ମୋ ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର, ମାର୍ଚ୍ଚ ୩୧ ଯାଏଁ କମ୍ ରହିବ ଏସିବସ୍ ଭଡ଼ା

ଭୁବନେଶ୍ୱର: ଖରା ଦିନେ ରିହାତିରେ ମିଳିବ ଏସିବସ୍ ର ସୁବିଧା । ଏଣିକି କମ୍ ଟଙ୍କା ବ୍ୟୟରେ ଆପଣ ମୋ ବସର ଏସି ବସରେ ଯାଇପାରିବେ । ଶୀତଦିନ ପାଇଁ ଆସନ୍ତା ଡିସେମ୍ବର ୧ରୁ ଜାନୁଆରୀ ୩୧ ଯାଏଁ ମୋ ବସ ଯାତ୍ରୀ ଏସି ବସର ଭଡ଼ା ହ୍ରାସ କରାଯାଇଥିଲା । ଯାହାଫଳରେ ତେବେ  ଏସି ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଡିସେମ୍ବର ପହିଲାରୁ ୩୮ ପ୍ରତିଶତ କମ ଭଡା ଦେବାକୁ ପଡ଼ୁଛି । ଏବେ ଏହାର ବ୍ୟଧତା ବଢାଇ ଦିଆଯାଇଛି । ଏହି ରିହାତି ଭଡ଼ା ଆସନ୍ତା ୩୧ ମାର୍ଚ୍ଚ ୨୦୨୦ ଯାଏଁ ରହିବା ନେଇ କ୍ରୁଟ ପକ୍ଷରୁ ନିଷ୍ପତି ହୋଇଛି ।

ମୋବସ ନିଜର ଗ୍ରାହକମାନଙ୍କ ଦୈନନ୍ଦିନ ଯାତ୍ରାକୁ ସୁଗମ ପରିଚାଳନା କରିବା ପାଇଁ ସର୍ବଦା ପ୍ରଚେଷ୍ଟା କରିଚାଲିଛି ଏବଂ ଯାତ୍ରୀଙ୍କ ସୁବିଧା ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରିଛି । ଏହି ବିଷୟରେ କ୍ରୁଟ୍‌ର ମହାପ୍ରବନ୍ଧକ ଶ୍ରୀମତି ଦୀପ୍ତି ମହାପାତ୍ର ଜଣାଇଛନ୍ତି ଯେ, ଯାତ୍ରୀମାନଙ୍କର ସୁବିଧା କ୍ରୁଟ୍‌ର ପ୍ରଥମ ଲକ୍ଷ୍ୟ ଓ ପ୍ରଦୁଷଣ ମୁକ୍ତ ମହାନଗର ପାଇଁ ପ୍ରତିଶୃତିବଦ୍ଧ ।

ତେବେ ଗତ ୨ମାସରେ ଦୈନନ୍ଦିନ ଯାତ୍ରୀ ସଂଖ୍ୟା ବହୁତ ବଢିଛି । ବସ୍ ଭଡ଼ା ଦେବା ବେଳେ ଏବେ ଆଉ ଖୁଚୁରା ପଇସା ପାଇଁ ଚିନ୍ତା କରିବାକୁ ପଡୁନି । ଏବଂ ଯାତ୍ରୀମାନେ ବାର୍ତ୍ତାନୁକୁଳିତ ଭଡାକମ୍‌ ହେବା ପଦେକ୍ଷପକୁ ବହୁତ ଆପଣେଇଛନ୍ତି ।

Leave a Reply