ପାର୍କିଂକୁ ନେଇ ମା, ପୁଅଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର: ଗତ ୨୭ ତାରିଖରେ ବ୍ରହ୍ମପୁର ପଣ୍ଡା କଲୋନୀରେ ଏଭଳି ଘଟଣା ଘଟିଛି । ପାର୍କିଂକୁ ନେଇ ମା, ପୁଅଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଯୁବକ । ଆକ୍ରମଣ ବେଳର ସମ୍ପୁର୍ଣ୍ଣ ଘଟଣା ସିସିଟିଭି ଫୁଟେଜ୍‌ରେ ରେକର୍ଡ ହୋଇଛି । ତେବେ ସେମାନେ ଯୁବକଙ୍କୁ ତଳେ ପକାଇ ଏକ କ୍ରିକେଟ୍‌ ବ୍ୟାଟ୍‌ରେ ପିଟିଛନ୍ତି ବୋଲି ଭିଡ଼ିଓରେ ଦେଖାଯାଇଛି ।

ସୂଚନା ଅନୁଯାୟୀ ସେଠାରେ ଭୋଜି ଚାଲିଥିବା ବେଳେ ପାର୍କିଂକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏହାପରେ ଯୁବକ ଓ ତାଙ୍କ ମାଆଙ୍କୁ ସଂଘବଦ୍ଧ ଭାବେ କିଛି ଯୁବକ ଆକ୍ରମଣ କରିଥିଲେ । କ୍ରିକେଟ୍‌ ବ୍ୟାଟ୍‌ ଓ ଖଣ୍ଡାରେ ଆକ୍ରମଣ କରାଯାଇଥିଲା ।

ଏଥିରେ ଉଭୟ ଯୁବକ ଓ ତାଙ୍କ ମା ଆହତ ହୋଇ ଏମ୍‌କେସିଜିରେ ଚିକିତ୍ସିତ ହୋଇଛନ୍ତି । ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ସେମାନେ ଏସ୍‌ପିଙ୍କ ନିକଟରେ ଫେରାଦ ହୋଇଛନ୍ତି । ତେବେ ଏଯାଏଁ ଘଟଣାରେ କାହାକୁ ଗିରଫ କରାଯାଇନଥିବାର ଜଣାଯାଇଛି ।

Leave a Reply