spot_img
Home Blog Page 7427

ମାନସିକ ଚାପ ଦୂର କରେ ଭ୍ରମଣ

ମାନସିକ ଚାପ କମ୍ କରିବାକୁ ଚାହୁଁଥିଲେ କିମ୍ବା କିଛି ସମୟ ଶାନ୍ତିରେ ରହିବାକୁ ଚାହୁଁଥିଲେ, ସାଙ୍ଗସାଥି ହେଉ କିମ୍ବା ପରିବାରଲୋକଙ୍କ ସହ ହେଉ ନିଜପାଇଁ ସମୟ ବାହାର କରି କେବେକେବେ ଭ୍ରମଣ କରିବାକୁ ଯୋଜନା କରନ୍ତୁ । ଟେନ୍‌ସନ୍‌‌ କମ୍ କରିବାକୁ ଚାହୁଁଥିଲେ ବିଶେଷଜ୍ଞଙ୍କ ମତରେ ଭ୍ରମଣ ଏକ ସୁନ୍ଦର ଉପଚାର । କୌଣସି ମହାନଗରୀ ବୁଲିବାକୁ ଯୋଜନା କରିବା ପରିବର୍ତ୍ତେ ହିଲ୍‌-ଷ୍ଟେସନ୍‌ ଯିବା ଆମକୁ ମାନସିକ ଶାନ୍ତି ଦେଇଥାଏ । ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସ୍ଥାନୀୟ ପରିବେଶ ହିଁ ମୁଖ୍ୟ ଆକର୍ଷଣ ପାଲଟିଥାଏ ।

ଇଣ୍ଟରନେଟ୍‌ରୁ ଖୋଜି ହ୍ରଦ ଥିବା ସ୍ଥାନ ଖୋଜିବା ସହ ୨-୩ ଦିନ ନିମନ୍ତେ ହୋଟେଲ୍ ବୁକିଂ କରନ୍ତୁ ।

. କାମର ଚାପରୁ ବାହାରି ବୁଲିବାକୁ ଯାଉଥିଲେ ପ୍ୟାକିଂ ଅଧିକ ନକରି ବରଂ କମ୍ ପୋଷାକପତ୍ର ନେଇ ଯିବା ଉଚିତ ।

. ଯାତ୍ରା କରିବାର ସମୟ ଅଳ୍ପ ଥିଲେ, ଫ୍ଲାଇଟ୍‌ରେ ବୁକିଂ କରନ୍ତୁ । ନଚେତ୍ ରେଳରେ ଯାତ୍ରା କରିବାର ମଜା ମଧ୍ୟ ବେଶ୍ ନିଆରା ଅଟେ ।

. ବିଭିନ୍ନ ଅନୁଧ୍ୟାନରୁ ପ୍ରମାଣିତ ହୋଇଛି ଯେ ପ୍ରତି ବର୍ଷ ୨ଥର ଅନ୍ତତଃ ଭ୍ରମଣ କରୁଥିବା ଲୋକ ଏକ ସୁସ୍ଥ ଜୀବନଶୈଳୀ ଅତିବାହିତ କରିଥାନ୍ତି ।

. ଯାତ୍ରା ପୂର୍ବରୁ ନିଜ ଔଷଧପତ୍ର, ବିମାନ ଟିକଟ୍, ରେଳ ଯାତ୍ରା ଟିକଟ୍ ଇତ୍ୟାଦିକୁ ଭଲଭାବେ ତଦାରଖ କରି ରଖିବା ଉଚିତ। ନଚେତ୍ ଆପଣ ଯାତ୍ରା ସମୟରେ      ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

 

ଧୋନୀଙ୍କ ସ୍ୱର୍ଣ୍ଣିମ ୧୫ବର୍ଷ

0

ଅନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରା କରିଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ସେ ଭାରତୀୟ ରେଲୱେଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ କ୍ରିକେଟ ପ୍ରର୍ଯ୍ୟନ୍ତ ସବୁଠାରେ ନିଜର ଦକ୍ଷତାକୁ ପ୍ରମାଣିତ କରିଛନ୍ତି । ଆଜିକୁ ଠିକ୍‌ ୧୫ ବର୍ଷ ତଳେ ୨୦୦୪, ଡିସେମ୍ବର ୨୩ ତାରିଖରେ ଧୋନୀ ସୌରଭ ଗାଙ୍ଗୁଲିଙ୍କ ଅଧିନାୟତ୍ୱରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ।

ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ସେ ପ୍ରଥମ ବଲରେ ହିଁ ରନ୍‌ ଆଉଟ୍‌ ହୋଇଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ କିଛି ଖାସ୍‌ କରିପାରି ନ ଥିଲେ ଧୋନୀ । ପ୍ରଥମ ଥର ପାଇଁ ତାଙ୍କୁ ପ୍ରମୋଟ କରିଥଲେ ସୌରଭ ଗାଙ୍ଗୁଲି ।  ଏବଂ ତାଙ୍କୁ ୩ ନମ୍ବରରେ ପଠାଇଥିଲେ ମଇଦାନକୁ ଆଉ ତା’ପରେ ଦେଖିବାକୁ ମିଳିଥିଲା ଧୋନୀଙ୍କ ଧମାକା । ମୈଦାନରେ ରଚିଥିଲେ ଇତିହାସ ।

ତୃତୀୟ ମ୍ୟାଚ୍‌ରେ ୧୨୩ବଲରେ ୧୪୮ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ । ଦୀର୍ଘ ୧୫ ବର୍ଷ ମଧ୍ୟରେ ସେ କେବଳ ଦେଶ ନୁହେଁ, ବିଶ୍ୱର ସବୁଠୁ ସଫଳ ଅଧିନାୟକ ଭାବେ ବିବେଚିତ ହେଉଛନ୍ତି ।

ଧୋନୀଙ୍କ ଅଧିନାୟିକତ୍ୱରେ ୨୮ ବର୍ଷ ପରେ ଭାରତ ଦ୍ୱିତୀୟଥର ପାଇଁ ୨୦୧୧ ଓ୍ୱାଲ୍‌ଡ କପ୍‌ ହାତେଇଥିଲା ।ବିଶ୍ୱର ଏକମାତ୍ର ଅଧିନାୟକ ଭାବେ ଧୋନୀ ୨୦୦୭ରେ ଟି୨୦ ବିଶ୍ୱକପ୍‌, ୨୦୧୩ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାତେଇଛନ୍ତି। ଏକଦା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର କହିଥିଲେ, ‘ଯେତେ ଅଧିନାୟକଙ୍କ ନେତୃତ୍ୱରେ ଖେଳିଛି, ସେମାନଙ୍କ ମଧ୍ୟରୁ ଧୋନୀ ଶ୍ରେଷ୍ଠ’। ଏହି ଓ୍ୱିକେଟ୍‌କିପର ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ ସ୍ତରରେ ୯୦ ଟେଷ୍ଟ, ୩୫୦ ଦିନିକିଆ ଓ ୯୮ ଟି୨୦ ଖେଳିସାରିଛନ୍ତି। ୩୮ ବର୍ଷୀୟ ଭେଟେରାନଙ୍କ ନାମରେ ମୋଟ ୧୭,୨୬୬ ରନ୍‌ ରହିଛି। ଆଉ ଓ୍ୱିକେଟ୍‌ ପଛରେ ରହି ୮୨୯ ବ୍ୟାଟ୍ସମ୍ୟାନଙ୍କୁ ଓ୍ୱିକେଟ୍‌ ନେଇସାରିଛନ୍ତି ।

ପ୍ରେମ ପାଇଁ ଝିଅକୁ ପୋଡ଼ି ମାରିଦେଲେ !

0

ବାଲିପାଟଣା: ରାଜଧାନୀରେ ଅନର୍ କିଲିଂର ଅଭିଯୋଗ । ପ୍ରେମ ପାଇଁ ପରିବାର ଲୋକ ଝିଅକୁ ପୋଡ଼ି ମାରିଦେଇଥିବା ଅଭିଯୋଗ । ଅନ୍ୟପଟେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଝିଅର ମୃତ୍ୟୁ ହୋଇଥିବା ପରିବାର ଲୋକ କହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମଶାଣିରୁ ହାଡ ପାଉଁଶ ଜବତ କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲିପାଟଣା ଥାନା ଅମଣାକୁଦ ପଞ୍ଚାୟତ ଗଡଚାରିପଦା ଗାଁରେ  ।

ସୂଚନା ଅନୁଯାୟୀ, ଗତକାଲି ଗଡଚାରିପଦା ଗାଁରେ ବିଳମ୍ବିତ ରାତିରେ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିଲା । ଯୁବତୀଙ୍କର ଅତ୍ୟଧିକ ରକ୍ତସ୍ରାବ ହେଉଥିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଯୁବତୀ ଜଣଙ୍କ ଅନ୍ୟ ଜାତିର ପୁଅକୁ ପ୍ରେମ କରୁଥିବା ଯୋଗୁଁ ପରିବାର ଲୋକେ ସମ୍ମାନ ବଞ୍ଚାଇବାକୁ ଯାଇ ଝିଅକୁ ପୋଡ଼ି ମାରି ଦେଇଥିବା ଗାଁଲୋକେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ମୃତ ଯୁବତୀଙ୍କ ଭଉଣୀ କହିଛନ୍ତି କି ରକ୍ତସ୍ରାବ ଯୋଗୁଁ ଅଧିକ କଷ୍ଟ ହେବାରୁ ସେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲା । ପରେ ପରିବାର ଲୋକେ ଶବକୁ ସକାଳୁ ସକାଳୁ ପୋଡି ଦେଇଥିଲେ । ଏନେଇ ଅନର କିଲିଂ ଘଟଣା ଅଭିଯୋଗ ହେବା ପରେ ବାଲିପାଟଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା  । ପୋଲିସ ମଶାଣିରୁ ହାଡ ପାଉଁଶ ଜବତ କରିଛି  । ସାଇଣ୍ଟିଫିକ୍ ଟିମକୁ ଘଟଣାସ୍ଥଳକୁ ଡାକି ତଦନ୍ତ ଆରମ୍ଭ କରିଛି ପୋଲିସ  ।

ନୟାଗଡ଼: ୪ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଲମ୍ବିତ । ଭତ୍ତା ଟଙ୍କା ହଡ଼ପ ଓ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବନ କଲେ ଜିଲ୍ଲାପାଳ । ଦଶପଲ୍ଲା ବ୍ଲକର ରମେଶ ନାୟକ, ଖଣ୍ଡପଡ଼ା ବ୍ଲକର ରମେଶ ବେହେରା, ନୂଆଗାଁ ବ୍ଲକର ଡମ୍ବରୁଧର ନାୟକ ଓ ପଙ୍କଜିନୀ ମଲ୍ଲିକ ନିଲମ୍ବିତ ।

ନୟାଗଡ଼: ୪ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଲମ୍ବିତ । ଭତ୍ତା ଟଙ୍କା ହଡ଼ପ ଓ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବନ କଲେ ଜିଲ୍ଲାପାଳ । ଦଶପଲ୍ଲା ବ୍ଲକର ରମେଶ ନାୟକ, ଖଣ୍ଡପଡ଼ା ବ୍ଲକର ରମେଶ ବେହେରା, ନୂଆଗାଁ ବ୍ଲକର ଡମ୍ବରୁଧର ନାୟକ ଓ ପଙ୍କଜିନୀ ମଲ୍ଲିକ ନିଲମ୍ବିତ ।

ରାଜ୍ୟ ସରକାରଙ୍କ କାର୍ଯ୍ୟରେ ଖୁସ୍ ପଞ୍ଜାବ ପ୍ରତିନିଧି ଦଳ, କହିଲେ ସରକାରଙ୍କୁ ସ୍ୟାଲୁଟ୍

ଭୁବନେଶ୍ୱର : ପୁରୀରେ ଥିବା ମଙ୍ଗୁ ମଠକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହୋଇଛି । ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ଉଚ୍ଛେଦ ପରେ ମଠକୁ ନେଇ ଯେଉଁ ଭୁଲ୍ ଧାରଣା ଥିଲା ସେ ସବୁ ଦୂର ହୋଇଥିବା କହିଛନ୍ତି ପଞ୍ଜାବରୁ ଆସିଥିବା ପ୍ରତିନିଧି ଦଳ ।


ଆଜି ପଞ୍ଜାବର ଏକ ଶିଖ୍ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ମଙ୍ଗୁ ମଠକୁ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ପଞ୍ଜାବର ୨ ଜଣ ବିଧାୟକ ଓ SGPCର ଜଣେ ସଦସ୍ୟ ଆବେଗ ପ୍ରକାଶ କରିଥିଲେ । ସେମାନଙ୍କୁ ବିସ୍ତୃତଭାବେ ସରକାରଙ୍କ କାର୍ଯ୍ୟ ସଂପର୍କରେ ସୂଚନା ପ୍ରଦାନ କରାଯାଇଥିଲା । ମଙ୍ଗୁ ମଠ ସହ ୧୨ ଏକର ସ୍ଥାନରେ ଥିବା ଗୁରୁ ନାନକଙ୍କ ମଠର ସୌନ୍ଦର୍ଯ୍ୟକରଣ କରାଯିବ ।


ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ପଞ୍ଜାବରୁ ଆସିଥିବା ପ୍ରତିନିଧି ଦଳ ସରକାରଙ୍କୁ ପ୍ରଶଂସା କରିଛନ୍ତି । ମନରେ ଯେଉଁ ସନ୍ଦେହ ଥିଲା ତାହା ଦୂର ହୋଇଛି । ଏହା ଦ୍ଵାରା ଓଡିଶା ଓ ପଞ୍ଜାବ ମଧ୍ୟରେ ସମ୍ପର୍କ ସୃଦୁଢ ହେବ ବୋଲି କହିଛନ୍ତି ପ୍ରତିନିଧି ଦଳ ସଦସ୍ୟ ସମରଜିତ୍ ସିଂ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଧାୟକ ପ୍ରଣବ ପ୍ରକାଶ ଦାସ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପୂର୍ତ୍ତି ସଚିବ କିଷାନ କୁମାରଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି । ସେମାନେ କହିଥିଲେ ଯେ, ବିଧାୟକ ତାଙ୍କ ସାନ ଭାଇ ଏବଂ ସଚିବଙ୍କର ସେ ଅଂଚଳରେ ବଡ଼ ଘର ଅଛି । ଓଡ଼ିଶାରେ ଗୁରୁନାନକଙ୍କୁ ଅଧିକ ଶ୍ରଦ୍ଧା କରାଯାଉଛି । ରାଜ୍ୟ ସରକାରଙ୍କୁ ସାଲୁଟ କରିଛନ୍ତି ପ୍ରତିନିଧି ଦଳ । ସାକ୍ଷାତ ଆଲୋଚନା ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ ସରକାରଙ୍କ ମାଷ୍ଟର ପ୍ଲାନରେ ସେମାନେ ଖୁସି ଅଛନ୍ତି ।

https://nandighoshatv.comeviction-going-on-at-puri-mangu-matha-vandalized/

ଜିଓଠୁ ବି ଅଧିକା ସୁବିଧା, ପ୍ରତିଦିନ ୫ ଜିବି ଡାଟା ସହ ୨୫୦ ମିନିଟ୍ କଲିଂ

ନୂଆଦିଲ୍ଲୀ: ବିଏସଏନଏଲ ଆଣୁଛି ନୂଆ ପ୍ଲାନ୍ । ଏଥର ଆପଣଙ୍କ ନେଟୱର୍କ ଆଉ ପରିବର୍ତ୍ତନ କରିବାକୁ ପଡ଼ିବନି । ଜିଓ ଓ ଏୟାରଟେଲ ଭଳି ବିଏସଏନଏଲ ମଧ୍ୟ ନୂଆ ଅଫର ମାର୍କେଟକୁ ଛାଡ଼ିଛି । ବିଏସଏନଏଲ ତାର ଗ୍ରାହକଙ୍କ ପାଇଁ ୧୦୯ ଟଙ୍କାର ପ୍ରିପେଡ ପ୍ଲାନ ଆଣିଛି । ଏହି ପ୍ଲାନର ନାଁ ରହିଛି ମିତ୍ରମ ପ୍ଲସ । ଏହି ପ୍ଲାନର ବୈଧତା ୯୦ ଦିନ । କେବଳ ସେତିକି ନୁହେଁ ଏହି ପ୍ଲାନରେ ଦିନକୁ ୫ ଜିବି ଡାଟା ସହ ୨୫୦ ମିନିଟ୍ ଭୟସ କଲ ମିଳୁଛି ।

ପୂର୍ବରୁ ବିଏସେନଏଲ ଏହି ମିତ୍ରମ ପ୍ଲାନ ମାର୍କେଟରେ ଲଞ୍ଚ ହୋଇଛି । ୪୯ଟଙ୍କାର ଏହି ପ୍ଲାନରେ ୪୦ଟଙ୍କାର ଟକଟାଇମ ଏବଂ ୫୦୦ଏମବି ଡାଟା ରହିଛି । ଏହି ପ୍ଲାନj ବୈଧତା ୧୫ ଦିନ ରହିଛି ।

୧୦୯ ଟଙ୍କାର ପ୍ଲାନରେ ଗ୍ରାହକ ଦେଶର ସମସ୍ତ ନେଟୱର୍କକୁ କଲ କରିପାରିବେ । ୨୫୦ ମିନିଟର ଫ୍ରି କଲିଂ ଶେଷ ହେବାପରେ ଅନ୍ ନେଟ କଲିଂ ସେକେଣ୍ଡ ପ୍ରତି ୧.୨ ପଇସା ପଡ଼ିବ । ସେହିପରି ଅଫ ନେଟ୍ କଲିଂ ସେକେଣ୍ଡ ପ୍ରତି ୧.୫ ପଇସା କଟିବ ।  ୯୦ ଦିନର ବୈଧତାର ଏହି ପ୍ଲାନରେ କଲିଂ ଓ ଡାଟା ୨୦ ଦିନ ପର୍ଯ୍ୟନ୍ତ ମିଳିବ ।

ଉପଭୋକ୍ତା, ଜିଓ ନେଟୱର୍କକୁ ପ୍ରଥମେ ବେଶ୍ ପସନ୍ଦ କରୁଥିବା ବେଳେ ଏବେ ଜିଓ ତାର ପ୍ଲାନରେ ପରିବର୍ତ୍ତନ ପରେ ପରିବର୍ତ୍ତନ ଆଣିଛି । ପ୍ରଥମେ ଜିଓ ୩୪୯ଟଙ୍କାରେ ପ୍ରତିଦିନ ୧ଜିବି ଡାଟା ସହ ଅଲ-ଲିମିଟେଡ୍ ଭଏସ କଲର ସୁବିଧା ଦେଉଥିଲା । ସେ ଏହାକୁ କିଛିଦିନରେ ପରିବର୍ତ୍ତନ କରାଇ ୩୯୯ ପରେ ୫୫୫ କରିଛି । ପ୍ରଥମେ ଏୟାରଟେଲ ନେଟୱାର୍କ ଅନୁସରଣ କରିଥିଲା ଏବଂ ଜିଓ ଭଳି ସୁବିଧା ମଧ୍ୟ ଦେଉଛି । ଯଦିଓ ଜିଓର ପ୍ଲାନ ଗୁଡ଼ିକଠାରୁ ଏୟାରଟେଲର ପ୍ଲାନ ଅଧିକ ବ୍ୟୟ ବହୁଳ ।

ତେବେ ଏହି ପ୍ଲାନଟିର ଲାଭ କେରଳ ସର୍କଲର ବିଏସଏନଏଲ ଉପଭୋକ୍ତାଙ୍କ ପାଇଁ ରହିଛି । କିନ୍ତୁ ଯଦି ଏ ପ୍ଲାନ ଦେଶସାରା କରାଯାଏ ତେବେ ଉପଭୋକ୍ତାଙ୍କୁ ଯଥେଷ୍ଟ ସୁବିଧା ମିଳିପାରିବ ।

ପାହାଡ଼ରେ ପିଟିଲା ଯାତ୍ରୀବାହୀ ବସ୍‌, ୩୫ ଆହତ ୨ ଗୁରୁତର

0

ବାଲିଗୁଡା: କନ୍ଧମାଳ ତୁମୁଡିବନ୍ଧ ଥାନା  ବୁଲିପଦର ଘାଟିରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ୩୫ରୁ ଉର୍ଦ୍ଧ୍ୱ ଯାତ୍ରୀ । ଦୁର୍ଘଟଣାରେ ବସ୍‌ ଡ୍ରାଇଭର ଓ କଣ୍ଡକ୍ଟର ଗୁରୁତର ହୋଇଛନ୍ତି । ବାଲିଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

ଭୋର ୪ଟା ବେଳେ ଭୁବନେଶ୍ୱରରୁ  ଲାଞ୍ଜିଗଡ଼ ଯାଉଥିବା ଶାରଳା ବସ୍‌ ବୁଦୁଲିପଦର ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ତୁମୁଡିବନ୍ଧ ପୋଲିସ ପହଞ୍ଚି ଯାତ୍ରୀ ମାନଙ୍କୁ ଉଦ୍ଧାର କରିବା ସହ ଯାତ୍ରୀ ମାନଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଇଥିଲା ।

୩ ଦଫା ଦାବି ନେଇ ୧୨ ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ

0

ବଲାଙ୍ଗିର: ୧୨ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ । ୩ ଦଫା ଦାବି ନେଇ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ନାଗରିକ ମଞ୍ଚ ଓ ବଙ୍ଗୋମୁଣ୍ଡା  ପଞ୍ଚାୟତବାସୀଙ୍କ ତରଫରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି । ଏହାର ପ୍ରଭାବରେ ଠପ୍‌ ହୋଇଯାଇଛି ଗାଡି ଚଳାଚଳ ।

ସରକାରୀ, ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରିହଛି । ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗତ ୫ତାରିଖରେ ମଞ୍ଚ ତରଫରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବି ପୂରଣ ନହେବାରୁ ନାଗରିକ ମଞ୍ଚ ବନ୍ଦ ଡାକରା ଦେଇଛି । ବଙ୍ଗୋମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି, ବଙ୍ଗୋମୁଣ୍ଡା ପଞ୍ଚାୟତକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ସହ ମୁକୁନ୍ଦ ସାଗରରୁ ପଙ୍କ ଉଦ୍ଧାର କରିବାକୁ ଦାବି କରାଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦିଆଯାଇଛି ବନ୍ଦ ଡାକରା ।

 

ଝାଡ଼ଖଣ୍ଡ ରେଜଲ୍ଟ ନେଇ ସୁର ରାଉତରାୟଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ମହାରାଷ୍ଟ୍ର ପରେ କଂଗ୍ରେସ ଦଖଲରେ ଝାଡ଼ଖଣ୍ଡ ! ଏକାକୀ ନହେଲା ନାଇଁ ମେଣ୍ଟ କରି କଂଗ୍ରେସ, ମହାରାଷ୍ଟ୍ର ପରେ ଝାଡ଼ଖଣ୍ଡରେ ଗଢ଼ିପାରେ ସରକାର । ଝାଡ଼ଖଣ୍ଡ ନିର୍ବାଚନ ଟ୍ରେଣ୍ଡରେ ଜେଏମ୍ଏମ୍-କଂଗ୍ରେସ ମେଣ୍ଟ ବହୁମତ ଛୁଇଁବା ପରେ ରାଜ୍ୟ କଂଗ୍ରେସରେ ଦେଖାଦେଇଛି ଉତ୍ସାହ ।

https://nandighoshatv.comjmm-congress-alliance-crossed-majority-in-trends/

କଂଗ୍ରେସ ବିଧାୟକ ସୁରେଶ ରାଉରତରାୟ ଝାଡ଼ଖଣ୍ଡବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମହାରାଷ୍ଟ୍ର ପରେ କଂଗ୍ରେସ ଝାଡ଼ଖଣ୍ଡରେ ସରକାର କରୁଥିବା କହିଛନ୍ତି । ଏଥିସହ ସୁର କହିଛନ୍ତି, ଦିଲ୍ଲୀରୁ ବିଜେପି ବିଦା ହେବ କଂଗ୍ରେସ ସରକାର ଗଢ଼ିବ ।ସବୁଠି କଂଗ୍ରେସ ସରକାର ହେବ । ଏପରିକି ଓଡ଼ିଶାରେ ଦୀର୍ଘ ବର୍ଷ ହେଲା ମାଟି କାମୁଡ଼ି ପଡ଼ିଥିବା ହାତ ଉଠିବ ବୋଲି ସୁର କହିଛନ୍ତି ।