spot_img
Home Blog Page 7435

ସଲମାନ ଖାନ୍ ଙ୍କ ପାଇଁ ସୁନିଲ୍ ଓ କପିଲ୍ ଏକାଠି

ମୁମ୍ବାଇ: ୨୦ ଡିସେମ୍ବର ଦିନଟି ସଲମାନ ଖାନଙ୍କ ପାଇଁ ଓ ତାଙ୍କ ପରିବାର ପାଇଁ ଅତ୍ୟନ୍ତ ଶୁଭଥିଲା । ଏହିଦିନ ତାଙ୍କ ଅଭିନିତ ଫିଲ୍ମ ଦବଙ୍ଗ-୩ ର ରିଲିଜ୍ ହେବାପରେ ପରିବାରରେ ସମସ୍ତେ ମିଶି ଭାଇ ସୋହେଲ୍ ଖାନଙ୍କର ଜନ୍ମଦିନ ଉତ୍ସବ ବେଶ୍ ଆନନ୍ଦରେ ମନାଇଥିଲେ ।

एक छत के नीचे आए कपिल-सुनील, सलमान खान बने वजह

ସଲମାନଙ୍କ ଘର ଗ୍ୟାଲେକ୍ସି ଆପାଟମେଣ୍ଟରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା । ସୋହେଲଙ୍କର ୫୦ତମ ଜନ୍ମଦିନ ଅବସରରେ ବିଭିନ୍ନ ଷ୍ଟାରମାନେ ମଧ୍ୟ ଯୋଗ ଦେଇଥିଲେ । ଏଥିରେ ସବୁଠୁ ସ୍ୱତନ୍ତ୍ର କଥା ହେଲା ପାର୍ଟିରେ ସୁନିଲ୍ ଗ୍ରୋଭର ଓ କପିଲ୍ ଶର୍ମା ଦୁହିଁଙ୍କୁ ଗୋଟିଏ ଛାତ ତଳେ ଦେଖିବାକୁ ମିଳିଥିଲା ।

एक छत के नीचे आए कपिल-सुनील, सलमान खान बने वजह

ସଲମାନ ଖାନ୍ ବଲିଉଡର ଜଣେ ଏମିତି କଳାକାର ଯିଏକି ସବୁ କିଛି କରିବାକୁ ସମର୍ଥ । ବର୍ତ୍ତମାନ କହିବାକୁ ଗଲେ ସୁନିଲ୍ ଗ୍ରୋଭର ଓ କପିଲ୍ ଶର୍ମା ଦୁହିଁଙ୍କ ସହ ସଲମାନଙ୍କର ଭଲ ସମ୍ପର୍କ ରହିଛି । ତେଣୁ ସେ ତାଙ୍କ ପାର୍ଟିରେ ଦୁହିଁଙ୍କୁ ଡାକିବା କିଛି ଆଶ୍ଚର୍ଯ୍ୟର କଥା ନୁହେଁ । ତେବେ ଏହି ଦୁହିଁଙ୍କ ଛଡା ସେହି ପାର୍ଟିରେ ଅରବାଜ୍ ଙ୍କ ଗାର୍ଲଫ୍ରେଣ୍ଡ୍ ଜାର୍ଜିଆ ଏଣ୍ଡ୍ରିଆ, ସନ୍ନି ଲିଓନି, ରିତେଶ୍ ଦେଶମୁଖ୍, ଜେନେଲିଆ ଡି-ସୌଜା, ସୁନିଲ୍ ସେଟ୍ଟି, ନେହା ଧୁପିଆ ପ୍ରମୁଖ କଳାକାର ମଧ୍ୟ ଯୋଗ ଦେଇଥିଲେ ।

୮ ବର୍ଷ ବୟସରେ ୧୮୪ କୋଟି ଟଙ୍କାର ମାଲିକ

0

ନ୍ୟୁୟର୍କ: ଜଣେ ୮ ବର୍ଷ ବୟସ୍କ ବାଳକଙ୍କ ଚଳିତ ବର୍ଷର ଆୟ ହେଉଛି ୧୮୪ କୋଟି ଟଙ୍କା (୨୬ ନିୟୁତ ଡଲାର) । ଆଶ୍ଟର୍ଯ୍ୟ ହୋଇଗଲେ ନା ! ଏମିତି ଖବର ଶୁଣିଲେ ଯେ କେହି ବି  ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ଘଟଣା ସଂପୂର୍ଣ୍ଣ ଭାବରେ ସତ୍ୟ । ରେୟାନ କାଜି ନାମକ ଜଣେ ବାଳକ ଏପରି କରି ଦେଖାଇଛନ୍ତି ।

ତାଙ୍କର ପ୍ରକୃତ ନାମ ରେୟାନ ଗୌନ୍‌ । ୨୦୧୫ରେ ମାତ୍ର ସାଢ଼େ ୩ ବର୍ଷ ବୟସରେ ରେୟାନ୍ସ୍‌ ୱାଲର୍ଡ ନାମକ ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଆରମ୍ଭ କରିଥିଲେ। ଗତ ୩ ବର୍ଷ ମଧ୍ୟରେ ତାଙ୍କ ଚ୍ୟାନେଲକୁ ୩୫ ଶହ କୋଟି ଭିୟୁ ମିଳିଛି ।

ଇତିମଧ୍ୟରେ ୨୦୧୯ ସୁଦ୍ଧା ତାଙ୍କର ଚ୍ୟାନେଲର ସବ୍‌ସ୍କ୍ରାଇବର ସଂଖ୍ୟା ୨୨୯ ଲକ୍ଷ। ଫୋବର୍ସ ପତ୍ରିକା ଅନୁସାରେ ୨୦୧୮ରେ ତାଙ୍କର ରୋଜଗାର ୨୨ ନିୟୁତ ଡଲାର ଥିଲା। ତେବେ ରେୟାନଙ୍କ ଭିଡ଼ିଓକୁ ତାଙ୍କ ମାତାପିତା ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରିଥାନ୍ତି ।

ନିର୍ବାଚନ ପ୍ରତିଶ୍ରୁତି ପୂରଣ କଲା ‘ମହାବିକାଶ ଅଘାଡି’

0

ମହାରାଷ୍ଟ୍ର: ମହାବିକାଶ ଅଘାଡିର ବଡ଼ ନିଷ୍ପତ୍ତି । ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ଼ ନେଇ କଲେ ଘୋଷଣା । ବିଧାନସଭାରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ । ଆସନ୍ତା ମାର୍ଚ୍ଚରୁ କାର୍ଯ୍ୟକାରୀ ହେବ ଯୋଜନା । ହିତାଧିକାରୀଙ୍କ ଖାତାରେ ସିଧାସଳଖ ଜମା ହେବ ଟଙ୍କା ।

ଅପରପକ୍ଷରେ ସମ୍ପୂର୍ଣ୍ଣ କୃଷି ଋଣ ଛାଡ଼ ଦାବିରେ ବିଧାନସଭା ତ୍ୟାଗ କରିଛନ୍ତି ବିରୋଧୀ ।

ଡାକ୍ତରଙ୍କ ଘୃଣ୍ୟ କାରନାମା, ୩୪୯ ଶିଶୁଙ୍କ ସହ ଯୌନ ଶୋଷଣ ଅଭିଯୋଗରେ ହେଲେ ଗିରଫ

0

ଫ୍ରାନ୍ସ : ଡାକ୍ତରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ଜଣେ କି ୨ ଜଣ ନୁହେଁ । ୩୪୯ ଝିଅଙ୍କୁ ଦୁଷ୍କର୍ମ ଓ ଯୌନ ଶୋଷଣ କରିବା ଭଳି ସଙ୍ଗୀନ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ୬୮ ବର୍ଷୀୟ ଏହି ଡାକ୍ତରଙ୍କ ବିରୋଧରେ ଯାଞ୍ଚ ହେବା ପରେ ଓକିଲ ଏଭଳି ସୂଚନା ଦେଇଛନ୍ତି । ବର୍ତ୍ତମାନ ସଂପୃକ୍ତ ଡାକ୍ତରଙ୍କୁ ଜେଲକୁ ପଠାଇ ଦିଆଯାଇଛି । 

ଶୁକ୍ରବାର ଫ୍ରାନ୍ସର ବ୍ରିଟେନ ସହରର ଓକିଲ ଲରେଲିନ ପିରୋଫିଟ କହିଛନ୍ତି ଯେ, ଡାକ୍ତରଙ୍କ ଏଭଳି ଆଚରଣର ଶିକାର ହୋଇଥିବା ପୀଡ଼ିତାଙ୍କ ସଂଖ୍ୟା ୩୪୯ ହୋଇପାରେ । ନିଜ ୩୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ୬୮ ବର୍ଷୀୟ ଅବସରପ୍ରାପ୍ତ ଡାକ୍ତର ଜୋଏଲ ଲି. ସ୍କୋର୍ନେକ ଏହି ଅପରାଧରେ ସାମିଲ ଥିବା ସ୍ୱୀକାର କରିଛନ୍ତି ।

ସୂଚନା ଅନୁଯାୟୀ, ଜୋଏଲ ଏକ ଡାଏରୀ ରଖିଥିଲେ, ଯେଉଁଥିରେ ସେ ଶିଶୁ ମାନଙ୍କ ପ୍ରତି କରୁଥିବା ଯୌନ ଆକ୍ରମଣ ଗୁଡ଼ିକୁ ନିର୍ଦ୍ଦିଷ୍ଟ ଭାବରେ ଲେଖି ରଖିଥିଲେ । ପୋଲିସର ତନାଘନା ସମୟରେ ଏହି ଡାଏରୀଟିକୁ ଜବତ କରାଯାଇଥିଲା ଯେଉଁଥିରେ ଶିଶୁଙ୍କ ନାଁ ମଧ୍ୟ ଲେଖା ଯାଇଥିଲା । ପରବର୍ତ୍ତୀ ସମୟରେ ସେହି ଶିଶୁ ମାନଙ୍କ ପରିବାର ସହ ସଂପର୍କ କରିବା ପୋଲିସ ପକ୍ଷେ ସହଜ ହୋଇଥିଲା । ଅନ୍ୟପଟେ ଡାକ୍ତରଙ୍କ ଓକିଲ ସେହି ଡାଏରୀଟି ନକଲି ବୋଲି କହି କୋର୍ଟରେ ଜାମିନ୍ ପାଇଁ ଆବେଦନ କରିଛନ୍ତି ।

ଫ୍ରାନ୍ସରେ ଏହି ଘଟଣାକୁ ଶିଶୁଙ୍କ ଉପରେ ହୋଇଥିବା ଯୌନ ହିଂସାର ସବୁଠୁ ବଡ଼ ମାମଲା ବୋଲି ଧରାଯାଉଛି । ତେବେ ୪ ଜଣ ଶିଶୁଙ୍କ ବୟାନ ମୁତାବକ ଡାକ୍ତରଙ୍କ ବିରୋଧରେ ଆସନ୍ତା ବର୍ଷ ମାର୍ଚ୍ଚରେ ଅଦାଲତରେ ବିଚାର ଆରମ୍ଭ ହେବ ।

ଜୋଏଲ ଜଣେ ପେଟ ରୋଗ ସମ୍ବନ୍ଧିତ ସର୍ଜନ । ନିଜ କ୍ୟାରିୟର ମଧ୍ୟରେ ଡାକ୍ତର ଫ୍ରାନ୍ସର ବିଭିନ୍ନ ସ୍ଥାନରେ ଥିବା ଡାକ୍ତରଖାନାରେ କାମ କରିଛନ୍ତି । ଡାକ୍ତରଙ୍କ ବିରୋଧରେ ଜଣେ ୬ ବର୍ଷର ଶିଶୁଙ୍କ ସମେତ ତାଙ୍କର ଜଣେ ସଂପର୍କୀୟଙ୍କ ସହ ଯୌନ ଶୋଷଣ କରିଥିବାର ଅଭିଯୋଗ ରହିଛି । ଯେହେତୁ କିଛି ଘଟଣା ବହୁ ବର୍ଷ ପୁରୁଣା ତେଣୁ ତା ଉପରେ ମୋକଦ୍ଦମା କରିବା ସମ୍ଭବ ନୁହେଁ ବୋଲି ଓକିଲ କହିଛନ୍ତି ।

ତେଲେଙ୍ଗାନା ଏନକାଉଣ୍ଟର ମାମଲାରେ ହାଇକୋର୍ଟଙ୍କ ରାୟ, ଆଉଥରେ ହେବ ୪ ଅଭିଯୁକ୍ତଙ୍କ ଶବ ବ୍ୟବଚ୍ଛେଦ

ହାଇଦ୍ରାବାଦ : ବହୁଚର୍ଚ୍ଚିତ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କ ଶବକୁ ପୁଣିଥରେ ବ୍ୟବଚ୍ଛେଦ କରିବାକୁ ନିଷ୍ପତ୍ତି ହୋଇଛି । ତେଲେଙ୍ଗାନା ହାଇକୋର୍ଟ ଏ ମାମଲାରେ ଆଜି ଶୁଣାଣି କରି ପୁଣିଥରେ ପୋଷ୍ଟମର୍ଟମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଏ ନିର୍ଦ୍ଦେଶ ପରେ ଏବେ ଗାନ୍ଧି ହସ୍ପିଟାଲର ଶବ ଗୃହରେ ସଂରକ୍ଷିତ ଥିବା ୪ ଅଭିଯୁକ୍ତଙ୍କ ଶବକୁ ପୁଣିଥରେ ବ୍ୟବଚ୍ଛେଦ କରାଯିବ ।

ସୂଚନା ଯୋଗ୍ୟ ଯେ, ନଭେମ୍ବର ୨୭ ତାରିଖରେ ହାଇଦ୍ରାବାଦରେ ଜଣେ ମହିଳା ପଶୁଡାକ୍ତରଙ୍କୁ ୪ ଜଣ ଅଭିଯୁକ୍ତ ଦୁଷ୍କର୍ମ କରିବା ସହ ଜାଳିଦେଇଥିଲେ । ୨୮ ତାରିଖ ସକାଳେ ଏ ଘଟଣା ସାମ୍ନାକୁ ଆସିବା ସହ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ଶରୀର ଉଦ୍ଧାର କରିଥିଲା ପୋଲିସ । ଏହାପରେ ୨ ଦିନ ମଧ୍ୟକେ ସବୁ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ହେପାଜତକୁ ନେଇଥିଲା । ଏହି ଘଟଣାର ସତ୍ୟାସତ୍ୟ ପାଇଁ ୬ ଡିସେମ୍ବର ରାତି ୩ଟାରେ ୪ ଅଭିଯୁକ୍ତଙ୍କୁ ସିନ୍ ରିକ୍ରିଏସନ୍ ପାଇଁ ଘଟଣାସ୍ଥଳକୁ ନିଆଯାଇଥିବା ବେଳେ ସେମାନେ ଖସି ଯିବାକୁ ଚେଷ୍ଟା କରୁଥିଲେ । ପୋଲିସ ସହ ସଂଘର୍ଷରେ ସେମାନଙ୍କୁ ଏନକାଉଣ୍ଟର କରିଥିଲା ପୋଲିସ ।

ସେହିଠାରେ ହିଁ ୪ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସେତେବେଳେ ସାରା ଦେଶରେ ତର୍କ ବିତର୍କ ସୃଷ୍ଟି ହୋଇଥିଲା । କିଛି ଏହାକୁ ସମର୍ଥନ କରିଥିବା ବେଳେ ଆଉ କିଛି ଗୋଷ୍ଠୀ ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାପରେ ସୁପ୍ରିମକୋର୍ଟରେ ମଧ୍ୟ ମାମଲା ଦାୟର ହୋଇଥିଲା । କୋର୍ଟ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ କମିଟି ଗଠନ କରିଥିଲେ । ଏ କମିଟି ୬ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି । ଏବେ ହାଇକୋର୍ଟ ପୁନର୍ବାର ଶବ ବ୍ୟବଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ: ୨ ଦିନ ପରେ ଦେଲେ ଏତଲା

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀଙ୍କୁ ହତ୍ୟା ଧମକ । ଏ ନେଇ ଶାହଦରା ଜିଲ୍ଲା ଡିସିପିଙ୍କୁ ଚିଠି ଲେଖି ଜଣାଇଲେ ଗମ୍ଭୀର । ଅଜଣା ଇଣ୍ଟରନ୍ୟାସନାଲ ନମ୍ୱରରୁ କଲ୍‌ ଆସୁଛି । ଫୋନ୍‌ରେ ତାଙ୍କୁ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଉଥିବା କହିଛନ୍ତି ଗମ୍ଭୀର । ଏ ନେଇ ମାମଲା ରୁଜୁ କରିବା ସହ ମୋ ପରିବାରର ସୁରକ୍ଷା ସୁନିଶ୍ଚିତ କରନ୍ତୁ ବୋଲି ଚିଠିରେ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨ ଦିନ ତଳେ ତାଙ୍କୁ ହତ୍ୟା ଧମକ ମିଳିଥିବା ବେଳେ ସେ ଆଜି ଏ ନେଇ ଅଭିଯୋଗ କରିଛନ୍ତି  ।

ଗୋଟିଏ ଲୋକ, ଦୁଇଟି ଧର୍ମ

0

ଯାଜପୁର: ସାରାଦେଶରେ ନାଗରିକତ୍ୱକୁ ନେଇ ବିବାଦ। କେଉଁଠି କାର ଜଳୁଛି ତ କେଉଁଠି ଟେକା ପଥର ମାଡ଼ରେ ଲହୁ ଲୁହାଣ ହେଉଛନ୍ତି ପୋଲିସ। ଚାଲିଛି ଘମାଘୋଟ ଆଉ ଟଣାଓଟରା । ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତିଙ୍କ ପାଖରେ ରହିଛି ଦୁଇଦୁଇଟି ପରିଚୟ ପତ୍ର । ଆଉ କେବଳ ସେତିକି ନୁହେଁ ଦୁଇଟି ପରିଚୟ ପତ୍ରରେ ନାଁ ଅଲଗା ରହିବା ସହ ଧର୍ମରେ ମଧ୍ୟ ଅଲଗା।

ଯାଜପୁରର ଏହି ବ୍ୟକ୍ତିଙ୍କ ରହିଛି ୨ଟି ପରିଚୟ ପତ୍ର । ଗୋଟିଏ ପରିଚୟ ପତ୍ରରେ ହିନ୍ଦୁ ଓ ଅନ୍ୟଟିରେ ମୁସଲମାନ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗୋଟିଏ ଆଧାର ନମ୍ବର ଥାଇ ଦୁଇଟି ଭିନ୍ନ ଭିନ୍ନ ପରିଚୟ ରହିଛି । ଗୋଟିଏରେ ସୋଲେମାନ ଶେଖ ଏବଂ ଅନ୍ୟଟିରେ ବିଟୁ ବିଶ୍ୱାସ ଆଉ ଆଧାର ନମ୍ବର ରହିଛି 897727291967 । କେବଳ ସେତିକି ନୁହେଁ ସୋଲେମାନ ନାଁରେ ଏକ ଭୋଟ ପରିଚୟ ପତ୍ର ମଧ୍ୟ ରହିଛି। ଉକ୍ତ ପରିଚୟ ପତ୍ରରେ ସୋଲେମାନ ପଶ୍ଚିମବଙ୍ଗର ମୁର୍ସିଦାବାଦ ଅଞ୍ଚଳର ବୋଲି ଜଣା ପଡ଼ିଛି । ଅନ୍ୟପଟେ ଆଉ ଏକ ଆଧାର କାର୍ଡ ରେ ଚୋରଦା , ଯାଜପୁର ରୋଡ଼ ଠିକଣା ରହିଛି । ଦୁଇ ଦୁଇଟି ପରିଚୟ ଥିବା ଘଟଣା ସମ୍ପର୍କରେ ବଜରଙ୍ଗ ଦଳ ପକ୍ଷରୁ ଯାଜପୁର ରୋଡ଼ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ସୂଚନା ଅନୁସାରେ ସୋଲେମାନ ଓରଫ ବିଟୁ ଜଣେ ହିନ୍ଦୁ ଝିଅଙ୍କୁ ବିବାହ କରି ଦିର୍ଘଦିନ ହେବ ଏହି ଯାଜପୁର ରୋଡ଼ ଅଞ୍ଚଳରେ ରହି ଆସୁଛି  ଏବଂ ପରେ ସେ ବିଟୁ ନାଁରେ ଆଉ ଏକ ପରିଚୟ ଦେଇଥିଲା । ଏଥିସହ ବିଟୁ ବିଶ୍ୱାସ ନାଁରେ ସେ ଏକ ବୋଲେରୋ ଗାଡ଼ି ମଧ୍ୟ କିଣିଛନ୍ତି। ଅଭିଯୋଗ ପାଇବା ପରେ ଛାନଭିନ୍ କରୁଛି ପୋଲିସ ।

ସମ୍ପର୍କ ଯୋଡିବାକୁ ଆଉ ମାସ ମାସ ଧରି ସେନାଙ୍କୁ ଅପେକ୍ଷା କରିବାକୁ ପଡିବନି

ନୂଆଦିଲ୍ଲୀ: ଭାରତୀୟ ସେନାବାହିନୀର ଯବାନମାନଙ୍କ ପାଇଁ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି । ପରିବାର, ବନ୍ଧୁ, ପରିଜନ ସମସ୍ତଙ୍କ ଠାରୁ ଅନେକ ଦୂରରେ ରହି ଦେଶରକ୍ଷା କରୁଥିବା ଏହି ଯବାନ ମାନେ ଏବେ VSAT ସାହାଯ୍ୟରେ ଆବଶ୍ୟକ ସ୍ଥଳେ ସମସ୍ତଙ୍କ ସହ ଯୋଗାଯୋଗ କରିପାରିବେ । ୧୪୦୦ ରିମୋଟ୍ ଲୋକେସନ୍ ସ୍ଥାନରେ ବର୍ତ୍ତମାନ ନୂତନ ଟେକନୋଲୋଜି ସାହାଯ୍ୟରେ ଇଣ୍ଟରନେଟ୍ ଓ କଲ୍ ବ୍ୟବସ୍ଥା ଉପଲବ୍ଧ କରାଇବାକୁ ସରକାର ଯୋଜନା କରିଛନ୍ତି । ଏହା ଭାରତୀୟ ସେନାର ଯବାନମାନଙ୍କୁ ନିଜ ପରିବାର ସହ ସମ୍ବନ୍ଧ ରଖିବାରେ ସାହାଯ୍ୟ କରିବ ବୋଲି ଶୁକ୍ରବାର ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହାସହ ଯବାନମାନେ ଦୈନିକ ୧ ଜିବି ଡାଟା ଇଣ୍ଟରନେଟ୍ ବ୍ୟବହାର କରିବାର ବ୍ୟବସ୍ଥା ମଧ୍ୟ କରାଯିବ । ଡିଜିଟାଲ୍ କମ୍ୟୁନିକେସନ୍ କମିଶନ ପକ୍ଷରୁ ସରକାରଙ୍କ ଏହି ପ୍ରସ୍ତାବ ଅନୁସାରେ କାର୍ଯ୍ୟ ଚାଲିଛନ୍ତି । ଏଠାରେ ପ୍ରତି ସେକେଣ୍ଡରେ ୧-୧୦ ମେଗାବାଇଟ୍ ସ୍ପିଡ୍‌ ଡାଟା ଯୋଗାଇ ଦିଆଯିବ ।

ଦୂର ସଞ୍ଚାର ବିଭାଗ ପକ୍ଷରୁ ଦେଶର ୧୧୨ ଜିଲ୍ଲାରେ ୪୦୯୭ଗାଁରେ ଡିଜିଟାଲ୍ କନେକଟିଭିଟି ପ୍ରଦାନ କରାଯିବ । ଏଥିରେ ଜାମ୍ମୁର ୧୪୪ଗାଁ, ଯେଉଁଠି ଦୂରସଞ୍ଚାରର ବ୍ୟବସ୍ଥା ନଥିଲା ତାହାକୁ ମଧ୍ୟ ସାମିଲ କରାଯାଇଛି । ଦେଶର ୧୧,୮୭୬ ଏମିତି ଗାଁ ଅଛି ଯେଉଁଠି କୌଣସି ଯୋଗାଯୋଗର ବ୍ୟବସ୍ଥା ନାହିଁ ।ସେଠାରେ ମଧ୍ୟ ଏହି ବ୍ୟବସ୍ଥା ଉପଲବ୍ଧ କରାଯିବାର ଯୋଜନା ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଏହି ଗାଁ ଗୁଡିକମଧ୍ୟରୁ ଏବେଯାଏଁ ୪୦୮୭ଟି ଗାଁରେ ଏହି ବ୍ୟବସ୍ଥା ଆରମ୍ଭ ହୋଇସାରିଲାଣି ।

ଆସନ୍ତାକାଲି ବାରବାଟୀ ଦିନିକିଆ, ବ୍ଲାକ ଟି-ସାର୍ଟରେ ନଜର ଆସିବେ ପୋଲିସ ଅଧିକାରୀ

କଟକ : ଦର୍ଶକଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପାଇଁ କମିଶନରେଟ ପୋଲିସର ନିଆରା ପଦକ୍ଷେପ । ରାତି ପାହିଲେ ବାରବାଟୀରେ ହେବ ଇଣ୍ଡିଆ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟଚ । ଏଥିପାଇଁ ସବୁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ବେଳେ, ଶୃଙ୍ଖଳିତ ଭାବେ ମ୍ୟାଚ ଆୟୋଜନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ତେବେ ପ୍ରଥମ ଥର ପାଇଁ ଦର୍ଶକଙ୍କ ସହ ବନ୍ଧୁତ୍ୱପୂର୍ଣ ବ୍ୟବହାର ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ନିଆରା ପଦକ୍ଷେପ ହାତକୁ ନିଆଯାଇଛି । ମ୍ୟାଚ ସମୟରେ ଦର୍ଶକଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇଦେବା ସହ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାର ନଜର ରଖିବ ପାଇଁ କମିଶନରେଟ ପୋଲିସ ଚିରାଚରିତ ମାଟିଆ ପୋଷାକ ବଦଳରେ ବ୍ଲାକ୍ ଟି ସାର୍ଟ ପିନ୍ଧିବାକୁ ନିଷ୍ପତ୍ତି ନେଇଛି । ମ୍ୟାଚ ଦିନ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ କଳା ରଙ୍ଗର ଟି-ସାର୍ଟ ସହ ମାଟିଆ ପ୍ୟାଣ୍ଟ ପିନ୍ଧିବେ । ଏଥିପାଇଁ ଷ୍ଟାଡିୟମ ଭିତରେ ୩୫୦ ଷ୍ଟାଫ୍ ନିୟୋଜିତ ରହିବେ । ଷ୍ଟାଡିୟମ ବାହାରେ କାର୍ଯ୍ୟରତ ପୋଲିସ ଅଧିକାରୀ ନିୟମିତ ପୋଲିସ ୟୁନିଫର୍ମରେ ରହିବେ ବୋଲି ସୂଚନା ମିଳିଛି ।

ପ୍ରତ୍ୟେକ ଷ୍ଟାଣ୍ଡରେ ପୋଲିସ ଏଡ୍-ପୋଷ୍ଟ ରହିଛି । ଏହି ଏଡ୍-ପୋଷ୍ଟ ଗୁଡ଼ିକରେ ନିୟୋଜିତ ଥିବା ପୋଲିସ କର୍ମଚାରୀ ଦର୍ଶକଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ । ବାରବାଟୀ ଷ୍ଟାଡିୟମରେ ଆସନ୍ତାକାଲି ମ୍ୟାଚ୍ ପାଇଁ ପୋଲିସ ଅଧିକାରୀଙ୍କ ଟି-ସାର୍ଟ ଉନ୍ମୋଚିତ ହୋଇଛି । ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଡିସିପି ଆଖିଳେଶ୍ୱର ସିଂହ ପ୍ରମୁଖ ଯୋଗଦେଇ ଏହି କଳା ରଙ୍ଗର ପୋଲିସ ଟି-ସାର୍ଟ ଉନ୍ମୋଚନ କରିଛନ୍ତି ।