ସିଏଏ ବିରୋଧୀ ଆନ୍ଦୋଳନ ବେଳେ ବୋମାମାଡ଼, ୨ ଜଣଙ୍କ ମୃତ୍ୟୁ

କୋଲକାତା: ସଂଶୋଧିତ ନାଗରିକ ଆଇନକୁ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଚାଲିଛି । ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏହି ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି । ପ୍ରଦର୍ଶନ ବେଳେ ବୋମାମାଡ଼ ସହ ଗୁଳି ଚାଳନା କରାଯାଇଛି । ଏଥିରେ ୨ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଂଗ୍ରେସ ହିଂସା ପାଇଁ ଶାସକ ତୃଣମୂଳ କଂଗ୍ରସ ବା ଟିଏମସିକୁ ଦାୟୀ କରିଛି ।ଭାରତୀୟ ନାଗରିକ ମଞ୍ଚ ପକ୍ଷରୁ ସିଏଏ, ଏନଆରସିକୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିଲା । ବନ୍ଦ ବେଳେ ୨ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ପରେ ଏହି ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ବୋମାମାଡ଼ ଓ ଗୁଳି ବର୍ଷଣରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଅନିରୁଦ୍ଧ ବିଶ୍ୱାସ ଓ ମାକବୁଲ ସେଖ୍ ।ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଗଣ୍ଡଗୋଳରେ ବହୁ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ହିଂସା ପାଇଁ କଂଗ୍ରେସ ଖୋଲାଖୋଲି ଶାସକ ଟିଏମସିକୁ ଦାୟୀ କରିଛି । ଅନ୍ୟପଟେ ବିଜେପି ଏହା ଅନୁପ୍ରବେଶକାରୀଙ୍କ କାମ ହୋଇଥିବା କହିଛି ।

ଲୋକସଭାରେ ପାସ୍ ହେଲା ନାଗରିକତା ସଂଶୋଧନ ବିଲ୍, ରାଜ୍ୟସଭାରେ ହେବ ଆଗତ

Leave a Reply