ନିର୍ଭୟା ମାମଲାରେ ଶୁଣାଣି: ଆଜି ଆସିପାରେ ତୃତୀୟ ତଥା ନୂଆ ଡେଥ୍‌ ୱାରେଣ୍ଟ

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଶୁଣାଣି ବାବଦରେ ଆଜି ଆସିପାରେ ତୃତୀୟ ତଥା ନୂଆ ଡେଥ୍‌ ୱାରେଣ୍ଟ । ନିଜ ରାୟ ଶୁଣାଇବେ ପଟିଆଲା ହାଉସ କୋର୍ଟ । ଫାଶୀ ପାଇଁ ନୂଆ ତାରିଖ ଦେବାକୁ ନିବେଦନ କରିଛି ତିହାର ଜେଲ ପ୍ରଶାସନ । ଏବେ ୪ରୁ ୩ ଦୋଷୀଙ୍କ ସବୁ ଆଇନ ବିକଳ୍ପ ଶେଷ ହେଇଛି । ସେପଟେ ୪ ଦୋଷୀଙ୍କୁ ଏକାସାଙ୍ଗରେ ଫାଶୀ ଦେବାକୁ ରାୟ ଶୁଣାଇଥିଲେ ଦିଲ୍ଲୀ ହାଇକୋର୍ଟ । ଯାହାର ବିରୋଧରେ କେନ୍ଦ୍ର ସୁପ୍ରିମକୋର୍ଟ ଯାଇଥିଲେ । ଏହି ମାମଲାରେ ମଧ୍ୟ ଆଜି ରାୟ ଶୁଣାଇବେ କୋର୍ଟ । ନିଜ ରାୟରେ କୋର୍ଟ କହିଥିଲେ, ଦୋଷୀ ଆଇନକୁ ବ୍ୟବହାର କରି ଦଣ୍ଡକୁ ବିଳମ୍ବ କରାଉଛନ୍ତି ।

ସପ୍ତାହେ ମଧ୍ୟରେ ବାକିଥିବା ସମସ୍ତ ଆଇନଗତ ବିକଳ୍ପର ବ୍ୟବହାର କରନ୍ତୁ । ପୂର୍ବରୁ ଜାନୁଆରୀ ୩୧ ତାରିଖରେ ଟ୍ରାଏଲ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ କେନ୍ଦ୍ର ଓ ଦିଲ୍ଲୀ ସରକାର । ଯେଉଁଥିରେ କୋର୍ଟ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୩ ଦୋଷୀଙ୍କ ଫାଶୀ ଉପରେ ରୋକ ଲଗାଇଥିଲେ । ବର୍ତ୍ତମାନ ଦୋଷୀ ଅକ୍ଷୟ ଠାକୁର, ମୁକେଶ ସିଂ ଓ ବିନୟ ଶର୍ମାଙ୍କ କ୍ୟୁରେଟିଭ ପିଟିସନ ଓ କ୍ଷମା ଆବେଦନ ଖାରଜ ହୋଇସାରିଛି । କେବଳ ଦୋଷୀ ପବନଙ୍କ ନିକଟରେ ଆଇନଗତ କ୍ୟୁରେଟିଭ ପିଟିସନ ଓ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନର ବିକଳ୍ପ ବାକି ରହିଛି ।

Leave a Reply