ମୃତ ବିଲେଇ

ୟୁନିଟ୍-୪ ଅଞ୍ଚଳରେ ରହୁଥିବା ସୁଶାନ୍ତ ପଟ୍ଟନାୟକଙ୍କ ପୋଷା ବିଲେଇକୁ ଗୁଳିମାଡ଼ କରାଯାଇଛି । ଆଜି ଦିନ ପ୍ରାୟ ୧୧ଟା ୩୦ ବେଳେ ବିଲେଇଟି ଖେଳାଖେଳି କରୁଥିଲା । ସୁଶାନ୍ତଙ୍କ ମାଆ ଫୁଲ ତୋଳୁଥିଲେ । ହଠାତ୍, ଏକ ଶବ୍ଦ ହେଲା ଦେଖିଲାବେଳକୁ ବିଲେଇଟି ପଡ଼ିଶା ଘର ପାଚେରୀ ଦେଇ ତଳକୁ ଖସିପଡ଼ିଛି ।

ଅଭିଯୋଗକାରୀ

ସଙ୍ଗେ ସଙ୍ଗେ ପରିବାର ଲୋକ ଗୁଳିବିଦ୍ଧ ବିଲେଇକୁ ଓୟୁଏଟି ନେଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ବର୍ଷକ ମଧ୍ୟରେ ସମାନ ଢଙ୍ଗରେ ୭ଟି ବିଲେଇକୁ ହତ୍ୟା କରାଗଲାଣି । ଏନେଇ ସୁଶାନ୍ତ ପୋଲିସରେ ଅଭିଯୋଗ କରିବେ ବୋଲି କହିଛନ୍ତି ।

ଆଜିର ରାଶିଫଳ (୧୯.୧୨.୨୦୧୯) ଗୁରୁବାର

ଆଜିର ପଞ୍ଚାଙ୍ଗ(୧୯.୧୨.୨୦୧୯)ଗୁରୁବାର

ଆଜି ୨୦୧୯ ମସିହା ଡିସେମ୍ବର ୧୯ ତାରିଖ, ଗୁରୁବାର, ପୌଷ କୃଷ୍ଣପକ୍ଷ, ସୌରମାସ, ଧନୁ ଦି୪ନ, ଅଷ୍ଟମୀ ତିଥି, ଉତ୍ତରା-ଫାଲଗୁନ ନକ୍ଷତ୍ର, କନ୍ୟାଚନ୍ଦ୍ର, ଆୟୁଷ୍ମାନ ଯୋଗ, ବାଳବକରଣ ।

ଚନ୍ଦ୍ରଶୁଦ୍ଧି- ମେଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ଧନୁ, ମୀନ ରାଶିର

ଘାତବାର- ତୁଳା ଓ କୁମ୍ଭ ରାଶିର

ଘାତଚନ୍ଦ୍ର- ବୃଷ ରାଶିର

ରାହୁକାଳ- ଦିବା ୧/୦୪ମି.ରୁ ଦିବା ୨/୨୫ମି.

କାଳବେଳା- ଦିବା ୨/୨୫ମି.ରୁ ଦିବା ୩/୪୫ମି.

ଶୁଭବେଳା- ପ୍ରାତଃ ୬/୨୦ମି.ରୁ ପ୍ରାତଃ ୭/୪୬ମି.

ପର୍ବପର୍ବାଣୀ- କାଳାଷ୍ଟମୀ, ପଠାଣୀ ସାମନ୍ତ ଓ ବାଇକୋଳି ବିଶାରଦ ଜୟନ୍ତୀ

ଆଜିର ରାଶିଫଳ

ମେଷ- ଆଜି ଦିନଟି ଶୁଭଫଳ ଦାୟକ ହେବ । ମନ ବୁଦ୍ଧି ସ୍ଥିର ରହିବ । ଗୃହକୁ ଅତିଥିଙ୍କ ଆଗମନ ହେବ । ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ ।

ବୃଷ- ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ । କର୍ମକ୍ଷେତ୍ରରେ ଯଶପ୍ରତିଷ୍ଠା ପ୍ରାପ୍ତି ହେବେ । ସାମାଜିକ କର୍ମରେ ତତ୍ପରତା ପ୍ରକାଶ ପାଇବ । ଆୟ ଉତ୍ତମ ହେବ । ସାମାନ୍ୟ ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି ।

ମିଥୁନ- ବିଦ୍ୱାନ ଗଣଙ୍କ ମହଲରେ ପ୍ରଶଂସିତ ହେବେ । ସାଂଗଠନିକ କ୍ଷେତ୍ରରେ ନେତୃତ୍ୱଲାଭ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତି ହେବ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।

କର୍କଟ- ପାରିବାରିକ ଜୀବନରେ ସମୃଦ୍ଧ ହେବେ । ସାମାଜିକ ସ୍ତରରେ ଯଶ, ଖ୍ୟାତି ସମ୍ପନ୍ନ ହେବ । ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବ । ବନ୍ଧୁବର୍ଗଙ୍କ  ସହଯୋଗ ପ୍ରାପ୍ତି ହେବେ ।

ସିଂହ- ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ମାନସିକ ସ୍ଥିତି ଅସ୍ଥିର ରହିବ । କର୍ମକ୍ଷେତ୍ରରେ ଆଳସ୍ୟତା ବୃଦ୍ଧି ପାଇବ । ପାରିବାରିକ ଜୀବନ ଅଶାନ୍ତ ରହିପାରେ ।

କନ୍ୟା- କୌଣସି ଖବର ପାଇ ଖୁସିରେ ଆତ୍ମହରା ହୋଇ ପଡିବେ । ପୁରାତନ ବକେୟା ରାଶି ପ୍ରାପ୍ତି ହେବେ । ମାନସିକ ଶାନ୍ତି ଅବ୍ୟାହତ ରହିବ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।

ତୁଳା- ସ୍ୱାର୍ଥକେନ୍ଦ୍ରିକ ଚିନ୍ତାଧାରା ପାଇଁ ନିନ୍ଦନୀୟ ହୋଇପାରନ୍ତି । ଆର୍ଥିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ । ଯାନବାହାନ ଚଳାଚଳରେ ସତର୍କତା ଅବଲମ୍ବନୀୟ । ଗୃହସ୍ଥ ଜୀବନ ସୁଖମୟ ହେବ ।

ବିଛା- ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ । କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରି ଯଶସ୍ୱୀ ହେବେ । ସୁ-ସମ୍ବାଦ ପାଇ ବିଭୋର ହୋଇପଡିବେ । ଆୟ ଉତ୍ତମ ହେବ ।

ଧନୁ- ସାଂଗଠନିକ କାର୍ଯ୍ୟରେ ନେତୃତ୍ୱ ଲାଭ କରିବେ । କୌଣସି ଦୂର ସମ୍ପର୍କୀୟଙ୍କ ଠାରୁ ସହଯୋଗ ମିଳିବ । ଆର୍ଥିକ ବିକାଶ ଘଟିବ । ପାରିବାରିକ ଜୀବନ ସୁଖପ୍ରଦ ହେବ ।

ମକର- ମାନସିକ ସ୍ଥିତି ଅସ୍ଥିର ରହିବ । ସ୍ୱାସ୍ଥ୍ୟ ସମ୍ବଦ୍ଧୀୟ ଚିନ୍ତା ମନଙ୍କୁ ଭାରାକ୍ରାନ୍ତ କରିବ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ପାରିବାରିକ ଜୀବନରେ ଅଶାନ୍ତି ଲାଗିରହିବ ।

କୁମ୍ଭ- ସନ୍ତାନବର୍ଗଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ । ମାନସିକ ସ୍ଥିରତା ବ୍ୟାହତ ହେବ । ଆୟ ବ୍ୟୟ ପ୍ରାୟତଃ ସମାନ ରହିବ । ଗୃହସ୍ଥ ଜୀବନରେ ଅଶାନ୍ତି ଭୋଗ କରିବେ ।

ମୀନ- ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ । ଦେବଦର୍ଶନ ଓ ତୀର୍ଥଭ୍ରମଣ ଯୋଗ ରହିଛି । ବନ୍ଧୁବର୍ଗଙ୍କ ସହଯୋଗ ପ୍ରାପ୍ତି ହେବେ । କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିବେ ।

ଜ୍ୟୋତିର୍ବିଦ ପ୍ର. ଗଜେନ୍ଦ୍ର କୁମାର ନାଥ

ଯୋଗଯୋଗ- ୯୮୬୧୨୭୧୫୫୭